ପ୍ରଭାସିନୀ ବରାଡଙ୍କ ଲିଖିତ ‘ସଂଠଣା’ଆଜ୍ଞା , ଜେଜେ କହି ହାତଯୋଡି ବସିପଡିଲା ଶୁକୁଟା, ପିଣ୍ଡାତଳେ ପଡିଥିବା ଏକ ପଥର ଚଟାଣରେ ।କିରେ ଶୁକୁଟା କ’ଣ ହେଲା କିରେ ? ଟିମାଦାସେ ପିଣ୍ଡାଉପରେ ବସି ପ୍ରଶ୍ନ କଲେ ।ନାଇଁ ଆଜ୍ଞା, କହୁଥିଲି କ’ଣ କି ଏଇ ଯୋଉ ହାଣ୍ଡି ଶିରାଦ କଥା, ବେଗିବେଗି ଦିନବାର ଦେଖି ଟିକିଏ ପକେଇଦେଲେ ଭଲହନ୍ତାନି । ଆମେ ହେଲୁ ଦିନମଜୁରିଆ ଲୋକ ବସିଲେ କୋଉଠୁ ଆସିବ କହୁନ। ଭାବୁଚି ଶିରାଦ ପକେଇଦେଇ କୁଆଡେ ବାହାରକୁ ପଳେଇବି ବଡବଡିଆ ଟେକା ହଉନହଉ । ଜେଜିବୋପା ତ ସଂପତ୍ତି ବିକିଭାଙ୍ଗି ନାଟତାମସା କରି ଖଜାଭୁଜା ଖାଇ ଉଡେଇଥିଲା, ଆଉ ବୋପା ପରର ଖଟିଖଟି ଦିହକଗଲା । ମୋ କରମରେ ସେଇ ଏକା ଲେଖା ଆଜ୍ଞା ମୂଲମଜୁରି ଲାଗି ପରର ଖଟିଲେ ଚୁଲି ଜଳିବ ନହେଲେ ଉପାସ…
Read MoreCategory: ସାହିତ୍ୟ
କେନ୍ଦେରା, କରୋନା ଓ ବେତାଳ କଥା
ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ଲିଖିତ ‘କେନ୍ଦେରା, କରୋନା ଓ ବେତାଳ କଥା’ ମୃତ୍ୟୁ-ଧ୍ୱନିର ବି ଗୋଟେ ଧୂନ୍ ଥାଏଯେମିତି ଆତଙ୍କରେ ଶିହରଣ ।ନିଜ ତାନ ରେ ନିଜେ ତଲ୍ଲୀନ ହୋଇଯିବା ବୋଧେସର୍ବଶ୍ରେଷ୍ଠ ବିକଳ୍ପ –ବିଭିଷିକାର ଘୋ ଘୋ ଗର୍ଜନକୁ ମାତ୍ ଦେବାପାଇଁ।କବିତା ଉନ୍ମୁକ୍ତ ହୁଏ… ସଂଗୀତ ବିସ୍ତରୀ ଯାଏ….ଚରିତ୍ରମାନେ ସଜିଲ୍ ହୋଇ ବାହାରିଆସନ୍ତି କ୍ୟାନଭାସରୁକେଜାଣି ଅଲବିଦା କହିବାକୁ କିପଦ୍ମ ପତରେ ଠୋପେ ପାଣି ହୋଇଯିବାକୁ !କାନ୍ଧରୁ ବେତାଳ ନ ଉଡ଼ିବା ଯାଏଁ – ଶାନ୍ତି କାହିଁ ?ଉଡିଗଲେ ବା – ଆଶ୍ୱ।ସନା କାହିଁ ??ମାଟି ଗାଉନାହିଁ ଆବାହନୀ ମନ୍ତ୍ରପବନରେ ନାହିଁ ଅମୃତ ଆହ୍ୱାନପରସ୍ତ ପରସ୍ତ ବିଭତ୍ସ ଅଂଧାର ଢାଳିଯାଇଛି ଆକାଶରେ।ଛାତି ଭିତରେ ରହିରହି ଶୁଣାଯାଉଛି ଖାଲି –ଆସିଛି ଏକା ..ଯିବି ମୁଁ ଏକା…….;ବିଶୁନୁ ଯୋଗୀର ଲାଉତୁମ୍ବା ଲଟକିଛି ମାଟି କାନ୍ଥ ପିଠିରେକିବା କଳାକାରଟେ ଯେଶ୍ରଦ୍ଧାଞ୍ଜଳିରେ ଭରିଯାଇଥାନ୍ତା ଫେସବୁକ,…
Read Moreଛିନ୍ନ ସମ୍ପର୍କ
ବରିଷ୍ଠ ସ୍ତମ୍ଭାକାର ତଥା କବି ଦିଲ୍ଲୀପ କୁମାର ସାହାଣୀଙ୍କ ‘ଛିନ୍ନ ସମ୍ପର୍କ’ ପନ୍ଦର ଦିନ ହେଲାଣି ସମ୍ପର୍କ ଆଉ ନାହିଁ । ଏତେ ସହଜରେ ସମ୍ପର୍କଟା ଛିନ୍ନ କରିବ ବୋଲି ସେ କେବେ ସ୍ବପ୍ନରେ ସୁଦ୍ଧା ଭାବି ନଥିଲା । ସମ୍ପର୍କ କେବେ କାହା ସହିତ କେମିତି ଗଢି ହୁଏ ଯେମିତି କହିହୁଏ ନାହିଁ ସେମିତି ସମ୍ପର୍କ କେବେ କାହାଠାରୁ କେମିତି କେତେବେଳେ ଛିନ୍ନହେବ କହିବା ସମ୍ଭବ ନାହିଁ। ଏହା ଭାବିବା ବେଳେ ଛାତି ଭିତରେ କେଉଁଠି ଅସମ୍ଭବ ଭାବେ ଯନ୍ତ୍ରଣା ହେଉଛି ଠିକ୍ସେ ଜାଣି ପାରୁ ନଥିଲା ଦିବ୍ୟଶଙ୍କର । ସେ ଟିକିଏ ଆରାମ ପାଇବା ପାଇଁ ବାଲକୋନି ଉପରକୁ ଆସିଲା। ମୁଣ୍ଡ ଉପରେ ଖୋଲା ଆକାଶ ଛାତିରେ ମଲ୍ଲୀ ଫୁଲପରି ତାରାମାନେ ହସୁଥିଲେ । ତା’କୁ ଖୁବ ଖୁସି ଲାଗିଲା । ଏଇଠି କିଛି ମୁହୂର୍ତ୍ତ ବସିଗଲେ…
Read Moreଧଇଁ ପେଲୁଛି ଧାଡ଼ିରେ
ଆହ୍ୱାନ
ବସିରନ୍ ବିବିଙ୍କ ଶିଶୁ କବିତା “ଆହ୍ୱାନ” କୋଟିଏ ପ୍ରଣତି ତୁମରି ପୟରେହେ ନମସ୍ୟ ଗୁରୁକୁଳଜ୍ଞାନ ଆଦିତ୍ୟ ହେ ତୁମ ଆଲୋକରେହର ତମିର ଅନ୍ଧାର ।ାତୁମେ ସରଜିଛ କେତେ ଗୁଣୀ ଜ୍ଞାନୀନୀତି ଆଦରଣ ଦେଇଶ୍ରୀରାମ, ଶ୍ରୀକୃଷ୍ଣ ଶିଷ୍ୟ ସରଜିଲଜଗତ କଲ୍ୟାଣ ଧ୍ୟାୟୀ ।ାଦାନବ ସଂହାର ପାଇଁ ଶିଷ୍ୟହସ୍ତେଅସ୍ତ୍ର ଦେଇଥିଲ ତୋଳିତୁମେ ବିଶ୍ୱାମିତ୍ର ସଦ୍ଗୁରୁ ବଶିଷ୍ଠଗୁରୁକୁଳର ମଉଳି ।ାତୁମେ ରାମ ଦାଶ ଗୁରୁ ଉପଯୁକ୍ତପ୍ରଜାଙ୍କର ହିତ ପାଇଁସମ୍ରାଟ ଶିଷ୍ୟଙ୍କ ଆଖି ଖୋଲିଅଛଭିକ୍ଷାଥାଳ ହସ୍ତେ ନେଇ ।ାଆଜି ଏ ସମାଜେ ଶତ ହାହାକାରଦୁର୍ନୀତି ବିସ୍ତାରେ କାୟାକାହିଁ ପାଇଁ କୁହ ନୀରବେ ବିଳପେତବ ସଦଗୁରୁ ପଣିଆ ।ାସମୟ ଡାକୁଛି ଜାଗ ଗୁରୁକୁଳସମାଜ ସୁଧାରି ଦିଅଉତ୍ତମ ମଣିଷ ଗଢ଼ିଦେବା ପାଇଁଅଣ୍ଟାଭିଡ଼ି ଠିଆହୁଅ ।ା ବିଶିଷ୍ଠ ଲେଖିକା, ସମାଜସେବୀ, ନୟାଗଡ
Read Moreପତ୍ରର ପରିଭାଷା
ହରିଶ ପ୍ରଧାନ (ଗୀତିକଳ୍ପ) ଡେଙ୍ଗା ତାଳଗଛ ମାଟିକି ଶୁଣାଏଜୀବନର ପରିଭାଷା ।ଜୀବନ କହିଲେ ଜନମ-ମରଣଆଉ ଗୋଟେ ଛୋଟ ବସା।।କେତେ ଯେ ଉର୍ଦ୍ଧ୍ବରେ ରହିଛି ଦେଖ ହୋବାଟୋଇ ମୋ ପତ୍ରଡାଳ।ବାଟ ଚାଲୁଅଛ କାହାକୁ ଖୋଜୁଛଦେଖ ଏ ସଂସାର ଖେଳ।।ବାଟୋଇ ଦେଖିଲା ତିନିଗୋଟି ପକ୍ଷୀରଚିଛନ୍ତି ତିନି ନୀଡ଼ଚେଁ ଚେଁ ନାଦେ କମୁଛି ଗଗନପତ୍ର ହୁଏ ଫଡ଼ଫଡ଼।।ଚାଲିଥିଲା ସେଠି ବାହୁଙ୍ଗାଙ୍କ ମଧେସଂସାରର ଆଲୋଚନା।ତିନିପକ୍ଷୀ ବସି ଶୁଣିଲେ ସଂସାରବିଷୟ ବିଷ ବାସନା।।ତଳ ବାହୁଙ୍ଗାଟି ବିଷାଦେ କହୁଛିଗଲା ମୋର ଦିନକାଳସକାଳକୁ ଆଉ ଏଇଠି ନଥିବିଆସିଲାଣି ଶେଷବେଳ।।ସଂସାର ଦୁଃଖରେ ପାଚି ଗଲିଣି ମୁଁମୋ କାମ ଗଲାଣି ସରିଏହି ଏକା ସତ୍ୟ ମାଟିରେ ମିଶିବିଦୁନିଆକୁ ପିଠି କରି ।।ମଝି ବାହୁଙ୍ଗାଟି ତାଳମେଳ ରଖିକହିଲା ଶୁଣ ହେ ଶୁଣସୁଖ ଦେଖିଲିଣି ଦୁଃଖ ଦେଖିଲିଣିସୁଖ ତ ଅଢ଼େଇଦିନ।।ଜୀବନେ ଆସିଛି ଭୋଗିବାକୁ ଏଠିସଂସାରର ସାର ଯେତେତୋହ ପଛେପଛେ ମୁଁ ବି ଚାଲିବିଗରବ…
Read Moreମରିଗଲା ମହାରଣା
ଗାଁ’ର ନାଁ ଗୋବିନ୍ଦ ପୁର, ଆଖ ପାଖ ଅଂଚଳ ଭିତରେ ଖୁଵ ବଡ଼ ଗାଁ’, ଗୋବିନ୍ଦ ପୁର ଲୋକ ସଂଖ୍ୟାର ଶତକଡା ପଚାଶ ଭାଗ ବ୍ରାହ୍ମଣ ସମ୍ପ୍ରଦାୟର, ଏଇଠୁ ସବୁ ଗୋସେଇଁ ମାନେ ଯାନ୍ତି ଧର୍ମ କାଯ୍ୟ ଆଦି କରିବାକୁ ଆଖ ପାଖ ଗାଁ କୁ, ଗାଁ ର ସୌନ୍ଦର୍ଯ୍ୟ କଥା ନ କହିବା ଭଲ, ନ ଦେଖିଲା ଲୋକ ବିଶ୍ୱାସ ହିଁ କରିବନି l ଗୋବିନ୍ଦପୁର ଗାଁ ର ମୁଖିଆ ନରୋତ୍ତମ ମିଶ୍ର ଘଟଣା ବିଷୟରେ ଶୁଣି ଆସୁ ଆସୁ ତାଙ୍କରି ଆଗରେ କିଏ ଜଣେ କାଠ ଫାଳିଆରେ ଶକ୍ତ ପାହାର ଦେଲା ଚୋରର କାନ ମୂଳିକୁ, ସେଇଠି ଟଳିପଡିଲା ଅଭିଯୁକ୍ତ ଧାର ଧାର ରକ୍ତ ବୁହାଇ l ଗାଁ ମୁଖିଆ ନରୋତ୍ତମ ମିଶ୍ର ଜାତିରେ ବ୍ରାହ୍ମଣ, ଗାଁ’ର ସବୁଠୁ ଧନୀ, ଜ୍ଞାନ ବି ଢେର…
Read Moreଖରା ଛାଇ
ଜୀବନ ଜ୍ୟୋତି ଷଡଙ୍ଗୀଜୀବନ ଟା ଗୋଟିଏ ଖରା ଛାଇ ଖେଳସେ ଖେଳରେ ତୁମେ ଜଣେ ପକା ଖେଳୁଆଳହାରିବା ଜିତିବା ନୁହେଁ ସେ ଖେଳର ନିୟମକେବଳ ପ୍ରେମ ଓ କେଇ ପଦ କଥାର ବନ୍ଧନ ନିଛାଟିଆ ଖରା ବେଳେ ପଚାରେ ଛାଇକୁକେବେ ତୁମେ ଛୋଟ ହୁଅ ?କେବେ ହୁଅ ବଡ ?ଉତ୍ତର ନ ପାଇ କିଛି ମନେ ମନେ ଭାବେସତ ରେ କଣ ଜୀବନ ଟାଖରା ଛାଇ ଖେଳ ? ପିଜି, ଉଦ୍ଭିଦ ବିଜ୍ଞାନ ଛାତ୍ରରାୟଗଡ଼ା ସ୍ବଂୟଶାସିତ ମହାବିଦ୍ୟାଳୟ, ରାୟଗଡାଫୋନ୍ :୬୩୭୨୭୭୧୭୨୭
Read Moreସମ୍ପର୍କ ‘ଆଜି’ ଓ ‘କାଲି’ର
ଶରତ ଚନ୍ଦ୍ର ଷଡଙ୍ଗୀ (ଶିକ୍ଷକ) ସାତ ଜନମର ତପସ୍ୟା କରି ମୁଁପାଇଛି ତୁମକୁ ଆଜିତୁମ ସ୍ନେହ ମୋର ଅଭୁଲା ଅତୀତକରିଛି ମୋତେ ସେ ପାଜି ତୁମେ ମୋ ସପନ ତୁମେ ମୋର ମନତୁମେ ମୋର ପ୍ରାଣ ଧନତୁମ ସାଥେ ରହି ବିତି ଯାଉ ମୋରବାକି ଥିବା ଏ ଜୀବନ ଆଜି ଯା ଦେଖୁଛି ତୁମ ସାଥେ ରହିକାଲି କି ହୋଇବ ବାସିସଞ୍ଜ ସକାଳରେ ତୁମକୁ ଖୋଜିବିତୁମେ ଚାଲି ଗଲେ ରୁଷି ଗାଧୁଆ ତୋଠରେ ନିଇତି ଢାଳିବିଆଞ୍ଜୁଳା ରେ ଧରି ନୀରତୁମେ ମୋ ଦେବତା ତୁମେ ମୋ କରତା କରିବନି କେବେ ପର ସଞ୍ଜ ଚଉରା ରେ ନିଇତି ଜାଳିବିତୁମ ନାମେ ସଞ୍ଜ ଦୀପତୁମେ ଜାଳିଦେବ ମୋ ମନ ରାଇଜୁଯଦି ଜନ୍ମ ନିଏ ପାପ ଓଡଗାଁ, ନୟାଗଡ଼ଫୋନ୍: ୮୭୬୩୨୧୦୯୦୪
Read Moreଫଟୋ ଶୁଟ୍
ଲିପ୍ସା ପଣ୍ଡାଙ୍କ- ଫଟୋ ଶୁଟ୍ ବାହାଘର ଅଧାରେ ପଡ଼ି ରହିଚି।ପୁରୋହିତ ଲଗ୍ନ ଗଡ଼ି ଯାଉଚି ବୋଲି ଡକା ପଡୁଚି।ବରଯାତ୍ରୀ ନାଚି ନାଚି ହାଲିଆ ହେଇ ସାରିଲେଣି। ସହର ମୁଣ୍ଡରେ ପ୍ରଶେସନ୍ ପାଇଁ ମିଳିଥିବା ବୋତଲ ପ୍ରଭାବରେ ଢେର୍ ନାଚ ତାମସା କରି ସାରିଛନ୍ତି। ମୁଣ୍ଡରୁ ନିଶା ଉତୁରି ଆସିବା ସଙ୍ଗେ ସଙ୍ଗେ ପେଟରେ ଭୋକର ମାତ୍ରା ବଢ଼ି ଚାଲିଛି।ଭୋଜି ଖାଇଦେଲେ ଘରକୁ ଫେରିବେ ବୋଲି ବ୍ୟସ୍ତ ହେଇ ପଡ଼ିଲେଣି।ଉଭୟ ପକ୍ଷର ବୁଢ଼ା ବୁଢ଼ୀଏ ବର କନ୍ୟା କୁଆଡ଼େ ଗଲେ ବୋଲି ପଚାରି ଚାଲିଛନ୍ତି।ଉତ୍ତର ମିଳୁଚି: ଫଟୋ ଶୁଟ୍ ଚାଲିଚି ।ବୁଝି ପାରୁ ନାହାଁନ୍ତି ସେମାନେ, ଏଇଟା ବାହାଘରର କୋଉ ରୀତି!ଏମିତିଆ କିଛି ସେମାନେ କାଇଁ କେବେ ଶୁଣି ନଥିଲେ ତ! ଘରକୁ ଆସିଥିବା କୁଣିଆ ବୃଦ୍ଧ ଜଣେ ଜିଦ୍ କଲେ ସେଇ ନୂଆ ରୀତିଟି କଣ ସେ…
Read More