ହାଉସିଂ ବୋର୍ଡ଼ କଲୋନୀରେ ବଜ୍ରପାତ

ନୟାଗଡ଼,(୧୦/୦୯):- ଆଜି ସକାଳୁ ସକାଳୁ ନୟାଗଡ଼ ମୁକ୍ତାପୁର ନିକଟସ୍ଥ ହାଉସିଂ ବୋର୍ଡ କଲୋନୀରେ ବଜ୍ରପାତ ହୋଇଥିବା ଜଣାପଡିଛି। ଏହି ବଜ୍ରପାତରେ କଲୋନୀରେ ରହୁଥିବା ପୀତବାସ ତ୍ରିପାଠୀ, ବେଣୁଧର ସାହୁ ଏବଂ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସମେତ ଅନେକ ବାସିନ୍ଦାଙ୍କର କ୍ଷୟକ୍ଷତି ଘଟିଛି। ଅନେକଙ୍କ ଘରର ଟିଭି, ଇନ୍ଭଟର, କମ୍ପୁଟର, ପାଣିଟାଙ୍କି ଓ ଝରକା କାଚ ଭାଙ୍ଗିଥିବା ଜଣାପଡିଛି।

Read More

ନୟାଗଡ଼ ଡି.ଏଫ୍.ଓ.ଙ୍କ ବଦଳି ବାତିଲ ନିମନ୍ତେ ରାଜ୍ୟ ସରକାରଙ୍କୁ ନିବେଦନ

ନୟାଗଡ଼,(୦୯/୦୯): ନୟାଗଡ଼ର ବର୍ତ୍ତମାନ କାର୍ଯ୍ୟରତ ବନ ଖଣ୍ଡ ଅଧିକାରୀ ଧମଧୀର ଧନରାଜ ହନୁମନ୍ତଙ୍କ ଆକସ୍ମିକ ବଦଳିକୁ ନେଇ ନୟାଗଡ଼ ଜିଲ୍ଲାର ପରିବେଶ ପ୍ରେମୀ, ବୁଦ୍ଧିଜୀବି ତଥା ସଚେତନ ନାଗରିକ ଗଣ ବ୍ୟଥିତ। ଜଣେ ଦକ୍ଷ ଆଉ ସମର୍ପିତ ଅଧିକାରୀ ରୂପେ ତାଙ୍କ ସ୍ବଳ୍ପ ରହଣି କାଳ ମଧ୍ୟରେ ଖାଲି ବନ ବିଭାଗ କାହିଁକି ଅନ୍ୟ ସବୁରେ ମଧ୍ୟ ଜିଲ୍ଲା ବାସୀଙ୍କ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ମହାମାରୀ କୋଭିଡ୍କୁ ଜିଲ୍ଲାରେ ନିୟନ୍ତ୍ରଣ କରିପାରିବା ସହିତ ଏ ବର୍ଷର ଜଙ୍ଗଲ ନିଆଁ ସମୟରେ ସାରା ରାଜ୍ୟ ଜଳୁଥିବା ବେଳେ ନୟାଗଡ଼ ବନଖଣ୍ଡକୁ ନିଆଁ ଦାଉରୁ ମୁକ୍ତ କରି ଉଚ୍ଚ ପ୍ରଶଂସା ସାଉଁଟି ପାରିଛନ୍ତି। ଗର୍ବ ଅହଙ୍କାର ଶୂନ୍ୟ, ସରଳ, ଭଦ୍ର, ଅମାୟିକ ବ୍ୟକ୍ତିତ୍ୱର ଅଧିକାରୀ ଏଚ଼.ଡି ମହୋଦୟ ଅଣ ଓଡ଼ିଆ ହୋଇ ମଧ୍ୟ ନୟାଗଡ଼ିଆଙ୍କ ହୃଦୟ…

Read More

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ‘କିଷାନ ରଥ ମୋବାଇଲ ଆପ’ ଲୋକାର୍ପିତ

ନୟାଗଡ଼,(୦୯/୦୯): କୃଷି ଓ ଉଦ୍ୟାନ କୃଷିଜାତ ଉତ୍ପାଦନ ପରିବହନକୁ ସୁବିଧା ଜନକ ଓ ମଜବୁତ କରିବା ପାଇଁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ‘କିଷାନ ରଥ ମୋବାଇଲ ଆପ’ ଲୋକାର୍ପିତ ହୋଇଥିଲା । ଏହି ଆପ ବିଷୟରେ ସାଧାରଣ ଜନତାଙ୍କୁ ଅଧିକ ଅବଗତ କରାଇବା ଲକ୍ଷ୍ୟ ନେଇ ଆଜି ନିୟନ୍ତ୍ରିତ ବଜାର କମିଟି ବାହାଡ଼ାଝୋଲା, ନୟାଗଡ଼ ତରଫରୁ କିଷାନ ରଥକୁ ଆରଏମସି ଅଧ୍ୟକ୍ଷ-ତଥା ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତ ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ । ଆରଏମସି ସମ୍ପାଦକ ଶ୍ରୀସୁଦାମ ଚରଣ ଜେନା ଏହା ଦ୍ୱାରା ଦ୍ରବ୍ୟର ଅପଚୟ ହ୍ରାସ କରିବା ସାଙ୍ଗକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବହନ କରି ପାରିବାରେ ସହାୟକ ହେବ ବୋଲି ସୂଚନା ଦେଇଥିଲେ । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବିଜୟ…

Read More

ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ ହେଲେ ହୁସେନ ଖାଁ

ନୟାଗଡ଼,(୦୮/୦୯): ନୟାଗଡ଼ର ବରିଷ୍ଠ କଂଗ୍ରେସ ନେତା ତଥା ସିନ୍ଦୁରିଆ ସମିତି ସଭ୍ୟ ହୁସେନ ଖାଁଙ୍କୁ ଅଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷl ସୋନିଆ ଗାନ୍ଧୀ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ କରିଥିବାରୁ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ସଭାପତି ଆଇନଜୀବି ରଣଜିତ ଦାଶ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି l ନବନିଯୁକ୍ତ ପିସିସି ସମ୍ପାଦକ ଜନାବ ହୁସେନ ଖାଁ ଏଆଇସିସି ଅଧ୍ୟକ୍ଷl ସୋନିଆ ଗାନ୍ଧୀ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି l ହୁସେନ ଖାଁଙ୍କୁ ନୂତନ ନିଯୁକ୍ତି ଜିଲ୍ଲାରେ କଂଗ୍ରେସର ସାଙ୍ଗଠନିକ ଶକ୍ତିବୃଦ୍ଧି ହେବ ବୋଲି ଜିଲ୍ଲା ସଭାପତି ପ୍ରେସବାର୍ତାରେ କହିଛନ୍ତି l ଜିଲ୍ଲା କଂଗ୍ରେସ ଉପସଭାପତି କମଳ ଚରଣ ସାହୁ, ନୟାଗଡ ବ୍ଲକ କଂଗ୍ରେସ ସଭାପତି ଫକୀର ଚରଣ ମଲ୍ଲ ପ୍ରମୁଖ ହୁସେନ…

Read More

ସୁସ୍ଥ ଜୀବନ ପାଇଁ ସୁସ୍ଥ ଅଭ୍ୟାସ ଜରୁରୀ

ସୁସ୍ଥ ଜୀବନଶୈଳୀ କରିବାରେ କୌଣସି ବଡ଼ କାମ ନାହିଁ କେବଳ କିଛି ସୁସ୍ଥ ଅଭ୍ୟାସରେ ଧ୍ୟାନ ରଖିବା ଉଚିତ ।ଦଶହରା ହେଉ କି ନୂତନ ବର୍ଷର ସୁଯୋଗରେ ଲକ୍ଷ ଲକ୍ଷ ଲୋକ ନିଜ ନିଜର କ୍ୟାରିୟର, ଶିକ୍ଷା, ଚାକିରିର ପ୍ରମୋଶନ୍ ଏବଂ କିଛି ନୂତନ ଶିକ୍ଷା ଓ ବ୍ୟବହାରରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପରି ବହୁତ ସାରା ସଂକଳ୍ପ ନେଇଥା’ନ୍ତି । କିଛି ଲୋକ ନିଜର ନ୍ୟୁ ଇୟର ରିଜୋଲ୍ୟୁସନ୍‌କୁ କିଛି ବାଟ ପର୍ଯ୍ୟନ୍ତ ପୂରା କରିବାରେ ସଫଳ ବି ହୋଇଥା’ନ୍ତି । ବର୍ଷ ସାରା ଏହି ସଂକଳ୍ପ ଓ ପାରିବାରିକ ଦାୟିତ୍ୱକୁ ପୂରା କରିବାର ଚକ୍କରରେ ନିଜ ଦେହ ପ୍ରତି ଧ୍ୟାନ ଦେଇନଥାନ୍ତି । ପରିବର୍ତ୍ତିତ ଜୀବନଶୈଳୀ କାରଣରୁ ଆଜିକାଲି କମ ବୟସରେ ଓବେସିଟି, ଡାଏବେଟିସ୍‌, ବ୍ୟସ୍ତତା, ଅବସାଦ, ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା, ଅଣ୍ଟା ବ୍ୟଥା,…

Read More

‘କରୋନା’ ର ୩ୟ ଲହରକୁ ନେଇ ଗାଁ କଲ୍ୟାଣ ସମିତି ପକ୍ଷରୁ ସଚେତନତା

ଓଡ଼ଗାଁ,(୦୮/୦୯): ମହାମାରୀ ‘କରୋନା’ର ତୃତୀୟ ଲହରକୁ ଦୃଷ୍ଟିରେରଖି ଓଡ଼ଗାଁ ବ୍ଲକ ଗିରିଡ଼ିପଲ୍ଲୀ ପଞ୍ଚାୟତର ଧଝୋଲା ଗାଁ କଲ୍ୟାଣ ସମିତି ଓ ଗିରିଡ଼ିପଲ୍ଲି ଗାଁ କଲ୍ୟାଣ ସମିତି ତରଫରୁ ତନ୍ତିଭୁଷାପଲ୍ଲୀ ଓ ଗିରିଡିପଲ୍ଲିରେ ଆଜି କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ସନ୍ୟାସୀ ପ୍ରଧାନ ମୁଖ୍ୟଅତିଥିଭାବେ ଯୋଗଦେଇ ପତାକା  ଦେଖାଇ ଏହାକୁ ଶୁଭାରମ୍ଭ କରିଥିବାବେଳେ ଅଙ୍ଗନବାଡି କର୍ମୀ ସବିତା ନାୟକ, ସରୋଜିନୀ ସାହୁ, ଆଶାକର୍ମୀ ସ୍ୱର୍ଣ୍ଣଲତା ନାୟକ, କ୍ଷୀର ପାହାନ, ସ୍ୱେଚ୍ଛାସେବୀ ସୁଶାନ୍ତ ରାଉତଙ୍କ ସମେତ ମହିଳା ଗୋଷ୍ଠୀର ସଦସ୍ୟାମାନେ ଯୋଗଦେଇଥିଲେ। ଏହି ଜନସଚେତନତା ରାଲିରେ ଗ୍ରାମର ପୁରୁଷ, ମହିଳା, ଯୁବଗୋଷ୍ଠୀ କୋଭିଡ଼୍ ଗାଇଡ଼୍ ଲାଇନ୍ ଅନୁସାରେ ମାସ୍କ ପିନ୍ଧି ସାମାଜିକ ଦୂରତା ନିୟମ ପାଳି ବିଭିନ୍ନ ସଚେତନତା ପ୍ଲାକାର୍ଡ଼,ସ୍ଲୋଗାନ ଏବଂ ଲିଫ୍ଲେଟ୍ ମାଧ୍ୟମରେ ପ୍ରଚାର କରାଇଥିଲେ।ତା ସହିତ ମାସ୍କ ଓ ସାବୁନ ବଣ୍ଟନ କରାଯାଇଥିଲା।ଗ୍ରାମ…

Read More

୩ୟ ଲହରକୁ ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପର୍ବପର୍ବାଣୀ ସମୟରେ ଆମର ଦାୟିତ୍ବପୂର୍ଣ୍ଣ ବ୍ୟବହାର ତୃତୀୟ ଲହରୀକୁ ନିୟନ୍ତ୍ରଣ କରିବାରେ ନିର୍ଣ୍ଣାୟକ ହେବ – ମୁଖ୍ୟମନ୍ତ୍ରୀ ଶିକ୍ଷାନୁଷ୍ଠାନ ଗୁଡିକରେ ଅଚାନକ ପରିଦର୍ଶନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ ଧାର୍ମିକ ଅନୁଷ୍ଠାନ, ଡାକ୍ତରଖାନା, ଅଫିସ ଓ ହାଟ ବଜାରରେ କୋଭିଡ ନିୟମ କଡାକଡି ପାଇଁ ନିର୍ଦ୍ଦେଶ ଅବହେଳା ପରିଲକ୍ଷିତ ହେଲେ, ପୁଣି ଲକ୍ଡାଉନ ଫେରିବ ନୟାଗଡ଼,(୦୭/୦୯):- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ ପରିସ୍ଥିତ ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେରିକା ଠାରୁ ଆରମ୍ଭ କରି କେରଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢିବା ଚିନ୍ତାଜନକ ହୋଇଛି । ତେଣୁ ଏ ପରିସ୍ଥିତିରେ ଆମକୁ ସମ୍ଭାବ୍ୟ ତୃତୀୟ ଲହର ଠାରୁ ନିରାପଦ ରହିବାକୁ ହେଲେ, କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ହେବ । ଏଥିରେ ସାମାନ୍ୟ…

Read More

ଶିଵଶକ୍ତି ମନ୍ଦିର ପୂଜକ ସଂଘର ରାଜ୍ୟ ସ୍ତରୀୟ ମହା ସମାବେଶ

ନୀରବ ଶୋଭାଯାତ୍ରାରେ ସେବାୟତଙ୍କ ସହ ସାମିଲ ହେଲେ ନିମନ୍ତ୍ରିତ ଅତିଥି। ସରକାରଙ୍କ ପାତର ଅନ୍ତର ନୀତି ଉପରେ ଗର୍ଜିଲେ ବିରୋଧୀ। ରାଜସୁନାଖଳା,(ନୟାଗଡ଼ ଦର୍ପଣ): ଗୁରୁଦିବସ ଅବସରରେ ନୟାଗଡ଼ ଜିଲ୍ଲା ଶିଵଶକ୍ତି ମନ୍ଦିର ପୂଜକ ସଂଘ ଆନୁକୂଲ୍ୟରେ ରାଜସୁନାଖଳାର କୁମାରୀଛକସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଶିବଶକ୍ତି ମନ୍ଦିର ପୂଜକ ସଂଘର ଏକ ମହା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହିକ୍ରମରେ ସେବାୟତମାନଙ୍କ ପକ୍ଷରୁ ଏକ ନୀରବ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ରାଜସୁନାଖଳା ସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ କାଉଁରୀ ମନ୍ଦିର ପରିସରରେ ମାଆଙ୍କ ନିକଟରେ ପୂଜାର୍ଚ୍ଚନା ପରେ ସମବେତ ସେବାୟତଙ୍କ ସହ ଖଣ୍ଡପଡା ଗଡ଼ଜାତର ରାଜକୁମାର ତଥା ପ୍ରାକ୍ତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂ ମର୍ଦ୍ଧରାଜ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ନୀରବ ଶୋଭାଯାତ୍ରାରେ ରାଜସୁନାଖଳା ବଜାର ପରିକ୍ରମା କରିଥିଲେ।ସେମାନଙ୍କ ସହିତ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟିର…

Read More

ଗୁରୁଦିବସରେ ମାନ୍ୟବର ମନ୍ତ୍ରୀଙ୍କ ଗୁରୁପୂଜନ

ନୟାଗଡ଼,(୦୫ା୦୯):- ପବିତ୍ର ଗୁରୁଦିବସ ଅବସରରେ ଆଜି ଏକ ଗୁରୁପୂଜନ କାର୍ଯ୍ୟକ୍ରମ ଜୁମଆପ୍ ମାଧ୍ୟମରେ ହୋଇଯାଇଛି । ଅବସର ପ୍ରାପ୍ତ ଶିକ୍ଷକ ହରିହର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂମ୍ପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଡ. ପୋମା ଟୁଡୁ, ଜିଲ୍ଲା ଶିକ୍ଷା ଅଧିକାରୀ ଅକୃର ବାରିକ ପ୍ରମୁଖ ଯୋଗ ଦେଇ ଗୁରୁପୂଜନ କାର୍ଯ୍ୟରେ ଅଂଶ ଗ୍ରହଣ କରିଥିଲେ । ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କର ଅବଦାନ ଅତୁଳନୀୟ । ଶିକ୍ଷା ଭିତ୍ତିଭୂମୀରେ ଅନେକ ବିକାଶ କରାଯାଇଛି । କୋଭିଡ୍‌ର ତୃତୀୟ ଲହର ପାଇଁ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଛୋଟ ଛୁଆଙ୍କୁ ସଚେତନ…

Read More

ଅତ୍ୟାଧୁନିକ ନୂତନ ଥାନାର ଉଦଘାଟନ ସହ ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କଲେ ପୋଲିସ DGP ଅଭୟ

ରଣପୁର,(୩୦/୦୮):- ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ ଚାନ୍ଦପୁର ଥାନାରେ ପୋଲିସ DGP ଅଭୟ। ନୟାଗଡ଼ ଜିଲ୍ଲାର ଏକମାତ୍ର ତଥା ରାଜ୍ୟର ୩ନଂ ଅତ୍ୟାଧୁନିକ ଚାନ୍ଦପୁର ଥାନାକୁ ଉଦଘାଟନ କରିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିଛନ୍ତି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଭୟ। ବହୁ ପ୍ରତୀକ୍ଷାର ଅନ୍ତ ସହ ଆଇନ ଶୃଙ୍ଖଳା ଦିଗରେ ଗୁରୁତ୍ୱ ବହନ କରୁଥିବା ଚାନ୍ଦପୁର ଥାନାକୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି। ଉଦଘାଟନ ସମୟରେ ପୁରୀ ସାଂସଦ ପିନାକୀ ମିଶ୍ର ଏବଂ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଥାନା ପୋଲିସ -ଜନସାଧାରଣଙ୍କ ମଧ୍ୟରେ ଏକ ସୁସମ୍ପର୍କ ସ୍ଥାପନ କରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ନୟାଗଡ଼ ଏସପି ସିଦ୍ଧାର୍ଥ କଟାରିୟା ଶରଣକୂଳ ଏସଡ଼ିପିଓ ଏସ ଟପ୍ପୋ, ଚାନ୍ଦପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ…

Read More