ନୟାଗଡ଼,(ନୟାଗଡ ଦର୍ପଣ): ଓଡ଼ିଶା ଟାଇକୋଣ୍ଡ ସଂଘ, ପୁରୀ, ଭାରଡ ଓ ଥାଇଲାଣ୍ଡ ସ୍ଥିତ ହିରୋଜ୍ ଟାଇକୋଣ୍ଡ ସଂଗଠନ, ଯୁଗ୍ମ ଭାବେ ପ୍ରଥମ ବିଶ୍ବସ୍ତରୀୟ ଟାଇକୋଣ୍ଡ ଭର୍ଚୁଆଲ ଆନ୍ତର୍ଜାତିୟ ପ୍ରତିଯୋଗିତା ୨୦୨୧ ଅନୁଷ୍ଠିତ କରୁଛନ୍ତି । ଏହା ତା ୨୨ ଡିସେମ୍ବର ୨୦୨୧ ଠାରୁ ତା ୨୭ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଚାଲିବ, ଏଥିରେ ଦୁଇ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ପ୍ରଥମ ଟି ହେଲା ପୁମସେଇ (ପ୍ରୟୋଗ) ଓ ଅନ୍ଯଟି ଦୃତ ଗୋଡ ଦ୍ବାରା ପ୍ରହାର ପ୍ରତିଯୋଗିତା । ଏହାକୁ ଆନ୍ତର୍ଜାତୀୟ ସ୍ତରରେ ପରିଚାଳନା କରିବା ପାଇଁ ଥାଇଲାଣ୍ଡ ସ୍ଥିତ ଜି.ଏମ.ଏ.ସି. ସିଷ୍ଟମର ସହାୟତା ନିଆଯାଇଛି । ଏଥିରେ ବିଶ୍ୱର ୧୪ ଟି ଦେଶର ପ୍ରାୟ ୯୯୬ ଜଣ ପ୍ରତିଯୋଗୀ ଉଭୟ ପୁମସେଇ ଓ ଦୃତ ଗୋଡ ଦ୍ବାରା ପ୍ରହାର ରେ ଭାଗ ନେଇଛନ୍ତି । ସେହି ଦେଶ ଗୁଡିକ ହେଲା ଆମେରିକା,ଗ୍ରୀସ୍, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, କାଜାକିସ୍ଥାନ, ସ୍ଲୋଭାକିଆ, ବାହାରିନ, ଥାଇଲାଣ୍ଡ, ସିଙ୍ଗାପୁର , ହଙ୍କକଙ୍ଗ , ମାଲେସିଆ, ଫିଲପିନସ୍, ଇଣ୍ଡୋନେସିଆ ଏବଂ ଭାରତ । ଏହି ପ୍ରତିଯୋଗିତା କୁ ବିଶ୍ୱର ପ୍ରାୟ ନଅଟି ଦେଶର ଟାଇକୋଣ୍ଡ ଆନ୍ତର୍ଜାତୀୟ ରେଫରୀ ମାନେ ପରିଚାଳନା କରୁଛନ୍ତି, ଏହି ଦେଶ ଗୁଡିକ ହେଲା କୋରିଆ, ଥାଇଲାଣ୍ଡ, ଇଣ୍ଡୋନେସିଆ, ମାଲେସିଆ, ମଙ୍ଗୋଲିଆ, ହଙ୍କକଙ୍ଗ , ସିଙ୍ଗାପୁର ଏବଂ ଭାରତ । ନୟାଗଡ଼ ନୂଆ ରାଜବାଟି ସ୍ଥିତ ନୟାଗଡ଼ ମାର୍ଶାଲ ଆର୍ଟ ଆକାଡେମୀର ୨୩ ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ପୁମସେଇ ( ପ୍ରୟୋଗ ) ବିଭାଗ ରେ ଭାଗ ନେଉଛନ୍ତି । ବାଳିକା ବିଭାଗରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗି ହେଲେ ମିସ୍ ଦିକ୍ସା ପ୍ରିୟା, ମିସ୍ ସ୍ମୁତି ସୁରଭି ମହାପାତ୍ର, ମିସ୍ ସ୍ବେତା ଶିବାନୀ ରାଉତ, ମିସ୍ ପ୍ରିତିଉଷା ରାୟଗୁରୁ, ମିସ୍ ପ୍ରିୟମ୍ବଦା ମିଶ୍ର, ମିସ୍ ଓମ କ୍ରିଷ୍ଣା ପ୍ରଧାନ, ମିସ୍ ସାଇ ସରଣ୍ୟା ମହାପାତ୍ର, ମିସ୍ ସାଇ ସାଧନା ପ୍ରଧାନ, ମିସ୍ ଆଫରିନ ନାଜ, ମିସ୍ ଫରିହିନ ନାଜ, ମିସ୍ ଆକାଂକ୍ଷ ଅମ୍ରିସ୍ମିତା, ମିସ୍ ବର୍ଷା ପ୍ରିୟଦର୍ଶିନୀ, ମିସ୍ ସରଜିନ୍ ରାଉଳ, ମିସ୍ ରୁଦ୍ରାକ୍ଷିଂ ଆଚାର୍ଯ୍ୟ, ଏବଂ ବାଳକ ବିଭାଗରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗି ମାନେ ହେଲେ ମିଷ୍ଟର ହିତେଶ ବେହେରା,ମିଷ୍ଟର ସାଇ ସାସ୍ବତ ମହାନ୍ତି, ମିଷ୍ଟର ଶକ୍ତିସ୍ବରୁପ ମିଶ୍ର, ମିଷ୍ଟର ଦେବାଶିଷ ମହାନ୍ତି, ମିଷ୍ଟର ସାଇ ନମନ ପାତ୍ର, ମିଷ୍ଟର ସମରିତ୍ ଅଗସ୍ତି, ମିଷ୍ଟର ଅଚ୍ୟୁତାନନ୍ଦ ରାଉତ, ମିଷ୍ଟର ପ୍ରତୀକ ପ୍ରିୟଦର୍ଶୀ, ମିଷ୍ଟର ଆଂଶୁ କୁମାର ସାହୁ । ନୟାଗଡ଼ ଟିମ କୋଚ ଭାବରେ ମାଷ୍ଟର ଭବାନୀ ଶଙ୍କର ରାୟଗୁରୁ ଏବଂ ଟିମ ମ୍ୟାନେଜର ଭାବରେ ମାଷ୍ଟର ଶିବାନନ୍ଦ ରାୟଗୁରୁ ଅଂଶଗ୍ରହଣ କରିଛନ୍ତି । ନୟାଗଡ଼ ଟାଇକୋଣ୍ଡ ସ୍ପୋର୍ଟସ ଆସୋସିଏସନର ସାଧାରଣ ସମ୍ପାଦକ ମାଷ୍ଟର ଭବାନୀ ଶଙ୍କର ରାୟଗୁରୁ ଜଣାଇଛନ୍ତି ଯେ ଏହି ଭଳି କୋଭିଡ ମହାମାରୀ ସମୟରେ ଏଭଳି ପ୍ରତିଯୋଗିତା ଟାଇକୋଣ୍ଡ ଖେଳାଳି ମାନଙ୍କୁ ପ୍ରେରଣା ଯୋଗାଇବ । ନୟାଗଡ଼ ଟାଇକୋଣ୍ଡ ସ୍ପୋର୍ଟସ ଆସୋସିଏସନର ଅଧକ୍ଷ ଶ୍ରୀ କୈଳାସ ଚନ୍ଦ୍ର ଜେନା ନୟାଗଡ଼ ଜିଲ୍ଲାରୁ ଅଂଶଗ୍ରହଣ କରୁଥିବା ସମସ୍ତ ପ୍ରତିଯୋଗି ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Related posts
-
ଫାଇଲେରିଆ ନିରାକରଣ ନିମନ୍ତେ ଗଣଔଷଧ ସେବନ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ସଭାପତିତ୍ୱରେ ଜିଲ୍ଲାର ଦଶପଲ୍ଲା, ନୂଆଗାଁ ଓ ଗଣିଆ... -
ମାଟ୍ରିକର ୮୪ବ୍ୟାଚ ସହପାଠୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି
ନୟାଗଡ଼,(ନୟାଗଡ଼ ଦର୍ପଣ): ମାଟ୍ରିକର ୮୪ବ୍ୟାଚର ସହପାଠୀ ତଥା ଆଦର୍ଶ ଶିକ୍ଷକ କିଶୋର ଚନ୍ଦ୍ର ସେନାପତିଙ୍କ ଆକସ୍ମିକ ବିୟୋଗରେ ଏକ ଶୋକ ତଥା... -
ଷଷ୍ଠ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ
ବିଲଡିଂ ଆପ ବ୍ୟବହାର, ଜାତୀୟ ଉପଲବ୍ଧି ପରୀକ୍ଷଣ ପାଇଁ ପ୍ରସ୍ତୁତି, ପାଠ ଯୋଜନା, ଟ୍ରାକର, ବିଦ୍ୟାଳୟ ନିରାପତ୍ତା ଉପରେ ଗୁରୁତ୍ୱ ରଣପୁର,(ନୟାଗଡ଼...