ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ନିର୍ଦେଶ କ୍ରମେ ଜ଼ିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ସଦଭାବନା ସଭାଗୃହରେ ଅତିରିକ୍ତ ଜ଼ିଲ୍ଲାପାଳ ରୋଜିନା ଦାସଙ୍କ ଅଧକ୍ଷତାରେ ଓ ଜ଼ିଲ୍ଲା ଶିଶୁସୁରକ୍ଷା ଅଧିକାରୀ ଶିବିୟନ ପ୍ରଧାନଙ୍କ ତତ୍ୱାବଧାନରେ ପିତୃ ମାତୃ ହୀନ ଶିଶୁଙ୍କ ସର୍ବେକ୍ଷଣ ପାଇଁ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ସୂଚନା ଅନୁଯାୟୀ ଚଳିତ ମାସରେ ଜ଼ିଲ୍ଲାର ପ୍ରତ୍ୟେକ ଗ୍ରାମରେ ପିତୃ ମାତୃ ହୀନ ତଥା ଏକକ ଅଭିଭାବକ ଥିବା ଶିଶୁଙ୍କ ଚି଼ହ୍ନଟକରଣ ପାଇଁ ସର୍ବେକ୍ଷଣ କରାଯିବ। ମହିଳା ଓ ଶିଶୁ ବିକାଶ ବିଭାଗ ମାର୍ଗ ଦର୍ଶିକା ଅନୁଯାୟୀ ଜୁଲାଇ ୧୧ରୁ ୨୪ତାରିଖ ମଧ୍ୟରେ ଅଙ୍ଗନୱାଡି କର୍ମୀମାନେ ଘରକୁ ଘର ଯାଇ ଏହି ସର୍ବେକ୍ଷଣ କାର୍ଯ୍ୟ କରିବେ। ଏହି ସର୍ବେକ୍ଷଣ ମାଧ୍ୟମରେ ଜ଼ିଲ୍ଲାର ପ୍ରତେକ ପିତୃ ମାତୃ ହୀନ ଓ ଏକକ ଅଭିଭାବକ…
Read MoreCategory: ଅନ୍ୟାନ୍ୟ
ରୋଟାରୀ କ୍ଲବ ନୟାଗଡ଼ ତରଫରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଏବଂ ଚଷମା ବଣ୍ଟନ କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ ନୟାଗଡ଼ ଏବଂ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ଭୁବନେଶ୍ୱର ର ମିଳିତ ସହଯୋଗରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଏବଂ ମାଗଣା ଚଷମା ବଣ୍ଟନ କାର୍ଯ୍ୟକ୍ରମ ଓଡ଼ଗାଁ ବ୍ଲକ ଆରଡା ପଞ୍ଚାୟତର କେନ୍ଦୁପଲ୍ଲୀ ଗାଁ’ରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରଟି ରୋଟାରୀ କ୍ଲବର ପୂର୍ବତନ ସଭାପତି ରୋଟାରିଆନ ଶ୍ରୀକାନ୍ତ ଖଟେଇଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସରପଞ୍ଚ ସୁନିତା ସାହୁ ଓ କେନ୍ଦୁପଲ୍ଲୀ ଗାଁ’ର ସଭାପତି ରାଜକିଶୋର ନାୟକ ଓ ସଂପାଦକ ପ୍ରମୋଦ ପ୍ରଧାନ ଯୋଗଦେଇଥିଲେ। ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ରୋଗୀମାନଙ୍କୁ ଚଷମା ବଣ୍ଟନ କରିବା ସହ ସେମାନଙ୍କ ସହ ତାଙ୍କର ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ଏହି…
Read Moreଜିଲ୍ଲା କୋର୍ଟ କମ୍ପ୍ଲେକ୍ସରେ ୭୬ତମ ବନ ମହୋତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା କୋର୍ଟ କମ୍ପ୍ଲେକ୍ସ ଓକିଲ ସଙ୍ଘ ପାର୍କିଙ୍ଗ ସ୍ଥାନରେ ଆଜି ଜିଲ୍ଲା ଓକିଲ ସଙ୍ଘ, ରୋଟାରୀ କ୍ଲବ ନୟାଗଡ ଏକ୍ସଏଲେନ୍ସୀ ଏବଂ ନୟାଗଡ କେସି କ୍ଲବର ମିଳିତ ଆନୁକୂଲ୍ୟରେ ୭୬ତମ ବନମହୋତ୍ସବକୁ ଜିଲ୍ଲା ଜଜ ଆନନ୍ଦ ଚନ୍ଦ୍ର ମହାରଣା ଆମ୍ରପଲ୍ଲୀ ଆମ୍ବ ଚାରା ରୋପଣ କରି ଉଦଘାଟନ କରିଥିଲେ। ଓକିଲ ସଙ୍ଘ ଉଦ୍ଧିଷ୍ଟ ପାର୍କିଂ ସ୍ଥାନରେ ଆୟୋଜିତ ଏହି ଚାରରୋପଣ କାର୍ଯ୍ୟକ୍ରମରେ ଜିଲ୍ଲା ପରିବାର ଅଦାଲତ ଜଜ ଇନ୍ଦୁ ଶର୍ମା, ଅତିରିକ୍ତ ଜିଲ୍ଲା ଜଜ ରୀଜା ରାୟ, ସ୍ୱତନ୍ତ୍ର ପୋକ୍ସ ଜଜ ମାନସ ପଣ୍ଡା, ରେଜିଷ୍ଟ୍ରାର ସୋନାଲି ସରିତା, ଡିଏଲଏସଏ ସଚିବ ଅଞ୍ଜଳି ମଛଖଣ୍ଡ, ଡ଼ିଏଫଓ କ୍ଷମା ଷଡ଼ଙ୍ଗୀ, ଏସିଏଫ ସତ୍ୟଜିତ କର, ସିଡିଏମଓ ଡ଼. ସୁଶାନ୍ତ କୁମାର ଦାଶଙ୍କ ସମେତ ସମସ୍ତ ବିଚାର ବିଭାଗୀୟ ଜଜ, ଜିଲ୍ଲା ଓକିଲ ସଙ୍ଘ…
Read Moreନୟାଗଡ଼ରେ ଟ୍ରେଡୟୁନିଅନ ଧର୍ମଘଟ
ନୟାଗଡ଼, (ନୟାଗଡ଼ ଦର୍ପଣ): ଶ୍ରମକୋଡ୍ ବାତିଲ କରି ପୂର୍ବବତ୍ ଶ୍ରମିକ ଆଇନ ଲାଗୁ କରିବା ଦାବିନେଇ ଶ୍ରମିକ ସଂଗଠନ ମାନଙ୍କର ମିଳିତ ମଞ୍ଚର ଆହ୍ଵାନ କ୍ରମେ ସର୍ବଭାରତୀୟ ଧର୍ମଘଟକୁ ସମର୍ଥନ କରି ନୟାଗଡ଼ ଜିଲ୍ଲା ସଦର ମହକୁମାରେ ସିଆଇଟିୟୁର ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ରଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ହରତାଳ ପାଳନ କରାଯାଇଛି। ଜୁଲାଇ ୦୯ର ଏହି ଆନ୍ଦୋଳନ ମୋଦି ସରକାରର ମନମାନି ତଥା ଶ୍ରମିକ -କୃଷକ ବିରୋଧୀ ପଦକ୍ଷେପ ବିରୋଧରେ ସାଧାରଣ ଜନତାର ଦୁର୍ବାର ରଣହୁଙ୍କାର ବୋଲି ବିକ୍ଷୋଭକାରୀ ଶ୍ରମିକ ନେତାମାନେ ମତବ୍ୟକ୍ତ କରିଥିଲେ। ନୟାଗଡ଼ର ପ୍ରମୁଖ ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟରେ ସତ୍ୟାଗ୍ରହୀମାନେ ପିକେଟିଙ୍ଗ୍ କରି ବନ୍ଦ କରିଥିଲେ। ଶହଶହ ମଧ୍ୟାହ୍ନ ଭୋଜନ ପାଚିକା, ଆଶାକର୍ମୀ, ବିଦ୍ୟୁତ କର୍ମଚାରୀ, ନିର୍ମାଣ ଶ୍ରମିକ, କୃଷକ ନୟାଗଡ଼ ପୂର୍ତ୍ତ ଡ଼ାକବଙ୍ଗଳା ଠାରୁ ପଟୁଆରରେ ବାହାରି…
Read Moreନୟାଗଡ଼ରେ ନବ ନିର୍ମିତ ବାଇପାସ ରାସ୍ତାର ଉଭୟ ପାର୍ଶ୍ଵରେ ଲାଗିବ ଫଳ ଗଛ
ନୟାଗଡ଼, (ନୟାଗଡ଼ ଦର୍ପଣ): ବନମହୋତ୍ସବ ପରିପ୍ରେକ୍ଷୀରେ ନୟାଗଡ଼ ସହରରେ ନବନିର୍ମିତ ୧୭କିମି ବାଇପାସ ରାସ୍ତାର ଉଭୟ ପାର୍ଶ୍ଵରେ ଫଳ ଚାରାରୋପଣ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟନାୟକଙ୍କୁ ନୟାଗଡ଼ ସିଭିଲ ସୋସାଇଟି ଏକ ପ୍ରସ୍ତାବ ପତ୍ର ଦେଇଥିଲେ। ନୟାଗଡ଼ ସହରକୁ ସବୁଜ ବନାନୀରେ ପରିଣତ କରି ପ୍ରଦୂଷଣ ମୁକ୍ତ ସହରର ପ୍ରୟାସ ସ୍ୱରୂପ ଆବେଦନ ପତ୍ରର କିଛି ଘଣ୍ଟା ମଧ୍ୟରେ ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ ସହିତ ଆଲୋଚନା କରି ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ବନଖଣ୍ଡ ଅଧିକାରିଣୀ ସମ୍ମତି ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସାରା ଓଡ଼ିଶାରେ ଏକ ଉଦାହରଣ ସୃଷ୍ଟି କରିବାର ସମ୍ଭାବନା ଅଛି। ଏହି ସ୍ୱୀକୃତି ଓ ସହଯୋଗ ପାଇଁ ନୟାଗଡ଼ ସିଭିଲ ସୋସାଇଟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏବଂ ବନଖଣ୍ଡ ଅଧିକାରୀଙ୍କ…
Read Moreନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାହୁଲ ଗାନ୍ଧୀଙ୍କ ସମ୍ବିଧାନ ବଂଚାଅ ସମାବେଶ ପାଇଁ ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ନୟାଗଡ଼ସ୍ଥିତ କେ.ସି କ୍ଲବ ଠାରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ସତ୍ୟବ୍ରତ ନାୟକଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡିଶା ଦାୟିତ୍ୱରେ ଥିବା ଅଖିଳ ଭାରତ କଂଗ୍ରେସ କମିଟି ପ୍ରଭାରୀ ଅଜୟ କୁମାର ଲଲୁ ଯୋଗଦେଇ ଓଡ଼ିଶାରେ ବିଜେପି ସରକାର ଶାସିତ ସମୟରେ ନାରୀ ନିର୍ଯାତନା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ସାଧାରଣ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାରେ ରାଜ୍ୟ ସରକାରଙ୍କ ବିଫଳତା ଓ କେନ୍ଦ୍ରରେ ମୋଦି ସରକାର ୧୧ବର୍ଷ ଶାସନ କାଳ ମଧ୍ୟରେ ନାଗରୀକଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ କରିଛନ୍ତି। ଯଥା କୌଣସି ରାଜନେତା ଦେଶର ହିତ ପାଈ ଯଦି କୁହନ୍ତି ED ଓ CBI ଡର…
Read Moreଜୁଲାଇ ୯ରେ ଦେଶବ୍ୟାପୀ ସାଧାରଣ ଧର୍ମଘଟ
ନୟାଗଡ଼, (ନୟାଗଡ଼ ଦର୍ପଣ): ଦେଶର କୋଟିକୋଟି ଶ୍ରମଜୀବୀଙ୍କ ସ୍ଵାର୍ଥ ବିରୁଦ୍ଧରେ ନୂତନ ଭାବରେ କେନ୍ଦ୍ର ସରକାର ପ୍ରଣୟନ କରିଥିବା ଶ୍ରମକୋଡ୍ ବାତିଲ କରି ପୂର୍ବବତ୍ ଶ୍ରମିକ ଆଇନ ଲାଗୁ କରିବା ଦାବିନେଇ କେନ୍ଦ୍ରୀୟ ଟ୍ରେଡୟୁନିଅନ ମାନଙ୍କ ସର୍ବଭାରତୀୟ ଆହ୍ଵାନ କ୍ରମେ ଜୁଲାଇ ୯ରେ ନୟାଗଡ଼ ଜିଲ୍ଲାରେ ଏହି ହରତାଳକୁ ସଫଳ କରିବାପାଇଁ ମିଳିତ ମଞ୍ଚର ଆବାହକ ବରିଷ୍ଠ ଶ୍ରମିକ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଆଠଟି ଯାକ ବ୍ଳକ ସହିତ ଜିଲ୍ଲା ସଦରମହକୁମାରେ ସତ୍ୟାଗ୍ରହ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସିଆଇଟିୟୁର ନେତା ଶରତଚନ୍ଦ୍ର ବେହେରା, ସୁରେଶ ସ୍ବାଇଁ, ପବିତ୍ର ଇନ୍ଦ୍ରଜିତ, ଏଆଇଟିୟୁସି ନେତା ଅମୀୟ ପଟ୍ଟନାୟକ, ଆଇଏନଟିୟୁସି ନେତା ଆଲୋକ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଧର୍ମଘଟକୁ ସଫଳ କରିବାପାଇଁ ଖସଡ଼ା ପ୍ରସ୍ତୁତ କରିଛନ୍ତି।
Read More‘ଦଶପଲ୍ଲା ଭୂଗୋଳ’ ପୁସ୍ତକ ଉନ୍ମୋଚିତ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ପୁରାତନ ଗଡଜାତ ରାଜ୍ୟ ଦଶପଲ୍ଲାର ଭୌଗୋଳିକ ପରିସୀମା, ବାତାବରଣ, ଜଳବାୟୁ, ପ୍ରସିଦ୍ଧ ସ୍ଥାନ, ବାଣିଜ୍ୟ, ଶିକ୍ଷା, ରାଜନୈତିକ ଅବସ୍ଥା, ଗମନାଗମନ, ପର୍ବତମାଳା ଏବଂ ଗାଁର ନାମକରଣକୁ ଆଧାର କରି ଭାରତ ସ୍ବାଧୀନତା ପୂର୍ବରୁ ଅର୍ଥାତ ୧୯୪୦ ମସିହାରେ ଦଶପଲ୍ଲା ଇଷ୍ଟେଟ ସହକାରୀ ଦେୱାନ ନୀଳମଣୀ ବିଷୋୟୀଙ୍କ ପ୍ରଥମ ସଂସ୍କରଣ ଦଶପଲ୍ଲା ଭୂଗୋଳ ପୁସ୍ତିକାର ପ୍ରଥମ ସଂସ୍କରଣ ପ୍ରକାଶ କରିଥିଲେ। ଏହି ପୁସ୍ତକ ‘ଦଶପଲ୍ଲା ଭୂଗୋଳ’ର ୨ୟ ସଂସ୍କରଣ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ‘ଅକ୍ଷ’ ପ୍ରକାଶିନୀ ଆନୁକୂଲ୍ୟରେ ଲେଖକ ଗାଳ୍ପିକ ହାଡିବନ୍ଦୁ ମହାଖୁଡଙ୍କ ଦ୍ୱାରା ଶନିବାର ଦିନ ପ୍ରକାଶ ପାଇଛି । ଏହି ପୁସ୍ତକକୁ ଦଶପଲ୍ଲା ରାଜା ସାହେବ ଦିଗ୍ବିଜୟ ଚନ୍ଦ୍ର ଦେଓଭଞ୍ଜଙ୍କ କର କମଳରେ ରାଜନଅର ଅଭିଷେକ ମହଲରେ ପୁସ୍ତକକୁ ଅନାବରଣ କରିଛନ୍ତି। ଏ ଅବସରରେ ଳେକକ ଶ୍ରୀ ମହାଖୁଡଙ୍କୁ ଉଚ୍ଚ…
Read Moreରାସ୍ତାରେ ବସି ସରକାରଙ୍କୁ ଚେତାଇଲେ ଛାତ୍ରଛାତ୍ରୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟରେ ଛାତ୍ରୀଙ୍କୁ ଅସଦାଚରଣ, ଦୁଷ୍କର୍ମ, ହତ୍ୟା ଭଳି ଘଟଣା ଅହେତୁକ ବୃଦ୍ଧି ପାଇଥିବା ବେଳେ ରାଜ୍ୟ ବିଜେପି ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ଯାହାକୁ ନେଇ ଆଜି ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଛାତ୍ର ଆନ୍ଦୋଳନ ତୀବ୍ରତର ହୋଇଛି । ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୟାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ପରାମର୍ଶ କ୍ରମେ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ଛାତ୍ର ଆନ୍ଦୋଳନ ଅନୁଷ୍ଠିତ ହୋଇଛି । ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସାମ୍ନାରେ ରାସ୍ତାରୋକ ଓ ବିକ୍ଷୋଭ ଅନୁଷ୍ଠିତ ହୋଇଛି । ଶହ ଶହ ସଂଖ୍ୟାରେ ଛାତ୍ରଛାତ୍ରୀ ସାମିଲ ହୋଇ ପ୍ରତିବାଦ କରିଛନ୍ତି । ଛାତ୍ରଛାତ୍ରୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି…
Read Moreଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦ ସୃଜନ ସମ୍ମଳନୀ କକ୍ଷରେ ମାନ୍ୟବର ସାଂସଦ କଟକ ଡଃ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପର୍ଯ୍ୟାଲୋଚନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ବାଚସ୍ପତିଙ୍କ ରଣପୁର ନିର୍ବାଚନ ମଣ୍ଡଳୀର ପ୍ରତିନିଧି ଇଂ. ଅଭିଷେକ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସ୍ୱାଗତ ଭାଷଣ ରଖିଥିଲେ । ଏହାପରେ ମାନ୍ୟବର ସାଂସଦ ତାଙ୍କ ଅଭିବ୍ୟକ୍ତି ରଖିଥିଲେ । ସେ କହିଲେ ଯେ, ‘ବେଟି ବଚାଓ ଓ ବେଟି ପଢ଼ାଓ’ ସଫଳତାର ସହିତ ଭାରତ ବର୍ଷର ଅନେକ ଯାଗାରେ ଚାଲିଛି । ଆମ ନୟାଗଡ଼ ଜିଲ୍ଲା ପୂର୍ବ ତୁଳନାରେ…
Read More