ଦିବ୍ୟାଙ୍ଗଙ୍କ ଦ୍ବାରଦେଶରେ ପହଞ୍ଚିଲେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଟିମ

ନୟାଗଡ,(ନୟାଗଡ଼ ଦର୍ପଣ): ଗ୍ରୀଷ୍ମର ପାଦୁର୍ଭାବରେ ରାଜ୍ୟର ସମସ୍ତ ଜନତା ଅସ୍ତବ୍ୟସ୍ତ ।ଯେତେବେଳେ ସାଧାରଣ ଜନତାଟିଏ ଅନେକ ଅସୁବିଧାର ସମୁଖୀନ ହୋଇଥାଏ, ସେତେବେଳେ ଦିବ୍ୟାଙ୍ଗଙ୍କ କଥା କହିଲେ ନସରେ । ଏହି ପରିପ୍ରେକ୍ଷୀରେ, ସେହି ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ରାଜ୍ୟ ଆଇନ ସେବା ପ୍ରାଧିକରଣର ଏକ ନିଆରା ପ୍ରୟାସ । ଏହି ପ୍ରୟାସକୁ ସଫଳ କରିବା ନିମନ୍ତେ ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ ଅଭିଯାନ ଆରମ୍ଭ କରି ସାରିଛନ୍ତି । ସୂଚନା ଅନୁସାରେ, ଚଳିତ ମାସ ଗତ ୨୨ରୁ ଆସନ୍ତା ୨୯ରିଖ ପର୍ଯ୍ୟନ୍ତ ଜିଲ୍ଲା ସଦର ମହକୁମା ସମେତ ସମସ୍ତ ତାଲୁକରେ ଏହି ଅଭିଯାନ ଜାରି ରହିବ । ପ୍ରାଧିକରଣ ଦିବ୍ୟାଙ୍ଗ ମାନଙ୍କ ଦ୍ବାରଦେଶରେ ପହଞ୍ଚି ତାଙ୍କର ସମସ୍ତ ସମସ୍ୟା, ସୁବିଧା- ଅସୁବିଧା ଏବଂ ଆବଶ୍ୟକତା ଆଦି ପଚାରି ବୁଝିବେ। ସେହି ସମସ୍ୟା ଗୁଡ଼ିକୁ ଉପଯୁକ୍ତ…

Read More

ଦୀର୍ଘ ଦୁଇ ବର୍ଷର ବିବାଦର ଅନ୍ତ, ଗ୍ରାମକୁ ଫେରିଲେ ଦଳିତ ପରିବାର

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ଥାନା ଅନ୍ତର୍ଗତ ଜାକେଡା ଗ୍ରାମର ଅନୁସୂଚିତ ଜାତି ଲୋକ ଓ ସାଧାରଣ ବର୍ଗର ଲୋକଙ୍କ ମଧ୍ୟରେ ଗ୍ରାମର କୋଠ ସମ୍ପତି, ମାଛ ଚାଷ, ଆମ୍ବତୋଟା ଓ କାଜୁଜଙ୍ଗଲକୁ ନେଇ ଅନୁସୂଚିତ ଜାତିର ୨୦ ଟି ପରିବାର ଓ ସାଧାରଣ ବର୍ଗର ଲୋକମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଗଣ୍ଡଗୋଳ ଆରମ୍ଭ ହୋଇ ଗାଁ ମନ୍ଦିରରେ ପ୍ରବେଶ କରାଇ ନ ଦେବା, କୋଠାଘର ନିର୍ମାଣ ଆଦି ଘଟଣାରୁ ଉଭୟ ଗୋଷ୍ଠି ମଧ୍ୟରେ ବିବାଦ ବିସ୍ଫୋରକ ରୂପ ଧାରଣ କରିଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁ ମୁହିଁ ହୋଇ ଦୁଇ ଜଣଙ୍କୁ ଅପହରଣ ଓ ଗଣ୍ଡଗୋଳ ସମ୍ପର୍କରେ ଥାନାରେ ଅଭିଯୋଗ ହେବାରୁ ଉତ୍ତେଜନା ଆହୁରି ଅଧିକ ହୋଇଥିଲା ଫଳରେ ଅନୁସୂଚିତ ଜାତିର ୨୦ଟି ପରିବାରର ୮୦ ରୁ…

Read More

ନୂଆଗାଁରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର,
୭୧ଟି ଅଭିଯୋଗର ୧୯ଟି ତତ୍କାଳ ସମାଧାନ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ପରିସରରେ ଥିବା ରାଜୀବ ଗାନ୍ଧି ସଦଭାବନା ଗୃହରେ ଜିଲ୍ଲାପାଳଙ୍କ ବ୍ଲକ୍ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପଇ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ନୂଆଗାଁ ବିଡ଼ିଓ ସଚ୍ଚିଦାନନ୍ଦ ମିଶ୍ର, ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକ, ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରାଙ୍କ ସହିତ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଉକ୍ତ ଅଭିଯୋଗ ପ୍ରକୋଷ୍ଟ ରେ ମୋଟ ୭୧ଟି ଆପତ୍ତି ଅଭିଯୋଗ ଆସିଥିଲା। ସେଥି ମଧ୍ୟରେ ୫୮ ଟି ଅଭିଯୋଗ ବ୍ୟକ୍ତିଗତ ଥିବା ବେଳେ ୫ଟି ଅଭିଯୋଗ ଗ୍ରାମ୍ୟ ସମସ୍ୟା ଓ ୬ ଗୋଟି ଅଭିଯୋଗ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଆଧାରିତ ଓ ୨ ଟି ରେଡକ୍ରସ…

Read More

କଳାବ୍ୟାଚ ପରିଧାନ କଲେ ଜିଲ୍ଲା ଅମଲାସଂଘର କର୍ମଚାରୀ, ବିଧାୟକଙ୍କୁ ଦେଲେ ଦାବିପତ୍ର, ୧ରୁ ସମୂହ ଛୁଟି

ନୟାଗଡ଼,(ନୟାଗଡ଼ ଦର୍ପଣ): ପୂର୍ବ ନିଷ୍ପତ୍ତି ଅନୁଯାୟୀ ବିଭିନ୍ନ ଦାବି ନେଇ ନୟାଗଡ଼ ଜିଲ୍ଲା ଅମଲା ସଂଘ ପକ୍ଷରୁ ଆଜିଠାରୁ କଳାବ୍ୟାଚ ପରିଧାନ ସରକାରୀ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଜିଲ୍ଲା ଅମଲା ସଂଘ ପକ୍ଷରୁ ଏକ ଦାବିପତ୍ର ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁଙ୍କୁ ଆଜି ପ୍ରଦାନ କରାଯାଇଛି । ନୟାଗଡ଼ ଜିଲ୍ଲା ଅମଲାସଂଘ ମିଳିତ ମଞ୍ଚ ପକ୍ଷରୁ ଉପଦେଷ୍ଟା କୈଳାଶ ଚନ୍ଦ୍ର ଓଝା, ଉପସଭାପତି ରଶ୍ମିରଂଜନ ଦାଶ ଏବଂ ରାମକୃଷ୍ଣ ନାୟକ ପ୍ରମୁଖ ଉପସ୍ଥିତ ରହି ବିଧାୟକଙ୍କୁ ନୟାଗଡ଼ ବ୍ଳକ ପରିସରରେ ଦାବିପତ୍ର ପ୍ରଦାନ କରିଥିଲେ । ବିଧାୟକ ସେମାନଙ୍କ ଦାବିପତ୍ର ଗ୍ରହଣ କରିବା ସହିତ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିବା ସମସ୍ତଙ୍କ ଅଧିକାର ବୋଲି କହିବା ସହିତ ଏ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ସୂଚନା ଯୋଗ୍ୟ…

Read More

ବିଜୁ ପଟ୍ଟନାୟକ ଯୁବକ ସଂଘ ଗୃହ ତଦାରଖ କଲେ ଦଶପଲ୍ଲା ବିଧାୟକ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ନିର୍ମାଣଧିନ ବିଜୁ ପଟ୍ଟନାୟକ ଯୁବକ ସଂଘ ଗୃହ କାର୍ଯ୍ୟର ତଦାରଖ କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା। ଆସନ୍ତା ୨୫ ତାରିଖରେ ବିଜୁ ପଟ୍ଟନାୟକ ଯୁବକ ସଂଘ ଗୃହ ଉଦଘାଟାନ ହେବାକୁ ଯାଉଥିବାରୁ ଅବଶିଷ୍ଟ କାର୍ଯ୍ୟ ଶୀଘ୍ର ସମାପ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ ବିଧାୟକ ଶ୍ରୀଯୁକ୍ତ ବେହେରା। ବିଧାୟକଙ୍କ ପ୍ରଚେଷ୍ଟା ଯୋଗୁଁ ନୂଆଗାଁ ବ୍ଲକରେ ବିଜୁ ପଟ୍ଟନାୟକ ଯୁବକ ସଂଘ ଗୃହ ନିର୍ମାଣ ହେବାକୁ ଯାଉଛି।

Read More

ସଚେତନତା ରଥର ଶୁଭାରମ୍ଭ କରିବା ସହ ବିଭିନ୍ନ ଗାଁ’କୁ ଯାଇ ସର୍ଭେର ଉଦ୍ଦେଶ୍ୟ ଲୋକମାନଙ୍କୁ ବୁଝାଇଲେ ବିଡ଼ିଓ

ନୂଆଗାଁ,(ନୟାଗଡ଼ ଦର୍ପଣ): ସ୍ଵତନ୍ତ୍ର ପଛୁଆ ବର୍ଗ ସର୍ଭେର ସ୍ଵତନ୍ତ୍ର ଦିବସ ୨୧ ତାରିଖ ରବିବାର ଦିନ ବିଡ଼ିଓ ସଚିଦା ନନ୍ଦ ମିଶ୍ର ନୂଆଗାଁ ବ୍ଲକର ସମ୍ପଡା, ଚାହାଳି, ଡ଼ାଳିଆମଡା, ଢେଙ୍କେଣା, ଦେଉଳୀ, ମାଳିସାହି ଆଦି ଗ୍ରାମ ଏବଂ ସର୍ଭେ କେନ୍ଦ୍ର ପରିଦର୍ଶନ କରି ସର୍ଭେ କାର୍ଯ୍ୟରେ ନିୟୋଜିତ ଥିବା ଗଣନା କାରୀ, ସୁପର ଭାଇଜରଙ୍କ ସହ ଡୋର ଟୁ ଡୋର ସର୍ଭେ କାର୍ଯ୍ୟ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ପଛୁଆ ବର୍ଗ ସର୍ଭେର ଲକ୍ଷ୍ୟ, ଉଦ୍ଦେଶ୍ୟ ସମ୍ପର୍କରେ ହିତାଧିକାରୀ ମାନଙ୍କୁ ବୁଝାଇବା ସହ ସରକାରଙ୍କ ଏହି କାର୍ଯ୍ୟକ୍ରମ ଶତପ୍ରତିଶତ ସଫଳତା ପାଇଁ ଅନୁରୋଧ କରିଥିଲେ।ଲୋକମାନଙ୍କୁ ସଚେତନ କରିବା ପାଇଁ ସ୍ବତନ୍ତ୍ର ସଚେତନତା ଅଭିଯାନ ରଥର ଶୁଭାରମ୍ଭ କରିଥିଲେ ବିଡ଼ିଓ ଶ୍ରୀ ମିଶ୍ର। ନୂଆଗାଁ ବ୍ଲକର ବିଭିନ୍ନ ଗ୍ରାମ ବୁଲି ଲୋକମାନଙ୍କୁ ସଚେତନ କରିଥିଲା ଏହି…

Read More

ଭଞ୍ଜପୀଠ ମାଳିସାହିରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ଉତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର କ୍ଷେତ୍ର ନୟାଗଡ଼ ଜିଲା ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗତିଶ୍ବର ମହାଦେବଙ୍କ ପୀଠରେ ଭଞ୍ଜ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଓ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ରମେଶ ଚନ୍ଦ୍ର ବେହେରା, ବିଶିଷ୍ଟ ଅତିଥି ଭାବେ ପ୍ରଫେସର ଡ଼ଃ ପ୍ରେମାନନ୍ଦ ମହାପାତ୍ର, ମୁଖ୍ୟବକ୍ତା ଭାବେ ଡଃ ବୈରାଗୀ ଚରଣ ପଟ୍ଟନାୟକ, ସମ୍ମାନିତ ବକ୍ତା ଭାବେ ଡଃ ଅଭିମନ୍ୟୁ ବରାଳ ଯୋଗଦେଇ ଭଞ୍ଜଙ୍କ ଜୀବନାଦର୍ଶ, ଭଞ୍ଜଙ୍କ ସିଦ୍ଧି ଓ ସାଧନାର କ୍ଷେତ୍ର ମାଳିସାହିକୁ ପବିତ୍ର ମାଟି ବୋଲି କହିବା ସହିତ ତାଙ୍କର ପାଣ୍ଡିତ୍ୟ ଉପରେ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରଥମେ ଭଞ୍ଜଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା।…

Read More

ଜିଲ୍ଲା ମିଳିତ ଅମଲା ମଞ୍ଚର ଚେତାବନୀ, ୧ରୁ ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ପଞ୍ଚାୟତ ସମିତି ସଭାଗୃହରେ ନୟାଗଡ଼ ଜିଲ୍ଲା ମିଳିତ ଅମଲା ମଞ୍ଚ ପକ୍ଷରୁ ଏକ ସଭାର ଆୟୋଜନ କରାଯାଇଥିଲା । ନୟାଗଡ଼ ଜିଲ୍ଲା ମିଳିତ ମଞ୍ଚ ଅଧ୍ୟକ୍ଷ କୈଳାସ ଚନ୍ଦ୍ର ଓଝାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସଂଘର ମୁଖ୍ୟ ଉପଦେଷ୍ଟା ରଶ୍ମୀରଞ୍ଜନ ଦାସ, କାର୍ଯ୍ୟକାରୀ ସଭାପତି ବାଳକୃଷ୍ଣ ଦାସ, ସମ୍ପାଦକ ପ୍ରଦୀପ୍ତ କୁମାର ନନ୍ଦ ଓ ଆବାହକ ଶ୍ରୀଧର କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ଏହି ଡାକରା ଦିଆଯାଇଥିଲା । ରାଜ୍ୟ ସରକାର ସେମାନଙ୍କ ଦାବି ପୁରଣ ନକଲେ ଆସନ୍ତା କାଲିଠାରୁ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରିବେ । ଏଥି ସହିତ ଆସନ୍ତା ୧ତାରିଖରୁ ଜିଲ୍ଲାର ସମସ୍ତ ଅମଲା ସଂଘର କର୍ମକର୍ତା ମାନେ ସମୁହ ଛୁଟି ନେବେ ବୋଲି…

Read More

ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଜିତେନ୍ଦ୍ର ଚମ୍ପିୟାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ଦୁଇଦିନ ଧରି ନୟାଗଡ଼ରେ ଚାଲିଥିବା ଜିଲ୍ଲାସ୍ତରୀୟ ଚେସ ଟୁର୍ଣ୍ଣାମେଣ୍ଟରେ ଜିତେନ୍ଦ୍ର କୁମାର ଦାସ ଚମ୍ପିୟାନ ହୋଇ ପ୍ରମାଣପତ୍ର ଓ ଅର୍ଥରାଶି ପୁରସ୍କାର ପାଇଛନ୍ତି। ଅନ୍ୟପକ୍ଷରେ ଦ୍ୱିତୀୟ ସ୍ଥାନରେ ବାଲାରସେନ ପାତ୍ର, ତୃତୀୟରେ ଜଳଧର ପାତ୍ର, ଚତୁର୍ଥରେ ସିଦ୍ଧାର୍ଥ ଶଙ୍କର ରାୟ ଏବଂ ପଞ୍ଚମ ସ୍ଥାନରେ ଗଙ୍ଗାଧର ଦାସ ପ୍ରମୁଖ ପୁରସ୍କୃତ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ କେସି କ୍ଲବର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କେସି କ୍ଲବଠାରେ ଦୁଇଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟର ଆଜି ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦାନ କରି ଉପସ୍ଥିତ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହିତ ମୋବାଇଲରେ ଅଯଥା ସମୟ ଅପଚୟ ନକରି ଅଧିକରୁ ଅଧିକ ଚେସ ଖେଳରେ ମନୋନିବେଶ ପାଇଁ ପରାମର୍ଶ…

Read More

ପ୍ରକାଶ ପାଇଲା ଚଳିତ ବର୍ଷ +୨ ଉପଶାସ୍ତ୍ରୀ ପରୀକ୍ଷା ଫଳ

ନୂଆଗାଁ,(ନୟାଗଡ଼ ଦର୍ପଣ):- ନୂଆଗାଁ ବ୍ଲକରେ ଥିବା ଏକମାତ୍ର ସଂସ୍କୃତ ମହାବିଦ୍ୟାଳୟ ମୀନକେତନ ମେମୋରିଆଲ ସଂସ୍କୃତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ। ଆଜି ପ୍ରକାଶ ପାଇଲା ଉପଶାସ୍ତ୍ରୀ ପରୀକ୍ଷା ଫଳ। ଯେଉଁଥିରେ ମୀନକେତନ ମେମୋରିଆଲ ସଂସ୍କୃତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ୯୯.୯୯% ଉତୀର୍ଣ୍ଣ ହୋଇଛନ୍ତି। ଚଳିତ ବର୍ଷ ସମୁଦାୟ ୪୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୫ଜଣ, ଦ୍ୱିତୀୟ ଶ୍ରେଣୀରେ ୨୧ଏବଂ ତୃତୀୟ ଶ୍ରେଣୀରେ ଜଣେ କୃତକାର୍ଯ୍ୟ ହୋଇଥିବା ବେଳେ ଜଣେ ଫେଲ ହୋଇଥିବା ଅଧ୍ୟାପକ ଚିନ୍ମୟ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଭାରତୀ ଯାନୀ ୪୬୦ ନମ୍ବର ରଖି ପ୍ରଥମ ରଶ୍ମିତା ପ୍ରଧାନ ୪୫୬ ନମ୍ବର ରଖି ଦ୍ଵିତୀୟ ଏବଂ ତୁଳସି ନାୟକ ୪୫୧ ନମ୍ବର ରଖି କଲେଜ ରେ ତୃତୀୟ ସ୍ଥାନ ହାସଲ କରିଛନ୍ତି।

Read More