ରେଳ ଷ୍ଟେସନ ସଫେଇ ଏବଂ ଆବର୍ଜନା ପୋଡ଼ି

ନୟାଗଡ଼,(ନୟାଗଡ଼ ଦର୍ପ): ପରିବେଶକୁ ସ୍ୱଚ୍ଛ,ସୁନ୍ଦର ଓ ପରିଷ୍କାର ରଖିବା ଲକ୍ଷ୍ୟ ନେଇ ନୟାଗଡ଼ ଜିଲ୍ଲାର ଅଗ୍ରଣୀ ନାଗରିକ ଅନୁଷ୍ଠାନ ‘ନୟାଗଡ଼ ନାଗରିକ ମଞ୍ଚ’ ପକ୍ଷରୁ  ନୟାଗଡ଼ ଟାଉନ ରେଳ ଷ୍ଟେସନ ଏବଂ ଏହାର ପରିସରକୁ ସଫେଇ କରାଯିବା ସହିତ ସଂଗୃହିତ ଆବର୍ଜନା ଗୁଡ଼ିକରେ ଅଗ୍ନି ସଂଯୋଗ କରି ନଷ୍ଟ କରାଯାଇଛି । ରେଳ ଷ୍ଟେସନ ପରିସର ତଥା ରେଳ ଧାରଣାରେ ମଧ୍ୟରେ ପଡ଼ିଥିବା ପ୍ଲାଷ୍ଟିକ ପାଣି ବୋତଲ,ପାଉଚ, ଜରି,କାଗଜ ଟୁକୁରା ତଥା ବିଭିନ୍ନ ଆବର୍ଜନା ଗୁଡ଼ିକୁ ଡଷ୍ଟବିନ ସାହାଯ୍ୟରେ ସଂଗ୍ରହ କରାଯାଇଥିଲା । ସେହିପରି ଷ୍ଟେସନ ପରିସର ଏବଂ ଏହାର ଆଖପାଖରେ ଉଠିଥିବା ଅନାବନା ଗଛ,ଘାସ ଇତ୍ୟାଦିକୁ କଟାଯାଇ ପରିଷ୍କାର କରାଯାଇଥିଲା। ଶେଷରେ ସଂଗୃହିତ ଅଳିଆ ଆବର୍ଜନା ଗୁଡ଼ିକୁ ଷ୍ଟେସନର ଶେଷ ପାର୍ଶ୍ୱରେ ଏକତ୍ରିତ କରାଯାଇ ସେଥିରେ ଅଗ୍ନି ସଂଯୋଗ କରି ନଷ୍ଟ କରାଯାଇଥିଲା।ନୟାଗଡ଼ ନାଗରିକ ମଞ୍ଚ ସଭାପତି ପ୍ରମୋଦ ପଟ୍ଟନାୟକ ଏବଂ ସମ୍ପାଦକ ଲକ୍ଷ୍ମୀଧର ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି ସଫେଇ ଅଭିଯାନରେ ଉପ ସଭାପତି ପ୍ରଦୀପ କୁମାର ସାହୁ,ସହ ସମ୍ପାଦକ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ସମେତ ବରିଷ୍ଠ ନାଗରିକ ମଞ୍ଚ ସଦସ୍ୟ ସୁରେନ୍ଦ୍ରନାଥ ମହାପାତ୍ର,ବସନ୍ତ କୁମାର ମିଶ୍ର,ରାଜେନ୍ଦ୍ର କୁମାର ପାଣିଗ୍ରାହୀ, ଲକ୍ଷ୍ମୀଧର ମହାପାତ୍ର,କୈଳାସ ଚନ୍ଦ୍ର ରଥ,ପୂର୍ଣଚନ୍ଦ୍ର ଶତପଥୀ,ପ୍ରଦୀପ୍ତ କୁମାର ଡାକୁଆ,ପ୍ରଫୁଲ୍ଲ କୁମାର ନାୟକ, ପ୍ରଦ୍ୟୁମ୍ନ କୁମାର ନନ୍ଦ,ଅଜିତ କୁମାର ମିଶ୍ର, ଅରୁଣ କୁମାର ସାହୁ ପ୍ରମୁଖ ସାମିଲ ହୋଇଥିବା ବେଳେ ରେଳବିଭାଗ ଷ୍ଟେସନ ମ୍ୟାନେଜର ସୁଖେନ୍ଦୁ କୁମାର ପ୍ରଧାନ ଏବଂ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ।

Related posts