ଡିସେମ୍ବର ୨୪ରେ ମା’ ଦକ୍ଷିଣକାଳୀଙ୍କ ମନ୍ଦିର ସାମ୍‌ନାରେ ଜାତୀୟ ରାଜପଥ ଅବରୋଧ ପାଇଁ ଚେତାବନୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ମା’ ଦକ୍ଷିଣକାଳୀ ମନ୍ଦିର ପରିଚାଳନା କାର୍ଯ୍ୟକାରୀ କମିଟିର ଏକ ଜରୁରୀ ବୈଠକ ବସି ଠିକାଦାର ଏବଂ ପୂର୍ତ୍ତ ବିଭାଗର ଅବହେଳା, ଅସହଯୋଗ ଏବଂ ସର୍ବପରି ଖାମଖିଆଲି ନୀତିର ତୀବ୍ର ନିନ୍ଦା କରିବା ସହ ପୂର୍ତ୍ତ ବିଭାଗକୁ ଦେଲେ ଚେତାବନୀ। ବାରମ୍ବାର ଅନୁରୋଧ ଏବଂ ସାକ୍ଷାତ ଆଲୋଚନା କରିବା ପରେ ମଧ୍ୟ ବିଭାଗ ତରଫରୁ ସହଯୋଗ ମିଳିଲା ନାହିଁ । ମା’ ଦକ୍ଷିଣକାଳୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ନିମନ୍ତେ ସରକାର ୩କୋଟି ୫୦ ଲକ୍ଷ ଟଙ୍କା ଅର୍ଥରାଶି ଅନୁଦାନ ଆକାରରେ ପ୍ରଦାନ କରିଥିଲେ । କାର୍ଯ୍ୟରତ ଠିକାଦାର ମନ୍ଦିର କାମ କଲାବେଳେ ବ୍ୟବହୃତ ଜେସିବି ମେସିନ୍, ପଥର ନେବାଆଣିବା ଏବଂ ପଥର ମନ୍ଦିର ଉପରକୁ ଉଠାଇ କାମ କଲାବେଳେ ମନ୍ଦିର ଭିତର ପାର୍ଶ୍ଵ ଚଟାଣ ଭାଙ୍ଗି ନଷ୍ଟ ହୋଇଯାଇଥିଲା । ମନ୍ଦିର କାମ ସରିବା ପରେ…

Read More

ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ୩୧ତମ ବାର୍ଷିକ ଉତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ଲେଖକ ପରିଷଦର ୩୧ତମ ବାର୍ଷିକ ଉତ୍ସବ ନୟାଗଡ଼ ବ୍ଲକ ସଭା ଗୃହରେ ବେଶ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦବାନ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ସୁ ସାହିତ୍ୟିକ ତଥା ଗାଳ୍ପିକ ସତ୍ୟବାଦୀ ବଳିୟାରସିଂ ଯୋଗଦାନ କରି ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସାହିତ୍ୟର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ସାହିତ୍ୟିକ ମାନଙ୍କୁ ଅତିଥିମାନେ ମାନପତ୍ର ଏବଂ ଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହି କ୍ରମରେ ବିଶିଷ୍ଟ ସାହିତ୍ୟିକ ତଥା ଐତିହାସିକ ସତ୍ୟବାଦୀ ବଳିୟାରସିଂହଙ୍କୁ ନୟାଗଡ଼ ସାରସ୍ୱତ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଉମରକୋଟର ବିଶିଷ୍ଟ ସମାଜସେବୀ ତଥା…

Read More

ନୟାଗଡ ଜିଲ୍ଲା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୫୮୫ଟି ମାମଲା ଫଏସଲା

ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।  ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୫ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୪୭୩୫୦୦୦ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୧୦୧ଦେୱାନି ମାମଲା ଫଇସଲା କରାଯାଇଥିଲା। ଏନ. ଆଇ. ଆକ୍ଟ କେସ ୫ ଟି ଫଇସଲା କରାଯାଇ ୧୪୯୬୦୦୦ ଟଙ୍କା ଆଦାୟ କରଯାଇଥିଲା ଏବଂ ବିବାହଜନିତ ୧୯ ଟି ମାମଲା ଫଇସଲା କରାଯାଇ ୮୪୦୦୦ ଟଙ୍କା ଆଦାୟ କରଯାଇଥିଲା। ସେଥି ମଧ୍ୟରୁ ଦୁଇଟି ବିବାହ ଜନିତ ସ୍ବାମୀ ସ୍ତ୍ରୀ କେସରେ ପରିବାର ଅଦାଲତ ବିଚାରପତିଙ୍କ ଦୃଢ ପ୍ରଚେଷ୍ଟାରେ ସ୍ବାମୀ ସ୍ତ୍ରୀ ଏକାଠି ହୋଇ…

Read More

ଜିଲ୍ଲା ମହୋତ୍ସବର ସ୍ୱତନ୍ତ୍ର ନାମକରଣ ପାଇଁ ବାଚସ୍ପତିଙ୍କୁ ପ୍ରସ୍ତାବ ଦେଲେ ଜିଲ୍ଲା କଂଗ୍ରେସ ସଭାପତି

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମହୋତ୍ସବର ସ୍ୱତନ୍ତ୍ର ନାମକରଣ କରାଇବା ପାଇଁ ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ମାନ୍ୟବର ବାଚସ୍ପତି ସୁରମା ପାଢ଼ୀଙ୍କୁ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟର ବହୁ ଜିଲ୍ଲାରେ ମହୋତ୍ସବ ଗୁଡିକ ସ୍ୱତନ୍ତ୍ର ନାମକରଣ କରାଯାଇ ତାହାର ନିଜସ୍ୱ ପରିଚୟ ପାଉଥିବା ବେଳେ ନୟାଗଡ଼ ଜିଲ୍ଲାରେ ବିଗତ ୨୫ ବର୍ଷ ଧରି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବା ବେଳେ ତାହାକୁ ଗ୍ରହଣ କରାଯାଉ ନାହିଁ ବୋଲି ଉଲ୍ଲେଖ କରି ବାଚସ୍ପତି ଶ୍ରୀମତୀ ପାଢ଼ୀଙ୍କ ଅଫିସିଆଲ ଟୁଇଟର ହାଣ୍ଡେଲ ‘X‘ ରେ ଜିଲ୍ଲା ମହୋତ୍ସବର ସ୍ୱତନ୍ତ୍ର ନାମକରଣ କରିବା ପାଇଁ ଏକ ଚିଠି ମାଧ୍ୟମରେ ପ୍ରସ୍ତାବ ଦେଇଛନ୍ତି। ଚିଠିର ନକଲ ମଧ୍ୟ ନୟାଗଡ଼ ଜିଲ୍ଲାପାଳଙ୍କ ଟୁଇଟର ହାଣ୍ଡେଲରେ ଅପଲୋଡ଼ କରିଛନ୍ତି। ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଏ ସମ୍ପର୍କ ରେ…

Read More

୯୫ ବର୍ଷିୟ ମହିଳା ଶ୍ରୀଜଗନ୍ନାଥ ସଂଗ୍ରହାଳୟକୁ ୨୦୦ ବର୍ଷର ପୁରୁଣା ସାମଗ୍ରୀ ଦାନ କଲେ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ୍ ଅନ୍ତର୍ଗତ ମହିପୁର ଗାଁର ୯୫ ବର୍ଷିୟ ମହିଳା ସତ୍ୟଭାମା ସାହୁ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର, ଦୁର୍ଦ୍ଦୁରା ଅନୁଷ୍ଠାନକୁ ସ୍ବେଚ୍ଛାକୃତ ଭାବେ ବିଭିନ୍ନ ପୁରୁଣା ସାମଗ୍ରୀ ପ୍ରଦାନ କରିଛନ୍ତି। ଏଥିରେ ଦୁଇଶହ ବର୍ଷର ପୁରୁଣା ପାଟରା ବେତ ପେଡ଼ି ତାଙ୍କ ଯେଯେ ଶାଶୁ ଯୌତୁକରେ ଆଣିଥିଲେ, ସେ ସେହି ପେଡ଼ିକୁ ସାଇତି ରଖି ଆଜୀବନ ବ୍ୟବହାର କରି ଆସୁଥିଲେ। କେଉଁଦିନରୁ ପୁତୁରା ଧିରେନ୍ଦ୍ର କୁମାର ସାହୁ ସଂଗ୍ରହାଳୟକୁ ଦେବାକୁ ମନସ୍ଥ କରିଥିବା କଥା ଜଣାଇବା ପରେ ନିଜେ ସତ୍ୟଭାମା ତାଙ୍କର ସାଇତି ରଖିଥିବା ତାଲା ଚାବି ଥିବା ପୁରାତନ ଏହି ବେତ ତିଆରି ପାଟରା, ଓଜନ ମାପକ ୫୦କି.ଗ୍ରା ଦୁଇଟି, ବଡ଼ ସିନ୍ଧୁକ, କାଠ ନିର୍ମିତ ହାତ ପେଡି ଇତ୍ୟାଦିକୁ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାରକୁ ଦାନ…

Read More

ମାନ୍ୟବର ନ୍ୟାୟମୂର୍ତ୍ତିଙ୍କୁ ସମ୍ବର୍ଦ୍ଧନା

ନୟାଗଡ଼, (ନୟାଗଡ଼ ଦର୍ପଣ): ଉଚ୍ଚ ନ୍ୟାୟାଳୟର ମାନ୍ୟବର ନ୍ୟାୟମୂର୍ତ୍ତି ମୁରାହରି ଶ୍ରୀ ରମଣ ନୟାଗଡ଼ର ଅଧିଷ୍ଠାତ୍ରୀଦେବୀ ମା ଦକ୍ଷିଣକାଳୀଙ୍କ ମନ୍ଦିରକୁ ଆସି ପୂଜାର୍ଚ୍ଚନା କରିବା ସହ ମା’ଙ୍କ ଆଶ୍ରିବାଦ ଭିକ୍ଷା କରିଥିଲେ। ମନ୍ଦିର ପରିସରରେ ମନ୍ଦିର ପରିଚାଳନା କମିଟିର ସଭାପତି ତଥା ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ ନ୍ୟାୟ ମୂର୍ତ୍ତିଙ୍କ ସହ ତାଙ୍କ ସହଧର୍ମିଣୀଙ୍କୁ ଉତ୍ତରୀୟ ଓ ମା’ଙ୍କ ଫଟୋ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଜିଲ୍ଲା ଦୌରାଜଜ ଆନନ୍ଦ ନାରାୟଣ ମହାରଣା ଓ ଅନ୍ୟାନ୍ୟ ବିଚାରପତିଙ୍କ ସମେତ ଓକିଲ ସଙ୍ଘ ସଭାପତି ଆଇନଜୀବୀ ରଣଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ନ୍ୟାୟ ମୂର୍ତ୍ତି ମା’ଙ୍କ ଦର୍ଶନ କରି ଆନନ୍ଦ ପ୍ରକଟ କରିବା ସଂଗେ ସଂଗେ ମନ୍ଦିର ପରିଚାଳନା ସମ୍ପର୍କରେ ସବିଶେଷ ଖବର ନେଇଥିଲେ।

Read More

ଉଦଯାପିତ ହେଲା ଦୁଇଦିନିଆ ଜିଲ୍ଲା ଆଥଲେଟିକ ମିଟ-୨୦୨୫

ନୟାଗଡ, (ନୟାଗଡ଼ ଦର୍ପଣ): ସ୍ଥାନୀୟ ପି.ଟି.ଏସ ଗ୍ରାଉଣ୍ଡରେ ନୟାଗଡ ଜିଲ୍ଲା ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଚାଲିଥିବା ଦୁଇଦିନିଆ ଜିଲ୍ଲା ଆଥଲେଟିକ ମିଟ ୨୦୨୫ ବୁଧବାର ଦିନ ଉଦଯାପିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ବହୁ ସଂଖ୍ୟାରେ ଉଦୀୟମାନ ଯୁବ କ୍ରୀଡା ପ୍ରତିଭା ମାନେ ଯୋଗ ଦେଇଥିଲେ। ଏହି ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ଅନୁଷ୍ଠିତ ପ୍ରତିଯୋଗିତା ମୂଳକ ବିଭିନ୍ନ ବର୍ଗର ଖେଳରେ କୃତିତ୍ୱ ଅର୍ଜନ କରିଥିବା କ୍ରୀଡା ପ୍ରତିଭାମାନଙ୍କୁ ସାର୍ଟିଫିକେଟ ସହ ମେଡାଲ ଦେଇ ପୁରସ୍କୃତ କରି ଥିଲେ। ଏହି ପୁରସ୍କାର ବିତରଣ ଉତ୍ସବକୁ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିବାବେଳେ ସମ୍ମାନିତ ଅତିଥିଭାବେ ଖୁଣ୍ଟୁବନ୍ଧ ସ୍ଥିତ ସରକାରୀ ଆଇଟିଆଇ କଲେଜର ଅଧକ୍ଷ କାନ୍ତି ରଞ୍ଜନ ସାହୁ ଯୋଗ ଦେଇଥିଲେ। ଜିଲ୍ଲା ଆଥଲେଟିକ…

Read More

ଡିସେମ୍ବର ୮ରୁ୧୨ତାରିଖ ରାଜସୁନାଖଳା ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ

ଉଦଘାଟନ କରିବେ ବାଚସ୍ପତି। ଉଦଯାପନୀ ଉତ୍ସବରେ ଯୋଗଦେଇପାରନ୍ତି ରାଜ୍ୟପାଳ ରଣପୁର, (ନୟାଗଡ଼ ଦର୍ପଣ) : ନୟାଗଡ଼ ଜିଲ୍ଲା ରାଜସୁନାଖଳା ପଞ୍ଚାୟତ ଠାରେ ରାଜସୁନାଖଳା ମହୋତ୍ସବ କାଉଁରୀ ୨୦୨୫ପାଇଁ ସାମ୍ବାଦିକ ସମ୍ମିଳନୀ  ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ କମିଟିର ସମ୍ପାଦକ ତଥା ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରାଙ୍କ ଆବାହକତ୍ବରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମହୋତ୍ସବ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ମହୋତ୍ସବ କମିଟିର ସଭାପତି ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ରାଜସୁନାଖଳା ମହୋତ୍ସବ ଚଳିତ ବର୍ଷ ସପ୍ତମ ବର୍ଷରେ ପଦାର୍ପଣ କରିବ। ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନସଭାର ଵାଚସ୍ପତି ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଉଦଯାପନୀ ଉତ୍ସବରେ ମହାମହିମ ରାଜ୍ୟପାଳ ଯୋଗଦେବାର ସମ୍ଭାବନା ଥିବା ଜଣାପଡିଛି। ବିଗତ କିଛି ବର୍ଷ ଧରି ରାଜସୁନାଖଳା ମହୋତ୍ସବକୁ…

Read More

ପ୍ରେମିକାଙ୍କୁ ଲୁଚି ଲୁଚି ଦେଖା କରିବାକୁ ଆସି ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା ବିଦ୍ୟୁତ୍ ଫାଶରେ ପଡ଼ି ପ୍ରେମିକର ମୃତ୍ୟୁ

ପଙ୍କୁଆ-କଳସାଖମଣ ରାସ୍ତା କଡ଼ରୁ ମିଳିଥିବା ମୃତ ଯୁବକଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କଲା ଦଶପଲ୍ଲା ପୋଲିସ ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଚଡ଼େୟାପଲ୍ଲୀ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ରହିଥିବା ବେଳେ ଗତ ୨୭ତାରିଖ ପୂର୍ବାହ୍ଣରେ ପଙ୍କୁଆ–କଳସାଖମଣ ରାସ୍ତାର ଉଦୁଡ଼ା ନିକଟରୁ ପୋଖରୀଗୋଛା ପଞ୍ଚାୟତ ଚିନାପହଁରା ଗ୍ରାମର ହରି ଥାଟେଇ(୨୩)ଙ୍କ ମୃତଦେହ ଉଦ୍ଧାର ହେବା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରି ଦେଇଥିଲା। ହରି ବ୍ରହ୍ମପୁରର ଏକ ଏକାଡ଼େମିକରେ ରହି ସୈନ୍ୟ ବାହିନୀରେ ସାମିଲ ହେବାକୁ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ଘରକୁ ଫରିବା ରାସ୍ତାରେ ହଠାତ୍ ମୃତଦେହ ପଡ଼ିବା ଘଟଣା ଯେକୈାଣସି ବ୍ୟକ୍ତିଙ୍କ ମନକୁ ସନ୍ଦେହ ଆଣିଥିଲା। ମାଓବାଦୀଙ୍କ ଗତିବିଧି ରହୁଥିବା ହେତୁ ପ୍ରାଥମିକ ଭାବେ ଯେକେହି ମାଓବାଦୀଙ୍କ ଉପରକୁ ଅଙ୍ଗୁଳି ଉଠାଇଥିଲା। ମାତ୍ର ହରିଙ୍କ ପ୍ୟାଣ୍ଟ ପକେଟରୁ ଜବତ ହୋଇଥିବା ମୋବାଇଲକୁ ନେଇ ପୁଲିସ ସିଡ଼ିଆର୍ ଯାଞ୍ଚ କରିବା…

Read More

ଜିଲ୍ଲାସ୍ତରୀୟ ଶ୍ରୀଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷା

ଶରଣକୁଳ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ନେଇ ଜିଲ୍ଲା ସ୍ତରୀୟ ଶ୍ରୀଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୨୩ ତାରିଖରେ ଜିଲ୍ଲାର ୩୧ଟି କେନ୍ଦ୍ରରେ ବିଦ୍ୟାଳୟ ସ୍ତରୀୟ ଶ୍ରୀଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷା ୨୦୨୫ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟରେ ପ୍ରଥମ ସ୍ଥାନ ହାସଲ କରିଥିବା ପରୀକ୍ଷାର୍ଥୀଙ୍କୁ ଆଜି ଜିଲ୍ଲା ସ୍ତରୀୟ ପରୀକ୍ଷା ପାଇଁ ଡ଼କାଯାଇଥିଲା। ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ଅବିଭାବିକା ମାନେ ସେମାନଙ୍କ ପିଲାମାନଙ୍କୁ ନେଇ ନନ୍ଦିଘୋଷ ଗ୍ରାମରେ ଥିବା ଜବାହରଲାଲ ବିଦ୍ୟାପୀଠକୁ ୧୦ଟା ପୂର୍ବରୁ ପହଞ୍ଚି ଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳନ ଓ ଧୂପଦୀପ ନୈବେଦ୍ୟ ଦେଇ ଅତିଥିମାନେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ମୋଟରେ ବିଦ୍ୟାଳୟ ସ୍ତରୀୟ ପରୀକ୍ଷା ରେ ପ୍ରଥମ ହୋଇ ଥିବା ଜିଲ୍ଲାର ୩୧…

Read More