ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରତି ରେଳ ବିଭାଗ କ୍ରମାଗତ ଅବହେଳା ଏବଂ ବୈମାତୃକ ମନୋଭାବ ପ୍ରତିବାଦରେ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ସହିତ ନୟାଗଡ଼ ଟାଉନ ରେଳ ଷ୍ଟେସନରେ ପ୍ରତୀକ ଧାରଣା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ନାଗରିକ ମଞ୍ଚର କର୍ମକର୍ତ୍ତାଙ୍କ ସମେତ ସାଧାରଣ ଜନତା ଏବଂ ଯାତ୍ରୀମାନେ ସାମିଲ ହୋଇଥିଲେ । ସୂଚନା ଯୋଗ୍ୟ ଯେ ନୟାଗଡ଼ରୁ ପୁରୀକୁ ଦୈନିକ ଦୁଇଟି ଟ୍ରେନ ଯିବା ଆସିବା କରୁଥିବା ବେଳେ କୋଭିଡ କଟକଣା ଯୋଗୁଁ ଦୁଇଟିଯାକ ଟ୍ରେନ ବନ୍ଦ ରହିଥିଲା । କୋଭିଡ କଟକଣା ହଟିବା ପରେ ଏବେ ମାତ୍ର ଗୋଟିଏ ଟ୍ରେନ ନୂଆଗାଁରୁ ପୁରୀ ମଧ୍ୟରେ ଗୋଟିଏ ଥର ଯା’ଆସ କରୁଛି । ତେବେ ଏହି ଟ୍ରେନରେ ମାତ୍ର ୫ଟି ବଗି ଲାଗିଥିବା ବେଳେ ଅତ୍ୟଧିକ ଯାତ୍ରୀଙ୍କ ଭିଡ଼…
Read MoreCategory: ଅନ୍ୟାନ୍ୟ
ମଣ୍ଡଳ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ,୧୬ ଖେଳାଳୀ ଜିଲ୍ଲାସ୍ତରକୁ ମନୋନୀତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଳକ ହାଇସ୍କୁଲ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଇଟାମାଟି ସ୍ଥିତ ବାମନ ଅବକାଶ ହାଇସ୍କୁଲ ଖେଳ ପଡ଼ିଆରେ ଗତ ୨୭ ଏବଂ ୨୮ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା । ଏଥିରେ ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ, ଏନଏସି ହାଇସ୍କୁଲ, ନାଗମୁଣ୍ଡୁଳୀ ହାଇସ୍କୁଲ, ଲାଠିପଡ଼ା ହାଇସ୍କୁଲ, ପଣ୍ଡୁସର ହାଇସ୍କୁଲ, ଖୁଟୁବନ୍ଧ ହାଇସ୍କୁଲ, ବରପଲ୍ଲୀ ହାଇସ୍କୁଲ,ଆଙ୍କୁଲେଇ ହାଇସ୍କୁଲ ମାନଧାତାପୁର, ମାଛିପଡ଼ା ଏବଂ ନବଘନପୁର ହାଇସ୍କୁଲ ମଧ୍ୟରେ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମଣ୍ଡଳସ୍ତରୀୟ ଟୁର୍ଣ୍ଣାମେଣ୍ଟକୁ ବାମନ ଅବକାଶ ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ମହାପାତ୍ର ଉଦଘାଟନ କରିଥିବା ବେଳେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରକାଶ କୁମାର ସାନ୍ତ ଉପସ୍ଥିତ ଥିଲେ । ମ୍ୟାଚ ଗୁଡ଼ିକୁ କ୍ରୀଡ଼ାଶିକ୍ଷକ ଅନିଲ କୁମାର ଦାଶ,ଗଙ୍ଗାଧର ସେଠୀ,ସଞ୍ଜୟ ବାରିକ,ପ୍ରଦୀପ ଚିତ୍ତରଂଜନ ସାହୁ,ନୃସିଂହ ଜେନା,ଦେବସ୍ମିତା ନାୟକ,ସରୋଜିନୀ ସାହୁ…
Read More୧ରୁ ଚାଲିବ ସ୍ଥଗିତ ଟ୍ରେନ, ସବୁ ଟ୍ରେନର ସମୟ ସାମାନ୍ୟ ପରିବର୍ତ୍ତନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ଅଗଷ୍ଟ ୧୬ରୁ ସ୍ଥଗିତ ରହିଥିବା ନୂଆଗାଁ- ଭୁବନେଶ୍ୱର ପାସେଞ୍ଜର ଟ୍ରେନ ଅକ୍ଟୋବର ୧ରୁ ପୁନର୍ବାର ଚାଲିବ। ସେହିପରି ୧ ତାରିଖରୁ ନୟାଗଡ଼-ଭୁବନେଶ୍ୱର ସେବା ଏକ୍ସପ୍ରେସ ଟ୍ରେନର ସମୟରେ ପରିବର୍ତ୍ତନ କରାଯାଇଛି। ପୂର୍ବତଟ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ନୟାଗଡ଼ ରୁ ଭୁବନେଶ୍ୱର ଯାଉଥିବା ଟ୍ରେନ ନଂ-୧୮୪୨୪ ସେବା ଏକ୍ସପ୍ରେସ ସକାଳ ୬.୩୦ ପରିବର୍ତ୍ତେ ୬.୪୫ରେ ନୟାଗଡ଼ ଷ୍ଟେସନରୁ ଭୁବନେଶ୍ୱର ଅଭିମୁଖେ ଚାଲିବ। ସେହିପରି ସନ୍ଧ୍ୟା ୬.୪୦ ପରିବର୍ତ୍ତେ ୬.୩୦ରେ ଭୁବନେଶ୍ୱରରୁ ନୟାଗଡ଼ ଅଭିମୁଖେ ସେବା ଏକ୍ସପ୍ରେସ ବାହାରି ୮.୪୫ରେ ପହଞ୍ଚିବ। ନୂଆଗାଁରୁ ପୁରୀ ଯାଉଥିବା ଟ୍ରେନ ନଂ- ୦୮୪୨୪ ସକାଳ୬.୪୫ରେ ବାହାରି ନୟାଗଡ଼ରେ ୭.୦୮ରେ ପହଞ୍ଚି ୭.୧୦ରେ ଛାଡିବ। ଭୁବନେଶ୍ୱରରୁ ନୂଆଗାଁ ଆସୁଥିବା ଟ୍ରେନ ନଂ-୦୮୪୨୯ ସକାଳ ୯.୪୦ ରେ ଭୁବନେଶ୍ୱରରୁ ବାହାରି ନୟାଗଡ଼ ରେ ୧୧.୪୭ ରେ ପହଁଚି ୧୧.୪୮ରେ…
Read Moreଜିଲ୍ଲାର ଘରୋଇ ଚିକିତ୍ସାଳୟରେ କାମ କରୁନି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅବହେଳା ଯୋଗୁଁ ଜିଲ୍ଲାରେ ୫ଟି ଘରୋଇ ବେସରକାରୀ ଚିକିତ୍ସାଳୟରେ ବିଜୁ ସ୍ଵାସ୍ଥ୍ୟ ବୀମା ଯୋଜନା ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଜିଲ୍ଲା ତଥା ଜିଲ୍ଲା ବାହାରର ହଜାର ହଜାର ରୋଗୀମାନେ ଏହି ଯୋଜନାରୁ ବଞ୍ଚିତ ହୋଇ ଚିକିତ୍ସା ପାଇଁ ହନ୍ତସନ୍ତ ହେଉଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅପରାହ୍ନରେ ନିସ୍ତେଜକ ଡାକ୍ତର ରହୁନଥିବାରୁ ଆସୁଥିବା ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଫଳରେ ରୋଗୀ ସ୍ଵାସ୍ଥ୍ୟବୀମା କାର୍ଡ ଥାଇ ମଧ୍ୟ ଅପରେସନ ପାଇଁ ଖର୍ଚ୍ଚାନ୍ତ ହେଉଛନ୍ତି। ଜିଲାରେ ବିଜୁ ସ୍ଵାସ୍ଥ୍ୟ ବୀମାରେ ଚିକିତ୍ସା ପାଇଁ ଘୋଷଣା କରାଯାଇଥିବା ୫ଟି ଚିକିତ୍ସାଳୟକୁ ପ୍ରତିଦିନ ଶହଶହ ରୋଗୀ ଆସୁଛନ୍ତି । ମାତ୍ର ସିଡିଏମ୍ଓଙ୍କ ଅବହେଳାରୁ ଏମ୍ଓୟୁ ଦସ୍ତଖତ ହୋଇପାରିନଥିବାରୁ ରୋଗୀମାନେ ବହୁ ହନ୍ତସନ୍ତ ହେଉଛନ୍ତି।…
Read Moreଦଶପଲ୍ଲାରେ ଦୂର ହେବ ଟ୍ରାଫିକ ସମସ୍ୟା, ବାଇପାସ୍ ପାଇଁ ୧୬୧.୧ କୋଟି ଟଙ୍କା ମଞ୍ଜୁର
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ସହର ଦେଇ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରିଥିବା ବେଳେ ଦଶପଲ୍ଲାସହର ଠାରେ ଖୁବଶୀଘ୍ର ଜାତୀୟ ରାଜପଥ ବିଭାଗ ପକ୍ଷରୁ ୫.୩୩ କିମି ଲମ୍ବର ଏକ ବାଇପାସ୍ ରାସ୍ତା ନିର୍ମାଣ ହେବ। ମୁଖ୍ୟତଃ ଏହି ରାଜପଥଟିପୂର୍ବ ଓ ପଶ୍ଚିମ ଓଡିଶା ମଧ୍ୟରେ ଯୋଗାଯୋଗ କରୁଥିବା ବେଳେ ଦୈନିକ ବଲାଙ୍ଗୀର, ସମ୍ବଲପୁର, ସୋନପୁର, ବୌଦ୍ଧ ଜିଲ୍ଲା ସହ ଭୁବନେଶ୍ଵର,କଟକ, ପୁରୀ ଭଳି ବଡବଡ ସହରକୁ ହଜାର ହଜାର ସଂଖ୍ୟାରେ ଯାନବାହନ ଯାତାୟାତ କରୁଛି। ଫଳରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଅସମ୍ଭାଳପରିସ୍ଥିତି ସୃଷ୍ଟି କରୁଛି। ଏହାକୁ ଲକ୍ଷ୍ୟରଖି ବାଇପାସ୍ ରାସ୍ତା ପରିକଳ୍ପନା କରାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ଅନୁମୋଦନମିଳିସାରିଛି। ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଜନଶୁଣାଣି ଶିବିରରେ ବିଧାୟକ ରମେଶ ଚନ୍ଦ୍ର ବେହେରା, ବ୍ଲକ…
Read Moreତାଳଚେର-ଗୋପାଳପୁର ରେଳପଥ ନିର୍ମାଣ ଦାବିରେ ସାଂସଦଙ୍କୁ ସ୍ମାରକପତ୍ର
ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ଦୀର୍ଘ ୩୧ ବର୍ଷ ତଳେ କୋଇଲା ନଗରୀ ତାଳଚେର ଓ ବନ୍ଦର ସହର ଗୋପାଳପୁର ମଧ୍ୟରେ ରେଳପଥ ନିର୍ମାଣ ପାଇଁ ୧୯୯୧ ମସିହାରେ ପ୍ରଥମ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା । ତୃତୀୟ ଥର ସର୍ଭେ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇ ରେଲୱେ ବୋର୍ଡ ଲୋକେସନ ସର୍ଭେ କରିବା ସହ ଡି.ସି.ପି.ଆଇ ଡିଟେଲ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଇଷ୍ଟକୋଷ୍ଟ ରେଲୱେଙ୍କୁ ନିର୍ଦ୍ଦେଶ ଦେଇ ସାରିଲେଣି। ୨୯୩ କି.ମି. ଦର୍ଘ୍ୟ ବିଶିଷ୍ଟ ଉକ୍ତ ରେଳପଥ ଯୋଗୁଁ ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼ ଏବଂ ଗଞ୍ଜାମ ଭଳି ପାଞ୍ଚୋଟି ଜିଲ୍ଲାର ସାମାଜିକ,ଅର୍ଥନୈତିକ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ବିକାଶ ଘଟିବ ଏବଂ ନୟାଗଡ଼ ଜିଲ୍ଲାର କଣ୍ଟିଲୋ, ଖଣ୍ଡପଡ଼ା,ନୟାଗଡ଼ ଏବଂ ଶରଣକୁଳ ଦେଇ ଉକ୍ତ ରେଳପଥ ଗଞ୍ଚାମ ଜିଲ୍ଲାକୁ…
Read Moreବ୍ୟାଙ୍କ ପ୍ରତିନିଧ୍ଵ ସଖି ତାଲିମ ଉଦ୍ଯାପନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତ ତାଲିମ ପ୍ରତିଷ୍ଠାନ ଏବଂ ମିଶନ ଶକ୍ତି ନୟାଗଡ଼ର ମିଳିତ ଆନୁକୂଲ୍ୟରେ ୪୨ଜଣ ବ୍ୟାଙ୍କ ପ୍ରତିନିଧି ସଖି ତାଲିମାର୍ଥୀଙ୍କୁ ଦୁଇଟି ପର୍ଯ୍ୟାୟରେ ତାଲିମର ଉଦ୍ଯାପନୀ ଉତ୍ସବ RSETର ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ସ୍ୱାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଦୃଢ଼ୀଭୁତ କରିବା ନିମନ୍ତେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ଶିକ୍ଷିତା ମହିଳାମାନଙ୍କୁ ବ୍ୟାଙ୍କ ସଖି କାର୍ଯ୍ୟରେ ନିୟୋଜିତ କରାଯାଇଛି। ଗ୍ରାମାଂଚଳର ପ୍ରତି ପଂଚାୟତରେ ଜଣେ ଜଣେ ବ୍ୟାଙ୍କ ପ୍ରତିନିଧ୍ଵ ଉପସ୍ଥିତ ରହି ଘରେ ଘରେ ବ୍ୟାଙ୍କ ସେବା ପହଁଚାଇବାରେ ସକ୍ଷମ ହୋଇପାରିଛନ୍ତି । ମହିଳାମାନେ ନିଜର ଅର୍ଥକୁ ସଠିକ୍ ରୂପେ ସୁରକ୍ଷିତ ରଖି ପରିବାରର ବିଭିନ୍ନ କଲ୍ୟାଣ ମୂଳକ କାର୍ଯ୍ୟରେ ବିନିଯୋଗ କରି ବାହ୍ୟ ଋଣରୁ ଋଣମୁକ୍ତ ହୋଇପାରିଛନ୍ତି । ତାଲିମର…
Read Moreଦଶପଲ୍ଲା ବ୍ଲକ୍ରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ଦଶପଲ୍ଲା ପଂଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡ଼ୁଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଡା. ଟୁଡୁ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ । ସମୁଦାୟ ୧୪୮ଗୋଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୧୩୩ଟି ଅଭିଯୋଗ, ସାମୁହିକ ଗ୍ରାମ ବିବାଦ ୩ଗୋଟିର ଶୁଣାଣି କରାଯାଇ ସମୁଦାୟ ୪୯ଗୋଟି କେସର ତତ୍କାଳ ସମାଧାନ କରାଯାଇଥିଲା । ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୧୧ଜଣ ଦରଖାସ୍ତକାରୀଙ୍କୁ ମୋଟ ଟ. ୨୧୯,୦୦୦/- ଏବଂ ରେଡକ୍ରସରୁ ୦୧ଜଣ ଦରଖାସ୍ତକାରୀଙ୍କୁ ଟ.୧୫୦୦୦/- ଆର୍ଥିକ ଅନୁଦାନ ମଂଜୁର କରାଯାଇଥିଲା । ଅବଶିଷ୍ଟ କେସଗୁଡ଼ିକୁ ସାମାଧାନ ନିମନ୍ତେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲାପାଳ ଡା. ଟୁଡ଼ୁ ଅତୀତ ଜନଶୁଣାଣି ଶିବିରରେ ବିଭିନ୍ନ ବିଭାଗକୁ ଦିଆଯାଇଥିବା କେସଗୁଡ଼ିକ ଆସନ୍ତା…
Read Moreଗାନ୍ଧୀଙ୍କ ମୁଖ୍ୟ ଉଦ୍ଦେଶ୍ୟ କଣ ଥିଲା ପଢନ୍ତୁ କଣ କହିଲେ ବିଧାୟକ ଡ଼ଃ. ଅରୁଣ
‘ଗାନ୍ଧୀ ଦର୍ଶନର ପ୍ରାସଙ୍ଗିକତା – ସେବେ ଓ ଏବେ’ ଆଲୋଚନା ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଇତିହାସ ଓ ଦର୍ଶନ ବିଭାଗ ଦ୍ଵାରା ଗାନ୍ଧୀ ଦର୍ଶନର ପ୍ରାସଙ୍ଗିକତା – ସେବେ ଓ ଏବେ’ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ନୟାଗଡ଼ ବିଧାୟକ ତଥା ଗାନ୍ଧୀ କଥା ପ୍ରବକ୍ତା ଡ. ଅରୁଣ କୁମାର ସାହୁ, ପ୍ରଫେସର ଅଭିରାମ ବିଶ୍ଵାଳ, ବରିଷ୍ଠ ସାମ୍ବାଦିକ ବିରୁପାକ୍ଷ ତ୍ରିପାଠୀ ପ୍ରମୁଖ ଅତିଥିଭାବେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ନୟାଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଦର୍ଶନ ବିଭାଗ ମୁଖ୍ୟ ପ୍ରମୋଦ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶ୍ରୀଯୁକ୍ତ ତ୍ରିପାଠୀ ଆଲୋଚନା ଅବସରରେ ସ୍କୁଲ ବେଳରେ ଗାନ୍ଧୀ ଜୟନ୍ତୀ ପାଳନରୁ ଆଜିକାର ଗାନ୍ଧୀଙ୍କ…
Read Moreନୟାଗଡ଼ ଜିଲ୍ଲା ଲେଖକ ପରିଷଦର ବାର୍ଷିକଉତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ୨୮ତମ ବାର୍ଷିକଉତ୍ସବ ଉପଲକ୍ଷେ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ସଭାପତିତ୍ୱରେ ଦେଉଳି ଗ୍ରାମରେ ଥିବା କୃଷି ଉଦ୍ୟାନ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l ପ୍ରାରମ୍ଭରେ ପରିଷଦର ସମ୍ପାଦକ ସଭିଙ୍କୁ ସ୍ବାଗତକରି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l କରୋନା ସଙ୍କଟ ଯୋଗୁଁ ଗତ ଦୁଇବର୍ଷ ହେଲା ବାର୍ଷିକଉତ୍ସବ ଆୟୋଜିତ ହୋଇନଥିବା ଏବଂ କାର୍ଯ୍ୟକାରୀ କମିଟିର କାର୍ଯ୍ୟକାଳ ପୁରା ହେଇସାରିଥିବା ବେଳେ ନୂତନ କମିଟି ଗଠନ ଉପଲକ୍ଷେ ସାମ୍ବିଧାନିକ ବୈଠକ ଉପରେ ଆଲୋଚନା ପାଇଁ ପ୍ରସ୍ତାବ ରଖିଥିଲେ l ସମ୍ପାଦକଙ୍କ ପ୍ରସ୍ତାବ ଅନୁଯାୟୀ ଆଗାମୀ ନଭେମ୍ବର ୨0 ତାରିଖ ରବିବାର ଦିନ ବାର୍ଷିକ ଉତ୍ସବ ପାଇଁ ଦିନ ଧାର୍ଯ୍ୟ କରାଯିବା ସହିତ ଡିସେମ୍ବର ୧୧ ତାରିଖରେ ସାମ୍ବିଧାନିକ ବୈଠକ ଡକାଯାଇ ପରିଷଦର ନୂତନ କର୍ମକର୍ତ୍ତା…
Read More