​ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ ଯଥାଶୀଘ୍ର ଶେଷ କରିବାକୁ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ଦାବି

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ବହୁ ପ୍ରତୀକ୍ଷିତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟ ଯଥାଶୀଘ୍ର ସମ୍ପନ୍ନ କରିବା ପାଇଁ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲାପାଳଙ୍କ ଜରିଆରେ ଏହି ବିଶେଷ ଅନୁରୋଧ ପତ୍ର ପ୍ରେରଣ କରାଯାଇଛି।ସୂଚନାଯୋଗ୍ୟ ଯେ, ଦଶପଲ୍ଲା ବ୍ଲକ୍‌ ଟାକେରା ପଞ୍ଚାୟତର ମଞ୍ଜରୀ ଗ୍ରାମ ନିକଟରେ ବହୁ ପ୍ରତିଷ୍ଠିତ ବୃତ୍ତଙ୍ଗ ନଦୀ ଉପରେ ଏହି ଜଳସେଚନ ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି। ପ୍ରାୟ ୧୬୫୮ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ବୃହତ ପ୍ରକଳ୍ପଟି ବର୍ତ୍ତମାନ କ୍ୟାବିନେଟ୍‌ ମଞ୍ଜୁରୀ ଅପେକ୍ଷାରେ ରହିଛି। ଏହି ପ୍ରକଳ୍ପ ଦ୍ୱାରା ଅଞ୍ଚଳର ୨୩,୩୦୦ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିବା ସହିତ ୧୦ ମେଗାୱାଟ୍‌ ବିଦ୍ୟୁତ ଶକ୍ତି…

Read More

୨୦୩୬- ମୋ ସ୍ବପ୍ନର ନୟାଗଡ଼ ଜିଲ୍ଲା- ବୌଦ୍ଧିକ ଆଲୋଚନା ଓ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି କର୍ମଶାଳା

ନୟାଗଡ଼, (ନୟାଗଡ଼ ଦର୍ପଣ): ଉତ୍କଳ ସମ୍ମିଳନୀ ନୟାଗଡ଼ ଜିଲ୍ଲା ଶାଖା ଆନୁକୁଲ୍ୟରେ ସ୍ଥାନୀୟ ପଞ୍ଚାୟତ ସମିତି ସଭାଗୃହଠାରେ ସଭାପତି ବସିରନ୍ ବିବିଙ୍କ ସଭାପତିତ୍ବରେ ଉପରୋକ୍ତ ବିଷୟକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଭାବେ ପୌରାଧ୍ୟକ୍ଷା ନିରୁପମା ଖଟେଇ ଯୋଗଦେଇଥିଲେ। କବି ଗୋପୀନାଥ ସେଠୀଙ୍କ ସଂଯୋଜନାରେ ଆୟୋଜିତ ଏହି କର୍ମଶାଳାରେ ଅନୁଷ୍ଠାନର ଉପ ସଭାପତି ଅରୁଣ କୁମାର ମହାନ୍ତି ସ୍ବାଗତ ଭାଷଣ ରଖିଥିଲେ। ଆଲୋଚକ ଭାବେ ଉତ୍କଳ ସମ୍ମିଳନୀ ରାଜ୍ୟ ଶାଖାର କେନ୍ଦ୍ରୀୟ ସଂପାଦକ ପ୍ରଶାନ୍ତ କୁମାର ସାହୁ – ଉତ୍କଳ ସମ୍ମିଳନୀର ଆଭିମୁଖ୍ୟ ସହିତ ଜିଲ୍ଲା ପର୍ଯ୍ୟଟନ, ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ମହମ୍ମଦ ଓମାର ମଲିକ୍- ଶିକ୍ଷା, ପ୍ରଶାନ୍ତ କୁମାର ହଜାରୀ-…

Read More

‘ଭୂତ ସହ ରାତିଏ’ର ଶୁଭ ମହୁରତ

ନୟାଗଡ଼, (ନୟାଗଡ଼ ଦର୍ପଣ): ରହସ୍ୟ ରୋମାଞ୍ଚ ଭରା ଚଳଚିତ୍ର “ଭୂତ ସହ ରାତିଏ”ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ସଂନ୍ଧ୍ୟାରେ ମା ଦକ୍ଷିଣକାଳୀଙ୍କ ମନ୍ଦିର ପରିସରରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା ୧୨ ତାରିଖରୁ ଏହାର ସୁଟିଂ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା କହିଛି। ଏହି ଅବସରରେ ସିନେମାରେ ଅଭିନୟ କରୁଥିବା କଳାକାରଙ୍କ ସହ ବହୁ ବରିଷ୍ଠ ନାଟ୍ୟକାର ଓ ନାଟ୍ୟ ନିର୍ଦେଶକ ଯୋଗ ଦେଇ ଫିଲ୍ମ ର ସଫଳତା କାମନା କରିଛନ୍ତି। ଗୀତିକଳ୍ପ ହରିଶ ପ୍ରଧାନଙ୍କ କାହାଣୀକୁ ନେଇ ନେଇ ସିନେମା ପ୍ରସ୍ତୁତ ହେଉଥିଲା ବେଳେ ପ୍ରଯୋଜକ ଅଛନ୍ତି ନିଜେ ହରିଶ ପ୍ରଧାନ। ନିର୍ଦେଶନା ଦାୟିତ୍ୱ ନିର୍ବାହ କରୁଛନ୍ତି ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ରଥ। ନୟାଗଡ଼ ଦର୍ପଣ ନିବେଦିତ ଏହି ସିନେମାର ପୋଷ୍ଟ ପ୍ରଡକ୍ସନ ଦାୟିତ୍ୱ ଯଯାତି କେଶରୀଙ୍କ…

Read More

ଜୋନ ସଭାପତି ଚୟନ ପାଇଁ ଜିଲ୍ଲାର ୨୪ ଜିଲ୍ଲା ପରିଷଦ ଜୋନରେ କଂଗ୍ରେସ ସାଙ୍ଗଠନିକ ବୈଠକ

ଜୁନ ୨୫ ମଧରେ ସାରିବା ପାଇଁ ବ୍ଲକ ସଭାପତିମାନଙ୍କୁ ପ୍ରସ୍ତାବ ଦେଲା ଜିଲ୍ଲା କଂଗ୍ରେସ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବ୍ୟାପି ପ୍ରତ୍ୟେକ ଜିଲ୍ଲା ପରିଷଦ ଜୋନ/ମଣ୍ଡଳମାନଙ୍କରେ କଂଗ୍ରେସ ସଭାପତି ଚୟନ ପାଇଁ ସାଙ୍ଗଠନିକ ବୈଠକ ଆୟୋଜନ କରାଯାଇ ବ୍ଲକ କଂଗ୍ରେସ ସଭାପତି ମାନେ ପ୍ରତ୍ୟେକ ଜୋନରୁ ସଭାପତି ପାଇଁ ଅନ୍ୟୁନ ତିନି ଜଣଙ୍କ ନାମ ଡିସିସିକୁ ସୁପାରିଶ କରିବା ପାଇଁ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଜିଲ୍ଲାର ଆଠଗୋଟି ବ୍ଲକ ସଭାପତିଙ୍କୁ ଚିଠି କରିଛନ୍ତି। ଏଆଇସିସି ଏବଂ ପିସିସି ମାର୍ଗଦର୍ଶିକା ଅନୁସାରେ ପ୍ରତ୍ୟେକ ଜୋନ/ମଣ୍ଡଳ ସ୍ତରୀୟ ସଭାପତି ଚୟନ ପାଇଁ ସମ୍ପୃକ୍ତ ଜୋନର ପ୍ରତ୍ୟେକ ବୁଥରୁ ବିଏଲଏ-୨ଙ୍କ ସମେତ ସର୍ବନିମ୍ନ ପାଞ୍ଚଜଣ ଲେଖାଏଁ ଦଳୀୟ କର୍ମୀଙ୍କ ଉପସ୍ଥିତି ବାଧ୍ୟତାମୂଳକ କରାଯାଇଛି। ଏହି ବୈଠକରେ କର୍ମୀ ମାନଙ୍କ ଦ୍ୱାରା ମନୋନୀତ ଦକ୍ଷ ସଙ୍ଗଠକଙ୍କୁ ଜୋନ…

Read More

ଜିଲା ସାମ୍ବାଦିକ ସଂଘର ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ଅନୁଧ୍ୟାନ, କ୍ୟାବିନେଟ ମଂଜୁରୀ ଅପେକ୍ଷାରେ ବୃତ୍ତଙ୍ଗ ଜଳସେଚନ ଯୋଜନା, ୨୦୩୦ରେ ପ୍ରକଳ୍ପ କାର୍ଯ୍ୟ ସରିବ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦୀର୍ଘ ୬୫ ବର୍ଷ ହେଲା ନୟାଗଡ ଜିଲ୍ଲାରେ ବୃତ୍ତଙ୍ଗ ଜଳସେଚନ ଯୋଜନା କାର୍ଯ୍ୟକାରୀ ହେବ ହେବ ବୋଲି କୁହାଯାଉଛି । ଏହି ପ୍ରକଳ୍ପ ନୟାଗଡ ଜିଲ୍ଲାର ଜୀବନରେଖା ପାଲଟିବ । ଏହି ପ୍ରକଳ୍ପ ଦ୍ୱାରା ବହୁ ଚାଷୀ ଉପକୃତ ହେବାକୁ ଥିବାବେଳେ ନୟାଗଡ ବିଦ୍ୟୁତ ଅଭାବରେ ପେଶି ହେଉଥିବାବେଳେ ଜିଲ୍ଲାକୁ ୧୦ ମେଗାୱାଟ ବିଦ୍ୟୁତ ବି ମିଳିବ । ଗୋଟିଏ ପଟେ ବିଦ୍ୟୁତ ସମସ୍ୟାରେ ପେଶି ହୋଇଯାଉଥିବା ନୟାଗଡ ଜୀବନ ପାଇବ। ଅନ୍ୟପଟେ ଜଳସେଚନ ଅଭାବରେ ଷଢ଼ୁଥିବା ନୟାଗଡ ଚାଷୀଙ୍କୁ ଚାଷ ପାଇଁ ଜୀବିକା ମିଳିବ । ଏବେ ୬୫ ବର୍ଷର ଅନ୍ତ ଘଟିବାକୁ ଯାଉଛି । ଆଉ ୩ ବର୍ଷ ଅପେକ୍ଷା କରିବାକୁ ପଡିବ । ବର୍ତ୍ତମାନ ଏହି ପ୍ରକଳ୍ପ କ୍ୟାବିନେଟ ମଂଜୁରୀ ଅପେକ୍ଷାରେ ରହିଛି ବୋଲି ଶୁକ୍ରବାର ଉକ୍ତ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ…

Read More

ନୟାଗଡ଼ରେ ଜିଲ୍ଲାପାଳ ଏବଂ ଏସପିଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ):- ନୟାଗଡ଼ ଜିଲ୍ଲା ମୁଖ୍ୟାଳୟରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେଇଯାଇଛି। ଜିଲ୍ଲାପାଳ  ମଧୁମିତା ରଥ, ଏସପି ଶୁଭେନ୍ଦୁ କୁମାର ପାତ୍ର, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ବିଜୟାନନ୍ଦ ନାୟକ, ସିଡିଓ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ସିଡିଏମଓ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଏହି ଶିବିରରେ ଉପସ୍ଥିତ ରହି ସମସ୍ୟା ଗୁଡ଼ିକ ଶୁଣିବା ସହ ସମାଧାନ କରିବା ପାଇଁ ଉଦ୍ୟମ କରିଥିଲେ । ଆଜିର ଅଭିଯୋଗ ଶିବିରରେ ମୋଟ୍ ୧୩୩ଟି ଅଭିଯୋଗପତ୍ର ଦାଖଲ ହୋଇଥିଲା  ଯେଉଁଥିରେ ୯ ଗ୍ରାମୀଣ, ୧୧୭  ବ୍ୟକ୍ତିଗତ ଏବଂ  ୭ ଟି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ନେଇ ଅଭିଯୋଗ ରହିଥିଲା। ମୋଟ ୧୩୩ରୁ ୪୦ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା।

Read More

ଇଡି ଆକ୍ରୋଶ ବିରୁଦ୍ଧରେ ନୟାଗଡ଼ରେ ସିପିଆଇଏମର ବିକ୍ଷୋଭ

ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜନୈତିକ ଦାଉ ସାଧିବା ଲାଗି କେରଳର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଉପରେ କେନ୍ଦ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୋଦି ଓ ଶାହାଙ୍କ ପ୍ରତ୍ୟକ୍ଷ ଉଦ୍ୟମରେ ଏବଂ ରାଜ୍ୟ ସରକାରଙ୍କ ପ୍ରରୋଚନାରେ ଯେଭଳି ବର୍ବରୋଚିତ ଚଢାଉ କରିଛି, ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ସିପିଆଇ ଏମ୍ ପକ୍ଷରୁ ନୟାଗଡ଼ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଅନୁଷ୍ଠିତ ବିକ୍ଷୋଭରେ ବକ୍ତାମାନେ ପ୍ରକାଶ କରିଛନ୍ତି । ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭରେ ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ଜମେଶ୍ୱର ସାମନ୍ତରାୟ କେନ୍ଦ୍ର ସରକାରର ଏହି ସ୍ଵୈରତାନ୍ତ୍ରିକ ଆକ୍ରୋଶମୂଳକ ଦମନ ନୀତିକୁ କଟୁ ସମାଲୋଚନା କରି କହିଥିଲେ ଯେ ଶିକ୍ଷା, ସ୍ଵାସ୍ଥ୍ୟ, ଦାରିଦ୍ର୍ୟ ବିମୋଚନ, କର୍ମ ନିଯୁକ୍ତି, ସାଧୁତା, ସାଂପ୍ରଦାୟିକ ସଦ୍ଭାବ ରକ୍ଷାରେ ସାରା ବିଶ୍ବରେ ରେକର୍ଡ ସୃଷ୍ଟି କରିଥିବା ଦୀର୍ଘ କାଳର କମ୍ୟୁନିଷ୍ଟ…

Read More

ନୟାଗଡ  ଝିଅ ଜୀନା ମହାପାତ୍ର ପାଇଲେ ପି.ଏଚ୍‌.ଡି.

ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜନୀତି ବିଜ୍ଞାନରେ PHD ଡିଗ୍ରୀ ହାସଲ କଲେ ନୟାଗଡ଼ ଝିଅ ଜୀନା ମହାପାତ୍ର। ନୟାଗଡ ଜିଲ୍ଲା ସୋଲପଟା ଗ୍ରାମର ସୁରେନ୍ଦ୍ର କୁମାର ମହାପାତ୍ରଙ୍କ କନିଷ୍ଠ କନ୍ୟା ଡଃ ଜିନା ମହାପାତ୍ର ଉତ୍କଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ନୟାଗଡ଼ ଜିଲ୍ଲାର ମହିଳାମାନଙ୍କୁ ନେଇ ଗ୍ରାମାଞ୍ଚଳରେ ସରକାର ଗଠନରେ ରହିଥିବା ଭୂମିକା ପ୍ରସଙ୍ଗରେ ଏକ ଗବେଷଣାତ୍ମକ ପ୍ରବନ୍ଧ ରଚନା କରିଥିଲେ। ଗବେଷଣା କାର୍ଯ୍ୟଟି ସୁଦର୍ଶନ ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ପ୍ରାଧ୍ୟାପକ ଡଃ. ସୁଶାନ୍ତ କୁମାର କରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ  ସଫଳତାର ସମାପିତ ହୋଇଥିଲା। ଏହି ବିଷୟରେ ଉଲ୍ଲେଖନୀୟ ଗବେଷଣା କାର୍ଯ୍ୟ ପାଇଁ ଉତ୍କଳ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ନୟାଗଡ଼ର ଝିଅ ଜୀନା ମହାପାତ୍ରଙ୍କୁ ଡ଼କ୍ଟରେଟ ଉପାଧି ପ୍ରଦାନ କରାଯିବାକୁ ଯୋଗ୍ୟ ବିବେଚନା କରାଯାଇଛି। ଜୀନାଙ୍କ ଏହି ଉଲ୍ଲେଖନୀୟ ସଫଳତା ପାଇଁ ସ୍ଥାନୀୟ ଅଂଚଳରେ ପ୍ରଶଂସାର…

Read More

ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଆଲୋଚନା ଚକ୍ର: ‘ମୋ ସ୍ବପ୍ନର ନୟାଗଡ଼’

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସାମଗ୍ରିକ ବିକାଶ ଓ ପ୍ରଗତି ପାଇଁ ଏକ ସକାରାତ୍ମକ ପ୍ରୟାସ ଆରମ୍ଭ କରିଛି ଜିଲ୍ଲା ସାମ୍ବାଦିକ ସଂଘ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ କେସି କ୍ଳବ ସଭାଗୃହଠାରେ ସଂଘ ପକ୍ଷରୁ ‘ମୋ ସ୍ୱପ୍ନର ନୟାଗଡ଼’ ଶୀର୍ଷକ ଏକ ବୁଦ୍ଧିଜୀବୀ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ବର୍ଗର ଜନସାଧାରଣ ଓ ବିଶିଷ୍ଟ ବ୍ୟକ୍ତିମାନେ ସାମିଲ ହୋଇ ଜିଲ୍ଲାର ଅଭିବୃଦ୍ଧି ପାଇଁ ନିଜ ନିଜର ମୂଲ୍ୟବାନ ମତାମତ ଉପସ୍ଥାପନ କରିଥିଲେ।ଆଲୋଚନା ସମୟରେ ଉପସ୍ଥିତ ବ୍ୟକ୍ତିମାନେ ନୟାଗଡ଼ ଜିଲ୍ଲାର ପ୍ରମୁଖ ସମସ୍ୟା, ଯେପରିକି ପିଇବା ପାଣି, ସ୍ୱାସ୍ଥ୍ୟ, କୃଷି, ଶିକ୍ଷା, ଶିଳ୍ପ, ଜଳସେଚନ ଓ ପର୍ଯ୍ୟଟନର ବିକାଶ ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ବିଶେଷ କରି ଦୀର୍ଘ ଦିନ ହେବ ବନ୍ଦ ହୋଇ ପଡ଼ିରହିଥିବା ନୟାଗଡ଼ ଚିନିକଳକୁ ପୁନଃ ଚାଲୁ କରିବା,…

Read More

ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା: ରେଳରୋକ ଉଦ୍ୟମ ପଣ୍ଡ

କମ ବଗି ଯୋଗୁଁ ନିୟମିତ ଯାତ୍ରୀ ହନ୍ତସନ୍ତ; କଟକ ପର୍ଯ୍ୟନ୍ତ ‘ସେବା ଏକ୍ସପ୍ରେସ’ର ସମ୍ପ୍ରସାରଣ ଦାବି ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାକୁ ୨୦୧୭ ମସିହାରୁ ରେଳ ସେବା ଆରମ୍ଭ ହୋଇଥିଲେ ହେଁ ଯାତ୍ରୀମାନଙ୍କୁ ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଇବାରେ ପୂର୍ବତଟ ରେଳବାଇ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଫଳରେ ଦିନକୁ ଦିନ ରେଳ ଯାତ୍ରୀଙ୍କ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଦଶପଲ୍ଲା, ନୂଆଗାଁ ଓ ନୟାଗଡ଼ ଅଞ୍ଚଳରୁ ଖୋର୍ଦ୍ଧା, ଭୁବନେଶ୍ୱର ଏବଂ କଟକ ଆଦି ସ୍ଥାନକୁ ପ୍ରତିଦିନ ଯା’ଆସ କରୁଥିବା ମାସିକିଆ ଟିକେଟଧାରୀ ଚାକିରିଆ ଓ ନିୟମିତ ଯାତ୍ରୀମାନେ ଚରମ ହଇରାଣ ହେଉଛନ୍ତି। ଦଶପଲ୍ଲାରୁ ଭୁବନେଶ୍ୱର ଚଳାଚଳ କରୁଥିବା ‘ସେବା ଏକ୍ସପ୍ରେସ’ ରେ ଯାତ୍ରୀ ସଂଖ୍ୟା ତୁଳନାରେ ବଗି ସଂଖ୍ୟା ଅତ୍ୟନ୍ତ କମ୍ ରହୁଥିବାରୁ ପ୍ରବଳ ଭିଡ଼ ଯୋଗୁଁ ଯାତ୍ରୀଙ୍କୁ ବସିବା ପାଇଁ ଖଣ୍ଡେ ସିଟ୍…

Read More