ଭାରତ ବିକାଶ ପରିଷଦ ତରଫରୁ “ଭାରତକୁ ଜାଣ” ପ୍ରତିଯୋଗିତା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଭାରତ ବିକାଶ ପରିଷଦ, ନବଗଡ ଶାଖା ତରଫରୁ ଜିଲ୍ଲା ସ୍ତରୀୟ “ଭାରତକୁ ଜାଣ” ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହାକୁ ପରିଷଦର ଅଧ୍ୟକ୍ଷ ପ୍ରସନ୍ନ କୁମାର ବସନ୍ତିଆ, ପୂର୍ବତନ ଅଧ୍ୟକ୍ଷ ହରେକୃଷ୍ଣ ସାହୁ, ବିଦ୍ୟାଧର ଆଚାର୍ଯ୍ୟ, ସଂସ୍କାର ସଚିବ ଦୁର୍ଯ୍ୟୋଧନ ସାହୁ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏଥିରେ କନିଷ୍ଠ ବର୍ଗରେ ୧୩ଟି ବିଦ୍ୟାଳୟ ଓ ବରିଷ୍ଠ ବର୍ଗରେ ୧୭ ଟି ବିଦ୍ୟାଳୟ ଅଂଶ ଗ୍ରହଣ କରିଥିଲେ। କନିଷ୍ଠ ବର୍ଗ ପ୍ରତିଯୋଗିତା ପରିଚାଳନା କରିଥିଲେ ସଦସ୍ୟା ଶ୍ରୀମତୀ ଝିଲିମିଲି ସାହୁ ଓ ବରିଷ୍ଠ ବର୍ଗ  ଅଧ୍ୟାପକ ଅଜୟ କୁମାର ପଟ୍ଟନାୟକ। ଏଥିରେ କନିଷ୍ଠ ବର୍ଗରେ ପ୍ରଥମ ସ୍ଥାନ ମହର୍ଷି ବିଦ୍ୟାମନ୍ଦିର, ନୟାଗଡ, ଦ୍ୱିତୀୟ ସ୍ଥାନ ଓଡିଶା ଆଦର୍ଶ ବିଦ୍ୟାଳୟ, ନୟାଗଡ ଓ  ତୃତୀୟ…

Read More

ସାରା ଦିନର ପ୍ରମୁଖ ଖବର

🎡 ଆସୁଛି ଦୁର୍ଗାପୂଜା, ସରିନି କଟକ ଚଣ୍ଡୀ ମନ୍ଦିରର ନବୀକରଣ: ଅଧାରେ ଅଟକିଛି ନିର୍ମାଣ କାର୍ଯ୍ୟ। 🎡 ପୁଣି ଫେରିବ ଏକକ ନିର୍ବାଚନ ପରମ୍ପରା । ସାରା ଦେଶରେ ଗୋଟିଏ ସମୟରେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ। 🎡 ଦେଶରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ, ଭୟ ବଢାଇଲା ମଙ୍କିପକ୍ସ ସଂକ୍ରମଣ । ୯ ଦିନ ଭିତରେ ଦେଶରେ ଚିହ୍ନଟ ହେଲେ ଦ୍ୱିତୀୟ ସଂକ୍ରମିତ। 🎡 ସୁବର୍ଣ୍ଣରେଖା ବନ୍ୟାରେ ପ୍ରଭାବିତ ବାଲେଶ୍ୱରର ୩ଟି ବ୍ଲକ: ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ତଳିଆ ଅଞ୍ଚଳ ଜଳମଗ୍ନ। 🎡 ନିଦ ଭାଙ୍ଗୁ ଭାଙ୍ଗୁ ମୋବାଇଲ ଦେଖା ବିପଦର କାରଣ ହୋଇପାରେ, ମାନସିକ ସ୍ବାସ୍ଥ୍ୟକୁ କ୍ଷତି ପହଂଚାଇଥାଏ ଏହି ବଦଭ୍ୟାସ। 🎡 ଇ-କେୱାଇସି ଯାଞ୍ଚ ବେଳେ ଧରାପଡୁଛନ୍ତି ଅଯୋଗ୍ୟ ହିତାଧିକାରୀ। ଚିହ୍ନଟ ହେଲେଣି ୨୦ ଲକ୍ଷରୁ ଅଧିକ ଭୂତ ହିତାଧିକାରୀ।…

Read More

ବିକାଶ ମେଳା, ସୁଭଦ୍ରା ଯୋଜନା ଶୁଭାରମ୍ଭ, ସ୍ୱଚ୍ଛତା ପକ୍ଷ ପାଳନ ସମ୍ବନ୍ଧେ ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିକାଶ ମେଳା,ସୁଭଦ୍ରା ଯୋଜନା ଶୁଭାରମ୍ଭ, ସ୍ୱଚ୍ଛତା ପକ୍ଷ ପାଳନ ନିମନ୍ତେ ଓସୱାନ୍ ସଭାକକ୍ଷରେ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ,ଭା.ପ୍ର.ସେ.ଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ  ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଓସୱାନ୍ ବୈଠକ ସହିତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଆଭାସି ମାଧ୍ୟମରେ ଯୋଗ ଦେଇଥିଲେ । ପ୍ରଥମେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ କରି କହିଥିଲେ ଯେ,ବର୍ତ୍ତମାନ ରାଜ୍ୟ ସରକାରଙ୍କ ତରଫରୁ ଆମ ଜିଲ୍ଲାରେ ତିନୋଟି ଉନ୍ନୟନମୂଳକ କାର୍ଯ୍ୟକ୍ରମ ଏକାସାଙ୍ଗରେ କାର୍ଯ୍ୟକାରୀ ହେବାକୁ ଯାଉଛି । ଆସନ୍ତା କାଲି ତା.୧୭.୦୯.୨୦୨୪ରିଖ ରାଜ୍ୟ, ଜିଲ୍ଲା ଏବଂ ବ୍ଲକସ୍ତରରେ ସୁଭଦ୍ରା ଯୋଜନା ଶୁଭ ଉଦ୍‌ଘାଟନ ହେବାକୁ ଯାଉଛି । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପାଇଁ ନୟାଗଡ଼ ଜିଲ୍ଲାରୁ ୫୦୦ ସୁଭଦ୍ରା ଯୋଜନାର ଲାଭାର୍ôଥ ଭୁବନେଶ୍ୱର ଯାଉଛନ୍ତି । ସେମାନଙ୍କର ଯିବା ଆସିବା, ଖାଇବା ପିଇବା ଇତ୍ୟାଦି ଜିଲ୍ଲା…

Read More

ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ବୈଠକ, ସଂଘୀୟ ବିଚାରାଧାରାକୁ ମଜବୁତ କରିବା ପାଇଁ ନିଷ୍ପତ୍ତି

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ଏକ ବୈଠକ ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ସାମ୍ବାଦିକତା କ୍ଷେତ୍ରରେ ସ୍ୱାଭିମାନକୁ ବଜାୟ ରଖିବା, ସଂଘୀୟ ବିଚାରାଧାରାକୁ ମଜବୁତ କରିବା, ସାଙ୍ଗଠନିକ ଶକ୍ତି ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ନେବା ସମ୍ପର୍କିତ ଅନେକ ଆଲୋଚନା ହୋଇଥିଲା। ସମାଜକୁ ନୂତନ ଦିଗଦର୍ଶନ ଦେବା ସହିତ ସମାଜର ଉନ୍ନତି ପାଇଁ ସାମ୍ବାଦିକମାନେ ସଦା ସର୍ବଦା ଚେଷ୍ଟିତ ହେବା ଆବଶ୍ୟକ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ମାତ୍ର ସାମ୍ୱାଦିକତାକୁ ଢାଲ କରି କିଛି ଅସାମାଜିକ ଲୋକ ଏହା ମଧ୍ୟକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା ବେଳେ ଏହାକୁ ପ୍ରତିହତ କରିବା ପାଇଁ ଜିଲ୍ଲା ସଂଘ ଉଦ୍ୟମ କରିବା ପାଇଁ ଉପସ୍ଥିତ ସଦସ୍ୟ ମାନେ ମତ ପ୍ରକାଶ କରିଥିଲେ। ଏଥି…

Read More

ଶ୍ରୀରାମକୃଷ୍ଣ – ବିବେକାନନ୍ଦ ଆଶ୍ରମ ନୟାଗଡ଼ ତରଫରୁ ମୂଲ୍ଯବୋଧ ଭିତ୍ତିକ ଶିକ୍ଷା କାର୍ଯ୍ୟକ୍ରମ

ନୟାଗଡ଼,(ନୟାଗଡ଼ ଦର୍ପଣ) : ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସଭାକକ୍ଷରେ ଶ୍ରୀରାମକୃଷ୍ଣ ବିବେକାନନ୍ଦ ଆଶ୍ରମ ନୟାଗଡ଼ ତରଫରୁ ଏକ ଯୁବ ସମ୍ମେଳନ ମାଧ୍ୟମରେ ମୂଲ୍ଯବୋଧ ଭିତ୍ତିକ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଆଶ୍ରମ ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ପ୍ରତ୍ଯେକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ କାଉ ଓ ଚିଲ ର ଉଦାହରଣ ଦେଇ ପ୍ରତ୍ଯେକ ଛାତ୍ରଛାତ୍ରୀ ହିଂସା ଇର୍ଷା ଓ ନକରାତ୍ମକ ଭାବନାରୁ ଦୂରେଇ ଚିଲ ପରି ନିର୍ଦ୍ଧିଷ୍ଟ ଲକ୍ଷ୍ଯପଥରେ ମୂଲ୍ଯବୋଧ ଭିତ୍ତିକ ଶିକ୍ଷାକୁ ଆଧାର କରି ଜୀବନ ନିର୍ବାହ କରିବାକୁ ସନ୍ଦେଶ ଦେଇଥିଲେ। ମୁଖ୍ଯ ବକ୍ତା ଭାବେ ଭୁବନେଶ୍ୱର ସ୍ଥିତ ଆଦ୍ରୁତା ଶିଶୁ ସଦନର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଆଦିତ୍ୟ କୁମାର ମହାନ୍ତି…

Read More

ରେଳ ଷ୍ଟେସନ ସଫେଇ ସହିତ ସଚେତନତାର ବାର୍ତ୍ତା ବାଣ୍ଟିଲା ନାଗରିକ ମଞ୍ଚ

ନୟାଗଡ଼,(ନୟାଗଡ଼ ଦର୍ପଣ): ପରିବେଶକୁ ସ୍ୱଚ୍ଛ,ସୁନ୍ଦର ଓ ପରିଷ୍କାର ରଖିବା ଲକ୍ଷ୍ୟରେ  ନୟାଗଡ଼ ଟାଉନ ରେଳ ଷ୍ଟେସନ ଏବଂ ଏହାର ପରିସରକୁ ସଫେଇ କରାଯିବା ସହିତ ସଚେତନତାର ବାର୍ତ୍ତା ବାଣ୍ଟିଲା ‘ନୟାଗଡ଼ ନାଗରିକ ମଞ୍ଚ’ । ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁସାରେ ନାଗରିକ ମଞ୍ଚର ସଦସ୍ୟ ମାନେ ରେଳ ଷ୍ଟେସନ ପରିସରରେ ପଡ଼ିଥିବା ବିଭିନ୍ନ ଅଳିଆ ଆବର୍ଜନା ସଫା କରିବା ସହିତ ଅନାବନା ଅଦରକାରୀ ଗଛ ଗୁଡିକୁ ଉପୁଡ଼ାଇ ପରିବେଶ ସଫା କରିଥିଲେ। ସେହିପରି ରେଳ ଷ୍ଟେସନକୁ ସଫା ସୁତୁରା ରଖିବା, ବିଭିନ୍ନ ଅଳିଆ ଆବର୍ଜନା ତଥା ପ୍ଲାଷ୍ଟିକ ପାଣି ବୋତଲ ଏବଂ ପାଉଚ ଗୁଡ଼ିକୁ ଏଣେ ତେଣେ ନପକାଇ ଡଷ୍ଟବିନରେ ପକାଇବା,ଷ୍ଟେସନ ମଧ୍ୟରେ ମାଦକ ଦ୍ରବ୍ୟ ସେବନ  ନକରିବା ଆଦି ସଚେତନତା ବାର୍ତ୍ତା ଲେଖା ଥିବା ସନ ବୋର୍ଡ଼ ଗୁଡ଼ିକୁ ନାଗରିକ ମଞ୍ଚ ପକ୍ଷରୁ ଷ୍ଟେସନର ବିଭିନ୍ନ…

Read More

ନୟାଗଡ଼ ଚିନିକଳ ପୁନଃରୁଦ୍ଧାର ନିମନ୍ତେ ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଅନ୍ତର୍ଗତ ପାଣିପୋଇଲାସ୍ଥିତ ନୟାଗଡ଼ ଚିନିକଳକୁ ପୁନଃରୁଦ୍ଧାର କରିବା ନିମନ୍ତେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ,ଭା.ପ୍ର.ସେ.ଙ୍କ  ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଏକ ପ୍ରାରମ୍ଭିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚିନିକଳର ପୁନଃରୁଦ୍ଧାର ନିମନ୍ତେ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

Read More

ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀ

ଭୁବନେଶ୍ୱର,(ନୟାଗଡ଼ ଦର୍ପଣ): ଜଣେ ବ୍ୟକ୍ତି କେତେ ଦିନ ବଞ୍ଚିବ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ; ବରଂ ଗୁରୁତ୍ୱପୂର୍ଣ୍ଣ ହେଉଛି ସେ କେଉଁ ପ୍ରକାରର ଜୀବନ ଯାପନ କରନ୍ତି। ଅର୍ଥାତ୍ ଜଣେ ବ୍ୟକ୍ତିର ସମାଜ ଓ ଦେଶ ପ୍ରତି ଅବଦାନକୁ ଆଧାର କରି ତାଙ୍କର ଖ୍ୟାତିର ମୂଲ୍ୟାଙ୍କନ କରାଯାଏ। ଅର୍ଥାତ ସେବାହିଁ ବ୍ୟକ୍ତିତ୍ୱର ପରିଚୟ ତୋଳିଥାଏ ବୋଲି ଆଜି ଉତ୍କଲିୟମ ଫାଉଣ୍ଡେସନ ଟ୍ରଷ୍ଟର ରାଜ୍ୟ ସ୍ତରୀୟ ସାମାଜିକ କର୍ମୀ ସମ୍ମିଳନୀରେ ଵକ୍ତା ମାନେ କହିଛନ୍ତି। ଆଜି ସ୍ଥାନୀୟ ବୁଦ୍ଧ ମନ୍ଦିର ସଭାକକ୍ଷରେ ଅନୁଷ୍ଠିତ ସଭାରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଣ୍ଡିତ ଗୋପବନ୍ଧୁ ଦାସ ତାଙ୍କ ସ୍ୱଳ୍ପ ଜୀବନକାଳ ମଧ୍ୟରେ କେତେ ଭଲ କାମ କରିଛନ୍ତି ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ବୋଲି ସେ କହି ସମାଜସେବା, ସାହିତ୍ୟ, ଶିକ୍ଷା…

Read More

ସାର୍ବଜନୀନ ଦୁର୍ଗାପୂଜା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ) : ନୟାଗଡ଼ ସହରରେ ଅନୁଷ୍ଠିତ ହେଉଥ‌ିବା ସାର୍ବଜନୀନ ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ନୟାଗଡ଼ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ନୟାଗଡ଼ ପୌରଧ୍ଯକ୍ଷା ନିରୁପମା ଖଟେଇ, ପୌର ଉପାଧ୍ଯକ୍ଷ ଗୁରୁପ୍ରସାଦ ଜେନା, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ ଓ ଜିଲ୍ଲା ପରିଷଦ ସୁବାସ କଅଁର ପ୍ରମୁଖ ଯୋଗ ଦେଇଥିଲେ। ଏ ବର୍ଷ କିପରି ଭଲ ଭାବରେ ସାର୍ବଜନୀନ ଦୁର୍ଗାପୂଜା ଅନୁଷ୍ଠିତ ହେବ ସେଥି ନିମନ୍ତେ ଆଲୋଚନା କରାଯାଇଥିଲା। ସାର୍ବଜନୀନ ଦୁର୍ଗାପୂଜା କମିଟିର ସମ୍ପାଦକ…

Read More

ନୟାଗଡ ଜିଲ୍ଲା ଟ୍ରେଡ୍ ୟୁନିଅନ୍ସ ସମନ୍ଵୟ କମିଟିର ୧୩ ଦଫା ଦାବିରୁ ସରକାର ମାନିଲେ ୧୨ଦଫା ଦାବି

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଟ୍ରେଡ୍ ୟୁନିଅନ୍ସ ସମନ୍ଵୟ କମିଟିର ୧୩ ଦଫା ଦାବିରୁ ୧୨ଦଫା ଦାବି ମାନିନେଲେ। ଆଲୋଚନାରେ ଡେପୁଟୀ କଲେକ୍ଟର ଅକ୍ଷୟ କୁମାର ବେହେରା, ନୟାଗଡ଼ ଟାଉନ ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର, ପ୍ରଭାଗୀୟ ଶ୍ରମ ଆୟୁକ୍ତ ଚିତ୍ତରଂଜନ ରାଉତ ଓ ଜିଲ୍ଲା ଶ୍ରମ ଅଧିକାରୀ ସୁଧିର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଆନ୍ଦୋଳନରେ ସମନ୍ବୟ କମିଟିର ସଭାପତି ଶୂନ୍ଯଜୟୀ ମିଶ୍ର, ସାଧାରଣ ସମ୍ପାଦକ ବାସୁଦେବ ମହାନ୍ତି, ଆବାହକ ପ୍ରମୋଦ କୁମାର ମହାରଣା, ଶ୍ରମିକ ନେତା ସମରେନ୍ଦ୍ର ଦାସ, ରଘୁନାଥ ମହାରଣା, ସବିତା ରାଣୀ ସାଥୁଆ, ପବିତ୍ର ମହାପାତ୍ର, ରମେଶ ଚନ୍ଦ୍ର ପଣ୍ଡା, ମନୋଜ ନାୟକ, ବସନ୍ତ କୁମାର ଜେନା, ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ନେତୃତ୍ବ ନେଇଥିଲେ।୨ଶହରୁ ଉର୍ଦ୍ଧ୍ବ ଶ୍ରମିକ ଯୋଗଦେଇଥିଲେ ।

Read More