ରୋଟାରୀ କ୍ଳବରେ ପାଳିତ ହେଲା ୭୬ ତମ ସାଧାରଣ ତନ୍ତ୍ର ଦିବସ

ନୟାଗଡ଼, (ନୟାଗଡ଼ ଦର୍ପଣ): ରୋଟାରୀ କ୍ଳବରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। କ୍ଳବର ସଭାପତି ଶ୍ରୀକାନ୍ତ କୁମାର ଖଟେଇ ପତାକା ଉତ୍ତୋଳନ କରି ସ୍ବାଧୀନତା ସଂଗ୍ରାମୀମାନଙ୍କର ସ୍ମୃତି ଚାରଣ କରି ମହାପୁରୁଷମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଏବଂ ସମ୍ବିଧାନ ପ୍ରଣୟନ କରିବାରେ ବି.ଆର. ଆମ୍ବେଦକରଙ୍କ ଭୂମିକା ଅବିସ୍ମରଣୀୟ ବୋଲି ବକ୍ତବ୍ଯ ରଖିଥିଲେ। ସମ୍ବିଧାନ କାର୍ଯ୍ଯକାରୀ ହୋଇଥିବା ସେଇ ଦିନର କଥାକୁ ମନ ପକାଇବା ପାଇଁ ଆଜିର ଦିନଟି ବହୁ ଗୁରୁତ୍ବପୂର୍ଣ୍ଣ ବୋଲି ଆଲୋଚନା କରିବା ସହିତ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ, ଭାରତ ମାତାର ସନ୍ତାନ, ଏହା ହେଉଛି ଆମର ପରିଚୟ ବୋଲି ଅଭିଭାଷଣ ରଖିଥିଲେ।

ସକାଳ ୧୧ଟା ୧୫ ମିନିଟ୍ ସମୟରେ ନୟାଗଡ଼ ମୁଖ୍ଯ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାରରେ ରୋଟାରୀ କ୍ଳବ୍ ଆନୁକୂଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ମୁଖ୍ଯ ଅତିଥି ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଶିବିରକୁ ଉଦଘାଟନ କରିଥିଲା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରଓ୍ୱାଲ, ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁଶାନ୍ତ କୁମାର ଦାସ ଏବଂ ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ ଯୋଗଦେଇ ଥିଲେ। ଶିବିରରୁ ମୋଟ ୧୬ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।

ଅପରାହ୍ନ ୪ଟା ସମୟରେ ରୋଟାରୀ କ୍ଳବ ତରଫରୁ ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ଅଧିନ ଆଦିବାସୀ ଗାଁ ନେପାଳରେ ଅଗ୍ନି ବିପନ୍ନମାନଙ୍କୁ ନିତ୍ଯ ବ୍ୟବହାର ସାମଗ୍ରୀ ବଣ୍ଟନ କରାଗଲା।

କ୍ଳବର ସଂପାଦକ ଅବିନାଶ ସାହୁ କାର୍ଯ୍ୟକ୍ରମ ଗୁଡିକୁ ସଂଯୋଜନା କରିଥିଲାବେଳେ ସମସ୍ତ ସଦସ୍ଯ ମାନେ ସହଯୋଗ କରିଥିଲେ। ରୋଟାରିଆନ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଦିଲ୍ଲୀପ କୁମାର ମିଶ୍ର, ବସିରନ୍ ବିବି, ଜି ରଶ୍ମିରାଜ, ପ୍ରବୀର କୁମାର ପ୍ରୁଷ୍ଟି, ବାସୁଦେବ ସାହୁ, ମଦନ ମୋହନ ମହାପାତ୍ର, ଲକ୍ଷ୍ମୀନାରାୟଣ ରଥ, ଦେବାଶିଷ ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ରାଧେଶ୍ୟାମ ମହୋତା, ଶ୍ରୀକୁମାର ରଥଙ୍କ ସମେତ ବହୁ ସଦସ୍ଯ ଉପସ୍ଥିତ ରହି ସହଯୋଗ କରିଥିଲେ।

Related posts