ଜୀବନ ଜ୍ୟୋତି ଷଡଙ୍ଗୀ
ଜୀବନ ଟା ଗୋଟିଏ ଖରା ଛାଇ ଖେଳ
ସେ ଖେଳରେ ତୁମେ ଜଣେ ପକା ଖେଳୁଆଳ
ହାରିବା ଜିତିବା ନୁହେଁ ସେ ଖେଳର ନିୟମ
କେବଳ ପ୍ରେମ ଓ କେଇ ପଦ କଥାର ବନ୍ଧନ
ନିଛାଟିଆ ଖରା ବେଳେ ପଚାରେ ଛାଇକୁ
କେବେ ତୁମେ ଛୋଟ ହୁଅ ?
କେବେ ହୁଅ ବଡ ?
ଉତ୍ତର ନ ପାଇ କିଛି ମନେ ମନେ ଭାବେ
ସତ ରେ କଣ ଜୀବନ ଟା
ଖରା ଛାଇ ଖେଳ ?
ପିଜି, ଉଦ୍ଭିଦ ବିଜ୍ଞାନ ଛାତ୍ର
ରାୟଗଡ଼ା ସ୍ବଂୟଶାସିତ ମହାବିଦ୍ୟାଳୟ, ରାୟଗଡା
ଫୋନ୍ :୬୩୭୨୭୭୧୭୨୭