ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ନୋତର ଗ୍ରାମ ପଞ୍ଚାୟତ ବଉଳି ସାହିରେ ୪ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ । ବନ୍ଧୁକ, କଟୁରୀ, ଖଣ୍ଡା ଓ ବିଭିନ୍ନ ମାରଣାରେ ୪ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି । ବଉଳି ସାହି ଗ୍ରାମର ପୃଥୀରାଜ ଦଳବେହେରା, ରାଜେଶ ପ୍ରଧାନ, ଆଶିଷ ଗୁମାନସିଂ ଓ ପ୍ରଦ୍ୟୁମ୍ନ ରଥ ଗାଁ ମନ୍ଦିର ପାଖରେ ଛିଡ଼ା ହୋଇଥିବା ବେଳେ ହଠାତ୍ ବିଜେପି କର୍ମୀ ମାନେ ଆସି ଆକ୍ରମଣ କରିଥିଲେ । ପୃଥ୍ୱୀରାଜ ଦଳବେହେରାଙ୍କର ହାତଗୋଡ଼କୁ ହାଣି ଖଣ୍ଡ ବିଖଣ୍ଡିତ କରି ଦେଇଛନ୍ତି ।ତାଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରୁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି । ସେହିପରି ଭାବେ ରାଜେଶ ପ୍ରଧାନ, ଆଶିଷ ଗୁମାନସିଂ ଓ ପ୍ରଦ୍ୟୁମ୍ନ ରଥଙ୍କ ଦେହରେ ଅନେକ ଗୁଳି ବାଜି ଥିବାରୁ ନୟାଗଡ଼ ମେଡିକାଲରେ ଚିକିତ୍ସା କରାଯାଇ ଭୁବନେଶ୍ବର…
Read MoreCategory: ନୟାଗଡ଼
ରଣପୁର ପାଇଁ ସି.ପି.ଆଇ.(ଏମ୍)ର ପ୍ରାର୍ଥୀପତ୍ର ଦାଖଲ
ନୟାଗଡ଼, (ନୟାଗଡ଼ ଦର୍ପଣ): ଶ୍ରମିକ ଦିବସ ଅବସରରେ ମଇ ପହିଲାଦିନ ରଣପୁର ନିର୍ବାଚନମଣ୍ଡଳୀ ପାଇଁ ସି.ପି.ଆଇ.(ଏମ୍) ପକ୍ଷରୁ ଯୁବ ସଙ୍ଗଠନ ଡି. ୱାଇ.ଏଫ୍.ଆଇ.ର ରାଜ୍ୟ ସଭାପତି ସରୋଜ କୁମାର ନାୟକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଶତାଧିକ କର୍ମୀଙ୍କ ଗହଣରେ ଶୋଭାଯାତ୍ରାରେ ଯାଇ କମ୍ରେଡ୍ ସରୋଜ ଅତିରିକ୍ତ ଜିଲ୍ଲାପାଳ ତଥା ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଙ୍ଗ ଅଫିସର ଦିଲ୍ଲୀପ କୁମାର ବଳଙ୍କ ପାଖରେ ମନୋନୟନ ପତ୍ର ଦାଖଲ କରିଛନ୍ତି। ବିଜେପି ବିଜେଡ଼ିର ଭାଗିଦାରୀ ପ୍ରଜାଶୋଷଣକୁ ପ୍ରତିହତ କରି କୃଷକ-ଶ୍ରମିକ ସପକ୍ଷବାଦୀ ଗଣାଭିମୁଖୀ ବିଧି ବ୍ୟବସ୍ଥା ନିମନ୍ତେ, ତଥା ନିଯୁକ୍ତି ଭିତ୍ତିକ ଯୋଜନାର ରୂପାୟନ ପାଇଁ ପ୍ରାର୍ଥୀ ହୋଇଥିବା ସେ ପ୍ରକାଶ କରିଛନ୍ତି। ସି.ପି.ଆଇ.(ଏମ୍)ର ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ର, ଶରତଚନ୍ଦ୍ର ବେହେରା,ଗୋଲକ ବିହାରୀ ମୁଦୁଲି, ପବିତ୍ର ଇନ୍ଦ୍ରଜିତ ଓ ନିତ୍ୟାନନ୍ଦ ପରିଡ଼ା ପ୍ରାର୍ଥୀପତ୍ର ଦାଖଲ ବେଳେ ଉପସ୍ଥିତ ଥିଲେ।
Read Moreଫାଲପାଜୁ ହାଟ ପଡିଆଠାରେ ଆନ୍ତର୍ଜାତୀୟ ଶ୍ରମ ଦିବସ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ବାଣିଗୋଛ୍ଛା ପଞ୍ଚାୟତର ଫାଲପାଜୁ ହାଟ ପଡିଆଠାରେ ଆନ୍ତର୍ଜାତୀୟ ଶ୍ରମ ଦିବସ -୨୦୨୪ ପାଳନ ହୋଇଯାଇଛି। ୭୦ଜଣ ଅଣସଂଗଠିତ ଶ୍ରମିକଙ୍କୁ ମେ ୧ ତାରିଖରେ “ଶ୍ରମିକଦିବସ” ପାଳନର ତତ୍ପର୍ଯ୍ୟ ସଂପର୍କରେ ଉପସ୍ଥିତ ଅତିଥିମାନେ ବୁଝାଇଥିଲେ। “ନୟାଗଡ ଜିଲ୍ଲା କାର୍ଯ୍ୟରତ ନିର୍ମାଣ ଶ୍ରମିକ ମହାସଂଘ”ର ସାଧାରଣ ସଂପାଦକ ତଥା ସାମ୍ବାଦିକ ବସୁଦେବ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରମିକ ଏକତା,ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ସମଧାନର ମାର୍ଗ ଏବଂ ଉଭୟ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ଶ୍ରମିକ କଲ୍ୟଣ ଯୋଜନା ବିଷୟରେ ବୁଝାଇଥିଲେ। ବରିଷ୍ଠ ଶ୍ରମିକ ନେତା ରଘୁନାଥ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶ୍ରମିକନେତା କର୍ଣ୍ଣ ଜାନୀ,ଅହଲ୍ୟା ଖମାରୀ,ମିଲି ବାରିକ,ବିରେସନ କହଁର ଏବଂ ମନୋରଂଜନ ପ୍ରଧାନ ପ୍ରମୁଖ ଶ୍ରମିକମାନଙ୍କ ବହୁ ସମସ୍ୟା ଉପସ୍ଥାପନ କରିଥିଲେ। ଆଗାମୀ ଦିନରେ ଶ୍ରମିକମାନେ…
Read Moreବିଶ୍ୱ ହାସ୍ୟ ଦିବସରେ ହେବାକୁ ଥିବା ହସି-ହସାଅ କାର୍ଯ୍ୟକ୍ରମ ସ୍ଥଗିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଚଳିତ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବିଶ୍ଵ ହାସ୍ୟ ଦିବସ -୨୦୨୪ ଉପଲକ୍ଷେ ମଇ ମାସ ପ୍ରଥମ ରବିବାର ୫ ତାରିଖ ଦିନ ନୟାଗଡ଼ ଜିଲ୍ଲା ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ପାଳିତ ହେବାକୁ ଥିବା “ ହସି-ହସାଅ” କାର୍ଯ୍ୟକ୍ରମ ଏବଂ ଉତ୍କଳଘଣ୍ଟ ହାସ୍ୟ ରସିକ ଉପାୟନ ପ୍ରଦାନ ଉତ୍ସବ ସ୍ଥଗିତ ରଖାଗଲା ବୋଲି ଅନୁଷ୍ଠାନର ସଭାପତି ପ୍ରମୋଦ ପଟ୍ଟନାୟକ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।
Read Moreଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆନ୍ତର୍ଜାତିକ ଶ୍ରମ ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନନ୍ଦ ନାରାୟଣ ମହାରଣାଙ୍କ ପରାମର୍ଶ କ୍ରମେ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପୁରୁଣା କୋର୍ଟ ପରିସରରେ “ଆନ୍ତର୍ଜାତିକ ଶ୍ରମ ଦିବସ” ପାଳିତ ହୋଇଅଛି । ନୟାଗଡ଼ କ୍ଷେତ୍ର ଶ୍ରମ ଆୟୁକ୍ତ, ଭାରପ୍ରାପ୍ତ ଅଧିକାରୀ ଚିତ୍ତରଞ୍ଜନ ରାଉତ ଅତିଥିମାନଙ୍କୁ ସ୍ଵାଗତ ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି, ବିଶେଷ କୁମାର ସାହୁ ଶ୍ରମ ଆଇନ ଏବଂ ଶ୍ରମିକ ବ୍ୟବସ୍ଥାର ବିଶେଷତ୍ଵ, ଆଇନଗତ ସହାୟତା ଏବଂ କ୍ଷତି ପୂରଣ ବ୍ୟବସ୍ଥାର ତର୍ଜମା କରିଥିଲେ। ୨୦୨୪ ମସିହାର ତତ୍ଵ- “ପରିବତ୍ତିତ ଜଳବାୟୁରେ କାର୍ଯ୍ୟକ୍ଷେତ୍ରରେ ନିରାପତ୍ତା ଏବଂ ସ୍ଵାସ୍ଥ୍ୟ ପ୍ରତିବଦ୍ଧତା” କିପରି ପାଳନ କରାଯାଇ ପାରିବ ତାହା ଉପରେ ଆଲୋକପାତ…
Read Moreନୟାଗଡ଼ ବିଧାୟକ ଡ. ଅରୁଣଙ୍କ ଗ୍ରୀନ୍ କ୍ୟାମ୍ପେନ୍
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ବିଜେଡିର ଜୋରଦାର ପ୍ରଚାର ଚାଲିଛି । ନୟାଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ଗ୍ରୀନ୍ କ୍ୟାମ୍ପେନ୍ ଜରିଆରେ ଲୋକଙ୍କ ନିକଟତର ହେଉଛନ୍ତି । ଆଜି ନୟାଗଡ଼ ବ୍ଲକ ଅନ୍ତର୍ଗତ ମେଳାମ୍ବ, ଦାମୋଦରପୁର, ଖେଡ଼ପଡ଼ା, ବାରବାଟି, ରାଉତରାପୁର, ପଥୁରିପଡ଼ା ତଥା ଧାମଣେଇ, ଲକ୍ଷ୍ମୀପ୍ରସାଦ, ଗୈାଡ଼ଗାଁ, ବରପଲ୍ଲୀ ଗାଁରେ ନିର୍ବାଚନ ପ୍ରଚାର ହୋଇଛି। ଏହି ପ୍ରଚାରରେ ଶହ ଶହ ସଂଖ୍ୟାରେ ମହିଳା ଯୋଗ ଦେଇ ଏଥର ଯୋଡ଼ି ଶଙ୍ଖ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେବ ବୋଲି ଆର୍ଶୀବାଦ ଦେଇଥିଲେ। ନୟାଗଡ଼ ମାଟିର ବିକାଶ ଓ ଉନ୍ନତୀକୁ ସର୍ବଦା ଗୁରୁତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼କୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି। ଓଡ଼ିଶାକୁ ଏକ ପ୍ରଗତୀ ଶୀଳ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ କରି ଆସୁଥିବା ଅନେକ ଜନହିତକର…
Read Moreବିଜେଡିର ମିଶ୍ରଣ ପର୍ବ, ଶକ୍ତିହୀନ ହେଉଛି ବିରୋଧୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି । ବିରୋଧୀ ଦଳର ୧୭୦୦ ରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଲେଣି । ଦିନକୁ ଦିନ ଶକ୍ତିହୀନ ହେଉଛି ବିରୋଧୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତୀ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଉଛନ୍ତି ବିରୋଧୀ ନେତା । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନିତି ଆଦର୍ଶ ଓ ବିକାଶ ମୁଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଅନେକ ବିରୋଧୀ ନେତା ବିଜେଡିରେ ଯୋଗ ଦେଉଛନ୍ତି । ଯୁବ ଶକ୍ତିକୁ ନେଇ କରାଯାଇଥିବା ଫ୍ଲାଗ ମାର୍ଚ୍ଚ ବିରୋଧୀଙ୍କୁ ଶକ୍ତ ଝଟ୍କା ଦେଇଛି । ୧୦ ହଜାରରୁ ଉର୍ଦ୍ଧ୍ୱ କର୍ମୀ ଏଥିରେ ସାମିଲ ହୋଇଥିଲେ । ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡି କିପରି…
Read Moreଖର୍ଜ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ୧୧୯-ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ୧୨୨- ନୟାଗଡ଼ ନିର୍ବାଚନ ମଣ୍ଡଳୀର ଖର୍ଚ୍ଚ ପର୍ଯ୍ୟବେକ୍ଷକ ଅନିଲ ପାଣ୍ଡେ, ଭାରତୀୟ ରାଜସ୍ୱ ସେବା (ମୋ-୭୯୭୮୮୩୮୪୦୩) ନୟାଗଡ଼ ଗସ୍ତ କରି ଅପରାହ୍ନ ୫ଘଟିକା ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉଭୟ ରଣପୁର ଏବଂ ନୟାଗଡ଼ ନିର୍ବାଚନ ମଣ୍ଡଳୀ ଦ୍ଵୟର ଖର୍ଚ୍ଚ ବିଷୟରେ ସମୀକ୍ଷା କରିଥିଲେ । ନିର୍ବାଚନକୁ କିପରି ସ୍ଵଚ୍ଛ, ନିରପେକ୍ଷ ଓ ଅବାଧରେ କରାଯିବ ତାହା ଉପରେ ଗୁରୁତ୍ଵ ଦେଇଥିଲେ । ନିର୍ବାଚନରେ ବିଭିନ୍ନ ପ୍ରାର୍ଥୀମାନଙ୍କର ନିର୍ବାଚନୀ ଖର୍ଚ୍ଚର ଟିକିନିଖି ହିସାବ ସଂପୃକ୍ତ ପ୍ରାର୍ଥୀଙ୍କ ହିସାବ ଖାତାରେ ପଂଜିକୃତ କରିବା ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ପାଣ୍ଡେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ନିର୍ବାଚନ ସଂପର୍କରେ ହୋଇଥିବା ସମସ୍ତ ବୈଠକର ତଥ୍ୟ ଜିଲ୍ଲା ନିର୍ବାଚନ ଅଧିକାରୀ ସ୍ଵାଧା ଦେବ ସିଂ ପର୍ଯ୍ୟବେକ୍ଷକଙ୍କୁ ଅବଗତ କରାଇଥିଲେ…
Read More୧୨ପଞ୍ଚାୟତ ମୁଖ୍ୟ ଗାଁରେ ନିର୍ବାଚନ ସଭା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ତଥା ପୁରୀ ସଂସଦୀୟ କ୍ଷେତ୍ର ଅଧିନସ୍ଥ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ଗ୍ରୀନ କ୍ୟାମ୍ପନକୁ ଗୁରୁତ୍ୱ ଦେଉଛନ୍ତି । ଅରୁଣଙ୍କ ଗ୍ରୀନ୍ କ୍ୟାମ୍ପେନ୍ରେ ଆଜି ପୁରୀ ବିଜେଡି ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ସାମିଲ ହୋଇଛନ୍ତି । ଆଜି ଅପରାହ୍ନରୁ ରାତି ମଧ୍ୟରେ ନୟାଗଡ଼ ବ୍ଲକ ୧୨ଟି ପଞ୍ଚାୟତ ମୁଖ୍ୟ ଗାଁରେ ନିର୍ବାଚନ ପ୍ରଚାର ସଭା କରାଯାଇଛି । ନୟାଗଡ଼ ବ୍ଲକ ଅନ୍ତର୍ଗତ କେନ୍ଦୁଢିପି, ନୋତର, ଗମ୍ଭାରିଡିହି, ଲାଠିପଡ଼ା, ଇଟାମାଟି, ବଡ଼ପଣ୍ଡୁସର, ବାଉଁଶିଆପଡ଼ା, ଜହ୍ନିପଦା, ବିରୁଡ଼ା, ଇକିରି, ରାଜପାଟଣା, କାଳିକାପ୍ରସାଦ ଗାଁରେ ସଭା ଅନୁଷ୍ଠିତ ହୋଇଛି । ଉକ୍ତ ଗ୍ରାମବାସୀଙ୍କ ପକ୍ଷରୁ ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସଭାରେ ଶହ ଶହ ସଂଖ୍ୟାରେ…
Read More୨୦ରୁ ଉର୍ଦ୍ଧ୍ୱ ବିରୋଧୀ ନେତା ବିଜେଡିରେ ସାମିଲ
ଦିନକୁ ଦିନ ଦିଗହରା ହେଉଛି ବିରୋଧୀ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି । ବିରୋଧୀ ଦଳର ୧୭୦୦ ରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଲେଣି। ଦିନକୁ ଦିନ ଶକ୍ତିହୀନ ହେଉଛି ବିରୋଧୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତୀ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଉଛନ୍ତି ବିରୋଧୀ ନେତା । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନିତି ଆଦର୍ଶ ଓ ବିକାଶ ମୁଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଅନେକ ବିରୋଧୀ ନେତା ବିଜେଡିରେ ଯୋଗ ଦେଉଛନ୍ତି । ଗତ କାଲି ଯୁବ ଶକ୍ତିକୁ ନେଇ ଏକ ଫ୍ଲାଗ ମାର୍ଚ୍ଚ କାର୍ଯ୍ୟକ୍ରମ ବିଜେଡି ପକ୍ଷରୁ କରାଯାଇଥିଲା । ୧୦ ହଜାରରୁ ଉର୍ଦ୍ଧ୍ୱ କର୍ମୀ ଏଥିରେ ସାମିଲ ହୋଇଥିଲେ…
Read More