ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଥିତ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ଆଜି “ବିକାଶର ଧାରା, ଓଡ଼ିଶା ସାରା” କାର୍ଯ୍ୟକ୍ରମର ସିଧା ପ୍ରସାରଣ (ଲାଇଭ୍ ଟେଲିକାଷ୍ଟ) ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଗତ ଦୁଇ ବର୍ଷର ଶାସନକାଳୀନ ସଫଳତା, ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ରାଜ୍ୟର ଭବିଷ୍ୟତ ବିକାଶ ଦିଗ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା, ଭିତ୍ତିଭୂମି ବିକାଶ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ହୋଇଥିବା ଉଲ୍ଲେଖନୀୟ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କ ସମେତ ପୌରପରିଷଦର ବହୁ କାଉନସିଲର, ମୁନିସିପାଲିଟି ଅଞ୍ଚଳର ବୁଦ୍ଧିଜୀବୀ, ସାମ୍ବାଦିକ, ସମାଜସେବୀ ଏବଂ ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ।…
Read MoreCategory: ଅନ୍ୟାନ୍ୟ
ନୟାଗଡ଼ ମୁନିସିପାଲିଟିରେ ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟ ଠିକ୍ ଭାବେ ଚାଲିନଥିବା ଅଭିଯୋଗ କଲା କଂଗ୍ରେସ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ମୁନିସିପାଲିଟି ଅଞ୍ଚଳରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) କାର୍ଯ୍ୟ ସଠିକ୍ ଭାବେ ପରିଚାଳିତ ହେଉନଥିବା ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଗୁରୁତର ଅଭିଯୋଗ ଉଠାଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଏକ ପ୍ରେସ୍ ବାର୍ତ୍ତାରେ କହିଛନ୍ତି ଯେ, ନୟାଗଡ଼ ମୁନିସିପାଲିଟିର ୭୭ ନମ୍ବରରୁ ୯୪ ନମ୍ବର ବୁଥ ପର୍ଯ୍ୟନ୍ତ ଅଧିକାଂଶ ବିଏଲଓ ଏପର୍ଯ୍ୟନ୍ତ ୫୦ ପ୍ରତିଶତ ଘରକୁ ଯାଇନାହାନ୍ତି କିମ୍ବା ପୋଲିଂ ବୁଥରେ ଉପସ୍ଥିତ ରହୁନାହାନ୍ତି। ଶ୍ରୀ ଦାଶଙ୍କ ଅଭିଯୋଗ ଅନୁଯାୟୀ, ବିଏଲଓମାନେ ବିଭିନ୍ନ ରାଜନୈତିକ ଦଳ ଦ୍ୱାରା ନିଯୁକ୍ତ ବିଏଲଏ-୧ ଓ ବିଏଲଏ-୨ଙ୍କ ସହ ଆଲୋଚନା କରୁନାହାନ୍ତି। ବରଂ ଘରେ ବସି କିଛି ନିର୍ଦ୍ଦିଷ୍ଟ ଦଳର ବିଏଲଏଙ୍କ ପରାମର୍ଶରେ ମନଇଚ୍ଛା ଫର୍ମ ପୂରଣ କରୁଥିବା ନେଇ ସେ ଅଭିଯୋଗ କରିଛନ୍ତି। କଂଗ୍ରେସ ପକ୍ଷରୁ ନିଯୁକ୍ତ ବିଏଲଏ-୧…
Read Moreଗରିବ ପରିବାରର ଦୁଇ ଶିଶୁଙ୍କ ଜୀବନରେ ନୂଆ ଆଲୋକ; ସମାଜସେବୀ ପ୍ରଭାସିନୀ ନନ୍ଦଙ୍କ ମାନବିକ ପଦକ୍ଷେପକୁ ପ୍ରଶଂସା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୌରାଞ୍ଚଳର ଓଲ୍ଡ ଟାଉନସ୍ଥିତ ଭୋଇ ସାହିର ଆରତୀ ଦେଇ ନାମକ ଜଣେ ଅସହାୟ ମହିଳା ଜରି, ପ୍ଲାଷ୍ଟିକ ଓ ବୋତଲ ଗୋଟାଇ ଜୀବିକା ନିର୍ବାହ କରୁଥିଲେ। ପରିବାରର ଆର୍ଥିକ ଅଭାବ ଯୋଗୁଁ ତାଙ୍କର ଦୁଇ ପୁଅ ଚନ୍ଦନ ଓ ଆୟୁଷ ମଧ୍ୟ ପାଠପଢ଼ା ଛାଡ଼ି ଏହି କାମରେ ମା’ଙ୍କୁ ସହଯୋଗ କରୁଥିଲେ। ଏହି ଦୁଃଖଦ ପରିସ୍ଥିତି ସମ୍ପର୍କରେ ତ୍ରିନାଥ ଛକ, ଯଦୁମଣି ନଗରର ବାସିନ୍ଦା ସୂର୍ଯ୍ୟମଣୀ ପ୍ରଧାନ ସମାଜସେବୀ ପ୍ରଭାସିନୀ ନନ୍ଦଙ୍କୁ ଅବଗତ କରାଇଥିଲେ। ଖବର ପାଇବା ପରେ ସୁଶ୍ରୀ ନନ୍ଦ ତୁରନ୍ତ ଆରତୀ ଦେଇ ଓ ତାଙ୍କ ଦୁଇ ପୁଅଙ୍କୁ ଡାକି ସେମାନଙ୍କ ସହ ଆଲୋଚନା କରିଥିଲେ। ସେ ପିଲାମାନଙ୍କୁ ଶିକ୍ଷାର ଗୁରୁତ୍ୱ ବୁଝାଇ ପାଠପଢ଼ା ଜାରି ରଖିବାକୁ ପ୍ରେରଣା ଦେଇଥିଲେ। ଏହା ସହ ସେ ପିଲାମାନଙ୍କର ରହିବା, ଖାଇବା, ପଢ଼ିବା…
Read Moreରଥଯାତ୍ରା ପାଇଁ ନୟାଗଡ଼ ସହରରୁ ପୁରୀକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ଦାବି
ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ସମୟରେ ନୟାଗଡ଼ ସହରରୁ ପୁରୀକୁ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଇବା ପାଇଁ ‘ନୟାଗଡ଼ ନାଗରିକ ମଞ୍ଚ’ ପକ୍ଷରୁ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ମଣ୍ଡଳ ରେଳ ପ୍ରବନ୍ଧକଙ୍କ ନିକଟରେ ଦାବି କରାଯାଇଛି।ନାଗରିକ ମଞ୍ଚ ପକ୍ଷରୁ ଡି.ଆର.ଏମ.ଙ୍କୁ ଦିଆଯାଇଥିବା ଏହି ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ରଥଯାତ୍ରା ସମୟରେ ନୟାଗଡ଼ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଯାଇଥାନ୍ତି। ଯଦିଓ ରେଳ ବିଭାଗ ପକ୍ଷରୁ ଦଶପଲ୍ଲାରୁ ପୁରୀକୁ ୩ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳର ବ୍ୟବସ୍ଥା କରାଯାଉଛି, ମାତ୍ର ଦଶପଲ୍ଲାରୁ ଆସୁଥିବା ଏହି ଟ୍ରେନଗୁଡ଼ିକରେ ପ୍ରବଳ ଭିଡ଼ ରହୁଛି। ଫଳରେ ନୟାଗଡ଼ ଟାଉନ୍ ଷ୍ଟେସନରେ ପହଞ୍ଚିବା ବେଳକୁ ଏଥିରେ ସ୍ଥାନ ଅଭାବରୁ ସ୍ଥାନୀୟ ଶ୍ରଦ୍ଧାଳୁ ଓ ଯାତ୍ରୀମାନେ ଟ୍ରେନରେ ଚଢ଼ି ନପାରି ନିରାଶ ହୋଇ ଘରକୁ ଫେରୁଛନ୍ତି।…
Read Moreସରଣକୁଳ ଥାନା ଅଧିକାରୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଖଣ୍ଡପଡା ଏସଡିପିଓ ମହିଳାଙ୍କୁ ଫେବର ମାଗିବା ଘଟଣା ଲୋକଙ୍କ ମନରୁ ନ ଯାଇଥିବା ବେଳେ ଶରଣକୂଳ ଥାନା ଅଧିକାରୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଅନ୍ୟ ଜଣେ ମହିଳା । ଏଭଳି ଅଭିଯୋଗ ଆସିଛି ସରଣକୁଳ ଥାନା ଅଧିକାରୀଙ୍କ ନାମରେ । କିଛି ଦିନ ତଳେ ସରଣକୁଳ ଥାନା ଅଞ୍ଚଳର ଜଣେ ମହିଳାଙ୍କ ପରିବାର ଓ ଗାଁ ମଧ୍ୟରେ ବିବାଦ ଦେଖା ଦେଇଥିଲା। ଏନେଇ ମହିଳା ଓ ତାଙ୍କ ପରିବାର ନାମରେ ସରଣକୁଳ ଥାନାରେ କେଶ ହୋଇଥିଲା । ଥାନା ଅଧିକାରୀ ସୁଜିତ କୁମାର ଦାସ ମହିଳାଙ୍କୁ କେଶରେ ସହଯୋଗ କରିବାକୁ କହି ଫୋନ ନମ୍ବର ନେଇଥିଲେ । ପରେ ଥାନା ଅଧିକାରୀ ଫୋନରେ ଭିଡିଓ କଲ, ଅଶ୍ଳୀଳ ମେସେଜ, ଫଟୋ ଓ ଅଶ୍ଳୀଳ କଥା କହିଥିବା ମହିଳା ଅଭିଯୋଗ…
Read Moreଭଞ୍ଜପୀଠ ମାଳିସାହିରେ ରାଜ୍ୟସ୍ତରୀୟ ଭଞ୍ଜ ଜୟନ୍ତୀ ଉତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର ପୀଠ ମାଳିସାହି ଠାରେ ରାଜ୍ୟସ୍ତରୀୟ ଭଞ୍ଜ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକ ଯୋଗଦେଇ ଥିବାବେଳେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ଡ଼ଃ ପବିତ୍ର ସୁବୁଦ୍ଧି, ସମ୍ମାନିତ ଅତିଥି ଭାବେ ପଶ୍ଚିମବଙ୍ଗ ୟୁକୋ ବ୍ୟାଙ୍କର ଡିଜିଏମ୍ ରମେଶ କୁମାର ସାହୁ ଯୋଗଦେଇ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର କ୍ଷେତ୍ର ମାଳିସାହି ଉପରେ ଆଲୋଚନା କରିଥିଲେ। ଏପରିକି ଅନାଲୋଚିତ ହୋଇ ରହିଥିବା ଏଭରି ଏକ ପବିତ୍ର ପୀଠର ଉନ୍ନତିକରଣ ପାଇଁ ସରକାରଙ୍କ ନିକଟରେ ଦୃଢ଼ ଦାବି କରାଯାଇ ଥିଲା। ମୁଖ୍ୟବକ୍ତା…
Read Moreପ୍ରସ୍ତାବରେ ଅଟକିଛି ରାଉତପଡା-ଡିମିରିଆ ମହାନଦୀ ବ୍ୟାରେଜ, ଅନୁଦାନ ମିଳିଛି, କ୍ୟାବିନେଟ ମଂଜୁରୀ ଦାବି କଲା ସାମ୍ବାଦିକ ସଂଘ
ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ୧୫ ଜଣିଆ ଟିମ୍ର ପ୍ରସ୍ତାବିତ ଅଞ୍ଚଳ ପରିଦର୍ଶନ ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଗଣିଆ ବ୍ଲକ ନିକଟ ରାଉତପଡାଠାରେ ବହୁ ପ୍ରତିକ୍ଷିତ ମହାନଦୀ ବ୍ୟାରେଜ ନିର୍ମାଣ ପାଇଁ ବହୁ ବର୍ଷ ହେଲା ଦାବି ହୋଇ ଆସୁଛି । ଆଜି ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ୧୫ଜଣିଆ ଟିମ ରାଉତପଡା ଗସ୍ତ କରି ଏହି ପ୍ରସ୍ତାବିତ ମହାନଦୀ ବ୍ୟାରେଜସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ବଡ କଥା ହେଲା ଏହି ବ୍ୟାରେଜ ପାଇଁ ଆର୍ଥିକ ଅନୁଦାନ ଆସିଥିଲେ ବି କ୍ୟାବିନେଟ ମଂଜୁରୀ ନମିଳିବାରୁ ଏହା ହୋଇପାରୁନାହିଁ । ତେଣୁ କ୍ୟାବିନେଟ ମଂଜୁରୀ ତୁରନ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ସଂଘ ଦାବି କରିଛି । ନୟାଗଡ ଜିଲ୍ଲା ଏକ କୃଷି ପ୍ରଧାନ ଅଞ୍ଚଳ । ଧାନ ଓ ଆଖୁ ଏଠାକାର…
Read Moreଅନାସ୍ଥା କାର୍ଯ୍ୟକାରୀ କରିବାକୁ ଜନପ୍ରତିନିଧିଙ୍କ ଧାରଣା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେଲେ ନିର୍ବାଚିତ ଜନପ୍ରତିନିଧି । ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା କାର୍ଯ୍ୟକାରୀ କରିବାରେ ପ୍ରଶାସନ କରୁଥିବା ଅବହେଳା ପ୍ରତିବାଦରେ ଧାରଣା ଦିଆଯାଇଥିଲା । ଗତ ମେ ୧୨ ତାରିଖରେ ବିଜେଡିରୁ ଇସ୍ତଫା ଦେଇ ୧୫ ତାରିଖରେ ବିଜେପିରେ ମିଶିଥିଲେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ। ଯାହାକୁ ନେଇ ନିର୍ବାଚିତ ସରପଞ୍ଚ ଓ ସମିତିସଭ୍ୟ ମେ ୧୮ ତାରିଖରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଆଜି ପର୍ଯ୍ୟନ୍ତ ଅନାସ୍ଥା ପ୍ରକିୟା ଆରମ୍ଭ ହୋଇନାହିଁ। ଉପଜିଲ୍ଲାପାଳ ଅନାସ୍ଥା ପ୍ରସ୍ତାବରେ ରହିଥିବା ଦସ୍ତଖତ ଯାଞ୍ଚ କରିବାକୁ ପଠାଇ ସମୟ ଗଡ଼ାଇ ଚାଲିଥିବା ଅଭିଯୋଗ ହୋଇଛି। ଗତ ୩୦ ତାରିଖରେ ଅନେକ ଜନପ୍ରତିନିଧି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାରଙ୍କୁ ଘେରାଉ କରିଥିଲେ।…
Read Moreବୃତ୍ତଙ୍ଗ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ: ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର କୃଷି ଓ ଗ୍ରାମୀଣ ଅର୍ଥନୀତିର ବିକାଶ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହୋଇଛି। ଓଡ଼ିଶାର ୧୧ତମ ପ୍ରମୁଖ ଜଳସେଚନ ପ୍ରକଳ୍ପ ‘ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ’ର ସ୍ପିଲୱେ ନିର୍ମାଣ ପାଇଁ ରାଜ୍ୟ କ୍ୟାବିନେଟ୍ରେ ୧୯୪.୦୭ କୋଟି ଟଙ୍କାର ଟେଣ୍ଡର ଅନୁମୋଦିତ ହୋଇଛି। ଏହି ଯୁଗାନ୍ତକାରୀ ନିଷ୍ପତ୍ତି ପାଇଁ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ କ୍ୟାବିନେଟକୁ ଗଭୀର କୃତଜ୍ଞତା ଜ୍ଞାପନ କରାଯାଇଛି। ଏହି ପ୍ରକଳ୍ପ ଦ୍ୱାରା ଜିଲ୍ଲାର ଦଶପଲ୍ଲା, ନୂଆଗାଁ, ନୟାଗଡ଼, ଖଣ୍ଡପଡ଼ା ଏବଂ ଓଡ଼ଗାଁ ବ୍ଲକର ମରୁଡ଼ି ପ୍ରବଣ ଅଞ୍ଚଳର ଚାଷୀମାନେ ବିଶେଷ ଭାବେ ଉପକୃତ ହେବେ। ଦଶପଲ୍ଲା ବ୍ଲକର ମଞ୍ଜରୀ ଗ୍ରାମ ନିକଟରେ ୫୫୨ ମିଟର ଦୈର୍ଘ୍ୟ ବିଶିଷ୍ଟ ମାଟି ବନ୍ଧ ସହିତ ଏକ ଅତ୍ୟାଧୁନିକ ସ୍ପିଲୱେ ନିର୍ମାଣ…
Read Moreପଞ୍ଚଭୂତରେ ଲୀନ ହେଲେ ବୃଦ୍ଧାଶ୍ରମର ସୁକାନ୍ତି ମାଉସୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରରେ ଅବସ୍ଥିତ ସମର୍ପଣ ବୃଦ୍ଧାଶ୍ରମର ଜଣେ ଅନ୍ତେବାସୀ ସୁକାନ୍ତି ମାଉସୀଙ୍କର ଦେହାନ୍ତ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ପକ୍ଷାଘାତ ରୋଗରେ ପୀଡିତ ଥିଲେ। ତାଙ୍କ ଭାଇ ଓ ପୁତୁରା ଅନ୍ତିମ ସଂସ୍କାର ପାଇଁ ମନା କରିବା ପରେ ସମର୍ପଣ ସଂପାଦକ ଶ୍ରୀଧର ସାହୁ ଦେବଦୂତ ଅନୁଷ୍ଠାନକୁ ଯୋଗାଯୋଗ କରିଥିଲେ । ଦେବଦୂତ ଅନୁଷ୍ଠାନର ବିଶିଷ୍ଟ ସମାଜସେବୀ ଉମା ମହାପାତ୍ର, ପ୍ରଭୁଦତ୍ତ ପ୍ରଧାନ ଏବଂ ଦେବଦୂତର ସଦସ୍ୟ ସାଥିମାନଙ୍କ ସହାୟତାରେ ନୟାଗଡ଼ ଶ୍ମଶାନରେ ଶବ ସତ୍କାର କରାଯାଇଥିଲା। ସମର୍ପଣ ତରଫରୁ କାର୍ଯ୍ୟକାରି ସଭାପତି ଅରୁଣ ମହାନ୍ତି, ସଂପାଦକ ଶ୍ରୀଧର ସାହୁ, ପରିଚାଳନା କମିଟି ସଦସ୍ୟ ସନ୍ତୋଷ ନାୟକ ଓ ଧିରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଅନ୍ତିମ ସଂସ୍କାର କାର୍ଯ୍ୟରେ ଉପସ୍ଥିତ ଥିଲେ। ବୃଦ୍ଧାଶ୍ରମ ମ୍ୟାନେଜର ସୀତାରାମ ଏବଂ କେୟାର ଟେକର ଜିତୁ ଅନ୍ତିମ…
Read More