ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ନୟାଗଡ଼ ଏନଏସି ଉଚ୍ଚ ବିଦ୍ୟାଳୟର ଦୁଇଜଣ ଛାତ୍ରଛାତ୍ରୀ ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏନଏସି ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଶ୍ରଦ୍ଧାଞ୍ଜଳି ଦାସ ‘ମୋ ସ୍ୱାସ୍ଥ୍ୟ ମୋ ଅଧିକାର’ ଶୀର୍ଷକ ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସେହି ଶ୍ରେଣୀର ଛାତ୍ର ଆୟୁଷ୍ମନ ବେହେରା ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିବା ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ ଏବଂ ସମ୍ମାନିତ ଅତିଥି ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକଙ୍କ ଠାରୁ ଉଭୟେ ମାନପତ୍ର ଏବଂ ପୁରସ୍କାର ଗ୍ରହଣ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ପୂର୍ଣ୍ଣିମା…
Read MoreCategory: ଅନ୍ୟାନ୍ୟ
ଅଗ୍ନି ବିପନ୍ନଙ୍କୁ ସହାୟତା ପ୍ରଦାନ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଭାରତ ବିକାଶ ପରିଷଦ ନୟାଗଡ ଶାଖା ତରଫରୁ ଗତ ବୁଧବାର ଦିନ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ପଂଚାୟତ ର ତିଳାବାରୀ ଗ୍ରାମ ଓ ଡିହଗାଁ ପଂଚାୟତର ଡିଗିରି ଗ୍ରାମରେ ହୋଇଥିବା ଘରପୋଡିରେ କ୍ଷତିଗ୍ରସ୍ତ ହୋଇଥିବା ପାଞ୍ଚଟି ପରିବାରକୁ ସହାୟତା ଯୋଗାଇ ଦିଆଯାଇଛି। ସେମାନେ ହେଲେ ତିଳାବାରୀ ଗ୍ରାମର ପଞ୍ଚାନନ ବେହେରା, ବିଶି ବେହେରା, ବିଷ୍ଣୁ ବେହେରା, ନାରାୟଣ ବେହେରା ଓ ଡିହଗାଁ ହରିଜନ ସାହିର ପ୍ରଶାନ୍ତ ନାୟକ। ସେମାନଙ୍କୁ ପଲିଥିନ, ଲୁଗା, ଚାଉଳ, ଚୁଡା, ଚିନି, ଲୁଣ, ବିସ୍କୁଟ, ମିକ୍ସଚର, ଆଳୁ ଓ ପିଆଜ ଇତ୍ୟାଦି ପ୍ରଦାନ କରାଯାଇଥିଲା। ଉକ୍ତ ସହାୟତା ପ୍ରଦାନ କାର୍ଯ୍ୟକ୍ରମରେ ଦଶପଲ୍ଲା ପଲ୍ଲୀ ବିକାଶର ଅଧ୍ୟକ୍ଷ ପ୍ରସନ୍ନ କୁମାର ପଣ୍ଡା ଓ ସମାଜସେବୀ ରମେଶ ଚନ୍ଦ୍ର ବେହେରାଙ୍କ ସମେତ ଭାରତ ବିକାଶ ପରିଷଦ ନୟାଗଡ ଶାଖାର ଅନାଦି…
Read Moreଶକ୍ତିଶାଳୀ ହେଉଛି ନୟାଗଡ଼ ବିଜେଡି
ନୟାଗଡ଼,(ନୟାଗଡ଼ ଦର୍ପଣ): ପାଖେଇ ଆସୁଛି ଲୋକସଭା ଓ ବିଧାନସଭା ନିର୍ବାଚନ । ଶକ୍ତିଶାଳୀ ହେବାରେ ଲାଗିଛି ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିରୋଧୀ ଦଳର ବହୁ କର୍ମୀ ମାନେ ବିଜେଡି ଦଳରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତୀ ଆଦର୍ଶରେ ଅନୁପ୍ରାଣିତ ହୋଇ ବିରୋଧୀ ଦଳର କର୍ମୀ ମାନେ ବିଜେଡିରେ ସାମିଲ ହେଉଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ମୁଳକ କାର୍ଯ୍ୟରେ ସନ୍ତୁଷ୍ଟ ହେଉଛନ୍ତି ଜନତା । ଯେଉଁଥି ପାଇଁ ବିଜେଡି ଗଡ଼ ହେବାକୁ ଯାଉଛି । ଆଜି ନୟାଗଡ଼ ବିଜୁ ଜନତା କାର୍ଯ୍ୟାଳୟରେ ଲେଖନପୁର, ପିଆସାଳିଆ, ମଜୁରିଆପଲ୍ଲୀ, ଅସୁରଢିପା ଓ ଯଦୁପୁର ଗ୍ରାମର ୫୦ ରୁ ଉର୍ଦ୍ଧ୍ୱ ପରିବାର ବିଜେଡିରେ…
Read Moreନାଗରିକ ମଞ୍ଚର ଦାବି ପରେ ବଦଳିଲା ସ୍କୁଲ ସମୟ
ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରବଳ ଖରାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ସମୟ ପରିବର୍ତ୍ତନ ପାଇଁ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଆଜି ପୂର୍ବାହ୍ନରେ ଦାବି କରାଯାଇଥିଲା। ନାଗରିକ ମଞ୍ଚ ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଲକ୍ଷ୍ମୀଧର ସାହୁ ଏବଂ ଉପଦେଷ୍ଟା ପ୍ରଶାନ୍ତ କୁମାର ଦାସ ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଭେଟି ତୁରନ୍ତ ବିଦ୍ୟାଳୟ ସମୟ ପରିବର୍ତ୍ତନ କରିବା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ବର୍ତ୍ତମାନ ନୟାଗଡ଼ ଜିଲ୍ଲାରେ ଦିନର ତାପମାତ୍ରା ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଦିନ ସାଢ଼େ ୧୧ଟା ବେଳେ ବିଦ୍ୟାଳୟ ଛୁଟି ହେଉଥିବାରୁ ପ୍ରବଳ ଖରାରେ ପିଲାମାନେ ଘରକୁ ଫେରୁଛନ୍ତି। ଫଳରେ ଅଂଶୁଘାତ ତଥା ଡିହାଇଡ୍ରେସନ ସମସ୍ୟାରେ ଅଧିକାଂଶ ପିଲା ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଚିଠି ନଂ…
Read Moreଶାନ୍ତିଲତା ବାରିକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶାର ସ୍ଵନାମଧନ୍ୟା କଣ୍ଠଶିଳ୍ପୀ ତଥା ଭଜନ ସାମ୍ରାଜ୍ଞି ସ୍ବର୍ଗତ ଶାନ୍ତିଲତା ବାରିକଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ମହର୍ଷି ବିଦ୍ୟାମନ୍ଦିର ସମ୍ମୁଖ ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସଙ୍ଗୀତଧାରା ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ଏକ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଲୋକପ୍ରିୟ ଭଜନ ଗାୟିକା ଶାନ୍ତିଲତା ବାରିକ ଜଗନ୍ନାଥଙ୍କ ଅନନ୍ୟ ଭକ୍ତ ଥିଲେ। ଭାବପୂର୍ଣ୍ଣ କଣ୍ଠରେ ତାଙ୍କ ଜଗନ୍ନାଥ ଭଜନ ପାଇଁ ଓଡିଶାର ଘରେ ଘରେ ସେ ସୁପରିଚିତ ଥିଲେ। ତାଙ୍କ ଭଜନ ଥିଲା ଭକ୍ତି ଓ ସମର୍ପଣର ସଂଗୀତମୟ ନିବେଦନ। ତାଙ୍କ ସ୍ୱର ପରିବେଶକୁ ଭକ୍ତିମୟ କରିବା ସହ ଶ୍ରୋତାଙ୍କ ହୃଦୟରେ ଭାବାବେଗ ସୃଷ୍ଟି କରି ପାରୁଥିଲା। ତାଙ୍କର ବିୟୋଗ ଓଡ଼ିଶାର ସାଂସ୍କୃତିକ…
Read Moreବଂଶୀଧର ଡିଗ୍ରୀ ମହାବିଦ୍ୟାଳୟରେ +୩ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ବଂଶୀଧର ଡିଗ୍ରୀ ମହାବିଦ୍ୟାଳୟର ଯୁକ୍ତ ୩ ତୃତୀୟ ବର୍ଷର କଳା ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କୁ ନେଇ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ଉକ୍ତ ସଭାରେ ମହାବିଦ୍ୟାଳୟର ଅଧକ୍ଷ ହରପ୍ରସାଦ ରଣସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟାପିକା ରୀନାବାଳା ସାହୁ ଅଧ୍ୟପାକ ସୁରେଶ କୁମାର ମାଣ୍ଡୋଇ, ଦିବାକର ରାଉତ, ଚିତ ରଞ୍ଜନ ରାଉତ, ଅରୁଣ କୁମାର ସାହୁ, ଭଗବାନ ଦାସଙ୍କ ସମେତ ସୂର୍ଯ୍ୟନାରାୟଣ ପ୍ରଧାନ ଓ ସମସ୍ତ କର୍ମଚାରୀମାନେ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଉକ୍ତ ସଭାରେ ତୃତୀୟ ବର୍ଷର ଛାତ୍ର ପ୍ରଶାନ୍ତ କୁମାର ସାହୁ ସଭାର ସଂଯୋଜନା କରିଥିବା ବେଳେ ସୋନାଲିଲତା ମୁଦୁଲି ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପିକା ରୀନାବାଳା ସାହୁ ଅଧ୍ୟାପକ ସୁରେଶ ମାଣ୍ଡୋଇ, ଦିବାକର ରାଉତ, ଚିତରଞ୍ଜନ ରାଉତ, ଅରୁଣ କୁମାର ସାହୁ…
Read Moreସ୍ଵେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ୮୯ତମ ଉତ୍କଳ ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ସ୍ଥିତ ସୋହମ ସ୍ଵେଚ୍ଛାସେବୀ ସଙ୍ଗଠନ ତରଫରୁ ତାରିଣୀ ନଗର ସ୍ଥିତ କାର୍ଯ୍ୟାଳୟ ଠାରେ ୮୯ତମ ଉତ୍କଳ ଦିବସ ସଙ୍ଗଠନର ଉପସଭାପତି ତଥା ପରିବେଶବିତ ଅନାଦି ଚରଣ ମହାନ୍ତିଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ବକ୍ତା ରୂପେ ବିଶିଷ୍ଟ ସାହିତ୍ୟିକ, ଆଇନଜୀବୀ ତଥା ସାମ୍ବାଦିକ ଚନ୍ଦ୍ରବିଜୟୀ ମିଶ୍ର ଯୋଗଦେଇ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଓଡ଼ିଆ ମହାପୁରୁଷ ମାନଙ୍କ ଯୋଗଦାନ ଉପରେ ବିଶେଷ ଭାବେ ଆଲୋକପାତ କରିଥିଲେ । ପରିଶେଷରେ ସୋହମ ସଙ୍ଗଠନର ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବରିଷ୍ଠ ସଦସ୍ୟ ବିଦ୍ୟାଧର ଆଚାର୍ଯ୍ୟ, ଦର୍ଶନ ଅଧ୍ୟାପକ ବିଜୟାନନ୍ଦ ଶତପଥୀ, ସନ୍ତୋଷ ଶତପଥୀ, ଗତିକୃଷ୍ଣ ପ୍ରଧାନ, ଅନ୍ତର୍ଯ୍ୟାମୀ ନାୟକ, ରବୀନ୍ଦ୍ର ନାୟକ, ଚରଣ ଗୁରୁ, ବାପିନ ନାୟକ, ସାରସ୍ଵତ ବିଭୂପାଦ, ସୂର୍ଯ୍ୟକାନ୍ତ ରଥ…
Read Moreପ୍ରଭୁ ଶ୍ରୀ ନୀଳମାଧବଙ୍କ ମହାବାରୁଣୀ ସ୍ନାନ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ମିନି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କ ଅଧ୍ୟକ୍ଷତାରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉଙ୍କ ମହାବାରୁଣୀ ସ୍ନାନ ନିମନ୍ତେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୬ତାରିଖ ଦିନ ୧୨ଘଟିକା ସମୟରେ କଣ୍ଟିଲୋର ମହାନଦୀ ଘାଟରେ ପ୍ରଭୁ ଶ୍ରୀ ନୀଳମାଧବଙ୍କ ବାରୁଣୀ ସ୍ନାନ ଦେବ ନୀତି ଅନୁଷ୍ଠିତ ହେବ । ଏଥିରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଉକ୍ତ ସ୍ନାନଯାତ୍ରାରେ ଯୋଗ ଦେବେ। ସେଥି ନିମନ୍ତେ ଜିଲ୍ଲାପାଳ ଶ୍ରୀମତୀ ସିଂ ଜିଲ୍ଲାର ବିଭିନ୍ନ ଲାଇନ ବିଭାଗ ଯଥା-ଆଇନ ଶୃଙ୍ଖଳା ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ନିମନ୍ତେ ଆରକ୍ଷୀ ବିଭାଗ, ନଦୀ ଗର୍ଭରେ ଭକ୍ତମାନଙ୍କ ସୁରକ୍ଷିତ ସ୍ନାନ ନିମନ୍ତେ ବ୍ୟାରିକେଡ୍ ନିର୍ମାଣ ପାଇଁ ରାସ୍ତା ଓ ଗୃହ ନିର୍ମାଣ ବିଭାଗ, ନଦୀ ମଧ୍ୟକୁ ଭକ୍ତମାନଙ୍କ…
Read Moreଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ୫ମ ବୃହତ ଆଂଚଳିକ ଦଳ: କଂଗ୍ରେସ
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଡିସିସି ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ଅଧ୍ୟତାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମେଡ଼ିଆ ସେଲ ଅଧ୍ୟକ୍ଷ ଡ଼. ବିଶ୍ୱ ରଞ୍ଜନ ମହାନ୍ତି ସାମ୍ବାଦିକ ମାନଙ୍କୁ ସମ୍ବଦ୍ଧିତ କରି କହିଥିଲେ ଯେ ବିଜେଡି ବିଜେପି ଉଭୟେ ଜୋର ଜୁଲମ କରି ରାଜନୈତିକ ପାଣ୍ଠି ଆଦାୟ କରୁଥିବା ଏକ ହପ୍ତା ବସୁଲି ଦଳ । ଏଥିପାଇଁ ଇଡି, ସିବିଆଇ ଏବଂ ଆଇଟିକୁ ବିଭିନ୍ନ ଶିଳ୍ପପତି ଓ ବ୍ୟବସାୟୀମାନଙ୍କ ବିରୁଦ୍ଧରେ ବ୍ୟବହାର କରି ତାଙ୍କୁ ଭୟଭୀତ କରି ବିଜେପି ୬ ବର୍ଷ ଭିତରେ ୮ ହଜାର ୨୫୨ କୋଟି ଟଙ୍କା ରାଜନୈତିକ ପାଣ୍ଠି ନିର୍ବାଚନୀ ବଣ୍ଡ ମାଧ୍ୟମରେ ପାଇଛି । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ବିଜୁ ଜନତା ଦଳ ଏକ ଆଂଚଳିକ ଦଳ ହୋଇ ମଧ୍ଯ…
Read Moreସୁସ୍ଥ ଓ ସକାରାତ୍ମକ ସମାଜ ଗଠନରେ ନାଟକର ଭୂମିକା ଗୁରୁତ୍ୱପୂର୍ଣ୍ଣ: ଡ. ଅରୁଣ କୁମାର ସାହୁ
ନୟାଗଡ଼ରେ ବିଶ୍ଵ ନାଟ୍ୟ ଦିବସ ପାଳିତ ନୟାଗଡ଼, (ନୟାଗଡ଼ ଦର୍ପଣ): ସମଗ୍ର ବିଶ୍ୱରେ ନାଟକର ମହତ୍ତ୍ଵକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ଏଥିପ୍ରତି ଆଗ୍ରହ ସୃଷ୍ଟିକରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ପାଳିତ ହେଉଛି ବିଶ୍ୱ ନାଟ୍ୟ ଦିବସ। ନୟାଗଡର ପ୍ରମୁଖ ନାଟ୍ୟ ଅନୁଷ୍ଠାନ ମଂଚାୟନ ତରଫରୁ ନ୍ୟୁ ଜନତା କଂପ୍ଳେକ୍ସ ପରିସରରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଡ. ଅରୁଣ କୁମାର ସାହୁ ଯୋଗଦେଇ ନାଟକ କେବଳ ମନୋରଂଜନ ପାଇଁ ନୁହେଁ ବଂର ସମାଜର ବାର୍ତ୍ତା ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇବାର ଏକ ପ୍ରମୁଖ ମାଧ୍ୟମ ବିଶେଷକରି ସୁସ୍ଥ ତଥା ସକାରାତ୍ମକ ସମାଜ ଗଠନରେ ନାଟକର ଭୂମିକା ଗୁରୁତ୍ୱପୂର୍ଣ୍ଣ। କମ୍ ସଂଖ୍ୟକ କଳାକାର, ନାଟ୍ୟକର୍ମୀ ଓ ଦର୍ଶକ ବହୁସଂଖ୍ୟକଙ୍କୁ ପ୍ରଭାବିତ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ। ମଂଚାୟନର ଉପ ସଭାପତି ସୁରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ…
Read More