ନୟାଗଡ, (ନୟାଗଡ଼ ଦର୍ପଣ): ମୁକୁଳିତ ରଜନୀଗନ୍ଧା ସାହିତ୍ୟ ପତ୍ରିକା ର ରୌପ୍ୟ ଜୟନ୍ତୀ ସମାରୋହ ଆଜି ନୀଳମାଧବ ହୋଟେଲ ଠାରେ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡ଼. ଅରୁଣ କୁମାର ସାହୁ, ବିଧାୟକ ନୟାଗଡ଼, ସମ୍ମାନିତ ଅତିଥି ଭାବେ ଇଂ . ଦେବାଶିଷ ପଟ୍ଟନାୟକ ଅଧ୍ୟକ୍ଷ ଜିଲ୍ଲା ପରିଷଦ ନୟାଗଡ଼, ନିରାକାର ଦାସ ବରିଷ୍ଠ କବି ଓ ଶତ୍ରୁଜିତ୍ ବରିଷ୍ଠ ସ୍ତମ୍ବକାର ଓ ଡ. ଗୀତାଶ୍ରୀ ପ୍ରିୟମ୍ବଦା ଯୋଗ ଦେଇଥିଲେ। ଅତିଥିମାନେ ସେମାନଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ ଯେ ସାହିତ୍ୟ କୁ ଅନୁଭବ କରିବାକୁ ହେଲେ ଗୋଟିଏ ଦରଦୀ ହୃଦୟ ଦରକାର ଏବଂ ପତ୍ର ପତ୍ରିକାର ଉନ୍ନତି ପାଇଁ ଏକ ସାରସ୍ଵତ ଆନ୍ଦୋଳନ ର ଆବଶ୍ୟକତା ରହିଛି ଏହି ଅବସରରେ ଏକ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ଏବଂ କବିତା ଗୁଡ଼ିକୁ କ୍ଷଣପ୍ରଭା କର ଓ ନୀଳମାଧବ ମିଶ୍ର ସଂଯୋଜନା କରିଥିଲେ । ରଜନୀଗନ୍ଧା ରେ ନିୟମିତ ଲେଖାଦେଇଥିବା କବି,ଗାଳ୍ପିକ,ନାଟ୍ୟକାର, ଔପନ୍ୟାସିକ,ଅନୁବାଦକ ପ୍ରଭୃତି ୧୭ ଜଣଙ୍କୁ ରଜନୀଗନ୍ଧା ସମ୍ମାନ ପ୍ରଦାନ କରାଯାଇଥିଲା । ଅତିଥି ମାନେ ରଜନୀଗନ୍ଧା ର ଜାନୁୟାରୀ ସଂଖ୍ୟା କୁ ଉନ୍ମୋଚନ କରିଥିଲେ। ରାଜଲକ୍ଷ୍ମୀ ଦାଶ ଓ ସବିତା ରଥ ଏହି କାର୍ଯକ୍ରମ କୁ ପରିଚାଳନା କରିଥିଲେ ଏବଂ ରଜନୀଗନ୍ଧା ସାହିତ୍ୟ ପତ୍ରିକା ର ସମ୍ପାଦକ ସୀମାଞ୍ଚଳ ଦାଶ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ। ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ ଏହି ଉତ୍ସବରେ ପୌରହିତ୍ୟ କରିଥିଲେ ।
Related posts
-
କବି ପ୍ରଭାତ ମିଶ୍ରଙ୍କ ‘ପ୍ରହରୀ’ ଉନ୍ମୋଚିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ପଠାଣି ସାମନ୍ତ ପ୍ରେକ୍ଷାଳୟରେ ନୟାଗଡ଼ ସିରିଅସ ଜୋନ୍ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ନାଟକ ମହୋତ୍ସବରେ କବି ପ୍ରଭାତ ମିଶ୍ରଙ୍କ... -
ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ଦୁସ୍ଥ ଅସହାୟଙ୍କ ଆଶା ବାଡ଼ି
ନୟାଗଡ଼, (ନୟାଗଡ଼ ଦର୍ପଣ): ବାଉଁଶିଆ ପଡା ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ଶ୍ରୀ ଜଗନ୍ନାଥ ବରିଷ୍ଠ ନାଗରିକ ମଞ୍ଚର... -
ସିରିୟସ୍ ଜୋନ୍ ଆୟୋଜିତ ନାଟକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ “ଏବଂ କିଏ!”
January 18, 2025 Jajati Comments Off on ସିରିୟସ୍ ଜୋନ୍ ଆୟୋଜିତ ନାଟକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ “ଏବଂ କିଏ!”ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ଚାଲିଥିବା ନାଟକ ମହୋତ୍ସବର ଦ୍ଵିତୀୟ ସଂଧ୍ୟାରେ ବାଗଦେବୀ ଲିଟରେଚର ଟ୍ରଷ୍ଟ, ଭୁବନେଶ୍ବରର...