ସମର୍ପଣ ବୁଲିଲେ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ଓ ପର୍ଯ୍ୟଟନ ମନ୍ତ୍ରୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ (ବୃଦ୍ଧାଶ୍ରମ) ବୁଲିବା ସହିତ ଅନ୍ତେବାସୀ ମାନଙ୍କ ସହିତ କିଛି ସମୟ ଅତିବାହିତ କରିଛନ୍ତି ମାନ୍ୟବର ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା। ତାଙ୍କ ସହିତ ଥିଲେ ନୟାଗଡ଼ ମାନ୍ୟବର ବିଧାୟକ ଡକ୍ଟର ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ପାଳ ବିଧାନ ଚନ୍ଦ୍ର ରାୟ ଓ ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କଅଁର। ସମର୍ପଣ ପରିସର ବୁଲିବା ସହିତ ପରିବା ବଗିଚା, ପ୍ଳେ ସ୍କୁଲ ଏବଂ ସମର୍ପଣ କ୍ୟାମ୍ପସର ପରିଷ୍କାର ପରିଛନ୍ନତା ଦେଖି ଖୁସି ବ୍ୟକ୍ତ କରିଥିଲେ। ସମର୍ପଣ ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ଅରୁଣ କୁମାର ମହାନ୍ତି, ସଂପାଦକ ଶ୍ରୀଧର ସାହୁ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ନାୟକ, ସଦସ୍ୟ ପ୍ରସନ୍ନ କୁମାର ବସନ୍ତିଆ, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଶ୍ରୀକାନ୍ତ ପଟ୍ଟନାୟକ ଙ୍କ ସହିତ ମନ୍ତ୍ରୀ ମହୋଦୟ ପରିଚାଳନା ସମ୍ବନ୍ଧରେ ଆଲୋଚନା କରିଥିଲେ।

Related posts