ନୟାଗଡ଼ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ରବୀନ୍ଦ୍ର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧ୍ୟକ୍ଷଭାବେ ନିର୍ବାଚିତ ହେଲେ ବିଜେଡି ସମର୍ଥିତ ପ୍ରାର୍ଥୀ ରବୀନ୍ଦ୍ରନାଥ ସାହୁ। ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ପଦବୀ ନିମନ୍ତେ ବିଜୁ ଜନତା ଦଳ ପକ୍ଷରୁ ରବୀନ୍ଦ୍ର ନାଥ ସାହୁ ନାମାଙ୍କନ ଦାଖଲ କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଉପସ୍ଥିତିରେ ସେ ଆଜି ନାମାଙ୍କନ ଦାଖଲ କରିଥିଲେ। ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟଙ୍କ ପାଖରେ ଏକମାତ୍ର ବ୍ୟକ୍ତି ରବୀନ୍ଦ୍ର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଅନ୍ୟକେହି ନାମାଙ୍କନ ପତ୍ର ଦାଖଲ କରିନଥିଲେ। ଯାହା ଫଳରେ ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି। ପରିଚାଳନା ପରିଷଦର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ସେ ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ, ଖଣ୍ଡପଡା ବିଧାୟକ ସୌମ୍ୟ…

Read More

ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ସାରା ଭାରତ ବର୍ଷରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଥିବା ବେଳେ ନୟାଗଡ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ନୟାଗଡ ପଞ୍ଚାୟତ ସମିତି ସଭାଗୃହ ପରିସରରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ନୟାଗଡ ଜିଲ୍ଲାର ସମସ୍ତ ବ୍ଲକରୁ ସାମ୍ବାଦିକମାନେ ଯୋଗଦେଇଥିଲେ । ଏ ଅବସରରେ ଜାତୀୟ ପ୍ରେସ ଦିବସ ସମ୍ପର୍କରେ ସାମ୍ବାଦିକ ନିଶିକାନ୍ତ ରଥ, ରାମକୃଷ୍ଣ ରଥ, ଗୋକୁଳ ଷଡ଼ଙ୍ଗୀ, ହୁସେନ ଖାନ୍, ଆଲୋକ ସେନାପତି, ଜୟେନ୍ଦ୍ର ବେହେରା, ଶୁଭେନ୍ଦୁ କୁମାର ଦାସ ଓ ସାମ୍ବାଦିକ ନିରଞ୍ଜନ ଦାସଙ୍କ ସୂକନ୍ୟା ବିଷ୍ଣୁପ୍ରିୟା ଦାସ ପ୍ରମୁଖ ବକ୍ତବ୍ୟ ରଖିବା ସହ ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ବିଶେଷ ଭାବେ ସାମ୍ବାଦିକମାନଙ୍କ ସୁରକ୍ଷା…

Read More

ନୟାଗଡ଼ ଚାଇଲଡ ଲାଇନ ପକ୍ଷରୁ ବନ୍ଧୁତା ସପ୍ତାହ କାର୍ଯ୍ୟକ୍ରମ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜ଼ିଲ୍ଲା ଚାଇଲଡ ଲାଇନ ପକ୍ଷରୁ ଶିଶୁ ଅଧିକାର ଓ ଶିଶୁ ସୁରକ୍ଷା ବନ୍ଧୁତା ସପ୍ତାହରେ ଆଜି ଜ଼ିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଓ ଅତରିକ୍ତ ଜ଼ିଲ୍ଲାପାଳ ବିଧାନ ଚନ୍ଦ୍ର ରାୟଙ୍କ ହାତରେ କୁନି କୁନି ଛୁଆମାନେ ଯତ୍ନ ଓ ସୁରକ୍ଷା ପାଇଁ ଏକ ଦୋସ୍ତି ବ୍ୟାଣ୍ଡ ପିନ୍ଧାଇଥିଲେ।ଚାଇଲଡ ଲାଇନ ସହ ଅଧିକ ସଂଖ୍ୟାରେ ଯୋଡି ହେଲେ ଶିଶୁଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ଚାଇଲଡ ଲାଇନକୁ ଆହୁରି ତଥ୍ୟ ମିଳିପାରିବ ଯାହା ଫଳରେ ତୁରନ୍ତ ଶିଶୁକୁ ଉଦ୍ଧାର କରିବା ସହ ଉପଯୁକ୍ତ ପଦେକ୍ଷେପ ଗ୍ରହଣ କରାଯାଇପାରିବ। ଏହି କାର୍ଯ୍ୟକ୍ରମ ୨୦ତାରିଖ ପର୍ଯ୍ୟନ୍ତ ଚାଲୁରହିବ। ଏହି ଅବସରରେ ଚାଇଲଡ ଲାଇନ କଉଁନସିଲର ଚନ୍ଦ୍ରଶେଖର ବେହେରା ଓ ଟିମ ମେମ୍ବର ସୁଜାତା ବେହେରା, ବିକ୍ରମ ପ୍ରଧାନ, ଅଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Read More

ଜିଲ୍ଲାସ୍ତରୀୟ ଖରିଫ୍ ଧାନ କ୍ରୟ କମିଟିର ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାସ୍ତରୀୟ ଖରିଫ୍ ଧାନ କ୍ରୟ କମିଟିର ବୈଠକ ଆର.ଏମ.ସି. ସଭାଗୃହରେ ଜିଲ୍ଲାପାଳ ତଥା ଜିଲ୍ଲାସ୍ତରୀୟ କ୍ରୟ କମିଟି ଅଧ୍ୟକ୍ଷ ରବିନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ ଜିଲ୍ଲାପାଳ ଉପସ୍ଥିତ ସମସ୍ତଙ୍କୁ ସ୍ଵାଗତ କରି ୨୦୨୧-୨୨ଖରିଫ୍ ଋତୁରେ ଧାନ କ୍ରୟର ସଂକ୍ଷିପ୍ତ ବିବରଣୀରେ କହିଥିଲେ ଯେ, ଗତ ବର୍ଷ ଏହି ଜିଲ୍ଲାରେ ୪୬,୦୬୨ ଚାଷୀ ଧାନ କ୍ରୟ ପାଇଁ ଜିଲ୍ଲାର ୧୫୩ଟି ପ୍ୟାକ୍ସରେ ସେମାନଙ୍କ ଧାନ ବିକ୍ରୟ ନିମନ୍ତେ ପଞ୍ଜିକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୪୧,୮୯୪ଚାଷୀଙ୍କ ଠାରୁ ଧାନର ମାନ ଅନୁଯାୟୀ କୁଇଣ୍ଟାଲ ପିଛା ଟ.୧୯୪୦) ଏବଂ ଟ.୧୯୬୦/- ଦରରେ ୧୪,୪୦,୨୨୨.୯୬ କୁଇଣ୍ଟାଲ ଧାନ କ୍ରୟ କରାଯାଇଥିଲା । ଚଳିତ ଖରିଫ୍ ଋତୁ ୨୦୨୨-୨୩ରେ ସେହି ୧୫୩ ପ୍ୟାକ୍ସ ମାଧ୍ୟମରେ ୫୬୦୧୭ଚାଷୀ ପଞ୍ଜିକରଣ ବୈଧ ଥିବାରୁ ଧାନର ମାନ ଅନୁଯାୟୀ କୁଇଣ୍ଟାଲ…

Read More

ଶ୍ରମ ବିଭାଗର ଦ୍ଵାରସ୍ଥ ହେଲା ଆଉଟ ସୋରସିଂ କର୍ମଚାରୀ ସଙ୍ଘ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ଆଉଟ୍ ସୋରସିଂ ମାଧ୍ୟମରେ କାର୍ଯ୍ୟରତ ସମସ୍ତ ଶ୍ରମିକ କର୍ମଚାରୀ ଚାକିରୀର ସ୍ଥାୟୀତ୍ୱ ନେଇ ନୟାଗଡ ଜିଲ୍ଲା ଶ୍ରମ ଅଧିକାରୀ ଓ ଡିଭିଜନ ଲେବର କମିସନରଙ୍କଦ୍ୱାରସ୍ଥ ହୋଇ ଦାବିପତ୍ର ପ୍ରଦାନ କରିଛନ୍ତି। ବିଜୁଶ୍ରମିକ ସମ୍ମୁଖ୍ୟ ରାଜ୍ୟ ସହସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ମେଡିକାକର୍ମଚାରୀ ସଂଘର ସଭାପତି ତଥାଗତ ଦାସ୍ ( electrician, plumber, left operator, helpdesk, sweeper, security, data entry operator, ECG,LT & Pharmacist, staff-nurses etc)ନେତୃତ୍ୱମାନେ ମିଳିତ ହୋଇ ଶ୍ରମ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। କରୋନା ମହାମାରୀସମୟରେ ଜନସାଧାରଣ ଭୟଭିତ ହୋଇ ଘରେ ରହିଥିଲା ବେଳେ ଆଉଟ ସୋରସିଂ ମାଧ୍ୟମରେ କାର୍ଯରତ ବିଭିନ୍ନ ବିଭାଗର କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗେଇ ଏବଂ ପରିବାର ଛୁଆ ପିଲାମାନଙ୍କୁ ଦୁରେଇଦେଇ ଜନସାଧାରଣମାନଙ୍କୁ ସେବାଯୋଗାଇ ଆସୁଥିଲେ। ଦୀର୍ଘବର୍ଷ…

Read More

ଶଶିରାସ ବିହାରୀ ପାଠାଗାରର ଶୁଭ ଉଦ୍ଘାଟନ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଯେଉଁ ଶିକ୍ଷାନୁଷ୍ଠାର ପାଠାଗାର ଯେତେ କ୍ରିୟାଶୀଳ ସେ ଶିକ୍ଷାନୁଷ୍ଠାନ ସେତେ ଉନ୍ନତ। ଆନୁଷ୍ଠାନିକ ହେଉ ବା ଅଣଆନୁଷ୍ଠାନିକ ହେଉ ଶିକ୍ଷାର ଅଗ୍ରଗତିରେ ପାଠାଗାରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଭଲ ପାଠାଗାର ଟିଏ ଗୋଟିଏ ଶିକ୍ଷାନୁଷ୍ଠାନର ଅଳଙ୍କାର ରୂପେ ପରିଗଣିତ ହୋଇଥାଏ। ଏ ପରିପ୍ରେକ୍ଷୀରେ ଶିଶୁମାନଙ୍କ ଉଦ୍ଦେଶ୍ୟରେ ଶିଶୁ ଦିବସରେ କୁରାଳ ନିକଟସ୍ଥ ନାଥିଆପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସମାଜ ସଂସ୍କାରକ ପରିବେଶ ପ୍ରେମୀ ଶିକ୍ଷାବିତ୍ ସ୍ବର୍ଗତ ରାସବିହାରୀ ଖଟେଇ ଓ ତାଙ୍କ ଧର୍ମପତ୍ନୀ ସ୍ବର୍ଗତ ଶଶି ଖଟେଇଙ୍କ ସ୍ମୃତିରେ ତାଙ୍କ ପରିବାର ତରଫରୁ ବିଦ୍ୟାଳୟର ‘ମୋ ସ୍କୁଲ୍’ ପାଣ୍ଠିକୁ ଦେଇଥିବା ତିରିଶ ହଜାର ଟଙ୍କା ଓ ସେ ବାବଦରେ ସରକାରଙ୍କ ଠାରୁ ମିଳିଥିବା ଦୁଇ ଗୁଣ ଅନୁଦାନକୁ ନେଇ ବହୁ ଉପାଦେୟ ପୁସ୍ତକରେ ଗଢା ଶଶି ରାସ ବିହାରୀ ପାଠାଗାରର ଶୁଭ ଉଦ୍ଘାଟନ ହୋଇଯାଇଅଛି।…

Read More

ମଦର ଆବାସିକ ବିଦ୍ୟାଳୟର ୧୫ତମ ବାର୍ଷିକ ଉତ୍ସବ ଓ ଶିଶୁ ମହୋତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ପାଣିପୋଇଲା ଠାରେ ଗଢ଼ି ଉଠିଥିବା ମଦର ଆବାସିକ ବିଦ୍ୟାଳୟର ୧୫ତମ ବାର୍ଷିକ ଉତ୍ସବ ଓ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ କଳାପରିଷଦ ଓ ମଦର ଆବାସିକ ବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଉକ୍ତ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ର ସୁନାମଧନ୍ୟ ଡା. ସିଦ୍ଧାର୍ଥ ଦାସ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏସ.କେ. ଇନାୟତ, ସମ୍ମାନିତ ଅତିଥିଭାବେ ସମାଜସେବୀ ବିଶ୍ବନାଥ ମହାପାତ୍ର, ସ୍କୁଲର ପୂର୍ବତନ ଉପସଭାପତି ଭଗବାନ ସାହୁ ଓ ଭାପୁର ମେଡିକାଲ ଅଫିସର ଡା. ପ୍ରଦୀପ କୁମାର ପାଇକରାୟ ପ୍ରମୁଖ ଯୋଗଦେଇଥିଲେ । ଏହି ସଭାରେ ଅନୁଷ୍ଠାନର ଅଧ୍ୟକ୍ଷା ପ୍ରଭାସିନୀ ନନ୍ଦ ସଭାପତିତ୍ବ କରିଥିଲେ । ବିଦ୍ୟାଳୟର କୁନି କୁନି ଶିଶୁମାନଙ୍କୁ ନେଇ ବିଭିନ୍ନ…

Read More

ନୂଆଗାଁ ବ୍ଲକ୍‌ରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର

ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ପଂଚାୟତସମିତି ସଭାଗୃହରେ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଶ୍ରୀ ସାହୁ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ । ଆଜିର ଏହି ଶିବିରରେ ସମୁଦାୟ ୧୦୯ଗୋଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୧୦୫ଟି ଅଭିଯୋଗ, ସାମୁହିକ ଗ୍ରାମ ବିବାଦ ୨ଗୋଟିର ଶୁଣାଣି କରାଯାଇ ସମୁଦାୟ ୧୭ଗୋଟି କେସର ତତ୍‌କାଳ ସମାଧାନ କରାଯାଇଥିଲା । ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୨ଜଣ ଦରଖାସ୍ତକାରୀଙ୍କୁ ଆର୍ଥିକ ସହାୟତା ମଂଜୁର କରାଯାଇଥିବା ବେଳେ ଅନ୍ୟାନ୍ୟ କେସଗୁଡ଼ିକୁ ସାମାଧାନ ନିମନ୍ତେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଜନଶୁଣାଣି ଶିବିରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଲେଖ ଚନ୍ଦ୍ର ପହି, ଉନ୍ନୟନ ଅଧିକାରୀ- ତଥା-କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ…

Read More

ନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିରରେ ‘ଶିଶୁ ଦିବସ ଓ ଶିଶୁ ଶିବିର” ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଶିଶୁ ଦିବସ ଓ ଶିଶୁ ବାଟିକାର ଶିଶୁ ଶିବିର ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ପୂର୍ବତନ ପରିଚାଳନା ସମିତି ସଭାପତି ସର୍ବେଶ୍ୱର ପଟନାୟକ, ବର୍ତ୍ତମାନର ସଭାପତି କେଶବ ଚନ୍ଦ୍ର ରାଉତରାୟ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କବି ଗୋଦାବରୀଶ ମିଶ୍ର, ପୂର୍ବତନ ସଂକୁଳ ପ୍ରମୂଖ ତଥା ରଣପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ରଙ୍ଗନାଥ ବେହେରା ଯୋଗଦେଇ ଶିଶୁମାନଙ୍କୁ ଶିଶୁଦିବସର ମହତ୍ୱ ନେହେରୁଙ୍କ ଜୀବନୀ ଓ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ। ଉକ୍ତ ଉତ୍ସଵରେ ପ୍ରାୟ ୯୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। ଏହି ଅବସରରେ ଶ୍ରୀଯୁକ୍ତ ପଟ୍ଟନାୟକ ବିଦ୍ୟାଳୟ ପାଠାଗାରକୁ କିଛି ପୁସ୍ତକ ସମର୍ପଣ କରିଥିଲେ। ଏହାପରେ ଶିଶୁବାଟିକା ବିଭାଗର ଶିଶୁ ଶିବିର ଅନୁଷ୍ଠିତ ହୋଇଥିଲା। ପରିଚାଳନା ସମିତିର ସଦସ୍ୟା ସସ୍ମିତା…

Read More

ଉତ୍କଳ କଳା ଓ ସାଂସ୍କୃତିକ ପ୍ରତିଷ୍ଠାନ ତରଫରୁ ରାଜ୍ଯସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ର ସାଂସ୍କୃତିକ ଅଙ୍ଗ ହେଉଛି ଉତ୍କଳ କଳା ଓ ସାଂସ୍କୃତିକ ପ୍ରତିଷ୍ଠାନ। ଏହି ପ୍ରତିଷ୍ଠାନ ତରଫରୁ ଓଡିଶାର ୩୦ ଟି ଜିଲ୍ଲା ରେ ରାଜ୍ଯ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଆଜି ଅନୁଷ୍ଠିତ ହୋଇ ଯାଇଛି। ନୟାଗଡ଼ ଜିଲ୍ଲା ଶାଖା ତରଫରୁ ହାଉସିଂ ବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଏହି ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ କନିଷ୍ଠ ବର୍ଗ ଓ ୬ଷ୍ଠ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବରିଷ୍ଠ ବର୍ଗ ଦୁଇ ଭାଗରେ ବିଭକ୍ତ କରାଯାଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ଯାଳୟରୁ କନିଷ୍ଠ ବର୍ଗରେ ୧୦୨ ଜଣ ଓ ବରିଷ୍ଠ ବର୍ଗ ରେ ୧୦୮ ଜଣ…

Read More