ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଥିତ ରୋଟାରୀ କ୍ଲବର ସଭାଗୃହରେ ଇନର ହୁଇଲ କ୍ଲବର ଅଧିଷ୍ଠାନ ଦିବସ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରରେ ମୁଖ୍ୟଅତିଥି ଭାବେ ନୟାଗଡ଼ ପୌରାଞ୍ଚଳର ପୋୖରାଧ୍ୟକ୍ଷା ନିରୁପମା ଖଟେଇ ଯୋଗ ଦେଇଥିବା ବେଳେ ଓ ସମ୍ମାନିତ ଅତିଥିଭାବେ DLSAର ମୁଖ୍ୟ ଅଞ୍ଜଳି ମଛଖଣ୍ଡ ଯୋଗ ଦେଇଥିଲେ। ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦୀପ ପଜ୍ୱଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ନିମନ୍ତ୍ରିତ ଅତିଥି ନିଜ ଅଭିଭାଷଣରେ କ୍ଲବର ସମସ୍ତ ସଦସ୍ୟାମାନଙ୍କୁ ବହୁ ଉପାଦେୟ କଥା କହିଥିଲେ। ଚଳିତ ବର୍ଷର ନୂତନ ସଭାପତି ରୁପେ ଦାୟିତ୍ଵ ଗ୍ରହଣ କରିଥିବା ସ୍ନିଗ୍ଧାରାଣୀ ପଟ୍ଟନାୟକ ଅଭିଭାଷଣ ମାଧ୍ୟମରେ ସମସ୍ତଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇବା ସଙ୍ଗେସଙ୍ଗେ ଇନର ହୁଇଲ କ୍ଲବର କାର୍ଯ୍ୟକାରିତା ଚଳିତ ବର୍ଷ କିପରି ସଫଳତାର ଶୀର୍ଷରେ ପହଞ୍ଚି ପାରିବ ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ବିଗତ ବର୍ଷ ମାନଙ୍କର ସମସ୍ତ ସଭାପତି ଓ ରୋଟାରୀ କ୍ଲବ ନୟାଗଡ଼କୁ ଟ୍ରଫି ମାଧ୍ୟମରେ ସମ୍ମାନିତ କରାଯାଇଥିଲା। ଏହି ଅଧିଷ୍ଠାନ ଦିବସରେ ବହୁ ମାନ୍ୟଗନଣ୍ୟ ବ୍ୟକ୍ତି ବିଶେଙ୍କ ସହ ରୋଟାରିୟାନ ଭାଇମାନେ ଉପସ୍ଥିତି ରହିଥିଲେ। ସର୍ବଶେଷରେ ଆୟୋଜିତ ନୈଶ୍ୟ ଭୋଜିରେ ଯୋଗ ଦେଇଥିଲେ।
