ନୟାଗଡ଼, (ନୟାଗଡ଼ ଦର୍ପଣ): ଚଳିତ ବର୍ଷ ନୟାଗଡ଼ ଜିଲ୍ଲା ସାହିତ୍ୟ ଓ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ହେବାକୁ ଥିବା ବିଶ୍ୱ ହାସ୍ୟ ଦିବସ-୨୦୨୫ ଏବଂ ହସି ହସାଅ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ମହର୍ଷି ଖେଳ ପଡ଼ିଆରେ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟିରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ମଇ ୪ ତାରିଖ ସନ୍ଧ୍ୟାରେ ନୟାଗଡ଼ ପୁରୁଣା ସହରସ୍ଥିତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିକଟ ଯଦୁମଣି ମଣ୍ଡପରେ ବିଶ୍ୱ ହାସ୍ୟ ଦିବସ ଅନୁଷ୍ଠିତ ହେବ। ଏହି ଅବସରରେ ରାଜ୍ୟର ଲବ୍ଧ ପ୍ରତିଷ୍ଠିତ ବ୍ୟଙ୍ଗ କବିମାନଙ୍କୁ ନେଇ ହସି ହସାଅ ଆସରରେ ଜ୍ଞାନ ହୋତା, ସତ୍ୟାନାଶ, ଡ.କୁଳାଙ୍ଗାର, ବୋଲଗଡ଼ ଏକ୍ସପ୍ରେସ, ମନ ମାଷ୍ଟ୍ରେ, ଆର୍ତ୍ତତ୍ରାଣ ମିଶ୍ର, ରବିନ୍ଦ୍ର ରାଉତ, ସତ୍ୟବ୍ରତ ପାଣିଗ୍ରାହୀ, ବିଭୁ ମିଶ୍ର, ସୁଶାନ୍ତ ସାହୁ, ପ୍ରିୟବ୍ରତ ପଣ୍ଡା, ଡ. ରମାକାନ୍ତ ମହାପାତ୍ର ପ୍ରମୁଖ ବ୍ୟଙ୍ଗକାରମାନେ ଯୋଗ ଦେବେ। ଅନ୍ୟ ପକ୍ଷରେ ବିଶେଷ ଆକର୍ଷଣ ଭାବେ ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଯୋଗ ଦେବେ ବୋଲି ସୂଚନା ଦିଆଯାଇଛି ।
ସଭା ପ୍ରାରମ୍ଭରେ ନିକଟରେ ଇହଧାମ କରିଥିବା ଓଡିଶା ପଲିଟିକାଲ ସର୍କସର ହସ୍ୟାଭିନେତା ଅଜୟ ନାୟକଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଶେଷରେ ଚଳିତ ବର୍ଷ ରାଜ୍ୟସ୍ତରୀୟ ଉତ୍କଳ ଘଣ୍ଟ ହାସ୍ୟରସିକ ଉପାୟନ ପାଇବା ଯୋଗ୍ୟ ବିବେଚିତ ବ୍ୟଙ୍ଗ ବାଗିଶ ଜ୍ଞାନ ହୋତାଙ୍କୁ ସମ୍ବର୍ଦ୍ଧନା ଅର୍ପଣ କରିବା ସଙ୍ଗେ ସଙ୍ଗେ ନଗଦ ୨୧ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରାଯିବ। ଏହି ପ୍ରସ୍ତୁତି ବୈଠକରେ କାର୍ଯ୍ୟକାରୀ ସଭାପତି ନାଟ୍ୟଭୂଷଣ ଡ. ବିଜୟ କୁମାର ଚୌଧୁରୀ, ସମ୍ପାଦକ ନିର୍ମଳ ଶୁରଦେଓ, ଟ୍ରଷ୍ଟି ପ୍ରଶାନ୍ତ କୁମାର ଦାଶ ଏବଂ ଶେଖ ଅବଦୁଲ ଖାଲିକ, କଣ୍ଠଶିଳ୍ପୀ ନବକିଶୋର ମିଶ୍ର, ନାଟ୍ୟକାର ବିଶ୍ୱନାଥ ମହାପାତ୍ର, ଗଣମାଧ୍ୟମ ସଂଯୋଜକ ଲକ୍ଷ୍ମୀଧର ସାହୁ, ପୂର୍ଣଚନ୍ଦ୍ର ଶତପଥୀ, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ହାସ୍ୟରସିକ ମି. କାଳିଆ, ରବୀନ୍ଦ୍ର ରାଉତ, ଦୁର୍ଯ୍ୟୋଧନ ସାହୁ, ପ୍ରଧାନୀ ବୃନ୍ଦାବନ ମହାପାତ୍ର ପ୍ରମୁଖ ସେମାନଙ୍କ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ।