ବିଶ୍ଵ ମାତୃଭାଷା ଦିବସ ଅବସରରେ ବହୁଭାଷୀ କବିତା ଓ ସଙ୍ଗୀତ ଆସର ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଫେବୃଆରୀ ୨୧ ହେଉଛି ବିଶ୍ଵ ମାତୃଭାଷା ଦିବସ। ଏହି ଅବସରରେ ନୟାଗଡ଼ ଜିଲ୍ଲା ଲେଖକ ପରିଷଦ,ମା’ ଫାଉଣ୍ଡେସନ ସାମାଜିକ ଅନୁଷ୍ଠାନ,ପରମ୍ପରା ସାହିତ୍ୟ ସଂସଦ, କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ, ନାଟ୍ୟଧାରା, ମୈତ୍ରୀ ଯୁବ ସଂସଦ, ଆର୍ଟ ପଏଣ୍ଟ ଓ ସୁଧା ସାଂସ୍କୃତିକ ପରିଷଦର ମିଳିତ ଆୟୋଜନରେ ମୁକ୍ତାକାଶ ବହୁଭାଷୀ କବିତା ଓ ସଙ୍ଗୀତ ଆସର ସ୍ଥାନୀୟ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ବରିଷ୍ଠ କବି ଏମ. ଔରଙ୍ଗଜେବ, ବିଶିଷ୍ଟ ସାହିତ୍ୟନୁରାଗୀ ଉପେନ୍ଦ୍ର ତ୍ରିପାଠୀ, କବି ନିର୍ମଳ ଚନ୍ଦ୍ର ଶୂରଦେଓ, ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଦିବସର ମହତ୍ୱ ଉପରେ ଆଲୋକପାତ କରିଥିଲେ। କବି ତଥା ଅଧ୍ୟାପକ ଉମର ମଲ୍ଲିକ, ଦୁର୍ଯ୍ୟୋଧନ ସାହୁ, ପ୍ରମୋଦ ପାଢ଼ୀ, ସରୋଜ ସାହୁ, ଗୁଣନିଧି ମହାପାତ୍ର, ଅଶୋକ ନାୟକ, ସଂଘମିତ୍ରା ସ୍ବାଇଁ, ସୂକ୍ଷ୍ମଣି ଆନନ୍ଦ, ସାଗର ଶୂରଦେଓ ପ୍ରତାପ ପରିଡ଼ା ପ୍ରମୁଖ କବିତା ପାଠ କରିଥିଲେ। କବି ଉମର୍ ମଲ୍ଲିକ ଉର୍ଦ୍ଦୁ, ନୀଳିମା ନନ୍ଦ ସଂସ୍କୃତ, ସୂକ୍ଷ୍ମଣୀ ଆନନ୍ଦ ହିନ୍ଦୀ, ଏମ, ଔରଙ୍ଗଜେବ,ସରୋଜ ସାହୁ ଓ ଗୁଣନିଧି ମହାପାତ୍ର ଇଂରାଜୀ କବିତା ପାଠ କରିଥିଲେ। ଜିଲ୍ଳା ଲେଖକ ପରିଷଦ ସମ୍ପାଦକ ଶେଖ୍ ଅବଦୁଲ୍ ଖାଲିକ୍ ସ୍ବାଗତ ଭାଷଣ ଦେବା ସହିତ ସର୍ବଧର୍ମ ପ୍ରାର୍ଥନା ଗାନ କରିଥିଲେ। କବି ଗୋପୀନାଥ ସେଠୀ ଓ ନୀଳିମା ନନ୍ଦ କବିତା ସଂଯୋଜନା କରିଥିଲେ। ଅଧ୍ୟାପକ ଆଶୁତୋଷ ମିଶ୍ର ହିନ୍ଦୀ ଗଜଲ,ଗୋପୀନାଥ ସେଠୀ ଓ ବିଜୟାନନ୍ଦ ମହାପାତ୍ର ଓଡ଼ିଆ ଭଜନ ଗାଇଥିଲେ। ପ୍ରାରମ୍ଭରେ ନୟାଗଡ଼ର ବିଶିଷ୍ଟ ସାରସ୍ଵତ ସାଧକ ଅର୍ଜୁନ ବାରିକଙ୍କ ଦେହାନ୍ତ ହୋଇସାରିଥିବା ଯୋଗୁଁ ତାଙ୍କ ପାଇଁ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିବା ବେଳେ ତାଙ୍କ ଅବର୍ତ୍ତମାନକୁ ନେଇ କବି ଶେଖ୍ ଅବଦୁଲ୍ ଖାଲିକ୍ “ନ ଚିଠି ନ କୋଇ ସନ୍ଦେଶ…” ଗଜଲ୍ ଗାନ କରିଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ମା ‘ ଫାଉଣ୍ଡେସନ ପ୍ରତିଷ୍ଠାତା ରଞ୍ଜନ ରଶ୍ମି ଜେନା, କାଳନ୍ଦୀ ଆଚାରୀ, ସାମସୁଦ୍ଦିନ ଖାଁ ସଂଯୋଜନା କରିଥିବା ବେଳେ ମୈତ୍ରୀ ସମ୍ପାଦକ ପ୍ରଦୀପ ସାହୁ ଧନ୍ୟବାଦ୍ ଦେଇଥିଲେ।

Related posts