ମାଦକ ଦ୍ରବ୍ୟ ସହିତ ମୋବାଇଲକୁ  ନିଶା ମୁକ୍ତ ଭାବେ ପାଳିଲେ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ

ଓଡଗାଁ, (ନୟାଗଡ଼ ଦର୍ପଣ): ଶନିବାର ଭଳି ଆଜିର ଦିନକୁ କିଛି ନିଆରା ଢଙ୍ଗରେ ପାଳିବା ପାଇଁ ନୟାଗଡ଼ ଜିଲ୍ଲା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ସହଯୋଗରେ ଓଡ଼ଗାଁ ବ୍ଲକ ରୋହିବାଙ୍କ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀମାନେ ମାଦକ ଦ୍ରବ୍ୟ ସହିତ ମୋବାଇଲକୁ ନିଶାମୁକ୍ତ ଭାବେ ପାଳନ କଲେ। ନୟାଗଡ଼ ଜିଲ୍ଲା ଓ ରୋହିବାଙ୍କ ଶାଖା ତରଫରୁ ବ୍ରହ୍ମା କୁମାରୀ କଳ୍ପନା ଭଉଣୀ, ମିନି ଭଉଣୀ, ଶାନ୍ତି ଭଉଣୀ, ବ୍ରହ୍ମା କୁମାର ମନୋରଞ୍ଜନ ଭାଈ, ଅଖିଳ ଭାଈଙ୍କ ସମେତ ୧୨ ଜଣ  ନିଶା ମୁକ୍ତ ଭାରତ ଅଭିଯାନ ରଥ ସହିତ ବିଦ୍ୟାଳୟରେ ଆସି ଯୋଗଦେଇଥିଲେ। ରଥରେ ଖଚିତ LCD ଦ୍ଵାରା ବିଭିନ୍ନ ମାଦକ ଦ୍ରବ୍ୟର ବ୍ୟବହାରର କୁପରିଣାମ ଓ ମାରାତ୍ମକ ରୋଗ କ୍ୟାନସରର କାରଣ, ପାରିବାରିକ ଅଶାନ୍ତି, କଳହ, ମୃତ୍ୟୁ ଆଦି କାର୍ଯ୍ୟ କାରଣ ସମ୍ବନ୍ଧିତ ଚିତ୍ର ଓ ଚଳଚ୍ଚିତ୍ର ପିଲାମାନଙ୍କୁ ଦେଖାଇଥିଲେ। ଖାଲି ସେତିକି ନୁହେଁ ଅନ୍ୟ ଏକ ନିଶା ଯାହା ବର୍ତ୍ତମାନ ଛୋଟ ଛୁଆଠୁ ଆରମ୍ଭ କରି କମ ବୟସର କୁନି କୁନି ପିଲାମାନେ,  କୈଶୋର ଛାତ୍ରଛାତ୍ରୀ, ପ୍ରାପ୍ତ ବୟସ୍କ ଯୁବକ ଯୁବତୀ, ଏପରିକି ଗର୍ଭଧାରିଣୀ ମା ମଧ୍ୟ ବାଦ୍ ନହୋଇ ଉବୁଟୁବୁ ହେଉଥିବା ମୋବାଇଲର ନିଶାର କୁପରିଣାମ ଓ ଖରାପ ଦିଗରେ ବ୍ୟବହାର ମାତ୍ରା ବୃଦ୍ଧି ସଂପର୍କରେ ମଧ୍ୟ ଚଳଚ୍ଚିତ୍ର ଦେଖାଇଥିଲେ।

ଏପରିକି ୩/୪ମାସର ଜନ୍ମିତ ଶିଶୁକୁ ମୋବାଇଲ୍ ଦେବା, ପିଲାଙ୍କ ଖାଦ୍ୟଗ୍ରହଣ ବେଳେ ମୋବାଇଲ୍ ଧରାଇଦେବା, ଯାନବାହାନ ଚଳାଇ  ପରିବାର ସହିତ ଯାଉଥିବା ବେଳେ କାନରେ ମୋବାଇଲ୍ ଲଗାଇ କଥାବାର୍ତ୍ତା , ଏପରିକି ଦୁର୍ଘଟଣାରେ ପଡ଼ିଥିବା ଲୋକଙ୍କୁ ଉଦ୍ଧାର ନକରି ତାର ଫଟୋ ସହିତ ସେଲଫି, ଦ୍ରୁତଗତିରେ ଯାଉଥିବା ଟ୍ରେନ
ସହିତ ରିଲିସ୍ ନିଶା ଯୁବପିଢୀ ଙ୍କ ମାନସିକତା ରେ ପରିବର୍ତନ ସାଙ୍ଗକୁ କୋମଳ ବ୍ରେନ୍ ଷ୍ଟ୍ରୋକର ଅନ୍ୟତମ କାରଣ ଏ ମୋବାଇଲ୍ ହୋଇଥିବା ଦର୍ଶାଇଥିଲେ। ଶେଷରେ ସମସ୍ତ ଅତିଥି, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଓ ଛାତ୍ର ଛାତ୍ରୀମାନଙ୍କୁ ନେଇ  ଏକ ନିଶା ମୁକ୍ତ ଭାରତ ପାଈଁ ଶପଥ ପାଠ କରାଯାଇଥିଲା। ଏଥିରେ ବ୍ରହ୍ମା କୁମାରୀ କଳ୍ପନା ଭଉଣୀ, ବିଦ୍ୟାଳୟ ଶିକ୍ଷକ ସନ୍ତୋଷ କୁମାର ସାହୁ ନିଜର ପଡୋଶୀ ଭାଇଭଉଣୀ , ସମ୍ପର୍କିୟ କିମ୍ବା ଅନ୍ୟ କେହି ଦୋକାନକୁ ମାଦକ ଦ୍ରବ୍ୟ  ମଦ,  ସିଗାରେଟ, ଗୁଟଖା, ଗୁଡ଼ାଖୁ ଆଦି ଆଣିବା ପାଇଁ ପଠାଇଲେ ନ ଆଣି ସେମାନଙ୍କୁ ସେଥିରୁ ବାରଣ କରି  ସଚେତନ ବାର୍ତ୍ତା ଦେବାକୁ ଛାତ୍ର ଛାତ୍ରୀମାନଙ୍କୁ କହିଥିଲେ ।

ଏହା ସହିତ ଆଜିଠାରୁ ଘରେ ମୋବାଇଲ୍ ବ୍ୟବହାର ହ୍ରାସ କରିବା ସହିତ ଏହାର ଖରାପ ଚିତ୍ର ଓ ଚଳଚିତ୍ର ଦେଖିବା ନିଷେଧ ପାଇଁ ଶପଥ ନେବାକୁ କହିଥିଲେ। ଖାଲି ସେତିକି ନୁହେଁ  ଏହା ପରେ ଆଜି ନୂତନ ଶିକ୍ଷାବର୍ଷର ପ୍ରଥମ ଅଭିଭାବକ ଶିକ୍ଷକ ବୈଠକ ହୋଇଥିବାରୁ ଉକ୍ତ ବୈଠକରେ ମୋବାଇଲ୍ ଭୟାବହତା ସହିତ ନିଜ ପିଲାମାନଙ୍କୁ ମୋଵାଇଲ ଦେବାଠାରୁ  ନିବୃତ ରଖିବା, ସମାପ୍ତି ସୂଚକ ଆକଳନ -୨ର ଉପଲବ୍ଧି, ସୈଖିକ କ୍ୟାଲେଣ୍ଡର ୨୦୨୫-୨୬, ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ନବମ ଓ ଦଶମ ଛାତ୍ର ଛାତ୍ରୀମାନଙ୍କୁ ଖାଦ୍ୟ ଯୋଗାଣ, ସମସ୍ତ ଛାତ୍ର ଛାତ୍ରୀମାନଙ୍କୁ ମାଣ୍ଡିଆ ଲଡୁ ପ୍ରଦାନ, ଅଧାରୁ ପାଠ ଛାଡିଥିବା ପିଲାଙ୍କୁ ବିଦ୍ୟାଳୟକୁ ଆଣିବା, ଆସନ୍ତା ଗ୍ରୀଷ୍ମ ଅବକାଶରେ ଗୃହକାର୍ଯ୍ୟ, ସମେତ ଅଂଶୁଘାତ ସମ୍ବନ୍ଧୀୟ ସୂଚନାକୁ ବୈଠକରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ଆଚାର୍ଯ୍ୟ ବିଶଦ ଭାବେ ସମସ୍ତ ଅବିଭାବକ ମାନଙ୍କୁ ବର୍ଣ୍ଣନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ସାହୁ, ଖେଳ ଶିକ୍ଷକ ଆଲୋକ ନାୟକ ପରିଚାଳନା କରିଥିବାବେଳେ ଅତିଥି ଓ ଅବିଭାବକ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ଶିକ୍ଷକ ରାଧା ଗୋବିନ୍ଦ ନାୟକ। ଶିକ୍ଷକ ସନ୍ତୋଷ ନାହାକ, ସୂର୍ଯ୍ୟମଣି ନାୟକ, ଖଗେଶ୍ଵର ବେହେରା, ବିଶ୍ୱଜିତ୍ ନାୟକ, ଶିକ୍ଷୟିତ୍ରୀ ସୁନିତା ବେହେରା, ବିଷ୍ଣୁପ୍ରିୟା ବାରିକ, ଅବନ୍ତି ବେହେରା ପ୍ରିୟଦର୍ଶିନୀ ମହାପାତ୍ର, ପଦ୍ମିନୀ ନାୟକ ଆଦି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Related posts