ନୟାଗଡ଼, (ନୟାଗଡ଼ ଦର୍ପଣ): ୨୦୨୪ ସାଧାରଣ ନିର୍ବାଚନ ପରେ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ପ୍ରଥମ ସଭା ଅନୁଷ୍ଠିତ ହୋଇଛି । ନୟାଗଡ଼ ନିର୍ବାଚନ ମଣ୍ଡଳୀରୁ ପଞ୍ଚମ ଥର ପାଇଁ ଡ. ଅରୁଣ କୁମାର ସାହୁ ବିଧାୟକ ନିର୍ବାଚିତ ହୋଇଛନ୍ତି । ଏହି ଅବସରରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ କୃତଜ୍ଞତା ସଭାରେ ନୟାଗଡ଼ ବ୍ଲକ ଓ ପୈାରଞ୍ଚଳ ହଜାର ହଜାର କର୍ମୀ ଯୋଗ ଦେଇଥିଲେ । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଏବଂ ସହ ପର୍ଯ୍ୟବେକ୍ଷକ ଇରାନୀ ରାୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ନୟାଗଡ଼ ବିଧାୟକ ନିର୍ବାଚନ ଫଳାଫଳ ସମୀକ୍ଷା କରିବା ସହ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିଥିଲେ। ସମାଜ ସେବାର ବିଜୟ ଉତ୍ସବ ନଥାଏ। ଜନସାଧାରଣଙ୍କ ସେବା, ରାଜ୍ୟ ଓ ଦେଶର ପ୍ରଗତି ପାଇଁ କାମ କରିବା ହେଉଛି…
Read MoreCategory: ଅନ୍ୟାନ୍ୟ
ତ୍ୟାଗ ଓ ସମର୍ପଣର ପର୍ବ ଇଦୁଜ୍ଜୁହା ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ମହାପୁରୁଷ ଇବ୍ରାହିମ, ଆହ୍ଲାଙ୍କ ଆଦେଶ ପାଳନ କରିବାକୁ ଯାଇ ନିଜର ସବୁଠୁ ପ୍ରିୟ ଏକମାତ୍ର ପୁତ୍ର ଇଶ୍ମାଇଲଙ୍କୁ ଆହ୍ଲାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାର ପ୍ରଥାକୁ ବଜାୟ ରଖି ଇସଲାମ ଧର୍ମର ଦ୍ଵିତୀୟ ମହାନ୍ ପର୍ବ ଇଦୁଜ୍ଜୁହା ସିନ୍ଦୁରିଆ ଇଦଗାହ୍ ଠାରେ ପାଳିତ ହୋଇଯାଇଛି। ଆଜିର ଜିଲ୍ଲା ସ୍ତରୀୟ ଇଦ୍ ନମାଜ ମଉଲାନା ଜଳାଲୁଦ୍ଦିନ୍ ଖାଁ ମିଫତାହି ପାଠ କରାଇଥିବା ବେଳେ ପାଖ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଏଥିରେ ଯୋଗଦେଇଥିଲେ। ଘରେ ଘରେ ଭୋଜିଭାତ ଓ ମିଷ୍ଟାନ୍ନ ହୋଇଥିବା ବେଳେ ମୁସଲିମ ଭାଇମାନେ ପରସ୍ପରକୁ ଇଦ୍ ମୁବାରକ୍ କହି ଅଭିନନ୍ଦନ ଜଣାଇବା ସହିତ ଶ୍ରଦ୍ଧା ପୂର୍ବକ ଆଲିଙ୍ଗନ କରିଥିଲେ। ବାହାର ଅଞ୍ଚଳରୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ସିନ୍ଦୁରିଆ ଜାମା ମସଜିଦରେ ଏକତ୍ର କରାଯାଇ ଖାଦ୍ୟ ପରିବେଷଣ କରାଯାଇଥିଲା। ଏଇ ଅବସରରେ ନୟାଗଡର ଜନପ୍ରତିନିଧି ମାନଙ୍କ ଶୁଭେଚ୍ଛା…
Read Moreନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବୈଠକ ଭବନରେ “ବିଶ୍ଵ ରକ୍ତଦାତା ଦିବସ” ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବୈଠକ ଭବନରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଡା. ନୌସତ୍ ଅଲ୍ଲୀ ଖାଁଙ୍କ ସଭାପତିତ୍ବରେ ୨୦ତମ “ବିଶ୍ଵ ରକ୍ତଦାତା ଦିବସ” ପାଳିତ ହୋଇଯାଇଛି । ଏଥିରେ ରକ୍ତ ଭଣ୍ଡାର ଅଧିକାରୀ ତଥା ଅତିରିକ୍ତ ଚିକିତ୍ସାଳୟ ଅଧିକାରୀ ଡ଼ା. ଅଜୟ କୁମାର ବାହିନୀପତି, ପରିଚାଳନା କମିଟି ସଦସ୍ୟ ଶ୍ରୀଯୁକ୍ତ ବ୍ରଜେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ ଓ ନୟାଗଡ଼ ମହାବିଦ୍ୟାଳୟ ର ରସାୟନ ବିଜ୍ଞାନ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ବସନ୍ତିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରକ୍ତଦାନ ଓ ରକ୍ତଦାତା ର ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ ଉପସ୍ଥିତ ରକ୍ତଦାତା ମାନେ ନିଜର ଅଭିଜ୍ଞତା ଉପସ୍ଥାପନ କରିଥିଲେ ଓ ସେମାନଙ୍କୁ ରକ୍ତ ଭଣ୍ଡାର ତରଫରୁ ସମ୍ମାନିତ କରାଯାଇଥିଲା। ଏହାପରେ କୁରାଳ ସ୍ଥିତ ଆରୋମିରା ଟ୍ରଷ୍ଟ…
Read Moreନୟାଗଡ଼ରେ “ସୃଜନିକା”ର ରଜପର୍ବ ଅନୁଷ୍ଠିତ
ନୟାଗଡ,(ନୟାଗଡ଼ ଦର୍ପଣ): ଓଡ଼ିଶା ସଂସ୍କୃତି ଓ ପରମ୍ପରା ର ବାର ମାସରେ ତେର ପର୍ବ। ଏଇ ପର୍ବ ପର୍ବାଣୀ ମଧ୍ୟରେ ଭାଇଚାରାର ସମ୍ପର୍କ ଗଢ଼ିଉଠେ। ସମସ୍ତ ଙ୍କ ମଧ୍ୟରେ ଆନନ୍ଦ ଓ ଉଲ୍ଲାସ ର ବୃଦ୍ଧି ଘଟିଥାଏ ବୋଲି “ସୃଜନିକା” ର ରଜ ପର୍ବରେ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରେ ପ୍ରକାଶ କରିଥିଲେ । ଆଜି ପୂର୍ବାହ୍ନ ରେ ସ୍ଥାନୀୟ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ସଭାଗୃହରେ “ସୃଜନିକା” ର ରଜପର୍ବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଅବସରପ୍ରାପ୍ତ ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର, ଅବସରପ୍ରାପ୍ତ ଅଧ୍ୟାପିକା ପ୍ରିୟମ୍ବଦା ଦାଶ ଓ ସମ୍ବର୍ଦ୍ଧନା ପରିବାର ର ସଭାପତି ନିରାକାର ସ୍ୱାଇଁ ଯୋଗ ଦେଇଥିଲେ।ଏହି ଅବସରରେ ଏକ ରାଜୟସ୍ତରୀୟ କବିତା ପାଠୋତ୍ସବ ର ଆୟୋଜନ ହୋଇଥିଲା ଏବଂ ଏଥିରେ କବିତା ଗୁଡ଼ିକୁ ହରପ୍ରିୟା ଦ୍ବିବେଦୀ ଓ ନୀଳମାଧବ ମିଶ୍ର ସଂଯୋଜନା…
Read Moreକଥାଦେଇ କଥା ରଖିଲେ ବିଧାୟକ ଡ଼. ଅରୁଣ
ନିର୍ବାଚନ ପୂର୍ବରୁ ମହାପ୍ରଭୁଙ୍କ ଅଳଙ୍କାର ମରାମତି ପାଇଁ ଟଙ୍କା ଦେବା ପାଇଁ ଡ. ସାହୁ ଏକ ସାଧାରଣ ସଭାରେ ଘୋଷଣା କରିଥିଲେ ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜା ରାଜୁଡ଼ା ସମୟରୁ ପ୍ରଦତ୍ତ ସ୍ବର୍ଣ୍ଣ ଅଳଙ୍କାର ଲାଗି ହୋଇ ପ୍ରଭୁଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀ ଜଗନ୍ନାଥ ସୁନାବେଶରେ ଦୁର୍ଲଭ ଦର୍ଶନ ଦେଇଥାନ୍ତି । ଦୀର୍ଘ ବର୍ଷର ଅଳଙ୍କାର ଉପରୁ ସୁନା ପ୍ରଲେପ ଛାଡ଼ିଯିବାରୁ ଗତ ତିନି ବର୍ଷ ଧରି ଠାକୁର ସୁନାବେଶ ହୋଇପାରୁ ନାହାନ୍ତି । ପ୍ରତ୍ୟେକ ବର୍ଷ ରଥଯାତ୍ରା ପ୍ରସ୍ତୁତି ବୈଠକରେ ଏ ସଂକ୍ରାନ୍ତିରେ ପ୍ରବଳ ହୋହାଲ୍ଲା ହୋଇଥିଲେ ହେଁ ଭକ୍ତଙ୍କ ଭାବାବେଗକୁ ଦେବୋତ୍ତର ବିଭାଗ ଅର୍ଥ ଅଭାବର ଆଳ ଦେଖାଇ ଦିନ ଗଡେଇ ଚାଲୁଥିଲେ । ଚଳିତ ବର୍ଷ ରଥଯାତ୍ରା ପରିଚାଳନା ପ୍ରସ୍ତୁତି ବୈଠକରେ ଉପସ୍ଥିତ ଜଗନ୍ନାଥ ପ୍ରେମୀ ସଭ୍ୟମାନେ ତୁରନ୍ତ ଅଳଙ୍କାର ମରାମତି…
Read Moreସମ୍ବର୍ଦ୍ଧନା ପରିବାର ‘ସମ୍ବର୍ଦ୍ଧନା ସଭା ଓ କବିତାପାଠ” କାର୍ଯ୍ୟକ୍ରମ ଅନୁଷ୍ଠିତ
ଓଡଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ସର୍କଲ ଅଧିନସ୍ଥ ସମସ୍ତ ବିଦ୍ୟାଳୟର ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ ପାଇଥିବା ଛାତ୍ରଛାତ୍ରୀ ଙ୍କୁ ମେଧା ସମ୍ମାନ ସ୍ୱରୂପ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା ।ଶରଣକୁଳ ର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ସମ୍ବର୍ଦ୍ଧନା ପରିବାର ଦ୍ୱାରା ମୋ ଗାଁ ମୋ ଲେଖା କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ସଦସ୍ୟ ଗୋଦାବରୀ ବସନ୍ତିଆ ଓ ଦୀନବନ୍ଧୁ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ସଭାପତି ନିରାକାର ସ୍ବାଇଁଙ୍କ ଅଧକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଓ କବିତାପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ପବ୍ଲିକ ସ୍କୁଲର ଛାତ୍ରୀ ସ୍ୱାଗତିକା ସାହୁ, ପ୍ରିୟଙ୍କା ବସନ୍ତିଆ, ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପୂଜା ପାତ୍ର ଓ ତୁଳସୀ ବରାଡ ,ସୋଲାପଟ। ସରକାରୀ ଉଚ୍ଚ ବିଦ୍ୟାଳୟର…
Read Moreବାହାରିଲା ମାଟ୍ରିକ ଫଳ, ଜିଲ୍ଲାରେ ଦ୍ବିତୀୟ ଟପ୍ପର ସହ ନୟାଗଡ଼ ବ୍ଲକ ଟପ୍ପର ହେଲେ ସୌମ୍ୟା
ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରକାଶ ପାଇଛି ମାଟ୍ରିକ ଫଳ। ଚଳିତ ବର୍ଷ ଫଳାଫଳରେ ନୟାଗଡ଼ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ସୌମ୍ଯା ସୁରଭି ମିଶ୍ର ୫୬୧ ନମ୍ବର ରଖି ଏ -୧ ଗ୍ରେଡ ହାସଲ କରିବା ସହ ଜିଲ୍ଲାରେ ଦ୍ବିତୀୟ ଏବଂ ନୟାଗଡ଼ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ଡିଆଁପଡା ଗ୍ରାମର ବିଜୟ କୁମାର ମିଶ୍ର ଓ ବେବିନା ମିଶ୍ରଙ୍କ ସୁପୁତ୍ରୀ ଅଟନ୍ତି। ନିଜ ସଫଳତାର ଶ୍ରେୟ ସେ ନିଜ ବାପା, ମା ଏବଂ ବିଦ୍ଯାଳୟର ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ପ୍ରଦାନ କରିଛନ୍ତି। ନିଜ ପରିଶ୍ରମ ମୁତାବକ ଫଳ ପାଇ ଖୁସି ହେବା ସହିତ ଭବିଷ୍ଯତରେ ଡାକ୍ତରୀ ପଢିବାକୁ ଇଛା ରଖିଛନ୍ତି ସୌମ୍ଯା।
Read Moreପ୍ରବାସୀ ଓଡ଼ିଆ ପାଳିଲେ ଉତ୍କଳ ଦିବସ ଓ ୧୫ ତମ ବାର୍ଷିକ ଉତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ସାଉଦି ଆରବରେ ଜୁବେଲ ସହରସ୍ଥିତ ପ୍ରବାସୀ ଓଡ଼ିଆ ମାନଙ୍କ ସଂଗଠନ “ଉତ୍କଳିକା” ତରଫରୁ, ୮୯ତମ ଉତ୍କଳ ଦିବସ ଏବଂ ନିଜର ୧୫ ତମ ବାର୍ଷିକ ଉତ୍ସବ ଧୁମ୍ ଧାମ ରେ ପାଳନ କରିଛନ୍ତି। ଏହି ଅବସରରେ କାର୍ଯ୍ୟକ୍ରମ ର ମୁଖ୍ୟ ଆକର୍ଷଣ ଭାବେ ଓଲିଉଡ ର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ସ୍ଵୟଂ ପ୍ରଭାସ ପାଢ଼ୀ ଓ ଅନ୍ତର୍ଜାତୀୟ କଣ୍ଠ ଶିଳ୍ପୀ ଅନିନ୍ଦିତା ଦାସ ଯୋଗ ଦେଇଥିଲେ। ଏଥି ସହିତ ଓଡ଼ିଶାର ଦୁଇ ଜଣ କିମ୍ବଦନ୍ତୀ ଓଡ଼ିଆଙ୍କୁ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତି ଙ୍କୁ ଉତ୍କଳିକା ତରଫରୁ ସାଉଦି ଆରବରେ “ଉତ୍କଳ ରତ୍ନ” ସମ୍ମାନ ରେ ସମ୍ମାନିତ କରାଯାଇଥିଲା ।ଯାହାକି ସାଉଦି ଆରବରେ ଥିବା ପ୍ରତେକ ଓଡିଆଙ୍କ ପାଇଁ ଗର୍ବର ବିଷୟ। ଏଥିସହିତ ଉତ୍ସବରେ କାଯ୍ୟକ୍ରମ ରେ…
Read Moreନିର୍ବାଚନ ପ୍ରଚାରର ଶେଷ ଦିନ, ଅରୁଣଙ୍କ ନିଆରା ପ୍ରୟାସ ‘ପ୍ରତିବଦ୍ଧତା’
ଏକ ଲକ୍ଷ ଲୋକଙ୍କୁ ଭେଟିଲି, ଶାନ୍ତି ପ୍ରତିଷ୍ଠା ହୋଇଛି, ଗ୍ରୀନ୍ କ୍ୟାମ୍ପେନ ସଫଳ ହୋଇଛି : ଅରୁଣ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଆସନ୍ତା ୨୫ ତାରିଖରେ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବ ନିର୍ବାଚନ । ଆଜି ପ୍ରଚାର କାର୍ଯ୍ୟ ସରିଛି । ଏହା ମଧ୍ୟରେ ଏକ ରୋଚକ ସ୍ଥିତି ଦେଖିବାକୁ ମିଳିଛି । ନୟାଗଡ଼ ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଥିବା ଡ. ଅରୁଣ କୁମାର ସାହୁଙ୍କ ନିଆରା ପ୍ରୟାସ ଦେଖିବାକୁ ମିଳିଛି । ଯୁବ, ଛାତ୍ର, ମହିଳା, ବରିଷ୍ଠ ନାଗରିକ, ବୁଦ୍ଧିଜିବୀ ଓ ଆଇନଜିବୀ ମାନଙ୍କୁ ନେଇ ଏକ ପ୍ରତିବଦ୍ଧତା ସମ୍ପର୍କରେ ଅଭିଭାଷଣ ରଖିଥିଲେ । ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅରୁଣ ନିଜ ଜୀବନର ପ୍ରତିଶୃତି, ପ୍ରତିବଦ୍ଧତା, ନୟାଗଡ଼ରେ ଶାନ୍ତି ପ୍ରତିଷ୍ଠା, ଗ୍ରୀନ୍ କ୍ୟାମ୍ପେନ୍ ଓ ଭଲ ମଣିଷ…
Read Moreବିରୋଧୀ ଦଳକୁ ବଡ଼ ଝଟକା, ବିଜେଡିରେ ସାମିଲ ହେଲେ ବିଜେପି ନେତା
ନୟାଗଡ଼,(ନୟାଗଡ଼ ଦର୍ପଣ): ଆଉ ଦୁଇଦିନ ଅର୍ଥାତ ଆସନ୍ତା ୨୫ ତାରିଖରେ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବାକୁ ଯାଉଛି। ବିଜେଡି, ବିଜେପି ଓ କଂଗ୍ରେସ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବାକୁ ଯାଉଛି । ଏହାରି ମଧ୍ୟରେ ଅନେକ ବିରୋଧୀ ଦଳର ନେତା ବିଜେଡିରେ ସାମିଲ ହେଉଥିବା ଦେଖିବାକୁ ମିଳିଲାଣି । ଦିନକୁ ଦିନ ଶକ୍ତିଶାଳୀ ହେଉଛି ନୟାଗଡ଼ ବିଜେଡି । ବିରୋଧୀ ଦଳର ନେତା ମାନେ ନିଜ ଦଳ ତ୍ୟାଗ କରି ବିଜେଡିରେ ସାମିଲ ହେଉଛନ୍ତି । ବିରୋଧୀ ଦଳରୁ ଅନେକ ନେତା ବିଜେଡିରେ ଯୋଗ ଦେଲେଣି । ଦିନକୁ ଦିନ ଶକ୍ତିହୀନ ହେଉଛି ବିରୋଧୀ । ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜୁ ଜନତା ଦଳ ସେତିକି ଶକ୍ତିଶାଳୀ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ…
Read More