ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାସ୍ତରୀୟ ସଂଗୀତ ପ୍ରତିଭା ଚୟନ କାର୍ଯ୍ୟକ୍ରମ ଷ୍ଟାର ଅଫ୍ ନୟାଗଡ଼ର ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ। ସତ୍ୟମ କମ୍ପ୍ୟୁଟର ଦ୍ବାରା ପ୍ରଯୋଜିତ ଆଜିର ଫାଇନାଲ ପ୍ରତିଯୋଗିତାରେ ୧୦ଜଣ ପ୍ରତିଭାବାନ ପ୍ରତିଯୋଗୀ ସଂଗୀତ ପରିବେଷଣ କରିଥିଲେ ଇପ୍ସିତା ପ୍ରିୟଦର୍ଶିନୀ, ଶେଖ୍ ତୌଫିକ ଅଲ୍ଲୀ, ଲକ୍ଷ୍ମୀପ୍ରିୟା ନାୟକ, ଅମ୍ରିତା ରଥ, ଆଶୁତୋଷ ବେହେରା, ଜଗନ ବେହେରା, ମିଲନ କୁମାର ସ୍ବାଇଁ, ଶୁଭସ୍ମିତା ବେହେରା, ଲିପ୍ସା ରାଣୀ ପଣ୍ଡା, ଓ ଦିବ୍ୟାଶା ପ୍ରିୟଦର୍ଶିନୀ । ଫାଇନାଲରେ ବିଚାରକ ଭାବେ ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ବରିଷ୍ଠ କଣ୍ଠଶିଳ୍ପୀ ନବକିଶୋର ମିଶ୍ର ଏବଂ ବରିଷ୍ଠ କଣ୍ଠଶିଳ୍ପୀ ଜଗଦୀଶ ପ୍ରସାଦ ରଥ ଯୋଗଦେଇଥିଲେ।

ପ୍ରତ୍ୟେକ ପ୍ରତିଯୋଗୀ ଦୁଇଟି ଲେଖାଏଁ ଗୀତ ଗାଇଥିଲେ। ଶେଖ୍ ତୌଫିକ୍ ଅଲ୍ଲୀ ଏହି ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଯୁଗ୍ମ ଦ୍ବିତୀୟ ହୋଇଥିଲେ ଇପ୍ସିତା ପ୍ରିୟଦର୍ଶିନୀ ଓ ମିଲନ୍ କୁମାର ସ୍ବାଇଁ, ସେହିପରି ତୃତୀୟ ସ୍ଥାନରେ ରହିଥିଲେ ଆଶୁତୋଷ ବେହେରା । ନୟାଗଡ଼ ପୌରପରିଷଦର ଅଧକ୍ଷା ନିରୁପମା ଖଟେଇ ମୂଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତାଙ୍କୁ ଟ୍ରଫି, ମେମେଣ୍ଟୋ ଏବଂ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଆଜିର ପ୍ରତିଯୋଗୀତାର ଉଦ୍ଘାଟନ ଉତ୍ସବକୁ ସଂଯୋଜନା କରିଥିଲେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ। ମଞ୍ଚ ପରିଚାଳନା କରିଥିଲେ ସୁଶାନ୍ତ ପାଇକରାୟ । ଆଜିର କାର୍ଯ୍ୟକ୍ରମକୁ ପ୍ରଦିପ ବରାଡ, କାଜଲ ଡାକୁଆ ସୌମ୍ୟ ଶୁଭମ୍ ରଥ, ଆଦିତ୍ୟ ପ୍ରସାଦ ସାହୁ ପ୍ରମୂଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବିଜେତାମାନଙ୍କୁ ଆଗାମୀ ଦିନରେ ମ୍ୟୁଜିକ୍ ଆଲବମରେ ଗୀତ ଗାଇବାକୁ ସୁଯୋଗ ଦିଆଯିବ ବୋଲି ସଂଯୋଜକ ଧିରେନ୍ଦ୍ର କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।