ରାଜ୍ୟପାଳଙ୍କ ଦ୍ଵାରା ଲୋକାର୍ପିତ ହେଲା ଡ. ସୁରେଶ ବରାଡ଼ଙ୍କ କବିତା ପୁସ୍ତକ “ଗୁରୁ”

ଓଡଗାଁ, (ନୟାଗଡ଼ ଦର୍ପଣ): ଓଡଗାଁ ବ୍ଲକ ଅନ୍ତର୍ଗତ ହରିହରପୁର ଗ୍ରାମର ବିଶିଷ୍ଟ କବି ଡ.ସୁରେଶ ଚନ୍ଦ୍ର ବରାଡ଼ଙ୍କ ଦ୍ଵାରା ଲିଖିତ କବିତା ସଂଗ୍ରହ “ଗୁରୁ” ପୁସ୍ତକକୁ ଓଡ଼ିଶାର ମହାମହିମ ରାଜ୍ୟପାଳ, ପ୍ରଫେସର ଗଣେଶୀ ଲାଲଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି। ଏହି ପୁସ୍ତକ ଉନ୍ମୋଚନ ଅବସରରେ ଆନ୍ତଜାର୍ତୀୟ ଚାରଣ ଗୋଷ୍ଠୀର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ବେହେରା, କେଉଁଝର ଜିଲ୍ଲା ସଂଗଠକ ତପନ କୁମାର ନାୟକ, କବି କଲ୍ଲୋଳ ଗୋଦାବରୀ ବସନ୍ତିଆ ଉକ୍ତ କାଯ୍ୟର୍କ୍ରମରେ ଉପସ୍ଥିତ ଥିଲେ। ଦୁଇଟି ଭାଗରେ ବିଭକ୍ତ ପୁସ୍ତକଟିରେ ପ୍ରଥମେ ଗୁରୁଗୀତା ସଂସ୍କୃତ ପୁସ୍ତକର ତିନୋଟି ଅଧ୍ୟାୟର ଓଡ଼ିଆ ଭାଷାନ୍ତର ସହିତ ଗୀତାନୁବାଦ ପ୍ରଦାନ କରାଯାଇଛି। ଦ୍ଵିତୀୟ ଭାଗରେ ସାମ୍ପ୍ରତିକ ଯୁଗରୁ ବୈଦିକ ଯୁଗ ପଯ୍ୟର୍ନ୍ତ ବିଭିନ୍ନ ସମୟର ଗୁରୁ ଶିଷ୍ୟ ସମ୍ପର୍କକୁ ନେଇ ୨୧ ଜଣ ଗୁରୁଶିଷ୍ୟଙ୍କ ଚରିତ ସରସ-ସୁନ୍ଦର, ସରଳ-ସାବଲୀଳ ଭାଷାରେ ରଚିତ…

Read More

ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ନୂତନ କର୍ମକର୍ତ୍ତା ଚୟନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ଆନୁକୂଲ୍ୟରେ ଶ୍ରାବଣର ଶେଷ ସ୍ପର୍ଶ “ଶ୍ରାବଣୀ” କବିତା ଆସର ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଥିଲା l ପ୍ରଥମ ପର୍ଯ୍ୟାୟର ଏହି ସଭାରେ ମୁଖ୍ୟ ଅତିଥିଭାବରେ ନୟାଗଡ଼ର ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ଯୋଗଦେଇ କବି ଲେଖକ ମାନେ ଅନ୍ୟାୟ ଅନୀତି ଓ କୁ ସଂସ୍କାର ବିରୁଦ୍ଧରେ ଲେଖନୀ ଚାଳନା କରିବା ପାଇଁ ମତାମତ ଦେଇଥିଲେ l ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶୀଷ ପଟ୍ଟନାୟକ ଓ ମଣ୍ଡଳ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ ଯୋଗଦେଇ କାଳଜୟୀ ସାହିତ୍ୟ ରଚନା ଉପରେ ବକ୍ତବ୍ୟ ଦେଇଥିଲେ l ଜିଲ୍ଲାର ଶତାଧିକ କବି ଲେଖକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କବିତା ପାଠ କରିଥିଲେ l…

Read More

ସୁସାହିତ୍ୟିକ ତଥା ସାମ୍ବାଦିକ ମନୋରଞ୍ଜନ ନନ୍ଦଙ୍କ ସ୍ମୃତି ସଭା

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ, ସୁସାମ୍ବାଦିକ ତଥା ସାହିତ୍ୟ ପତ୍ରିକା “ବିଭାବନା”ର ସମ୍ପାଦକ ସ୍ବର୍ଗତ ମନୋରଞ୍ଜନ ନନ୍ଦ (ଢେଙ୍କାନାଳ)ଙ୍କ ସପ୍ତମ ଶ୍ରଦ୍ଧାମାସିକ ସ୍ମୃତିସଭା ସେତୁବନ୍ଧ ସାହିତ୍ୟ ଅନୁଷ୍ଠାନର ସମ୍ପାଦିକା ଉଷା ମିଶ୍ରଙ୍କ ସଂଯୋଜନାରେ ପରମ୍ପରା ସମ୍ପାଦକ ନିର୍ମଳ ଚନ୍ଦ୍ର ଶୂରଦେଓ ସଭାପତିତ୍ୱରେ ନୟାଗଡ଼ ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ସଭାପତି ପଧାନୀ ବୃନ୍ଦାବନ ମହାପାତ୍ର, ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ଅନୁବାଦକ ତଥା ନାଟ୍ୟକାର ଶରତ ଚନ୍ଦ୍ର ଆଚାର୍ଯ୍ୟ ଓ ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ଗାଳ୍ପିକ ତଥା ନାଟ୍ୟ ନିର୍ଦ୍ଦେଶକ ଡ଼ଃ. ଆଶୁତୋଷ ମିଶ୍ର ଯୋଗଦେଇଥିବା ବେଳେ ସ୍ବର୍ଗତ ମନୋରଞ୍ଜନ ନନ୍ଦଙ୍କ ପୁତ୍ର ମାନସ ନନ୍ଦଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା l ସାମ୍ବାଦିକ ରାମକୃଷ୍ଣ ରଥ,…

Read More

ଅନୁବାଦ ଯୋଗୁଁ ଭାଷାଗତ ଦୂରତା ଦୂର ହେଇ ପାରିଛି

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ଅନୁବାଦ ସାହିତ୍ୟ ଆନୁକୂଲ୍ୟରେ ଆସାମର ଅନୁବାଦକମାନଙ୍କୁ ନେଇ ଅନୁବାଦ ସାହିତ୍ୟ ଉତ୍ସବ ଅନଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।ଆସାମର ସାହିତ୍ୟ ବେଶ୍ ସମୃଦ୍ଧ ଏବଂ ଆସାମର କଳା, ସାହିତ୍ୟ, ସଂସ୍କୃତି ଭାରତୀୟ ଜନଜୀବନକୁ ଯଥେଷ୍ଟ ପ୍ରଭାବିତ କରିପାରିଛି। ଭାଷାର ବିକାଶ ମାନବ ସଭ୍ୟତା ବିକାଶର ମୁଖ୍ୟ ଆଧାର। ଭାଷା ଦ୍ୱାରା ସଂସ୍କୃତିର ଆଦାନ ପ୍ରଦାନ ହୋଇପାରିଥାଏ। ଗୋଟିଏ ଭାଷାର ଅଭିବ୍ୟକ୍ତିକୁ ଅନ୍ୟ ଭାଷାରେ ଉପସ୍ଥାପିତ କରିବା ପାଇଁ ଅନୁବାଦ ଏକାନ୍ତ ଅପରିହାର୍ଯ୍ୟ। ଅତଏବ ଭାରତ ପରି ବହୁଭାଷୀ ଦେଶରେ ଅନୁବାଦର ପ୍ରମୁଖ ଭୂମିକା ରହିଛି।ଏହା ସାଂସ୍କୃତିକ ଓ ଭୌଗଳିକ ସୀମା ବଂଧନକୁ ଦୂର କରିଥାଏ। ଭାରତ ସମ୍ବିଧାନରେ ମୁଖ୍ୟତଃ ୨୨ ଟି ଭାଷାର ଉଲ୍ଲେଖ ଥିବାବେଳେ ପ୍ରତି ଭାଷାର ସାହିତ୍ୟକୁ ପରସ୍ପର ମଧ୍ୟରେ ପହଞ୍ଚାଇବାର ଏକମାତ୍ର ମାଧ୍ୟମ ହେଉଛି ଅନୁବାଦ। ତେଣୁ ସାହିତ୍ୟରେ ଅନୁବାଦକଙ୍କ…

Read More

‘ସେତୁବନ୍ଧ’ ସାହିତ୍ୟାନୁଷ୍ଠାନର ମୌସୁମୀ ସାହିତ୍ୟ ଆସର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ସ୍ଥିତ ‘ସେତୁବନ୍ଧ’ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ମୌସୁମୀ ସାହିତ୍ୟ ଆସର ଏବଂ ଆଲୋଚନା ଚକ୍ର ନୟାଗଡ଼ ପଞ୍ଚାୟତ ସମିତି ସଭାଗୃହରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦାନ କରି ସାହିତ୍ୟ ଦ୍ୱାରା ସମାଜରେ ପରିବର୍ତ୍ତନ ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସତ୍ୟକଥା ଲେଖୁଥିବା କିମ୍ବା କହୁଥିବା ବ୍ୟକ୍ତି ବର୍ତ୍ତମାନ ଆକ୍ରୋଶର ଶିକାର ହେବା ସହିତ ସମ୍ପ୍ରତିକ ସମାଜରେ ଅଧିକାଂଶ ବ୍ୟକ୍ତି ଭୟଭୀତ ଅବସ୍ଥାରେ ରହୁଥିବା ଉଲ୍ଲେଖ କରିଥିଲେ । ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ପୌରହତ୍ୟରେ ଆୟୋଜିତ ଏହି ସାହିତ୍ୟ ଆସରରେ ସମ୍ମାନୀତ ଅତିଥିଭାବେ ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ,ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ ନାୟକ,ପ୍ରମୁଖ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ…

Read More

ଜଣ ନୁହେଁ, ଗଣ ପତ୍ରିକା – “ମାଟିର ସ୍ୱର”

ଦଶପଲ୍ଲା,(ନୟାଗଡ଼ ଦର୍ପଣ); ସମ୍ପ୍ରତି ଦଶପଲ୍ଲାଠାରେ ମାଟିର ସ୍ୱର ଇ-ପତ୍ରିକାର ତୃତୀୟ ସଂଖ୍ୟା ଆଜି ତା ୩୧/୫/୨୩ ରିଖ ଦିନ ଶ୍ରୀମତୀ ଲୋପାମୁଦ୍ରା ମହାନ୍ତିଙ୍କ ଦ୍ୱାରା ମାଟି ମଣିଷଙ୍କ ଉଦେଷ୍ୟରେ ଆଭାସୀ ଉତ୍ସବ ମାଧ୍ୟମରେ ଲୋକାର୍ପଣ ହୋଇଯାଇଛି। ଶ୍ରୀମତୀ ସସ୍ମିତା ଦାଶ, ଢେଙ୍କାନାଳ, ଡ. ବାସନ୍ତୀ ମହାନ୍ତି, ଭୁବନେଶ୍ଵର, ମହାଶ୍ୱେତା ପଟ୍ଟନାୟକ, ଭୁବନେଶ୍ଵର, ବନ୍ଦନା ବିଶ୍ବାସ, ବାଲେଶ୍ଵର, ଡ. ଲକ୍ଷ୍ମୀପ୍ରିୟା ଦେଈ, ଦଶପଲ୍ଲା, ରୋହିତ ଜେନା, ଗଞ୍ଜାମ, ଶ୍ରୀକାନ୍ତ ପଣ୍ଡା, ଭଦ୍ରକ, ନଟବର ପ୍ରଧାନ, କଟକ, ଶ୍ରୀକାନ୍ତ ଘଡ଼ାଇ, ମୁମ୍ବାଇ, ଜ୍ଞାନ ପ୍ରକାଶ ବାରିକ, ବୌଦ୍ଧ, ଵିନୋଦ ବିହାରୀ ମହାରଣା, ଧୁଆମଡ଼ା, ବନମାଳୀ ସାହୁ ଓ ତାଙ୍କ ପରିବାର ବର୍ଗ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ଉଦେଶ୍ୟରେ ନିଜ ନିଜର ଶ୍ରଦ୍ଧାଂଜଳି କବିତା ଆବୃତ୍ତି କରିବା ସହିତ ମାଟିର ସ୍ୱର ପତ୍ରିକା ଓ…

Read More

‘ଓଡ଼ଗାଁ ଇତିହାସ’ ପୁସ୍ତକ ପ୍ରକାଶନ ନିମନ୍ତେ ପ୍ରସ୍ତୁତି ବୈଠକ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ‘ଓଡ଼ଗାଁ ଇତିହାସ’ ପୁସ୍ତକ ପ୍ରକାଶନ ନିମନ୍ତେ ପ୍ରସ୍ତୁତି ବୈଠକ ସ୍ଥାନୀୟ ରାମ ସାଗର ପାର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ସାଂସ୍କୃତିକ ତଥା ଐତିହାସିକ ଜଗତକୁ ଅନେକ ଅବଦାନ ଥିବା ଓଡ଼ିଶାର ଦ୍ଵିତୀୟ ଶ୍ରୀକ୍ଷେତ୍ର ରୂପେ ପରିଚିତ ତଥା ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ପବିତ୍ର ସ୍ଥାନ ହେଉଛି ଆମ ଓଡ଼ଗାଁ। କିନ୍ତୁ ଆଜିଯାଏଁ ଓଡ଼ଗାଁ ସମ୍ବନ୍ଧେ ଏକ ବିଧିବଦ୍ଧ ଇତିହାସ ପୁସ୍ତକ ପ୍ରକାଶିତ ହୋଇ ନଥିବାରୁ ଅନେକଙ୍କ ପାଖରେ ଏହାର ଗୌରବ ଅପହଞ୍ଚ ହୋଇ ରହିଅଛି। ସେଥିନିମନ୍ତେ ଏହି ଓଡ଼ଗାଁ ଇତିହାସ ପୁସ୍ତକ ପ୍ରକାଶନର ପରିକଳ୍ପନା କରାଯାଇଛି। ଓଡ଼ଗାଁ ଅଞ୍ଚଳରେ ଜଣାଶୁଣା ସ୍ବେଚ୍ଛାସେବୀ ସଂଗଠନ ଅରୋମୀରା ଟ୍ରଷ୍ଟ କୁରାଳ ପରିଚାଳକ ତଥା ପରିବେଶ, ସାମାଜିକ କର୍ମୀ ସୁକାନ୍ତ ଚୌଧୁରୀଙ୍କ ଆହ୍ୱାନ କ୍ରମେ ସ୍ଥାନୀୟ ଶିକ୍ଷାବିତ୍ ଓ ବୁଦ୍ଧିଜୀବିମାନଙ୍କୁ ନେଇ ରାମ…

Read More

ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦର ନୂତନ କର୍ମକର୍ତ୍ତା ଚୟନ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ପବିତ୍ର ଶ୍ରୀ ରଘୁନାଥ ଧାମ ଓଡ଼ଗାଁଠାରେ ଗଢ଼ି ଉଠିଥିବା ଲୋକପ୍ରିୟ ସାହିତ୍ୟ ଅନୁଷ୍ଠାନ ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦର ତିନି ବର୍ଷ ପୂର୍ତ୍ତି ଉପଲକ୍ଷେ ସଂସଦୀୟ ନିୟମ ଦୄଷ୍ଟିରୁ ଆଜି ନୂତନ କର୍ମକର୍ତ୍ତାମଣ୍ଡଳୀ ଚୟନ କରାଯିବା ସହ ଏକ ଜନ୍ତାଳ ଭୋଜି ଆୟୋଜିତ ହୋଇଯାଇଛି। ଉକ୍ତ ସଭାରେ ସର୍ବସମ୍ମତିକ୍ରମେ ପଞ୍ଚାନନ ପଣ୍ଡା ସଭାପତି, ଶରତଚନ୍ଦ୍ର ଷଡ଼ଙ୍ଗୀ ଓ ଭାବଗ୍ରାହୀ ମହାପାତ୍ର ଉପସଭାପତି, ରଞ୍ଜନ କୁମାର ଦାଶ ମୁଖ୍ୟ ପରିଚାଳକ, ପରମାନନ୍ଦ ସ୍ୱାଇଁ ଓ ବବିତାରାଣୀ ମହାପାତ୍ର ସହପରିଚାଳକ, ଯଶୋବନ୍ତ ପଟ୍ଟନାୟକ ସମ୍ପାଦକ, ରମାକାନ୍ତ ପ୍ରଧାନ କୋଷାଧ୍ୟକ୍ଷ, ପ୍ରହଲ୍ଲାଦ ବେହେରା ସଂଯୋଜକ, ପ୍ରିୟଦର୍ଶନୀ ମହାପାତ୍ର ସଂଯୋଜିକା ଏବଂ ରବୀନ୍ଦ୍ର କୁମାର ଘଡେଇଙ୍କୁ ଆବାହକ ରୂପେ ଚୟନ କରାଯାଇଥିଲା। ସମସ୍ତ ନୂତନ କର୍ମକର୍ତ୍ତାଙ୍କୁ ଅନୁଷ୍ଠାନର ପ୍ରତିଷ୍ଠାତା ଲୋକନାଥ ମିଶ୍ର(ଭରଦ୍ବାଜ) ଶୁଭେଚ୍ଛା ଜଣାଇବା ସହ ମୁଖ୍ୟ ଉପଦେଷ୍ଟା…

Read More

ପରମ୍ପରା ସାହିତ୍ୟ ଓ ସଂସ୍କୃତି ପରିଷଦର ୨୮ତମ ବିଷୁବ ମିଳନ

ନୟାଗଡ଼,(ନୟାଗଡ଼ ଦର୍ପଣ): ପରମ୍ପରା ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ ୨୮ତମ ବିଷୁବ ମିଳନ ମହୋତ୍ସବ କାର୍ଯ୍ୟକ୍ରମ ସ୍ଥାନୀୟ କେସି କ୍ଲବ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପକ ଡ ପବିତ୍ର କୁମାର ସୁବୁଦ୍ଧି,ସମାଜସେବୀ ତଥା ବରିଷ୍ଠ କବୟିତ୍ରୀ ସସ୍ମିତା ଦାଶ ଏବଂ କବି ଓ ସୁଵକ୍ତା ଗୋଦାବରୀ ବସନ୍ତିଆ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଅନୁଷ୍ଠିତ କବିତା ପାଠ କାର୍ଯ୍ୟକ୍ରମରେ କବି ପ୍ରଶାନ୍ତ ଦାଶ ଓ ହରାପ୍ରିୟା ଦ୍ବିବେଦୀ ସଂଯୋଜନା କରିଥିଲେ । ପରମ୍ପରା ପ୍ରକାଶନୀ ତରଫରୁ ଗାଳ୍ପିକ ଗଦାଧର ନନ୍ଦଙ୍କ ଗଳ୍ପ ପୁସ୍ତକ ‘ଭଙ୍ଗା କ୍ୟାବିନର କଥା’,କବୟିତ୍ରୀ ନିଳିମା ନନ୍ଦଙ୍କ ଗଳ୍ପ ସଂକଳନ ‘ଅଥଚ ନୀରବ’ ଏବଂ ଡ଼ଃ. ନିର୍ମଳ ଶୁରଦେଓଙ୍କ ସମ୍ପାଦିତ ଶିଶୁ ଓ କିଶୋର ପତ୍ରିକା ‘ସପନ’ ଉନ୍ମୋଚିତ ହୋଇଥିଲା। ଏହି ପୁସ୍ତକ ଗୁଡିକୁ କବି…

Read More

ରାମଚରିତ ମାନସର କେତେକ ରୋଚକ ତଥ୍ୟ ପଢନ୍ତୁ

🏹 ରାମଚରିତ ମାନସର କେତେକ ରୋଚକ ତଥ୍ୟ🏹 ୧: ଲଙ୍କାରେ ଶ୍ରୀରାମଚନ୍ଦ୍ର= ୧୧୧ ଦିନ ଥିଲେ।୨: ଲଙ୍କାରେ ଦେବୀ ସୀତା= ୪୩୫ ଦିନ ଥିଲେ।୩: ମାନସ ରେ ଶ୍ଳୋକ ସଂଖ୍ୟା= ୨୭ ଅଟେ।୪: ମାନସ ରେ ଚୋପାଈ ସଂଖ୍ୟା= ୪୬୦୮ ଅଟେ।୫: ମାନସ ରେ ଦୋହା ସଂଖ୍ୟା= ୧୦୭୪ ଅଟେ।୬: ମାନସ ରେ ସୋରଠା ସଂଖ୍ୟା= ୨୦୭ ଅଟେ।୭: ମାନସ ରେ ଛନ୍ଦ ସଂଖ୍ୟା= ୮୬ ଅଟେ।୮: ସୁଗ୍ରୀବଙ୍କ ବଳ ଥିଲା= ୧୦,୦୦୦ ହାତୀ ର।୯: ସୀତା ମହାରାଣୀ ହୋଇଥିଲେ= ୩୩ ବର୍ଷ ବୟସରେ।୧୦: ମାନସ ରଚନା ସମୟରେ ତୁଳସୀଦାସଙ୍କ ବୟସ= ୭୭ ବର୍ଷ ଥିଲା।୧୧: ପୁଷ୍ପକ ବିମାନର ଗତି= ୪୦୦ ମାଇଲ୍/ଘଣ୍ଟା ଥିଲା।୧୨: ରାମଦଳ ତଥା ରାବଣ ଦଳର ଯୁଦ୍ଧ= ୮୭ ଦିନ ଚାଲିଥିଲା।୧୩: ରାମ ରାବଣ ଯୁଦ୍ଧ= ୩୨ ଦିନ ଚାଲିଥିଲା।୧୪: ସେତୁ ନିର୍ମାଣ=…

Read More