ଆହ୍ୱାନ

ବସିରନ୍ ବିବିଙ୍କ ଶିଶୁ କବିତା “ଆହ୍ୱାନ”

କୋଟିଏ ପ୍ରଣତି ତୁମରି ପୟରେ
ହେ ନମସ୍ୟ ଗୁରୁକୁଳ
ଜ୍ଞାନ ଆଦିତ୍ୟ ହେ ତୁମ ଆଲୋକରେ
ହର ତମିର ଅନ୍ଧାର ।ା
ତୁମେ ସରଜିଛ କେତେ ଗୁଣୀ ଜ୍ଞାନୀ
ନୀତି ଆଦରଣ ଦେଇ
ଶ୍ରୀରାମ, ଶ୍ରୀକୃଷ୍ଣ ଶିଷ୍ୟ ସରଜିଲ
ଜଗତ କଲ୍ୟାଣ ଧ୍ୟାୟୀ ।ା
ଦାନବ ସଂହାର ପାଇଁ ଶିଷ୍ୟହସ୍ତେ
ଅସ୍ତ୍ର ଦେଇଥିଲ ତୋଳି
ତୁମେ ବିଶ୍ୱାମିତ୍ର ସଦ୍‌ଗୁରୁ ବଶିଷ୍ଠ
ଗୁରୁକୁଳର ମଉଳି ।ା
ତୁମେ ରାମ ଦାଶ ଗୁରୁ ଉପଯୁକ୍ତ
ପ୍ରଜାଙ୍କର ହିତ ପାଇଁ
ସମ୍ରାଟ ଶିଷ୍ୟଙ୍କ ଆଖି ଖୋଲିଅଛ
ଭିକ୍ଷାଥାଳ ହସ୍ତେ ନେଇ ।ା
ଆଜି ଏ ସମାଜେ ଶତ ହାହାକାର
ଦୁର୍ନୀତି ବିସ୍ତାରେ କାୟା
କାହିଁ ପାଇଁ କୁହ ନୀରବେ ବିଳପେ
ତବ ସଦଗୁରୁ ପଣିଆ ।ା
ସମୟ ଡାକୁଛି ଜାଗ ଗୁରୁକୁଳ
ସମାଜ ସୁଧାରି ଦିଅ
ଉତ୍ତମ ମଣିଷ ଗଢ଼ିଦେବା ପାଇଁ
ଅଣ୍ଟାଭିଡ଼ି ଠିଆହୁଅ ।ା

ବିଶିଷ୍ଠ ଲେଖିକା, ସମାଜସେବୀ, ନୟାଗଡ

Related posts