ବସିରନ ବିବିଙ୍କ ଶିଶୁ ଓ କିଶୋର କବିତା ବରଷା ରାଣୀବରଷା ରାଣୀ ତା’ ଆଖିରେ ପାଣିରୁଷିଗଲେ ଜମା, ଡାକ ଶୁଣେନିମୁହଁକୁ ଫୁଲାଇ, ବସି ପଡିଥିଲେସୂରୁଜ ଲୁଚଇ ଦେଖି ତା’ ଠାଣିଆଖିରେ ପାଣି ତା’ ଆଖିରେ ପାଣି (୧) ଖରା ତେଜେ ଧରା ହେଲେ ତପତଶୁଖିଯାଏ ନଦୀ ନିର୍ଝର ଗାତ୍ରପ୍ରାଣୀଙ୍କ ଆରତ, ଦୁଃଖ ଅପ୍ରମିତଦେଖି ଭୁଲିଯାଏ ରାଗ ରୁଷାଣୀ ।ଆଖିରେ ପାଣି, ତା ଆଖିରେ ପାଣି ( ୨) ଗଛ ଲତାଙ୍କର ଝାଉଁଳା ଦେହଦେଖି କଳିନିଏ ମାଟିର କୋହ,ଦରଦୀ ଛାତି ତା’ କୋରି ହୋଇଯାଏଜଗତ କଲ୍ୟାଣେ, ଜାଗେ ତତକ୍ଷଣିଆଖିରେ ପାଣି, ତା’ ଆଖିରେ ପାଣି (୩) ଦେଖେ ମଉସୁମୀ ସାଗରୁ ଉଠିଆସୁଅଛି ତାର ହେବାକୁ ସାଥୀକଳାମେଘି ପାଟ ଜଡାଇ ଦେହରେତା’ ସାଙ୍ଗରେ ଧାଇଁ ଯାଏ ସେ କ୍ଷଣି ବରଷାରାଣୀ, ତା’ ଆଖିରେ ପାଣି (୪) ଧାଇଁ ଯାଉ ଯାଉ…
Read MoreCategory: କବିତା
କେନ୍ଦେରା, କରୋନା ଓ ବେତାଳ କଥା
ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ଲିଖିତ ‘କେନ୍ଦେରା, କରୋନା ଓ ବେତାଳ କଥା’ ମୃତ୍ୟୁ-ଧ୍ୱନିର ବି ଗୋଟେ ଧୂନ୍ ଥାଏଯେମିତି ଆତଙ୍କରେ ଶିହରଣ ।ନିଜ ତାନ ରେ ନିଜେ ତଲ୍ଲୀନ ହୋଇଯିବା ବୋଧେସର୍ବଶ୍ରେଷ୍ଠ ବିକଳ୍ପ –ବିଭିଷିକାର ଘୋ ଘୋ ଗର୍ଜନକୁ ମାତ୍ ଦେବାପାଇଁ।କବିତା ଉନ୍ମୁକ୍ତ ହୁଏ… ସଂଗୀତ ବିସ୍ତରୀ ଯାଏ….ଚରିତ୍ରମାନେ ସଜିଲ୍ ହୋଇ ବାହାରିଆସନ୍ତି କ୍ୟାନଭାସରୁକେଜାଣି ଅଲବିଦା କହିବାକୁ କିପଦ୍ମ ପତରେ ଠୋପେ ପାଣି ହୋଇଯିବାକୁ !କାନ୍ଧରୁ ବେତାଳ ନ ଉଡ଼ିବା ଯାଏଁ – ଶାନ୍ତି କାହିଁ ?ଉଡିଗଲେ ବା – ଆଶ୍ୱ।ସନା କାହିଁ ??ମାଟି ଗାଉନାହିଁ ଆବାହନୀ ମନ୍ତ୍ରପବନରେ ନାହିଁ ଅମୃତ ଆହ୍ୱାନପରସ୍ତ ପରସ୍ତ ବିଭତ୍ସ ଅଂଧାର ଢାଳିଯାଇଛି ଆକାଶରେ।ଛାତି ଭିତରେ ରହିରହି ଶୁଣାଯାଉଛି ଖାଲି –ଆସିଛି ଏକା ..ଯିବି ମୁଁ ଏକା…….;ବିଶୁନୁ ଯୋଗୀର ଲାଉତୁମ୍ବା ଲଟକିଛି ମାଟି କାନ୍ଥ ପିଠିରେକିବା କଳାକାରଟେ ଯେଶ୍ରଦ୍ଧାଞ୍ଜଳିରେ ଭରିଯାଇଥାନ୍ତା ଫେସବୁକ,…
Read Moreଆହ୍ୱାନ
ବସିରନ୍ ବିବିଙ୍କ ଶିଶୁ କବିତା “ଆହ୍ୱାନ” କୋଟିଏ ପ୍ରଣତି ତୁମରି ପୟରେହେ ନମସ୍ୟ ଗୁରୁକୁଳଜ୍ଞାନ ଆଦିତ୍ୟ ହେ ତୁମ ଆଲୋକରେହର ତମିର ଅନ୍ଧାର ।ାତୁମେ ସରଜିଛ କେତେ ଗୁଣୀ ଜ୍ଞାନୀନୀତି ଆଦରଣ ଦେଇଶ୍ରୀରାମ, ଶ୍ରୀକୃଷ୍ଣ ଶିଷ୍ୟ ସରଜିଲଜଗତ କଲ୍ୟାଣ ଧ୍ୟାୟୀ ।ାଦାନବ ସଂହାର ପାଇଁ ଶିଷ୍ୟହସ୍ତେଅସ୍ତ୍ର ଦେଇଥିଲ ତୋଳିତୁମେ ବିଶ୍ୱାମିତ୍ର ସଦ୍ଗୁରୁ ବଶିଷ୍ଠଗୁରୁକୁଳର ମଉଳି ।ାତୁମେ ରାମ ଦାଶ ଗୁରୁ ଉପଯୁକ୍ତପ୍ରଜାଙ୍କର ହିତ ପାଇଁସମ୍ରାଟ ଶିଷ୍ୟଙ୍କ ଆଖି ଖୋଲିଅଛଭିକ୍ଷାଥାଳ ହସ୍ତେ ନେଇ ।ାଆଜି ଏ ସମାଜେ ଶତ ହାହାକାରଦୁର୍ନୀତି ବିସ୍ତାରେ କାୟାକାହିଁ ପାଇଁ କୁହ ନୀରବେ ବିଳପେତବ ସଦଗୁରୁ ପଣିଆ ।ାସମୟ ଡାକୁଛି ଜାଗ ଗୁରୁକୁଳସମାଜ ସୁଧାରି ଦିଅଉତ୍ତମ ମଣିଷ ଗଢ଼ିଦେବା ପାଇଁଅଣ୍ଟାଭିଡ଼ି ଠିଆହୁଅ ।ା ବିଶିଷ୍ଠ ଲେଖିକା, ସମାଜସେବୀ, ନୟାଗଡ
Read Moreପତ୍ରର ପରିଭାଷା
ହରିଶ ପ୍ରଧାନ (ଗୀତିକଳ୍ପ) ଡେଙ୍ଗା ତାଳଗଛ ମାଟିକି ଶୁଣାଏଜୀବନର ପରିଭାଷା ।ଜୀବନ କହିଲେ ଜନମ-ମରଣଆଉ ଗୋଟେ ଛୋଟ ବସା।।କେତେ ଯେ ଉର୍ଦ୍ଧ୍ବରେ ରହିଛି ଦେଖ ହୋବାଟୋଇ ମୋ ପତ୍ରଡାଳ।ବାଟ ଚାଲୁଅଛ କାହାକୁ ଖୋଜୁଛଦେଖ ଏ ସଂସାର ଖେଳ।।ବାଟୋଇ ଦେଖିଲା ତିନିଗୋଟି ପକ୍ଷୀରଚିଛନ୍ତି ତିନି ନୀଡ଼ଚେଁ ଚେଁ ନାଦେ କମୁଛି ଗଗନପତ୍ର ହୁଏ ଫଡ଼ଫଡ଼।।ଚାଲିଥିଲା ସେଠି ବାହୁଙ୍ଗାଙ୍କ ମଧେସଂସାରର ଆଲୋଚନା।ତିନିପକ୍ଷୀ ବସି ଶୁଣିଲେ ସଂସାରବିଷୟ ବିଷ ବାସନା।।ତଳ ବାହୁଙ୍ଗାଟି ବିଷାଦେ କହୁଛିଗଲା ମୋର ଦିନକାଳସକାଳକୁ ଆଉ ଏଇଠି ନଥିବିଆସିଲାଣି ଶେଷବେଳ।।ସଂସାର ଦୁଃଖରେ ପାଚି ଗଲିଣି ମୁଁମୋ କାମ ଗଲାଣି ସରିଏହି ଏକା ସତ୍ୟ ମାଟିରେ ମିଶିବିଦୁନିଆକୁ ପିଠି କରି ।।ମଝି ବାହୁଙ୍ଗାଟି ତାଳମେଳ ରଖିକହିଲା ଶୁଣ ହେ ଶୁଣସୁଖ ଦେଖିଲିଣି ଦୁଃଖ ଦେଖିଲିଣିସୁଖ ତ ଅଢ଼େଇଦିନ।।ଜୀବନେ ଆସିଛି ଭୋଗିବାକୁ ଏଠିସଂସାରର ସାର ଯେତେତୋହ ପଛେପଛେ ମୁଁ ବି ଚାଲିବିଗରବ…
Read Moreଖରା ଛାଇ
ଜୀବନ ଜ୍ୟୋତି ଷଡଙ୍ଗୀଜୀବନ ଟା ଗୋଟିଏ ଖରା ଛାଇ ଖେଳସେ ଖେଳରେ ତୁମେ ଜଣେ ପକା ଖେଳୁଆଳହାରିବା ଜିତିବା ନୁହେଁ ସେ ଖେଳର ନିୟମକେବଳ ପ୍ରେମ ଓ କେଇ ପଦ କଥାର ବନ୍ଧନ ନିଛାଟିଆ ଖରା ବେଳେ ପଚାରେ ଛାଇକୁକେବେ ତୁମେ ଛୋଟ ହୁଅ ?କେବେ ହୁଅ ବଡ ?ଉତ୍ତର ନ ପାଇ କିଛି ମନେ ମନେ ଭାବେସତ ରେ କଣ ଜୀବନ ଟାଖରା ଛାଇ ଖେଳ ? ପିଜି, ଉଦ୍ଭିଦ ବିଜ୍ଞାନ ଛାତ୍ରରାୟଗଡ଼ା ସ୍ବଂୟଶାସିତ ମହାବିଦ୍ୟାଳୟ, ରାୟଗଡାଫୋନ୍ :୬୩୭୨୭୭୧୭୨୭
Read Moreସମ୍ପର୍କ ‘ଆଜି’ ଓ ‘କାଲି’ର
ଶରତ ଚନ୍ଦ୍ର ଷଡଙ୍ଗୀ (ଶିକ୍ଷକ) ସାତ ଜନମର ତପସ୍ୟା କରି ମୁଁପାଇଛି ତୁମକୁ ଆଜିତୁମ ସ୍ନେହ ମୋର ଅଭୁଲା ଅତୀତକରିଛି ମୋତେ ସେ ପାଜି ତୁମେ ମୋ ସପନ ତୁମେ ମୋର ମନତୁମେ ମୋର ପ୍ରାଣ ଧନତୁମ ସାଥେ ରହି ବିତି ଯାଉ ମୋରବାକି ଥିବା ଏ ଜୀବନ ଆଜି ଯା ଦେଖୁଛି ତୁମ ସାଥେ ରହିକାଲି କି ହୋଇବ ବାସିସଞ୍ଜ ସକାଳରେ ତୁମକୁ ଖୋଜିବିତୁମେ ଚାଲି ଗଲେ ରୁଷି ଗାଧୁଆ ତୋଠରେ ନିଇତି ଢାଳିବିଆଞ୍ଜୁଳା ରେ ଧରି ନୀରତୁମେ ମୋ ଦେବତା ତୁମେ ମୋ କରତା କରିବନି କେବେ ପର ସଞ୍ଜ ଚଉରା ରେ ନିଇତି ଜାଳିବିତୁମ ନାମେ ସଞ୍ଜ ଦୀପତୁମେ ଜାଳିଦେବ ମୋ ମନ ରାଇଜୁଯଦି ଜନ୍ମ ନିଏ ପାପ ଓଡଗାଁ, ନୟାଗଡ଼ଫୋନ୍: ୮୭୬୩୨୧୦୯୦୪
Read Moreଦୀନବନ୍ଧୁ ହେ, କୃପାସିନ୍ଧୁ ହେ
ଉମେଶ ଚନ୍ଦ୍ର ମହାପାତ୍ରଦୀନବନ୍ଧୁ ହେ, କୃପାସିନ୍ଧୁ ହେଏମିତିକା ବେଶ କାହିଁ ହୋଇଛପାଦନାହିଁ ତବ ଚାଲୁଛ କିପରିହାତ ନାହିଁ ତୁମ ଖାଉଛ କିପରିକାନ ନାହିଁ ତବ ଶୁଣୁଛ କିପରିଚକା ନୟନରେ ଖାଲି ଦେଖୁଛବନ୍ଦ ପାଟିରେ କେମିତି କହୁଛ.. ।।ସୁନା ମୁକୁଟକୁ ଲଗାଇଣ ପ୍ରଭୁରଜା ବେଶ ବୋଲି ତାକୁ କହୁଛସୁନାର ଖଡ଼ୁକୁ ହାତରେ ଲଗାଇହାତ ବୋଲି ତୁମେ ତାକୁ କହୁଛ ।।ତୁଳସୀ ପତରେ ମାଳ କରି ପ୍ରଭୁଭକତ ଜନଙ୍କୁ ଟାଣି ନେଉଛପିନ୍ଧି କରି ରାଧା ମନ ମୋହୁଛ ।।ଗୋଡ଼ବୋଲି ଯୋଡ଼େ କହୁଛପାଖେ ରଖି ତାକୁ ଗୋଡ଼ କହୁଛନିର୍ମାଲ୍ୟ କୈବଲ୍ୟ ପାଶେ ରଖି ପ୍ରଭୁଭକତ ଜନଙ୍କୁ ଟାଣି ନେଉଛ।। ଏମିତିକା ବେଶ ଅତି ମନଲୋଭାକାହିଁକି ଏପରି ତୁମେ ହେଉଛକହେ ଉମାଈଶ ପ୍ରଭୁ ତୁମ ଦାସମର୍ତ୍ତ୍ୟ ମଣ୍ଡଳକୁ ଟାଣି ନେଉଛ ।। ନୟାଗଡ଼, ମୋ – 9437106737
Read Moreଅନୁଚିନ୍ତା
ବ୍ରଜ କିଶୋର ମହାପାତ୍ର ଦୁଃଖ ଯେତେ ଦେବ ଦିଅ ମହାବାହୁ ସହିବାକୁ ଦିଅ ଶକ୍ତି,ପାପ, ତାପ, କ୍ଳେଶ ଭୋଗୁଛି ଅବଶ୍ୟ ହୃଦେ ଭରିଦିଅ ଭକ୍ତି ॥ଜଞ୍ଜାଳ କାମନା ବିଷୟ ବାସନା ଦେହେ ରଖିଛି ସାଇତି,ତୁମ୍ଭେ ଦୟାକଲେ ହେ! ଦୟାସାଗର ବିଷୟାରୁ ହେବି ମୁକ୍ତି ॥ତୁମ୍ଭ ଇସାରାରେ ଏ ସଂସାର ଚାଲେ ପ୍ରଭୁ ତ ଜଗତ ପତି,ଯାହା ଭାଗ୍ୟେ ଯାହା ଅଛି ଚଉବାହା ଭୋଗେ ସିଏ ଦିବାରାତି ॥ସତ୍ୟପଥ ଧରି ଚାଲେ ଅନୁସରି ତୁମ୍ଭେ ଅଛ ମୋର କତି,ମୋହର ବିଶ୍ୱାସ ପ୍ରଭୁ ପ୍ରଭୁ ହୃଶିକେଶ ଦର୍ଶନେ ମିଲଇ ଶାନ୍ତି ॥ନିଖିଳ ନିୟନ୍ତା ବିଶ୍ୱ ପିତାମାତା ଦୟାକର ହେ! ଶ୍ରୀ ପତି,ମାୟା ସଂସାରରେ ସୁଖ ଦୁଃଖ ଭୋଗୀ ମନ ପକ୍ଷୀ ଚାହେଁ ମୁକ୍ତି ॥ଭବ ବୋଇତରେ ନାଉରୀ ତୁମ୍ଭେ ତ ଦିଅନ୍ତୁ ପରମ ଗତି,ଦୀନ ହୀନ ଜଣେ ତୁମ୍ଭଶ୍ରୀ ଚରଣେ…
Read Moreପକ୍ଷୀ ଜନ୍ମରୁ ପାରିକର
ବିଶ୍ୱନାଥ ମହାପାତ୍ର ପିଲା ମୋର ନବ-ଉଦୟରେ ପଢ଼ୁଛି!ବାପା ମନ ମୋର ମହା-ଆକାଶରେ ଉଡ଼ୁଛି!ଖୁଆଡ଼-ଖୁଆଡ଼- ସାତପରସ୍ତ,ବାଡ଼- ତାରଘେରା ଜବରଦସ୍ତ,ଲୁହା ପଞ୍ଜୁରୀରେ ପୋଷା ଶୁଆପରିଦିନକରେ ମଞ୍ଜେ ବଢ଼ୁଛି!ବାପାମନ ମୋର ମହାଆକାଶରେ ଉଡ଼ୁଛି!ଶନି ରବିବାର ସାକ୍ଷାତ ଦିନଭେଟଭାଟ ପାଇଁ ଅଥୟ ମନମାଆ ତାହାର- ମନ କୋହରସିରାଗୁଡ଼ ଦଳି ଏଡ଼େ ପାହାରଫାଲୁଆ ଆରିଷା କରିଚି!ବାଡ଼ି ନଡ଼ିଆର କୋରୁଆଁ ପୁରପେଟେ ପେଟେ ସେତ ଭରିଚି ।ପିଠା କଲାବେଳେ ପିଲାକଥା ଭାବିତା’ ଆଖିରୁ କେତେ ଝରିଚି ।ଚାରିପଟେ ତାରବାଡ଼ ପାଚେରୀନବ-ଉଦୟଙ୍କୁ ରହିଚି ଘେରି ।ପାଚେରୀ ଫାଟକେ ଦାନ୍ତି କବାଟପବନକୁ ଫାଶ, ଜଗିଚି ବାଟ ।ଭିତରୁ ବାହାର – ବାହାରୁ ଭିତରଯିବା- ଆସିବାକୁ ପୂରା ଆକଟ ।ଗେଏଟେ ପାଖରେ ବାପା ମା’ ଦଳକା’ ହାତେ ବିସ୍କୁଟ୍ କା’ହାତେ ଫଳ,ଆ’ ଚୁ-ଚୁ ଡାକରେମାପିଚୁପି ପାଦ ପକେଇ ପକେଇପିଲା ଚାହୁଁଛନ୍ତି ଲୁହା ରେଲିଙ୍ଗର ଫାଙ୍କରେ ।ପିଲାର ଆଖିରେ ଲୁହ ଟଳମଳବାପା…
Read Moreଫେରିଛି ଅତୀତ
ସୌଦାମିନି ମିଶ୍ରହଜିଲା ଅତୀତ ଆସିଛି ଗୋ ସଖି ସ୍ମୃତିର ପସରା ଧରି,ଅପେକ୍ଷାରେ ଆଶା ଅନ୍ତ ଘଟିଛି ମୋ ଏତେ ନିକଟେ କିପରି!ଅବାକ୍ ଲାଗଇ ଫେରିବା ସ୍ମୃତିକୁ ନିରାଶ ଜୀବନେ ପାଇ,ସୁନେଲି ସପନ ପରେ ବାସ୍ତବତା ସତଲାଗେ ମୋହ ପାଇଁ ।ହୃଦୟ ମୋହର ହୋଇଛି ବିଦିର୍ଣ୍ଣ ଚରମ ବିଶ୍ୱାସଘାତେ,ଅଶ୍ରୁଳ ନୟନେ ଅନୁତାପ କଣ୍ଠେ କ୍ଷମା ଆଚରଣ ପାତେ ।ଅତୀତକୁ ପୁଣି ସାଉଁଟି ଆଣିଲି ହୃଦୟେ କ୍ଷମା ଆପେକ୍ଷୀ,ସରଳ ହୃଦୟ ନିଷ୍କପଟ ତା’ର ଅନୁରୋଧ ରକ୍ଷା ରଖି ।ବୃଥା ଅହଙ୍କାରେ ସନ୍ଦେହ ଆଧାରେ ନିଜଠୁ ନିଜେ ଦୂରେଇ,ସମୟ ସାପକ୍ଷେ ହଜିଲା ଅତୀତ ଫେରିଆସେ ପୁଣି ପଛେଇ । ନୀଳାଦ୍ରି ବିହାର, ନୟାଗଡ, ମୋ- ୯୯୩୭୫୮୮୦୩୫
Read More