ଓଡ଼ଗାଁ:(ନୟାଗଡ଼ ଦର୍ପଣ): ଓଡ଼ଗାଁ ଆଦର୍ଶ ଥାନା ପୋଲିସ ୩୦ ଲିଟର ଦେଶୀମଦ ସହିତ ୨ ଜଣଙ୍କୁ ଗିରଫ କରିଛି।ଥାନା ଆଇଆଇସି ପୂର୍ଣ୍ଣଚନ୍ଦ୍ର ପଟ୍ଟlୟତ ଅତର୍କିତ ଚଢ଼ାଉକରି ଜାମୁପାଟଣାର ଗୋକୁଳ ନାହାକ(୫୦)କୁ ଗିରଫ କରିବା ସହିତ ତାଠାରୁ ୧୦ ଲିଟର ମଦ ଜବତ କରିଥିବାବେଳେ ବାଣ୍ଠପୁର ପଞ୍ଚାୟତ ଶାଳିଆଝରି ଗ୍ରାମର ପଞ୍ଚାନନ ବେହେରା (୫୬)ଙ୍କୁ ଗିରଫ କରିବା ସହିତ ତାଠାରୁ ୨୦ ଲିଟର ମଦ ଜବତ କରାଯାଇଥିବା ସୂଚନା ମିଳିଛି।ଉଭୟଙ୍କ ନାମରେ ୧୩୬/୨୧ ଓ ୧୩୭/୨୧ରେ ମାମଲା ରୁଜୁହେଇଥିବା ଆଦର୍ଶଥାନା ପକ୍ଷରୁ ସୂଚନା ମିଳିଛି।
୩୦ଲିଟର ଦେଶୀ ମଦ ଜବତ, ୨ ଗିରଫ
