ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ନୟାଗଡ଼ କପ୍-୨୦୨୬ ନିମନ୍ତେ ପ୍ରସ୍ତୁତି ବୈଠକ

ନୟାଗଡ, (ନୟାଗଡ଼ ଦର୍ପଣ): ସର୍ବ ଭାରତୀୟ ଫୁଟବଲ  ଟୁର୍ନାମେଣ୍ଟ ନୟାଗଡ କପ ୨୦୨୬ର ପ୍ରସ୍ତୁତି ବୈଠକ ନୟାଗଡ ସହର ସ୍ଥିତ ନୟାଗଡ଼ ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନୟାଗଡ ବିଧାୟକ ଡ଼ ଅରୁଣ କୁମାର ସାହୁ, ରଣପୁରର ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କ ସମେତ ୭୮୬କ୍ଳବ, ମର୍ଣ୍ଣିଙ୍ଗ କ୍ଲବ, ନୟାଗଡ କ୍ଲବର ସଦସ୍ୟ, ବୁଦ୍ଧିଜୀବୀ, ସାମ୍ବାଦିକ ଓ ଖେଳ ଶିକ୍ଷକ ପ୍ରମୁଖ ଯୋଗ ଦେଇଥିଲେ। ନୟାଗଡ଼ ଖେଳ ପଡ଼ିଆରେ ଚଳିତ ମାସ ୧୯ତାରିଖରୁ ୨୬ତାତିଖ ପର୍ଯ୍ୟନ୍ତ ଏହି ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ନୟାଗଡ଼ କପ-୨୦୨୬ ଅନୁଷ୍ଠିତ ହେବ।  ୮ଦିନ ବ୍ୟାପି ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ କିପରି କିପରି ସରସ ସୁନ୍ଦର ସହ ଶାନ୍ତି ଶୃଙ୍ଖଳା ସହିତ ସମାପନ ହେବ ବୈଠକରେ ଫୁଟବଲ…

Read More

ଦ୍ୱିତୀୟ ସନ୍ଧ୍ୟାରେ ରଣପୁର ମହୋତ୍ସବ “ଅର୍ଜୁନ”

ସଂସ୍କୃତି ଓ ସୃଜନଶୀଳତାର ଆଲୋକମୟ ଉତ୍ସବ ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ମହୋତ୍ସବ “ଅର୍ଜୁନ”ର ଦ୍ୱିତୀୟ ସନ୍ଧ୍ୟା ଦର୍ଶକମାନଙ୍କ ପାଇଁ ଏକ ସ୍ମରଣୀୟ ଓ ଆନନ୍ଦମୟ ଅନୁଭୂତି ନେଇଆସିଲା। ଆଲୋକ, ସଙ୍ଗୀତ ଓ ସଂସ୍କୃତିର ସମନ୍ୱୟରେ ସମଗ୍ର ପରିବେଶ ଉତ୍ସବମୟ ହୋଇଉଠିଥିଲା।ସନ୍ଧ୍ୟାର କାର୍ଯ୍ୟକ୍ରମରେ ଓଡ଼ିଶାର ଲୋକନୃତ୍ୟ, ଲୋକସଙ୍ଗୀତ, ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ମନମୁଗ୍ଧ କରିଥିଲା। ସ୍ଥାନୀୟ କଳାକାରଙ୍କ ସହିତ ଆମନ୍ତ୍ରିତ ଶିଳ୍ପୀମାନଙ୍କ ପ୍ରଦର୍ଶନୀ ମଞ୍ଚକୁ ଆହୁରି ଜୀବନ୍ତ କରିଥିଲା। ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟା ଶହୀଦ ରଘୁନାଥ ମହାନ୍ତିଙ୍କ ଉଦ୍ଦେଶ୍ୟ ରେ ଉତ୍ସାର୍ଗୀକୃତ କରାଯାଇଛି। ଦର୍ଶକମାନଙ୍କ ଭିଡ଼ ଓ ଉତ୍ସାହ ମହୋତ୍ସବର ସଫଳତାକୁ ସ୍ପଷ୍ଟ କରିଥିଲା। ସନ୍ଧ୍ୟାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର…

Read More

ନୟାଗଡ଼ର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ମଧୁମିତା ରଥ

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ତତକାଳୀନ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କର ନୂଆ ବର୍ଷ ଦିନ ଗଜପତି ଜିଲ୍ଲାକୁ ବଦଳି ହୋଇଥିବା ବେଳେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ୨୦୧୫ ବ୍ୟାଚର ଆଇଏଏସ ମଧୁମିତା ରଥଙ୍କୁ ନୟାଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଥିଲା। ତେବେ ଆଜି ନୂତନ ଜିଲ୍ଲାପାଳ ମଧୁମିତା ରଥ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଦାୟୀତ୍ବ ଗ୍ରହଣ କରିବା ପରେ ପରେ ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ କହିଥିଲେଯେ, ଆମ ଜିଲ୍ଲା ଆମର ଗର୍ବ। ମା ଦକ୍ଷିଣକାଳୀ, ଜଗନ୍ନାଥ ଆଶୀର୍ବାଦ ନେଇ ଆମ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ। ସକରାତ୍ମକ ଚିନ୍ତାଧାରା ସହିତ ସମସ୍ତେ ମିଳିମିଶି କାମ କରିବା ପାଇଁ ଆହ୍ୱାନ ଦେଇଥିଲେ। କୃଷି, ଶିକ୍ଷା,…

Read More

ଓଡ଼ିଆ ଫିଲ୍ମ “କୁଣ୍ଡଳୀ”ର ଶୁଭ ମହୁରତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜନ୍ମ ହେବା ମାତ୍ରେ ସମସ୍ତେ “କୁଣ୍ଡଳୀ” ସାଙ୍ଗରେ ନେଇ ଆସିଥାନ୍ତି l ତେବେ ସେଇ କୁଣ୍ଡଳୀ କେତେବେଳେ କାହା ଭାଗ୍ୟରେ କେମିତି ଥାଏ ତାହା ଏକ ଚଳଚ୍ଚିତ୍ର ମାଧ୍ୟମରେ ଆଗାମୀ ଦିନରେ ଦେଖିବେ ଓଡ଼ିଆ ଦର୍ଶକ l “କୁଣ୍ଡଳୀ” ଏକ ଓଡ଼ିଆ ସସ୍ପେନ୍ସ ତଥା ହରର୍ ଚଳଚ୍ଚିତ୍ର l ପ୍ରଥମଥର ପାଇଁ ସସ୍ପେନ୍ସ ତଥା ହରର୍ ଚଳଚ୍ଚିତ୍ର ଭାବେ ବୋଉ ବୁଟୁ ଭୂତ କୁ ଦର୍ଶକ ଢେର ଭଲ ପାଇବା ଦେଇଥିଲା ଏବଂ ବ୍ୟବସାୟିକ ସଫଳତା ମଧ୍ୟ ପାଇଥିଲା l କୁଣ୍ଡଳୀ ଏକ ବ୍ୟୟ ବହୁଳ ଭରପୁର ଭିଏଫଏକ୍ସ ବ୍ୟବହୃତ ଚଳଚ୍ଚିତ୍ର ଭାବେ ନିର୍ମାଣ ହେବ l ଯାହା ଓଡ଼ିଆ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବ ବୋଲି କଟକ ମାଆ ଧାକୁଲେଇ ପୀଠରେ ଅନୁଷ୍ଠିତ “କୁଣ୍ଡଳୀ” ନାମକ ଏକ ନୂତନ ଓଡ଼ିଆ ଚଳଚ୍ଚିତ୍ରର…

Read More

ମନରେଗା ଯୋଜନରୁ ମହାତ୍ମା ଗାନ୍ଧଙ୍କ ନାମ ଏବଂ ନିୟମ ପରିବର୍ତ୍ତନ କରିଥିବା ବିଜେପି ସରକାର ବିରୁଦ୍ଧରେ କଂଗ୍ରେସ ବିକ୍ଷୋଭ

ନୟାଗଡ଼, (ନୟାଗଡ଼ ଦର୍ପଣ): ବିଜେପି ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗାରଣ୍ଟି ଆଇନ (MGNREGA) କୁ ରଦ୍ଦ କରିବା ପାଇଁ ଏକ ବିଲ୍ ଆଣି ଏକ ଭୟାବହ ଏବଂ ଯୋଜନାବଦ୍ଧ ପଦକ୍ଷେପ ଗ୍ରହଣ କରିଛି। ଏହା କୌଣସି ସାଧାରଣ ବିଧାନମୂଳକ ପ୍ରକ୍ରିୟା ନୁହେଁ। ଏହା ଏକ ରାଜନୈତିକ ଚକ୍ରାନ୍ତ, ଯାହାର ଉଦ୍ଦେଶ୍ୟ ଏକ ଐତିହାସିକ, ଅଧିକାର-ଆଧାରିତ ଜନକଲ୍ୟାଣ ଆଇନକୁ ଦୁର୍ବଳ କରିବା ଏବଂ ଭାରତର ସବୁଠାରୁ ପରିଚିତ କଲ୍ୟାଣକାରୀ ଆଇନରୁ ମହାତ୍ମା ଗାନ୍ଧୀଙ୍କ ନାମ ଓ ମୂଲ୍ୟବୋଧକୁ ମିଟାଇଦେବା ଭଳି ହୀନ ଉଦ୍ୟମ କରି ବିଜେପି ସରକାର ସଂସଦ ଶେଷ ଦିବସରେ ଗୃହରେ ଆଲୋଚନା କାରନଯାଇ ତରବରିଆ ଭାବେ ତାଳି ମାରି ଗୃହୀତ କରାଯାଇ ଥିବାରୁ ଆଜି ପିସିସି ଆହ୍ୱାନ କ୍ରମେ ମଧ୍ୟାହ୍ନ ରେ ଗାନ୍ଧଙ୍କୁ ପୁଷ୍ପମାଲ୍ୟ ଦେଇ କଂଗ୍ରେସ କର୍ମୀ ମାନେ ଶୋଭାଯାତ୍ରାରେ…

Read More

ଛାତ୍ରଛାତ୍ରୀଙ୍କ ପ୍ରତିଭାର ପ୍ରତିଫଳନ: ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା, ବିଜ୍ଞାନର ମେଳାରେ ୧୩୬ ପ୍ରକଳ୍ପର ପ୍ରଦର୍ଶନ

ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ପୂର୍ବାହ୍ନ ୧୦ଟା ସମୟରେ ୩୫ତମ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଭବ୍ୟ ଭାବେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଯୋଗଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ ଉପ-ନିର୍ଦ୍ଦେଶିକା ବିନିତା ସେନାପତି ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ବନଲତା ବେହେରା, ଗୀତାଞ୍ଜଳି ସାହୁ, ସନ୍ଧ୍ୟାରାଣୀ ରାଉତ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶରତ ଚନ୍ଦ୍ର ସାହୁ, ଜିଲ୍ଲା ଶିକ୍ଷା ସଂଯୋଜିକା କୃଷ୍ଣାରାଣୀ ମାଝୀ ଓ ନୟାଗଡ ବ୍ଲକ ଭାରପ୍ରାପ୍ତ ଶିକ୍ଷା ଅଧିକାରୀ ଉମାକାନ୍ତ ସେଠି ପ୍ରମୁଖ ଯୋଗ ଦେଇଥିଲେ।ଲାଠିପଡା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ବାଗତ ସଂଗୀତ ପରିବେଷଣ କରାଯାଇଥିଲା।…

Read More

ମାର୍ଚ୍ଚ ୧୫ରୁ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ
ମହୋତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ମାର୍ଚ୍ଚ ୧୫ରୁ ସପ୍ତାହବ୍ୟାପୀ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ-୨୦୨୬ ପଠାଣି ସାମନ୍ତ ଅଡିଟୋରିଅମ ଠାରେ ଅନୁଷ୍ଠିତ ହେବ। ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ବିଗତ ବର୍ଷ ମାନଙ୍କ ଭଳି ମାର୍ଚ୍ଚ ୧୫ ରୁ ୨୧ ତାରିଖ ଯାଏଁ ନାଟକ ମହୋତ୍ସବ ଆୟୋଜନ କରିବ । ଚଳିତ ବର୍ଷ ଭୁବନେଶ୍ବର, ସମ୍ବଲପୁର, କଟକ, ବରଗଡ଼, ବାଲେଶ୍ୱର ଏବଂ ନୟାଗଡ଼ ପ୍ରଭୃତି ସ୍ଥାନର ଧୁରୀଣ ନାଟ୍ୟାନୁଷ୍ଠାନ ମାନଙ୍କ ସହିତ ନାଟକ ମଞ୍ଚସ୍ଥ ନିମନ୍ତେ ଯୋଗାଯୋଗ କରାଯାଉ ଅଛି । ପ୍ରତ୍ୟହ ସନ୍ଧ୍ୟା ୭ ଘ.୩୦ ମିନିଟ ସମୟରେ ଆରମ୍ଭ ହେବାକୁ ଥିବା ନାଟକ ଗୁଡିକ ଥିଏଟର ଶୈଳୀରେ ପ୍ରଦର୍ଶିତ ହୋଇ ସର୍ବାଧିକ ଦୁଇ ଘଣ୍ଟା ଅବଧି ମଧ୍ୟରେ ପରିସମାପ୍ତ ହେବ । ନାଟକ ସମୂହ ସାଂପ୍ରତିକ ସମାଜ ଭିତ୍ତିକ ହୋଇ ଦର୍ଶକୀୟ ଆଦୃତି ଲାଭ…

Read More

ସେବା ପରିବାରର ବନ୍ଧୁ ମିଳନ ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ସେବା ପରିବାରର ବନ୍ଧୁମିଳନ ଉତ୍ସବ ନୟାଗଡ଼ ଝରିଦେଇ ପୀଠରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଜିଲ୍ଲାର ବିଭିର୍ଣ୍ଣ ସାମାଜିକ ସଂଗଠନର କର୍ମକର୍ତା ମାନେ ଏକାଠି ହୋଇଥିବା ବେଳେ ଆଗାମୀ ଦିନରେ ସାରା ନୟାଗଡ଼ରେ କିଭଳି ସେବା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯିବା ସହ ଯୁବକ ମାନଙ୍କୁ ଏଥିରେ ଯୋଡ଼ାଯିବ ସେନେଇ ଆଲୋଚନା ହୋଇଥିଲା। ନୟାଗଡ଼ଜିଲ୍ଲାରେ ସମସ୍ତ ସ୍ବେଛାସେବୀ ସଂଗଠନ ମାନଙ୍କୁ ନେଇ ଜିଲ୍ଲାରେ କିଭଳି ଗଠନମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ ଏନେଇ ଉପସ୍ଥିତ ଯୁବ ସ୍ବେଛାସେବୀମାନେ ନିଜର ମତ ରଖିଥିଲେ। ନୟାଗଡ଼ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ବନ୍ଧୁମିଳନ ଉତ୍ସବରେ ଡାକ୍ତର ଅରବିନ୍ଦ ଦାଶ,ସମାଜସେବୀ ସନ୍ତୋଷ ପ୍ରଧାନ, ସାମ୍ବାଦିକ ପୁରୁଷୋତ୍ତମ ମହାପାତ୍ର, ଜୟନ୍ଦ୍ର ବେହେରା,ବିଶିଷ୍ଠ ସମାଜସେବୀ ବଂଶୀଧର…

Read More

୬୯ତମ ତିନି ଦିନିଆ ରାଜ୍ୟସ୍ତରୀୟ ବିଦ୍ୟାଳୟ ନେଟବଲ ମହାକୁମ୍ଭ ଉଦଯାପିତ

ବାଳକ-ବାଳିକା ବର୍ଗରେ କଟକ ଚମ୍ପିୟାନ ବାଳକ ବର୍ଗରେ ନୟାଗଡ ରନର୍ସଅପ୍ ଓ ବାଳିକା ବିଭାଗରେ ଗଞ୍ଜାମ ରନର୍ସଅପ୍ ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ରଣପୁର ସ୍ଥିତ ପି.ଏମ୍.ଶ୍ରୀ. ବି.ସି. ହାଇସ୍କୁଲରେ ୬୯ତମ ଓଡିଶା ରାଜ୍ୟ ସ୍ତରୀୟ ବିଦ୍ୟାଳୟ ନେଟବଲ ଚାମ୍ପିୟନସିପ୍ (ଉଭୟ ବାଳକ ଓ ବାଳିକା ବର୍ଗ) ଆସନ୍ତା ୧୬ ଡିସେମ୍ବରରୁ ୧୮ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଦଳଗୁଡ଼ିକ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ବାଳିକା ସେମିଫାଇନାଲ ମ୍ୟାଚରେ ଗଞ୍ଜାମ ମାଲକାନଗିରିକୁ ପରାଜିତ କରି ଫାଇନାଲକୁ ପ୍ରବେଶ କରିଥିବା ବେଳେ, ଅନ୍ୟ ସେମିଫାଇନାଲରେ କଟକ ନୟାଗଡକୁ ହରାଇ ଫାଇନାଲରେ ପହଞ୍ଚିଥିଲା। ଫାଇନାଲ ମ୍ୟାଚରେ କଟକ ଓ ଗଞ୍ଜାମ ମଧ୍ୟରେ ହୋଇଥିବା ହାର୍ଡଫାଇଟ୍ ମୁକାବିଲାରେ କଟକ ଦଳ ଚମ୍ପିୟାନ ହୋଇଥିବା ବେଳେ ଗଞ୍ଜାମ ରନର୍ସଅପ୍ ହୋଇ ସମ୍ମାନ ଅର୍ଜନ…

Read More

ନୟାଗଡ଼ କଂଗ୍ରେସ ପକ୍ଷରୁ ବିଜେପି ସରକାର ବିରୁଦ୍ଧରେ ନାରାବାଜି ସହ  ବିକ୍ଷୋଭ ପ୍ରଦର୍ଶନ

ନୟାଗଡ଼,(ନୟାଗଡ଼ ଦର୍ପଣ): ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲଡ଼ ମନିଲଣ୍ଡେରିଙ୍ଗ ଶହଶହ କୋଟି ଟଙ୍କା ହଡପ କରିଥିବା ଦର୍ଶାଇ କେନ୍ଦ୍ର ବିଜେପି ସରକାର ତାଙ୍କ ପୋଷା ସିବିଆଇ ଇଡି ଲଗାଇ ଗାନ୍ଧୀ ପରିବାର ବିରୁଦ୍ଧରେ ମିଛ କେଶ କରି କଂଗ୍ରେସ ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଦୀର୍ଘ ୧୨ବର୍ଷ ଧରି ଦିଦିନ ଧରି ପଚାରାଉଚୁରା କରି ମାନସିକ ନିର୍ଯାତନା ଦେଇ ଦେଶବାସୀଙ୍କ ଆଗରେ ନିନ୍ଦିତ କରିବା ଭଳି ମନ୍ଦ ଉଦ୍ଧେଶ୍ୟ ରଖି କଂଗ୍ରେସ ଦଳ ବିରୁଦ୍ଧରେ ନାନାଦି ଅପପ୍ରଚାର କରି ଆସୁଥିଲେ। ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଇଡି ସିବିଆଇ ଦ୍ୱାରା ଦିଲ୍ଲୀ ରାଉଜ ଆଭେନିୟୁ ଅଦାଲତରେ ଦାଖଲ ହୋଇଥିବା ମିଥ୍ୟା ଦସ୍ତାବିଜ କୌଣସି ଠୋସ ଅଭିଯୋଗ ସମ୍ପର୍କିତ ପ୍ରାମାଣିକ ତଥ୍ୟାବଳୀ ଉଲ୍ଲେଖ କରାଇବାରେ ସିବିଆଇ…

Read More