ବହୁଭାଷୀ ଦେଶ ପାଇଁ ଅନୁବାଦ ଏକ ଆବଶ୍ୟକତା

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ଅନୁବାଦ ସାହିତ୍ୟ ସଂଗଠନ ଆନୁକୁଲ୍ୟରେ ଅନ୍ ଲାଇନ୍ ମାଧ୍ୟମରେ ଜାତୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦେଶର ବିଭିନ୍ନ ପ୍ରାନ୍ତରୁ କବିମାନେ ଏଥିରେ ଅଂଶଗ୍ରହଣ କରି ହିନ୍ଦୀ, ସଂସ୍କୃତ, ଓଡ଼ିଆ, ଇଂରାଜୀ ତଥା ବଙ୍ଗଳା ଭାଷାରେ ଅନ୍ୟାନ୍ୟ ଭାରତୀୟ ଭାଷାର ଅନୂଦିତ କବିତା ସହ ମୈ।ଳିକ କବିତା ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଅନୁବାଦକ ବିଜୟ କୁମାର ପ୍ରଧାନ ଅଧ୍ୟକ୍ଷତା କରି ଅନୁବାଦ ଏକ ସର୍ଜନାତ୍ମକ କାର୍ଯ୍ୟ ଏହାକୁ ଅନୁବାଦକ ନିଜର ବିଶିଷ୍ଟ ଜ୍ଞାନ, ଅନୁଭବ, ସାମର୍ଥ୍ୟ ଏବଂ କଳାତ୍ମକ କୌଶଳ ଦ୍ୱାରା ଲାଳିତ୍ୟପୁର୍ଣ୍ଣ ତଥା ପ୍ରଭାବଶାଳୀ କରିପରିଥାଏ, ବିଶେଷଭାବେ ବହୁଭାଷୀ ଦେଶ ପାଇଁ ଅନୁବାଦର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ଭାରତୀୟ ଅନୁବାଦ ସାହିତ୍ୟ ସମଗ୍ର ଭାରତବର୍ଷର ଅନୁବାଦକଙ୍କୁ ଯୋଡିବା…

Read More

ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରତିଷ୍ଠା ଦିବସ ଅବସରରେ ସମ୍ବର୍ଦ୍ଧନା ଉତ୍ସବ

ନୟାଗଡ଼,(ନୟାଗଡ ଦର୍ପଣ): ଓଡିଶା ସାହିତ୍ୟ ଏକାଡେମୀର ପ୍ରତିଷ୍ଠା ଦିବସ ଅବ୍ୟବହିତ ପୂର୍ବରୁ ଉଭୟ ଓଡିଶା ସାହିତ୍ୟ ଏକାଡେମୀ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଚାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଜିଲ୍ଲାସ୍ତରୀୟ ବକ୍ତୃତା, ଦେଶାତ୍ମବୋଧକ କବିତା ଆବୃତି ଏବଂ ସାହିତ୍ୟ ସଂପର୍କ ସାଧାରଣ ଜ୍ଞାନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ଅଠର ଜଣ ଛାତ୍ର ଏବଂ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ସଫଳ ହୋଇଥିବା ତିନି ଜଣ ଛାତ୍ରଛାତ୍ରୀ ତଥା ବିଚାରକ ମାନଙ୍କୁ ଯଥାକ୍ରମେ ପୁରସ୍କାର ଏବଂ ସମ୍ବର୍ଦ୍ଧିତ କରାଯାଇଛି। ଏନେଇ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ଟଙ୍କଧର ଭୋଇଙ୍କ ସଂଯୋଜନାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ଡ.ପୋମା ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ଛାତ୍ର ଛାତ୍ରୀ ମାନେ ଏ ଜାତିର ସଂପଦ’ ସେମାନଙ୍କର ଯତ୍ନ ନେଲେ…

Read More

ଭାରତୀୟ ଅନୁବାଦ ସାହିତ୍ୟ ଆନୁକୂଲ୍ୟରେ ‘ଅନୂଦିତ କବିତା ପାଠ’ ଆୟୋଜିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଅନୁବାଦ ସାହିତ୍ୟକୁ ଅଧିକ ସମୃଦ୍ଧ କରିବା ତଥା ବିଭିନ୍ନ ଭାଷାର ଅନୁବାଦକମାନଙ୍କ ମଧ୍ୟରେ ସଂପର୍କ ଦୃତିଭୂତ ନିମନ୍ତେ ଗଠିତ ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଅନ୍ ଲାଇନ୍ ମାଧ୍ୟମରେ ଅନୂଦିତ କବିତା ପାଠ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଅନୁବାଦକ ତଥା ସ୍ତମ୍ଭକାର ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱରେ ଆୟୋଜିତ ଏହି ଜାତୀୟସ୍ତରର ସାରସ୍ଵତ କାର୍ଯ୍ୟକ୍ରମରେ ଖ୍ୟାତନାମା ଅନୁବାଦକ ଏବଂ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ହିନ୍ଦୀ ବିଭାଗୀୟ ମୁଖ୍ୟ ଡ.ସଞ୍ଜୟ କୁମାର ସିଂ ଅଧ୍ୟକ୍ଷତା କରିଥିବାବେଳେ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ସଂସ୍କୃତ, ହିନ୍ଦୀ, ଇଂରାଜୀ, ଓଡ଼ିଆ ଭାଷାର ବିଦ୍ୱାନ ଡ.ହରେକୃଷ୍ଣ ମେହେର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଅନୁବାଦ ସାହିତ୍ୟ ହିଁ ସମଗ୍ର ବିଶ୍ୱର ସାହିତ୍ୟିକ, ପାଠକମାନଙ୍କୁ ଯୋଡିବାର ଏକ ସଶକ୍ତ ମାଧ୍ୟମ, ଅନୁବାଦ ଦ୍ୱାରା ବିଭିନ୍ନ ଦେଶ ବା ରାଜ୍ୟର ସାମାଜିକ, ରାଜନୈତିକ, ଅର୍ଥନୈତିକ ସର୍ବୋପରି ବିଭିନ୍ନ…

Read More

ଧର୍ମର ଅଜଣା ସଂଜ୍ଞା

ଅଣୁଗଳ୍ପ – ଧର୍ମର ଅଜଣା ସଂଜ୍ଞା “ଜଲଦି ଆସ କେତେ ସମୟ ସଜେଇ ହେଉଛ”, – ବାହାରୁ ଡାକ ପକାଇଲେ ରଶ୍ମି ବାବୁ।“ହଁ ଯାଉଛି, ଯାଉଛି” କହି ତରବରରେ ଧାଇଁ ଆସିଲେ ସ୍ମିତା ଦେବୀ।ଉଭୟ କାରରେ ବସି ଚାଲିଗଲେ। ଆଜି ସଂକ୍ରାନ୍ତି ତେଣୁ ଦମ୍ପତି ମନ୍ଦିର ଆଡେ ମୁହାଁଇଛନ୍ତି। ଘରଠୁ ଅଳ୍ପ ବାଟ ଗଲେ ପଡ଼େ ନାରାୟଣୀ ମନ୍ଦିର, ଅଳ୍ପ କହିଲେ ସେମିତି ଅଢେଇ ତିନି କିଲୋ ମିଟର। ପ୍ରାୟତଃ ସବୁ ସଂକ୍ରାନ୍ତିରେ ସକାଳୁ ସ୍ନାନ ସାରି ମନ୍ଦିର ଯାଆନ୍ତି ଦମ୍ପତି। ମାସରେ କେବଳ ସେହି ଦିନ ବୋଧେ ଶାଢ଼ୀ ପିନ୍ଧନ୍ତି ସ୍ମିତା ଦେବୀ। ଆଭିଜାତ୍ୟର ସଂକେତ ରୂପେ ଡ୍ରେସ ପିନ୍ଧିବା ତାଙ୍କର ଏକ ଅଭ୍ୟାସ। ମନ୍ଦିର ଯିବା ବାଟରେ ପଡ଼େ କଲେଜ୍, ଏବେ ଲକ୍ ଡାଉନ୍ ପରେ କଲେଜ ଖୋଲିଗଲାଣି ତେଣୁ ରାସ୍ତା ଟିକେ ଗହଳି…

Read More

ଶିଶୁ ସାହିତ୍ୟିକା ପ୍ରଭାସିନୀ ବରାଡଙ୍କ କବିତା ସଂକଳନ ‘ସେନେହର କଳିକା’ ଓ ‘ପିଲେ ତୁମରି ପାଇଁ’ ଉନ୍ମୋଚିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସ୍ଥାନୀୟ ରୋଟାରୀ ଭବନଠାରେ ଆୟୋଜିତ ‘ପୁସ୍ତକ ଉନ୍ମୋଚନ ଉତ୍ସବ’ ରେ ଲେଖିକା ପ୍ରଭାସିନୀ ବରାଡଙ୍କ ଶିଶୁ ଓ କିଶୋର କବିତା ସଂକଳନ ‘ସେନେହର କଳିକା’ ଓ ପିଲେ ତୁମରି ପାଇଁ ଉନ୍ମୋଚିତ ହୋଇଯାଇଛି। ବରିଷ୍ଠ ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଡ. ବିଜୟ କୁମାର ଚୌଧୁରୀ, ସମ୍ମାନୀତ ଅତିଥି ଭାବେ ଓଡିଶାର ଅଗ୍ରଣୀ ପ୍ରକାଶନୀ ସଂସ୍ଥା ପକ୍ଷୀଘର ର ସମ୍ପାଦକ ବନୋଜ ତ୍ରିପାଠୀ, ବରିଷ୍ଠ କଥାକାର ଡ. ଅଜୟ କୁମାର ସ୍ବାଇଁ, ଗାଳ୍ପିକ ଶ୍ରୀ ତପନ କୁମାର ମହାପାତ୍ର ଓ ସମୀକ୍ଷକ ଭାବେ ଅଧ୍ଯାପକ ଡ. ଆଶୁତୋଷ ମିଶ୍ର ଓ ବରିଷ୍ଠ କବି ତଥା ଆଇନଜୀବୀ ଚନ୍ଦ୍ର ବିଜୟୀ ମିଶ୍ର ଯୋଗଦେଇଥିଲେ। ସନ୍ତୋଷ କୁମାର ବରାଡଙ୍କ ଆବାହକତ୍ବରେ ଆୟୋଜିତ ଏହି…

Read More

ପବିତ୍ର ରାସପୂର୍ଣ୍ଣିମାରେ “ଜ୍ଞାନଘର” ଲୋକାର୍ପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ରାସପୂର୍ଣ୍ଣିମା ଅବସରରେ ନୟାଗଡ଼ ସହର ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିଶିଷ୍ଟ ଅତିଥିଙ୍କ ଦ୍ଵାରା ପୁସ୍ତକ “ଜ୍ଞାନଘର” ଲୋକାର୍ପିତ ହୋଇଯାଇଛି। ଓଡ଼ଗାଁ ବ୍ଳକ ରୋହିବାଙ୍କ ଗ୍ରାମର ଶିକ୍ଷକ ଦମ୍ପତି ରାଧାଗୋବିନ୍ଦ ନାୟକ ଓ ଦମୟନ୍ତୀ ପାତ୍ରଙ୍କ ଦ୍ୱାରା ମହାପୁରୁଷଙ୍କ ମହତବାଣୀ ଉପରେ ଆଧାରିତ ୧୪୫ପୃଷ୍ଠା ସମ୍ବଳିତ ଜ୍ଞାନ ଗର୍ଭକ ପୁସ୍ତକ “ଜ୍ଞାନଘର”ଟି ଛାତ୍ରଛାତ୍ରୀ, ଅଭିଭାବକଙ୍କ ମହଲରେ ନିଶ୍ଚୟ ଆଦୃତି ଲାଭ କରିବ। ଏହି ସାରସ୍ୱତ କାର୍ଯ୍ୟକ୍ରମରେ “ଦର୍ପଣ ପବ୍ଲିକେଶନ” ତଥା “ନୟାଗଡ଼ ଦର୍ପଣ”ର ମୁଖ୍ୟ ଗୀତିକଳ୍ପ ହରିଶ ପ୍ରଧାନ ସ୍ୱାଗତ ଅଭିଭାଷଣ ରଖିଥିବାବେଳେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିଲେ। ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଦାମୋଦର ସାହୁ, ନାଟ୍ୟକାର ବିଶ୍ଵନାଥ ମହାପାତ୍ର, ସିଆରସିସି ଲଳିତ ମୋହନ ମିଶ୍ର, କବି ଗୋଦାବରୀଶ ମିଶ୍ର, ଉମେଶ…

Read More

ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦର ମାତୄଶକ୍ତି କବିତା ଆସର

ଓଡ଼ଗାଁ,(ନୟାଗଡ଼ ଦର୍ପଣ)- କରୋନା କଟକଣା ଦୄଷ୍ଟିରୁ ନୟାଗଡ଼ ଜିଲ୍ଲାର ପ୍ରତ୍ୟେକ ବ୍ଲକର ସାରସ୍ୱତ ସାଧକସାଧିକା ମାନଙ୍କୁ ନେଇ ଦୀର୍ଘ ଛଅମାସ ଧରି ପ୍ରତି ମାସରେ ଭର୍ଚୁଆଲ୍ କବିତା ଆସର କରିଆସୁଥିବା ଓଡ଼ଗାଁର ଲୋକପ୍ରିୟ ସାହିତ୍ୟ ଅନୁଷ୍ଠାନ ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦ ଚଳିତ ମାସରେ ଭାପୁର ଓ ଖଣ୍ଡପଡାର କବି କବୟିତ୍ରୀମାନଙ୍କୁ ନେଇ ପାର୍ବଣ ଅବସରରେ ମାତୄଶକ୍ତି କବିତା ଆସର ନାମରେ ଏହାର ୫ମ କବିତା ଆସର ଅପରାହ୍ନ ୨ ଘଟିକା ସମୟରେ ଆୟୋଜନ କରିଛି।ଉକ୍ତ କବିତା ଆସରରେ ମୁଖ୍ୟ ଅତିଥି ଭାବେ ଉତ୍କଳ ଶିକ୍ଷା ସଂସଦ,କୋଲକାତାର ଉପସଭାପତି ତଥା ପ୍ରତିବେଶୀ ପତ୍ରିକାର ସମ୍ପାଦକ ପୀତାମ୍ବର ବାରିକ ଯୋଗ ଦେଇଥିବା ବେଳେ ସଭାପତି ପଞ୍ଚାନନ ପଣ୍ଡାଙ୍କ ପରିଚାଳନାରେ ଅନୁଷ୍ଠାନର ପ୍ରତିଷ୍ଠାତା ଲୋକନାଥ ମିଶ୍ର(ଭରଦ୍ୱ।ଜ), ଉପସଭାପତି ଶରତଚନ୍ଦ୍ର ଷଡ଼ଙ୍ଗୀ ଓ ମନୋଜ କୁମାର ନାୟକ, ଆବାହକ ପ୍ରହଲ୍ଲାଦ…

Read More

ଜୀବନ ଜ୍ୟୋତି ଙ୍କୁ ପରମ୍ପରା ଯୁବକବି ସମ୍ମାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ପରମ୍ପରା ସାହିତ୍ୟ ଏବଂ ସଂସ୍କୃତି ପରିଷଦର ୨୬ତମ ସାରସ୍ୱତ ସମାରୋହ ନୟାଗଡ଼ ସ୍ଥିତ କେସି କ୍ଲବ ସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ସୁକାନ୍ତି ମହାନ୍ତିଙ୍କ ପୌରହତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ କବି ପିନାକୀ ସିଂ, ଉତ୍କଳ ସାହିତ୍ୟ ସମାଜ ସଭାପତି ତରୁଣ କୁମାର ସାହୁ, ନୟାଗଡ଼ ଜିଲ୍ଲା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅଧ୍ୟାପକ ଅଶୋକ ନାୟକ, କବି ବିରଞ୍ଚି ନାରାୟଣ ତ୍ରିପାଠୀ, ପ୍ରଧାନୀ ବୃନ୍ଦାବନ ମହାପାତ୍ର, ଡ଼ଃ. ପବିତ୍ର ସୁବୁଦ୍ଧି, ଶେଖ ଅବଦୁଲ ଖାଲିକ, ଅଶୋକ ମଲ୍ଲ, ସ୍ମିତା ସ୍ୱାଇଁ ପ୍ରମୁଖ ଯୋଗଦାନ କରିଥିଲେ। ଅନୁଷ୍ଠାନର ସଂପାଦକ ନିର୍ମଳ ଚନ୍ଦ୍ର ଶୂରଦେଓ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଉପଢ଼ୌକନ ଏବଂ ମାନପତ୍ର ଦିଆଯାଇ…

Read More

କଥା ଓ କବିତାର ଶାରଦୀୟ ଉତ୍ସବ ‘ସମ୍ଭାର’ ଆୟୋଜିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ଦ୍ୱାରା ଆୟୋଜିତ କଥା ଓ କବିତାର ଶାରଦୀୟ ସାହିତ୍ୟ ଉତ୍ସବ ‘ସମ୍ଭାର’ ନୟାଗଡ଼ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପରିଷଦ ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ଅଧ୍ୟାପକ ଅଶୋକ ନାୟକ ଯୋଗଦାନ କରିଥିବା ବେଳେ ନାଟ୍ୟକାର ଓ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର କହଁର କାର୍ଯ୍ୟକ୍ରମକୁ ଉଦଘାଟନ କରିଥଲେ । ମୁଖ୍ୟବକ୍ତା ଭାବେ କଥାକାର ତଥା ସାମ୍ବାଦିକ ଶୁଭ୍ରାଶୁଂ ପଣ୍ଡା ଏବଂ ବିଶିଷ୍ଟ ଅତିଥିଭାବେ ପ୍ରତିଷ୍ଠିତ ବ୍ୟଙ୍ଗକବି ତଥା ସୁସମାଲୋଚନ ଏବଂ ସ୍ତମ୍ଭକାର ଡଃ କୁଳାଙ୍ଗାର ଯେଗଦାନ କରି ‘ଓଡ଼ିଆ ଭାଷା ସାହିତ୍ୟରେ ଯୁବପିଢ଼ିର ଉତ୍ତର ଦାୟିତ୍ୱ’ ପ୍ରସଙ୍ଗରେ ଆଲୋଚନା କରିଥଲେ । ଜିଲ୍ଲା ଲେଖକ ପରିଷଦର ସମ୍ପାଦକ ଶେଖ ଅବଦୁଲ ଖାଲିକ…

Read More

ଭୋଦୁଅ କବିତା ଆସର ଅନୁଷ୍ଠିତ

ଓଡ଼ଗାଁ,(୨୬/୦୯):- ଓଡ଼ଗାଁର ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦ ତରଫରୁ ଆଜି ଅପରାହ୍ନ ୨ଟା ରୁ ୫ଟା ପର୍ଯ୍ୟନ୍ତ ତିନିଘଣ୍ଟା ଧରି ଗୁଗୁଲ ମିଟ୍ ମାଧ୍ୟମରେ “ଭୋଦୁଅ ଆସର” ନାମରେ ଏକ କବିତା ଆସର ନୂଆଗାଁ ଓ ଗଣିଆର କବି କବୟିତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ପଞ୍ଚାନନ ପଣ୍ଡାଙ୍କ ସଭାପତିତ୍ୱରେ ଅବସରପ୍ରାପ୍ତ ଓଡ଼ିଆ ପ୍ରଫେସର ରାମନାଥ ଦାଶ ଉକ୍ତ କବିତା ଆସରର ମୁଖ୍ୟ ଅତିଥି ଓ ସଂସଦର ପ୍ରତିଷ୍ଠାତା ଲୋକନାଥ ମିଶ୍ର(ଭରଦ୍ୱଜ)ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଉପସଭାପତି ଶରତ ଚନ୍ଦ୍ର ଷଡ଼ଙ୍ଗୀ ଓ ମନୋଜ କୁମାର ନାୟକ, ଆବାହକ ପ୍ରହଲ୍ଲାଦ ବେହେରା, ପ୍ରିୟଦର୍ଶନୀ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏଥରର କବିତା ଆସରରେ ଗଣିଆ ଓ ନୂଆଗାଁ ବ୍ଲକର କବି କବୟିତ୍ରୀମାନଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ କରାଯାଇଥିଲା।ଏ…

Read More