ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀର ଗାଁ କହିଲେ ମନେ ପଡେ ଥୁଆବାରୀ ଗାଁ। ୧୯୩୬ ମହିହାରେ ପ୍ରଜାମଣ୍ଡଳ ଆନ୍ଦୋଳନରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଯୋଗଦେଇଥିବା ଥୁଆବାରୀ ଗ୍ରାମର ୬୨ରୁ ଉର୍ଦ୍ଧ୍ବ ସଂଗ୍ରାମୀ ଆନନ୍ଦ ଚନ୍ଦ୍ର ସ୍ୱାଇଁଙ୍କ ଆହ୍ୱାନ କ୍ରମେ ପ୍ରଜାମଣ୍ଡଳ ଆନ୍ଦୋଳନରେ ଯୋଗ ଦେଇଥିଲେ। ଯେତେବେଳେ ଇଂରେଜମାନେ ସାରା ଭାରତ ବର୍ଷରେ ଶାସନ କରୁଥିଲେ ଗୋରା ସାହେବ ମାନଙ୍କ ଶାସନରେ ଅତ୍ୟାଚାରକୁ ରୋକିବା ପାଇଁ, ଭାରତ ମା’ର ସ୍ୱାଧୀନ ପାଇଁ ଏକ ଗଡ଼ଜାତ ଆନ୍ଦୋଳନ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ ଥୁଆବାରି ଗ୍ରାମର ଆନନ୍ଦ ଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ୬୨ରୁ ଉର୍ଦ୍ଧ୍ବ ସଂଗ୍ରାମୀ ମାନେ ଏକତ୍ରିତ ହୋଇଥିଲେ। ଏହି ସଂଗ୍ରାମୀ ମାନେ ପ୍ରଥମେ ନୂଆଗାଁ ଥାନା ଉପରେ ଆକ୍ରମଣ କରି ଥାନାରେ ନିଆଁ ଲଗାଇଥିଲେ। ଏବଂ ଗୋରା ସାହେବ ମାନଙ୍କୁ…
Read MoreCategory: ଅନ୍ୟାନ୍ୟ
‘ଆମ ଓଡ଼ଗାଁ’ ସଂଗୀତ କ୍ୟାସେଟ୍ ଲୋକାର୍ପିତ
ଓଡ଼ଗାଁ,(ନୟାଗଡ ଦର୍ପଣ): ଓଡ଼ଗାଁସ୍ଥିତ ରାଧାମାଧବ ମନ୍ଦିର ପରିସରରେ ବରିଷ୍ଠ କବି ତଥା ଶ୍ରୀ ରଘୁନାଥ ସାରସ୍ୱତ ସଂସଦର ପ୍ରତିଷ୍ଠାତା ଲୋକନାଥ ମିଶ୍ର (ଭରଦ୍ୱ।ଜ)ଙ୍କ ରଚିତ “ଆମ ଓଡ଼ଗାଁ” ନାମକ ଏକ କ୍ୟାସେଟ୍ ଆଜି ଲୋକାର୍ପିତ ହୋଇଯାଇଛି । ଅଶୋକ କୁମାର ସାହୁ ଉକ୍ତ କ୍ୟାସେଟର ସଂଗୀତ ପରିଚାଳନା କରିଥିବା ବେଳେ କଣ୍ଠଦାନ ଓ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ବେତାର କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ। ଲୋକାର୍ପଣ ଉତ୍ସବରେ ବ୍ୟଙ୍ଗକବି ଭାବଗ୍ରାହୀ ମହାପାତ୍ର, କବି ଶରତଚନ୍ଦ୍ର ଷଡ଼ଙ୍ଗୀ, ଦୂତିକୄଷ୍ଣ ମିଶ୍ର, କବି ତଥା କଣ୍ଠଶିଳ୍ପୀ ରଞ୍ଜନ କୁମାର ଦାଶ, ଯଶୋବନ୍ତ ପଟ୍ଟନାୟକ, ରମାକାନ୍ତ ପ୍ରଧାନ, ଡାକ୍ତର ସ୍ୱରୂପ ରଞ୍ଜନ ମିଶ୍ର, ସମାଜସେବୀ ଅରୁଣ କୁମାର ସାହୁ, କବୟିତ୍ରୀ ପ୍ରଭାତି ପଟ୍ଟନାୟକ, ପ୍ରିୟଦର୍ଶନୀ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସଙ୍ଗୀତଟି ଓଡ଼ଗାଁ ଅଞ୍ଚଳରେ ପ୍ରସିଦ୍ଧି…
Read Moreଶିଶୁ ସଂଗ୍ରାହକ ଶ୍ରୀନିବାସ
ଦେଶ ବିଦେଶର ନୋଟ, ମୁଦ୍ରା ସଂଗ୍ରହ କରି ଏବେ ଚର୍ଚ୍ଚାରେ ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ଜାରିଙ୍ଗିସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଦଶମ ଶ୍ରେଣୀରେ ଅଧ୍ୟୟନରତ କୁମାର୍ ଶ୍ରୀନିବାସ ବିଭିନ୍ନ ଦେଶବିଦେଶର ନୋଟ୍ ଓ ମୁଦ୍ରା ସଂଗ୍ରହ କରି ଏବେ ଚର୍ଚ୍ଚାରେ। ସେ ତୄତୀୟ ଶ୍ରେଣୀରେ ପଢୁଥିବାବେଳେ କତାର୍ ଦେଶରେ ରହୁଥିବା ନିଜ ଗ୍ରାମ କୁରାଳ ପଞ୍ଚାୟତ ଅଧୀନ ପାଇକ ପନ୍ତିଖାରୀର ଜନୈକ ବାସିନ୍ଦା ରଞ୍ଜନ କୁମାର ଦାଶ ତାଙ୍କ ପିତାଙ୍କୁ ଉକ୍ତ ଦେଶର କିଛି ମୁଦ୍ରା ଦେଇଥିଲେ। ଏହି ମୁଦ୍ରାକୁ ଦେଖି ଅନୁପ୍ରାଣିତ ହୋଇ କୁନି ବାଳକ ଶ୍ରୀନିବାସଙ୍କ ମନରେ ଜାଗି ଉଠିଥିଲା ଦେଶବିଦେଶର ମୁଦ୍ରା ସଂଗ୍ରହ କରିବାର ନିଶା। ଏବେ ଦୀର୍ଘ ସାତବର୍ଷ ପରେ ସେ ତାଙ୍କ ମାଆ ଜୟଶ୍ରୀ ନାୟକ ନିଜ ପାଖରେ ସାଇତି ରଖିଥିବା ଆମ ଦେଶର ବହୁପୁରୁଣା ନୋଟ୍,…
Read Moreପ୍ରଚଣ୍ଡ ବଜ୍ରପାତରେ ଭାଙ୍ଗିଲା ମନ୍ଦିର ଦଧିନଉତି
ନୟାଗଡ଼,(୨୮/୦୯): ନୟାଗଡ଼ ବ୍ଲକ୍ କେନ୍ଦୁଢିପି ପଞ୍ଚାୟତ ଅନ୍ତର୍ଗତ ଖଇରପଟି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଘଟଣ, ଆଜି ଅପରାହ୍ନରେ ବଜ୍ରପାତରେ ଖଇରପଟି ଗ୍ରାମର ଶିବ ମନ୍ଦିରର ଦଧିନଉତି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଏକ ପ୍ରଚଣ୍ଡ ବଜ୍ରପାତ ମନ୍ଦିରର ଅଗ୍ରଭାଗରେ ମାଡ଼ ହୋଇଥିଲା ଯାହା ଫଳରେ ଦଧିନଉତିଟି ଭାଙ୍ଗି ଖଣ୍ଡ ବିଖଣ୍ଡିତ ହୋଇ ତଳେ ପଡ଼ି ଯାଇଥିଲା। ୭୦ ବର୍ଷର ପୁରୁଣା ମନ୍ଦିର ଏଭଳି କ୍ଷତିଗ୍ରସ୍ତ ହେବା ଦେଖି କେହି କେହି ଗ୍ରାମକୁ ବିପଦ ଥିବା କହିଥିବା ବେଳେ କେହି କେହି ବିଜ୍ଞାନ ସମ୍ମତ କାରଣ ଦର୍ଶାଇଛନ୍ତି। ଗ୍ରାମର ଶିକ୍ଷିତ ଯୁବକମାନେ କହିଛନ୍ତି ପଚାଶ ଫୁଟର ଏହି ଉଚ୍ଚ ମନ୍ଦିର ପାଇଁ ବିଦ୍ୟୁତ ପରିବାହିର ସୁବିଧା କରାଯିବାର ଆବଶ୍ୟକତା ଥିଲା। ଏହି ଘଟଣାଟିକୁ ଦେଖିବା ପାଇଁ ଖଇରପଟି ଗ୍ରାମରେ ପ୍ରବଳ ଭିଡ଼ ହୋଇଥିବା ଜଣାପଡିଛି…
Read Moreଚୋରୀ ହେବାର ୧୨ଘଣ୍ଟା ମଧ୍ୟରେ ଲକ୍ଷାଧିକ ଟଙ୍କାର ଚୋରୀ ଗହଣା ଉଦ୍ଧାର, ୨ମହିଳା ଲୁଟେରା ଗିରଫ
ରଣପୁର/ଚାନ୍ଦପୁର,(୧୫/୦୯): ନୟାଗଡ଼ ଜିଲ୍ଲା ଚାନ୍ଦପୁର ପୋଲିସକୁ ମିଳିଛି ସଫଳତା। ଲୁଟ ହେବାର ୧୨ଘଣ୍ଟା ମଧ୍ୟରେ ଲୁଟେରାଙ୍କୁ ଗିରଫ କରିବା ସହ ଲୁଟ ହୋଇଥିବା ଲକ୍ଷାଧିକ ଟଙ୍କାର ସୁନା ରୁପା ଗହଣାକୁ ପୋଲିସ ଉଦ୍ଧାର କରିଛି। ସୂଚନା ମୁତାବକ ଚାନ୍ଦପୁର ଅଞ୍ଚଳର ସୁଶାନ୍ତ ନାୟକଙ୍କ ଘରୁ ଗତକାଲି ରାତିରେ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଗହଣା ଚୋରି ହୋଇଯାଇଥିଲା। ଏ ନେଇ ସୁଶାନ୍ତ ଚାନ୍ଦପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବାପରେ ପୋଲିସ ତତ୍ପରତା ଦେଖାଇ ଖୋଲତାଡ଼ ଆରମ୍ଭ କରିଥିଲା। ଅନୁସନ୍ଧାନରେ ପୋଲିସ ଜାଣିବାକୁ ପାଇଥିଲା ଯେ, ପଶ୍ଚିମବଙ୍ଗର ମେଦିନାପୁର ଅଞ୍ଚଳରୁ ଆସିଥିବା ଯାଯାବର ଗ୍ୟାଙ୍ଗ ଉକ୍ତ କାଣ୍ଡ ଘଟାଇଛନ୍ତି। ସଙ୍ଗେ ସଙ୍ଗେ ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ଏକ ଟିମ ଗଠିତ ହୋଇ ଚାନ୍ଦପୁର ଥାନା ଅଞ୍ଚଳର ସମସ୍ତ ଅଞ୍ଚଳକୁ ସିଲ୍ କରାଯାଇଥିଲା। ଏବଂ ରାତିତମାମ ବିଭିନ୍ନ…
Read Moreନୟାଗଡ଼ ‘କଙ୍ଗାରୁ କୋର୍ଟ’ର ତିନି ବିଚାରପତି ଗିରଫ
ନୟାଗଡ଼,(୧୫/୦୯): ଏବେବି ନୟାଗଡ଼ ଜିଲ୍ଲାର ଅନେକ ଗାଁରେ ଗ୍ରାମ୍ୟ କମିଟି ଦ୍ୱାରା କଙ୍ଗାରୁକୋର୍ଟ ପରିଚାଳିତ ହେଉଥିବା ବେଳେ ଏହି କଙ୍ଗାରୁକୋର୍ଟର ନିଷ୍ପତ୍ତି ବହୁ ବ୍ୟକ୍ତିଙ୍କୁ ଛାରଖାର କରି ଦେଇଛି। ଏହି କ୍ରମରେ ନୟାଗଡ଼ ସଦରଥାନା ଅନ୍ତର୍ଗତ ଗୋଳଗୋଳା ଗାଁରେ କଙ୍ଗାରୁକୋର୍ଟ ଘଟଣାରେ ପୁଲିସ ଗାଁ ସଭାପତି ଅଭିମନ୍ୟୁ ପ୍ରଧାନ, ଉପସଭାପତି ମନୁ ମୁଦୁଲି ଏବଂ ସମ୍ପାଦକ ରମେଶ ମୁଦୁଲିକୁ ଗିରଫ କରିଛି । ଗୋଳଗୋଳା ଗ୍ରାମରେ ଦୀର୍ଘଦିନ ଧରି କଙ୍ଗାରୁକୋର୍ଟ ଚାଲି ଆସିଥିବା ଅଭିଯୋଗ ହେଉଥିଲା । ଗୋଳଗୋଳା ଗ୍ରାମର ଚିରଞ୍ଜିବୀ ପ୍ରଧାନ କଙ୍ଗାରୁକୋର୍ଟର ଶୀକାର ହୋଇ ଏସ୍ଡିଜେଏମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶରେ ପୁଲିସ ୧୩୫/୨୧ରେ ଏକ ମାମଲା ରୁଜୁ କରିଥିଲା । କୋର୍ଟଙ୍କ ନିର୍ଦ୍ଦେଶରେ ପୁଲିସ ୫ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା । ଗତକାଲି ରାତିରେ ସଦରଥାନା ପୁଲିସ ଚଢ଼ାଉ…
Read Moreଆନ୍ତର୍ଜାତିକ ମାନବାଧିକାର ପରିଷଦ ନୟାଗଡ଼ ଶାଖା ପରିଦର୍ଶନ କଲେ ରାଜ୍ୟ ସଭାପତି ମୀନକେତନ
ନୟାଗଡ଼,(୧୪/୦୯): ଆନ୍ତର୍ଜାତିକ ମାନବାଧିକାର ପରିଷଦର ରାଜ୍ୟ ସଭାପତି ମୀନକେତନ ପଟ୍ଟନାୟକ ଲଗାତର ଭାବେ ଓଡ଼ିଶାର ସମସ୍ତ ଜିଲ୍ଲା ଗସ୍ତକରି, ଶାଖା ନଥିବା ଜିଲ୍ଲାରେ ନୂତନ ଶାଖା ଗଠନ କରିବା ପରେ ଏବେ ପ୍ରତ୍ୟେକ ଜିଲ୍ଲାକୁ ଚଳ ଚଞ୍ଚଳ କରିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ଶ୍ରୀଯୁକ୍ତ ପଟ୍ଟନାୟକ ଆଜି ନିୟାଗଡ଼ ଜିଲ୍ଲାର ଶାଖାର ଉପ ସଭାପତି ପଦରେ ଜିତେନ୍ଦ୍ର କୁମାର ସାହୁଙ୍କୁ ଦାୟିତ୍ୱ ଦେବା ସହିତ, ଜିଲ୍ଲାର ଅସହାୟ, ଅବହେଳିତ ତଥା ସମାଜରେ ମୌଳିକ ଅଧିକାରରୁ ବଞ୍ଚିତ ବର୍ଗଙ୍କୁ ଉଚିତ ନ୍ୟାୟ ଦେବା ନିମନ୍ତେ ମାନବାଧିକାର କର୍ମୀଙ୍କୁ ସମଷ୍ଟିଗତ ଭାବେ ଲଢେଇ ଜାରି ରଖିବାକୁ ଗୁରୁମନ୍ତ୍ର ଦେଇଛନ୍ତି।
Read Moreଦଶପଇସିଆ ଅଜା
(ଦାଶିଆ ଅଜାଙ୍କ ୨୪ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ)ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ ଏବଂ ପ୍ରସିଦ୍ଧ ସାରସ୍ବତ ସାଧକ ତଥା ପିତା ବାଞ୍ଛାନିଧି ପଟ୍ଟନାୟକ ଓ ମାତା ପାର୍ବତୀ ଦେବୀଙ୍କ କୁଳନନ୍ଦନ ଥିଲେ ଦାଶରଥି ପଟ୍ଟନାୟକ (୧୯୦୭–୧୯୯୭)। ଦଶ ପଇସାର ଖୁଣ୍ଟାତଡ଼ା ରାଜା ଦାଶିଆ ଅଜା ନାମରେ ସମଗ୍ର ଓଡ଼ିଶାର ଜନମାନସରେ ସେ ଥିଲେ ସମସ୍ତଙ୍କର ଅତି ଆପଣାର ।ରାଜ୍ୟ ଓ ଦେଶବାସୀଙ୍କ ପାଇଁ ଥିଲେ ଏକ ବିସ୍ମୟ ପ୍ରତିଭା ତଥା ସମଗ୍ର ଓଡ଼ିଆ ଜାତି ପାଇଁ ଗର୍ବ। ଦାଶିଆ ଅଜା ଅତି ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ୪ର୍ଥ ଶ୍ରେଣୀ ଥିଲା ତାଙ୍କର ଶିକ୍ଷାଗତ ଯୋଗ୍ୟତା। ବିଶ୍ରାମ ସମୟରେ ବହି ପଢିବା ଥିଲା ତାଙ୍କର ଏକ ନିଶା। ଏହି ବହି ପଢିବା ନିଶାରୁ ଆରମ୍ଭ କଲେ ଅନନ୍ୟ ଯାତ୍ରା। ଗାଁ ଗଣ୍ତା ସହର…
Read Moreଦାସିଆ ଅଜାଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ
ନୟାଗଡ଼,(୧୨/୦୯):- ରାଜ୍ୟ ପାଠାଗାର ଆନ୍ଦୋଳନର ପୁରୋଧା, ବିଶିଷ୍ଟ ସଂଗ୍ରାହକ, ମାଟିର ଗର୍ବ ଗୌରବ, ଉତ୍ତର ପିଢିପାଇଁ ପଥ ପ୍ରଦର୍ଶକ ଦଶ ପଇସାର ରଜା ଦାସିଆ ଅଜାଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକୀ ଜିଲ୍ଲା ସଦର ମହକୁମାରେ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି। ଦାସିଆ ଅଜା ସ୍ମୃତି ସଂସଦର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ସ୍ମୃତି ଚାରଣ ସଭାରେ ଜିଲ୍ଲାପାଳ ତଥା ଦାଶରଥି ପଟ୍ଟନାୟକ ଟ୍ରଷ୍ଟର ଅଧ୍ୟକ୍ଷ ଡା. ପୋମା ତୁଡୁ ଯୋଗଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସଙ୍ଗେ ସଙ୍ଗେ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଦାସିଆ ଅଜା ଅମର ରହେ- ଅମର ରହେ ପ୍ରତିଧ୍ୱନି କଚେରୀ ବଜାର ପ୍ରକମ୍ପିତ ହୋଇଥିଲା।ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସଭାପତି ତଥା ଆଇନଜୀବୀ ରଣଜିତ ଦାସ, ସିପିଆଇଏମ ନେତା ବିଶ୍ୱନାଥ ମହାପାତ୍ର, ଶ୍ରମିକ…
Read Moreଦାଶରଥି ପଟ୍ଟନାୟକ (ଦାସିଆ ଅଜା)
ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ ଓ ସାରସ୍ୱତ ସାଧକ ଦାଶରଥି ପଟ୍ଟନାୟକ। ଏହି ପ୍ରବାଦ ପୁରୁଷ ଏକ ମଫସଲ ଗାଁ ନୟାଗଡ଼ର ଉଦୟପୁର ଠାରେ ପ୍ରତିଷ୍ଠା କରିପାରିଥିଲେ ଏକ ଜାତୀୟ ସ୍ତରୀୟ ପାଠାଗାର ସଂଗ୍ରହାଳୟ । ସମଗ୍ର ବିଶ୍ଵରେ ‘ଦଶ ପଇସାର ରଜା ଦାସିଆ ଅଜା” ନାମରେ ସୁପରିଚିତ ସେ । ଅତି ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ଓ ମାତ୍ର ୪ର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ । ପଢ଼ିବା ଥିଲା ତାଙ୍କ ନିଶା । ପଢ଼ା ନିଶାରୁ ଆରମ୍ଭ ହୋଇଥିଲା ତାଙ୍କର ଓଡ଼ିଶା ଯାତ୍ରା । ଗାଁ-ଗଣ୍ଡା, ସହର-ବଜାର ଦ୍ବାର-ଦ୍ଵାର ବୁଲିବୁଲି ପାଲଟିଥିଲେ ଜ୍ଞାନର ଭିକ୍ଷୁକ । ଅଧା ଲଙ୍ଗଳା ବେଶ ; ହାତରେ ଠେଙ୍ଗା, କାନ୍ଧରେ ଝୁଲାମୁଣି ମୁଠାଏ ମୁଢ଼ି ଓ କପେ ନାଲି ଚାହାରେ ଚଳି ଯାଉଥିଲେ ।…
Read More