ଭିଡିଓ ସଙ୍ଗୀତ ‘ଏଇ ଅନନ୍ତ ଆକାଶରେ’ ଲୋକାର୍ପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଯୁବପ୍ରତିଭା ତଥା କଟକ ଆକାଶବାଣୀ କେନ୍ଦ୍ରର ସ୍ୱୀକୃତୀପ୍ରାପ୍ତ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶଙ୍କ କଣ୍ଠଦାନ ଏବଂ ଶିଶୁ ସାହିତ୍ୟିକା ବସିରନ ବିବିଙ୍କ ରଚିତ ଭିଡିଓ ସଙ୍ଗୀତ ‘ଏଇ ଅନନ୍ତ ଆକାଶରେ’ ନୟାଗଡ ନାରାୟଣ ପାର୍କ ଠାରେ ଆଜି ଲୋକାର୍ପିତ ହୋଇଯାଇଛି । ଇଣ୍ଡିଆନ ମ୍ୟୁଜିକ କ୍ରିଏସନ ଦ୍ୱାରା ପ୍ରଯୋଜିତ ଏହି ଭିଡିଓ ସଙ୍ଗୀତ ପରିଚାଳନା ଅଶୋକ କୁମାର ସାହୁ କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନାରେ ନିଜେ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ରହିଛନ୍ତି । ଏହି ଲୋକାର୍ପଣ ଉତ୍ସବରେ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ଦାଶ ଏବଂ ଗୀତିକାର ବସିରନ ବିବିଙ୍କ ସହିତ ନିର୍ମଳ ଶୂରଦେଓ,ଲକ୍ଷ୍ମୀଧର ସାହୁ,ପ୍ରଦୀପ ସାହୁ,ପ୍ରଶାନ୍ତ ପଟ୍ଟନାୟକ,ଅଶୋକ ମଲ୍ଲ, ଶେଖ ଅବଦୁଲ ଖାଲିକ,ନିଳିମା ନନ୍ଦ,ଦେବେନ୍ଦ୍ର ପରମଗୁରୁ,ସୌଦାମିନୀ ସ୍ୱାଇଁ,ରାଜେନ୍ଦ୍ର ପାଣିଗ୍ରାହୀ,ରବିନ୍ଦ୍ର ତ୍ରିପାଠୀ,ସୁବାସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକୃତି ଈଶ୍ୱରଙ୍କ ଅବଦାନ ଏବଂ ଏବଂ ପ୍ରତିଟି ଜିନିଷରେ ଈଶ୍ୱରଙ୍କ ସତ୍ତା ରହିଛି । ଏସବୁକୁ ଅନୁଭବ କରିହୁଏ ମାତ୍ର ଈଶ୍ୱରଙ୍କୁ ଦେଖି ହୁଏ ନାହିଁ । ଏପରି ଏକ ପରିକଳ୍ପନାରେ ରଚନା କରାଯାଇଥିବା ଏହି ଗୀତଟି ବେଶ ଶୃତିମଧୁର ହୋଇଥିବା ବେଳେ ଏହା ଲୋକମାନଙ୍କ ମଧ୍ୟରେ ବେଶ ଜନାଦୃତି ହୋଇପାରିବ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ ।

https://youtu.be/yLJuqTUuD3I

Related posts