ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡିଶାର ଯେଉଁ ବ୍ଯକ୍ତି ପ୍ରଥମେ ମହାତ୍ମା ଗାନ୍ଧୀଙ୍କୁ ସାକ୍ଷାତ କରି ଓଡ଼ିଆଙ୍କ ଦୁରବସ୍ଥା ଓ ଦୁଃଖ ଦୁର୍ଦ୍ଦଶା ଜଣାଇ ଥିଲେ ସେ ହେଉଛନ୍ତି ଗାନ୍ଧୀ ବାଦୀ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର। ଓଡିଶାର ମହାନାୟକ ଗାନ୍ଧୀଙ୍କ ପ୍ରିୟ ଓଡିଆ ପୂଜ୍ୟ ବିପ୍ଳବୀ ଶ୍ରୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ଙ୍କର ୧୩୫ତମ ଜୟନ୍ତୀ ଅବସରରେ ଆଜି ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସ୍ଥାପିତ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯାର୍ପଣ କରାଯାଇଛି। ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ସ୍ମ୍ରତି ପରିଷଦ ସଂପାଦକ ପ୍ରଦୀପ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ସ୍ମୃତି ଚାରଣ କରିଥିଲେ। ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ଥିଲେ…
Read MoreCategory: ଅନ୍ୟାନ୍ୟ
ସମ୍ବାଦ ପରମ୍ପରା ଓ ନୟାଗଡ ଲାଇଟ୍ ର ଜନ୍ମୋତ୍ସବ
ସମାଜ ସଂସ୍କାର ସମସ୍ତ ସାମ୍ବାଦିକ ମାନଙ୍କର ଦାୟିତ୍ଵ ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡରୁ ପ୍ରକାଶିତ ସାପ୍ତାହିକ ସମ୍ବାଦ ପତ୍ର ‘ସମ୍ବାଦ ପରମ୍ପରା’ ଓ ଇଂରାଜୀ ପାକ୍ଷିକ ‘ନୟାଗଡ ଲାଇଟ୍’ର ୨୪ ତମ ଏବଂ ୯ମ ଜନ୍ମୋତ୍ସବ ସ୍ଥାନୀୟ କେ.ସି. କ୍ଲବ୍ ଠାରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଏବଂ ନୟାଗଡ ପୌରପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ, ପ୍ରାକ୍ତନ ଅଧ୍ୟକ୍ଷ ଜନାବ୍ ଓମାର ମଲିକ୍ ଓ ଅଶୋକ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ କହିଥିଲେ ଯେ, ସମାଜ ସଂସ୍କାର ସମସ୍ତ ସାମ୍ବାଦିକମାନଙ୍କର ଗୁରୁ ଦାୟିତ୍ବ ହେବା ଆବଶ୍ୟକ। ସାମ୍ବାଦିକମାନଙ୍କ ବିନା ଶାନ୍ତି ଓ ପ୍ରଗତି ଅସମ୍ଭବ। ଇତ୍ୟ ଅବସରରେ ଏକ ଶୀତ କବିତା ପାଠୋତ୍ସବର ଆୟୋଜନ କରାଯାଇଥିଲା ଏବଂ ଏଥିରେ…
Read Moreଚାଷୀଙ୍କ ପାଇଁ ବିଜେଡିର ବିକ୍ଷୋଭ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ଅଦିନିଆ ଲଗାଣ ବର୍ଷାରେ ବ୍ୟାପକ ଫସଲ ନଷ୍ଟ,କ୍ଷୟକ୍ଷତି ସଠିକ ଆକଳନ ଓ କ୍ଷତିପୂରଣ ଦାବି ନୟାଗଡ଼,(ନୟାଗଡ଼ ଦର୍ପଣ): ଅଦିନିଆ ଲଗାଣ ବର୍ଷାରେ ନୟାଗଡ଼ ଜିଲ୍ଲାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ତାହାର ସଠିକ ଆକଳନ ଓ କ୍ଷତି ପୂରଣ ଦାବିରେ ଆଜି ବିଜୁ ଜନତା ଦଳ ବିକ୍ଷୋଭ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ରଣପୁର ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ବିଜେଡି ନେତ୍ରୀ ଇରାନୀ ରାୟ, ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ବିକ୍ଷୋଭ ଓ ଦାବିପତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମ ପଡିଆରେ ବିକ୍ଷୋଭ ସମାବେଶ ହୋଇଥିଲା।…
Read Moreନୟାଗଡ଼ ମହୋତ୍ସବର ମୁଖପତ୍ର ଆରଣ୍ୟକରେ “ନୟାଗଡ଼ର ବରକନ୍ୟା”
ହରିଶ ପ୍ରଧାନ(ଗୀତିକଳ୍ପ) ପି.ଟି.ଏସ୍ ରୋଡ଼, ନୟାଗଡ଼ ପ୍ରକୃତିର ଅବଦାନ ଅବର୍ଣ୍ଣନୀୟ । ମାଟି ମା ତା’ର ଅଫୁରନ୍ତ ଆକର୍ଷଣରେ ବାନ୍ଧିରଖେ ମଣିଷକୁ । ଆନମନା କରିବାର କୌଶଳଟି ପ୍ରକୃତି ପାଖରେ ଭରିରହିଛି । ଯେପରି ଅରଣ୍ୟରୁ ଆରଣ୍ୟକ, ବର୍ଣ୍ଣରୁ ବର୍ଣ୍ଣାଳୀ ଆଉ ପ୍ରକୃତିରୁ ପ୍ରାକୃତିକ; ଠିକ ସେପରି ବନରୁ ତପୋବନ ସୃଷ୍ଟି ମାନବ ପାଇଁ ଈଶ୍ୱରଙ୍କ ଆଭୂଷଣ । କଥାଅଛି; ‘ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆ ଦିଶୁଥାଇ’ । ପ୍ରକୃତି ମନ କିଣୁଥାଏ ଆକର୍ଷଣ ବାଣ୍ଟୁଥାଏ । ଏହିପରି ଏକ ଆକର୍ଷଣୀୟ ଏବଂ ମନୋରୋମ ସ୍ଥାନ ହେଉଛି ନୟାଗଡ଼ର ବରକନ୍ୟା ଜଳ ପ୍ରପାତ, ଯାହାର ସୌନ୍ଦର୍ଯ୍ୟ ଓ ପ୍ରାକୃତିକ ପରିବେଶ ମନ ଓ ପ୍ରାଣକୁ ବିମୋହିତ କରିଥାଏ । ଜଳପ୍ରପାତ ଦେଖିବାକୁ ସମସ୍ତଙ୍କୁ ଭଲ ଲାଗେ । ଏହି ଜଳ ପ୍ରପାତ ଦେଖିବାକୁ…
Read Moreଯେଉଁମାନେ ଆମ ଜିଲ୍ଲାର ଅସ୍ମିତା ସେହି ମହାପୁରୁଷଙ୍କୁ ନୟାଗଡ଼ ଜିଲ୍ଲା ମହୋତ୍ସବରେ ସ୍ଥାନ ନାହିଁ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜିବିତ କରିବା ପାଇଁ ପାଳନ ହୋଇ ଆସୁଛି ନୟାଗଡ଼ ଜିଲ୍ଲା ମହୋତ୍ସବ । ଆମ ନୟାଗଡ଼ ଜିଲ୍ଲା ହେଉଛି ଅନେକ ଯୋଗଜନ୍ମାଙ୍କ ଏନ୍ତୁଡ଼ିଶାଳ ଯଥା ଉତ୍କଳଘଣ୍ଟ କବି ଯଦୁମଣି ମହାପାତ୍ର, ଜୋତିର୍ବିଦ ସାମନ୍ତ ଚନ୍ଦ୍ର ଶେଖର (ପଠାଣି ସାମନ୍ତ), କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା, ସ୍ୱାଧୀନତା ସଂଗ୍ରାମୀ ସହିଦ ରଘୁ-ଦିବାକର, କଷ୍ଟି ଡାକୁଆ, କଣ୍ଡୁରୀ ପରିଡା, ବୁଦ୍ଧି ପରିଡ଼ା, ବିଶିଷ୍ଟ ସଂଗ୍ରାହକ ଦାଶରଥି ପଟ୍ଟନାୟକ, ନାଟ୍ୟକାର ରାମଚନ୍ଦ୍ର ମିଶ୍ର, ଗୋବିନ୍ଦ ଚନ୍ଦ୍ର ସୁରଦେଓ, ପଣ୍ଡିତ ବିନାୟକ ମିଶ୍ର ଭଳି ମହାମନୀଷୀ ମାନଙ୍କ ଜନ୍ମ ଭୂମି।ଯେଉଁମାନେକି ଆମ ଜିଲ୍ଲାର ଅସ୍ମିତା କିନ୍ତୁ ବିଡମ୍ବନାର ବିଷୟ ନୟାଗଡ଼ ଜିଲ୍ଲା ମହୋତ୍ସବରେ ଏଭଳି ମହାପୁରୁଷଙ୍କ ପାଇଁ ସ୍ଥାନ ନାହିଁ। ଯାହାଙ୍କୁ ଦେଖିଲେ ଆମ ଭବିଷ୍ୟତ ସୁରି ମାନେ ପ୍ରେରଣା…
Read Moreଭଏସ୍ ଅଫ୍ ନୟାଗଡ଼ ଫାଇନାଲରେ “ଭଏସ୍ ଅଫ୍ ନୟାଗଡ଼” ହେଲେ ବିଷ୍ଣୁ ପ୍ରିୟା ବେହେରା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସର୍ବବୃହତ ସଂଗୀତ ପ୍ରତିଯୋଗିତା ଭଏସ୍ ଅଫ୍ ନୟାଗଡ଼, ସିଜନ୍ ୫ର ଫାଇନାଲ ଅଡିସନ୍ ରୋଟାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଲୁକ୍କାୟିତ ଯୁବ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ଦିଗରେ ନୟାଗଡ଼ କ୍ଳବ୍ ତରଫରୁ ବିଗତ ଚାରିବର୍ଷ ହେଲା ଅନୁଷ୍ଠିତ ହୋଇଆସୁଛି ଭଏସ୍ ଅଫ୍ ନୟାଗଡ଼। ଆଜିର କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥିଭାବେ ନୟାଗଡ଼ ବିଧାୟକ ନୟାଗଡ଼ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୈାର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ ଓ ଜିଲ୍ଲା ପରିଷଦ ସଦସ୍ଯ ସରୋଜ ରଣସିଂହ ଉପସ୍ଥିତ ଥିଲେ। ବିଚାରକ ଭାବେ ବରିଷ୍ଠ କଣ୍ଠଶିଳ୍ପୀ ସୁରଗନ୍ଧର୍ବ ନବକିଶୋର ମିଶ୍ର, ବରିଷ୍ଠ ସଂଗୀତ ନିର୍ଦେଶକ ଶ୍ରୀକର ପାଢୀ…
Read Moreନୟାଗଡ଼ ଜିଲ୍ଲା ମହୋତ୍ସବ ପାଇଁ ଇଭେଣ୍ଟ ମ୍ୟାନେଜମେଣ୍ଟ ବୈଠକରେ ପ୍ରବଳ ହଟ୍ଟଗୋଳ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମହୋତ୍ସବ ପଲ୍ଲିଶ୍ରୀ, ପୁସ୍ତକ ଓ କୃଷି ମେଳା ଆସନ୍ତାକାଲି ତଥା ୨୪ ତାରିଖଠାରୁ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଆଜି ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାରଙ୍କ ଅଧ୍ୟକ୍ଷତାରେ ଇଭେଣ୍ଟ ମ୍ୟାନେଜ୍ମେଣ୍ଟ ବୈଠକ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ସହକାରୀ ଜିଲ୍ଲାପାଳ ତାପତି ରାଜ୍, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର ନାଥ ସାହୁ ପ୍ରମୁଖ ଉପସ୍ଥିତଥିଲେ । ବୈଠକରେ ଆଜି ପ୍ରବଳ ହଟ୍ଟଗୋଳ ହେବା ସହ ସଦସ୍ୟମାନେ ଉଦବେଗ ପ୍ରକାଶ କରିଥିଲେ । ଜିଲ୍ଲା ମହୋତ୍ସବ କେଉଁ ଅଦୃଶ୍ୟ ଶକ୍ତି ଦ୍ୱାରା ପରିଚାଳିତ ହେଉଛି ବୋଲି ପ୍ରଶ୍ନ କରିଥିଲେ । କଲଚରାଲ୍ କମିଟିକୁ ଭାଙ୍ଗି ଇଭେନ୍ଟ ମ୍ୟାନେଜ୍ମେଣ୍ଟ କମିଟି ଗଠନର କାରଣ କଣ ବୋଲି…
Read Moreନୟାଗଡ଼ ଜିଲ୍ଲା ମହୋତ୍ସବକୁ ନେଇ ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ଚଳିତ ମାସ ତା.୨୪ ରୁ ୨୮ ତାରିଖ ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା, କୃଷି-ଯନ୍ତ୍ରପାତି ମେଳା, ପୁସ୍ତକ ମେଳା-୨୦୨୪ ଅନୁଷ୍ଠିତ ହେବ। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୪ତାରିଖରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଜିଲ୍ଲା ମହୋତ୍ସବକୁ ଶୁଭ ଉଦ୍ଘାଟନ କରିବେ ବୋଲି ସମ୍ମତି ପ୍ରକାଶ କରିଛନ୍ତି। ଏହି ମହୋତ୍ସବରେ ପାଖାପାଖି ୩୧୩ ଷ୍ଟଲଟି ଖୋଲିବ। ଓରମାସ- ୧୧୬ଟି ଷ୍ଟଲ, ପୁସ୍ତକ ମେଳା-୨୦ଟି ଷ୍ଟଲ, କୃଷି-ଯନ୍ତ୍ରପାତି ମେଳା-୬୦ଟି ଷ୍ଟଲ, ଖାଦ୍ୟ ଷ୍ଟଲ-୫୦ଟି, ମିଶନ ଶକ୍ତି-୨୦ଟି ଷ୍ଟଲ, ହସ୍ତଶିଳ୍ପ-୧୦ଟି ଷ୍ଟଲ, ପୋଲିସ, ଫାୟାର, ମେଡିକାଲ- ୬ଟି ଷ୍ଟଲ, ବିଭିନ୍ନ ବିଭାଗ-୨୪ଟି ଷ୍ଟଲ, ବିଜ୍ଞାପନ ପାଇଁ ୭ଟି ଷ୍ଟଲ ଖୋଲାଯିବାର ବ୍ୟବସ୍ଥା ହୋଇଛି। ରାସ୍ତା ଘାଟ:- ଜଗନ୍ନାଥ ମନ୍ଦିର ଠାରୁ ଷ୍ଟାଡିୟମ ପଡ଼ିଆ ଏବଂ ପି.ଟି.ଏସ ରାସ୍ତାରୁ ଷ୍ଟାଡିୟମ ପର୍ଯ୍ୟନ୍ତ…
Read Moreପଞ୍ଚାୟତ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଦ୍ବିତୀୟ ସଂନ୍ଧ୍ୟା ଧୁମଧାମରେ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ଜେମାଦେଇପୁର ପାଟଣା ରାଜପାଟଣା ମିନି ଷ୍ଟାଡିୟମ ଠାରେ ପଞ୍ଚାୟତ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଆଜି ଦ୍ବିତୀୟ ସଂନ୍ଧ୍ୟା ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଆଜି ସନ୍ଧ୍ୟାରେ ମୁଖ୍ୟଅତିଥିଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହି ଅଧିକାରୀ ଦେବଦତ୍ତ ପଣ୍ଡା, ନୟାଗଡ଼ ବ୍ଲକ ବିଡିଓ ପଦ୍ମଚରଣ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସରୋଜ ରଣସିଂ, ବ୍ଲକ ଉପାଧ୍ଯକ୍ଷା ଲକ୍ଷ୍ମୀପ୍ରିୟା ସାହୁ, କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରବିନ୍ଦ୍ର ସାହୁ, ସ୍ଥାନୀୟ ସରପଞ୍ଚ ସଦାଶିବ ନାୟକ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟଅତିଥି ତାଙ୍କ ଅଭିଭାଷଣରେ ପଞ୍ଚାୟତ ସ୍ତରରେ ଏଭଳି ଆୟୋଜନ କୌଣସି ସ୍ଥାନରେ ଦେଖିବାକୁ ମିଳିନାହିଁ ବୋଲି ପ୍ରକାଶ କରିବା ସହ ଆୟୋଜକମାନଙ୍କୁ ପ୍ରଶଂସା କରିଥିଲେ…
Read Moreନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ କର୍ମକର୍ତ୍ତା ଚୟନ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାର ସର୍ବ ପୁରାତନ ତଥା ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘର ଗତ ୧ତାରିଖ ଦିନ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଅଧିବେଶନ ନିଷ୍ପତ୍ତି ଅନୁଯାୟୀ ସଂଘର ସଭାପତି ପ୍ରମୋଦ ପଟ୍ଟନାୟକ ସଙ୍ଘ ପରିଚାଳନା ପାଇଁ କର୍ମକର୍ତା ମନୋନୟନ କରିଛନ୍ତି। ସଙ୍ଘର ଉପଦେଷ୍ଟା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଭାକର ଶିରୋମଣୀ, ରବିନ୍ଦ୍ର କୁମାର ପଟ୍ଟନାୟକ, ବିନାୟକ ମିଶ୍ର, ଆଦର୍ଶ କୁମାର ପଟ୍ଟନାୟକ ଓ ରାମେଶ୍ଵର ଶତପଥୀ ରହିଥିବା ବେଳେ କାର୍ଯ୍ୟକାରୀ ସଭାପତିଭାବେ ବରିଷ୍ଠ ସାମ୍ବାଦିକ ସୁବାଷ ଚନ୍ଦ୍ର ମହାପାତ୍ର ଓ ନିଶିକାନ୍ତ ରଥ ରହିଛନ୍ତି । ସାଧାରଣ ସମ୍ପାଦକଭାବେ ପ୍ରଦୀପ୍ତ କୁମାର ରଥ, ସଂଗଠନ ସମ୍ପାଦକଭାବେ ଶିବରାମ ମହାପାତ୍ର ଓ ଜୟେନ୍ଦ୍ର କୁମାର ବେହେରା, କାର୍ଯ୍ୟାଳୟ ଉପସଭାପତିଭାବେ ପୁରୁଷୋତ୍ତମ ମହାହପାତ୍ର, କାର୍ଯ୍ୟାଳୟ ସମ୍ପାଦକ ସୁରେନ୍ଦ୍ର କୁମାର ପ୍ରଧାନ ରହିଛନ୍ତି। କୋଷାଧ୍ୟକ୍ଷ ଗୋକୁଳ କୁମାର ଷଡଙ୍ଗୀ…
Read More