ନୟାଗଡ଼,(ନୟାଗଡ଼ ଦର୍ପଣ): ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସନ୍ଧ୍ୟା ଦର୍ଶନ ଅବସରରେ ଏକ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀହରି ନାଟ୍ୟାୟନ, ନୟାଗଡ଼ ଏବଂ ଦେବୋତ୍ତର ବିଭାଗ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଗୁରୁ ପ୍ରଭାତ ଦାଶ, ଡ ଆଶୁତୋଷ ମିଶ୍ର, କାଳିଦାସ ମହାପାତ୍ର, ରାଜୀବ ମହାପାତ୍ର, କୃଷ୍ଣପ୍ରିୟା ମିଶ୍ର, ଧନେଶ୍ୱର ପ୍ରଧାନ, ଶ୍ରଦ୍ଧାଞ୍ଜଳି ତ୍ରିପାଠୀ, ବିଷ୍ଣୁପ୍ରିୟା ବେହେରା,ବିଭୁପ୍ରସାଦ ଶତପଥୀ, ଚିନ୍ମୟ ପ୍ରସାଦ ବେହେରା, ରାଜନ ସିଂ ପ୍ରମୁଖ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ ପରିବେଷଣ କରି ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ଆପ୍ୟାୟିତ କରିଥିଲେ। ଶ୍ରୀହରି ନାଟ୍ୟାୟନର ସଭାପତି କୈଳାସ ଚନ୍ଦ୍ର ଓଝା ଏବଂ କାଳିଦାସ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ସନ୍ଧ୍ୟା ଦର୍ଶନ ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିର ସାମନାରେ ଭଜନ ସନ୍ଧ୍ୟା
