ଆହ୍ୱାନ

ବସିରନ୍ ବିବିଙ୍କ ଶିଶୁ କବିତା “ଆହ୍ୱାନ” କୋଟିଏ ପ୍ରଣତି ତୁମରି ପୟରେହେ ନମସ୍ୟ ଗୁରୁକୁଳଜ୍ଞାନ ଆଦିତ୍ୟ ହେ ତୁମ ଆଲୋକରେହର ତମିର ଅନ୍ଧାର ।ାତୁମେ ସରଜିଛ କେତେ ଗୁଣୀ ଜ୍ଞାନୀନୀତି ଆଦରଣ ଦେଇଶ୍ରୀରାମ, ଶ୍ରୀକୃଷ୍ଣ ଶିଷ୍ୟ ସରଜିଲଜଗତ କଲ୍ୟାଣ ଧ୍ୟାୟୀ ।ାଦାନବ ସଂହାର ପାଇଁ ଶିଷ୍ୟହସ୍ତେଅସ୍ତ୍ର ଦେଇଥିଲ ତୋଳିତୁମେ ବିଶ୍ୱାମିତ୍ର ସଦ୍‌ଗୁରୁ ବଶିଷ୍ଠଗୁରୁକୁଳର ମଉଳି ।ାତୁମେ ରାମ ଦାଶ ଗୁରୁ ଉପଯୁକ୍ତପ୍ରଜାଙ୍କର ହିତ ପାଇଁସମ୍ରାଟ ଶିଷ୍ୟଙ୍କ ଆଖି ଖୋଲିଅଛଭିକ୍ଷାଥାଳ ହସ୍ତେ ନେଇ ।ାଆଜି ଏ ସମାଜେ ଶତ ହାହାକାରଦୁର୍ନୀତି ବିସ୍ତାରେ କାୟାକାହିଁ ପାଇଁ କୁହ ନୀରବେ ବିଳପେତବ ସଦଗୁରୁ ପଣିଆ ।ାସମୟ ଡାକୁଛି ଜାଗ ଗୁରୁକୁଳସମାଜ ସୁଧାରି ଦିଅଉତ୍ତମ ମଣିଷ ଗଢ଼ିଦେବା ପାଇଁଅଣ୍ଟାଭିଡ଼ି ଠିଆହୁଅ ।ା ବିଶିଷ୍ଠ ଲେଖିକା, ସମାଜସେବୀ, ନୟାଗଡ

Read More

ପତ୍ରର ପରିଭାଷା

ହରିଶ ପ୍ରଧାନ (ଗୀତିକଳ୍ପ) ଡେଙ୍ଗା ତାଳଗଛ ମାଟିକି ଶୁଣାଏଜୀବନର ପରିଭାଷା ।ଜୀବନ କହିଲେ ଜନମ-ମରଣଆଉ ଗୋଟେ ଛୋଟ ବସା।।କେତେ ଯେ ଉର୍ଦ୍ଧ୍ବରେ ରହିଛି ଦେଖ ହୋବାଟୋଇ ମୋ ପତ୍ରଡାଳ।ବାଟ ଚାଲୁଅଛ କାହାକୁ ଖୋଜୁଛଦେଖ ଏ ସଂସାର ଖେଳ।।ବାଟୋଇ ଦେଖିଲା ତିନିଗୋଟି ପକ୍ଷୀରଚିଛନ୍ତି ତିନି ନୀଡ଼ଚେଁ ଚେଁ ନାଦେ କମୁଛି ଗଗନପତ୍ର ହୁଏ ଫଡ଼ଫଡ଼।।ଚାଲିଥିଲା ସେଠି ବାହୁଙ୍ଗାଙ୍କ ମଧେସଂସାରର ଆଲୋଚନା।ତିନିପକ୍ଷୀ ବସି ଶୁଣିଲେ ସଂସାରବିଷୟ ବିଷ ବାସନା।।ତଳ ବାହୁଙ୍ଗାଟି ବିଷାଦେ କହୁଛିଗଲା ମୋର ଦିନକାଳସକାଳକୁ ଆଉ ଏଇଠି ନଥିବିଆସିଲାଣି ଶେଷବେଳ।।ସଂସାର ଦୁଃଖରେ ପାଚି ଗଲିଣି ମୁଁମୋ କାମ ଗଲାଣି ସରିଏହି ଏକା ସତ୍ୟ ମାଟିରେ ମିଶିବିଦୁନିଆକୁ ପିଠି କରି ।।ମଝି ବାହୁଙ୍ଗାଟି ତାଳମେଳ ରଖିକହିଲା ଶୁଣ ହେ ଶୁଣସୁଖ ଦେଖିଲିଣି ଦୁଃଖ ଦେଖିଲିଣିସୁଖ ତ ଅଢ଼େଇଦିନ।।ଜୀବନେ ଆସିଛି ଭୋଗିବାକୁ ଏଠିସଂସାରର ସାର ଯେତେତୋହ ପଛେପଛେ ମୁଁ ବି ଚାଲିବିଗରବ…

Read More

ମରିଗଲା ମହାରଣା

ଗାଁ’ର ନାଁ ଗୋବିନ୍ଦ ପୁର, ଆଖ ପାଖ ଅଂଚଳ ଭିତରେ ଖୁଵ ବଡ଼ ଗାଁ’, ଗୋବିନ୍ଦ ପୁର ଲୋକ ସଂଖ୍ୟାର ଶତକଡା ପଚାଶ ଭାଗ ବ୍ରାହ୍ମଣ ସମ୍ପ୍ରଦାୟର, ଏଇଠୁ ସବୁ ଗୋସେଇଁ ମାନେ ଯାନ୍ତି ଧର୍ମ କାଯ୍ୟ ଆଦି କରିବାକୁ ଆଖ ପାଖ ଗାଁ କୁ, ଗାଁ ର ସୌନ୍ଦର୍ଯ୍ୟ କଥା ନ କହିବା ଭଲ, ନ ଦେଖିଲା ଲୋକ ବିଶ୍ୱାସ ହିଁ କରିବନି l ଗୋବିନ୍ଦପୁର ଗାଁ ର ମୁଖିଆ ନରୋତ୍ତମ ମିଶ୍ର ଘଟଣା ବିଷୟରେ ଶୁଣି ଆସୁ ଆସୁ ତାଙ୍କରି ଆଗରେ କିଏ ଜଣେ କାଠ ଫାଳିଆରେ ଶକ୍ତ ପାହାର ଦେଲା ଚୋରର କାନ ମୂଳିକୁ, ସେଇଠି ଟଳିପଡିଲା ଅଭିଯୁକ୍ତ ଧାର ଧାର ରକ୍ତ ବୁହାଇ l ଗାଁ ମୁଖିଆ ନରୋତ୍ତମ ମିଶ୍ର ଜାତିରେ ବ୍ରାହ୍ମଣ, ଗାଁ’ର ସବୁଠୁ ଧନୀ, ଜ୍ଞାନ ବି ଢେର…

Read More

ଖରା ଛାଇ

ଜୀବନ ଜ୍ୟୋତି ଷଡଙ୍ଗୀଜୀବନ ଟା ଗୋଟିଏ ଖରା ଛାଇ ଖେଳସେ ଖେଳରେ ତୁମେ ଜଣେ ପକା ଖେଳୁଆଳହାରିବା ଜିତିବା ନୁହେଁ ସେ ଖେଳର ନିୟମକେବଳ ପ୍ରେମ ଓ କେଇ ପଦ କଥାର ବନ୍ଧନ ନିଛାଟିଆ ଖରା ବେଳେ ପଚାରେ ଛାଇକୁକେବେ ତୁମେ ଛୋଟ ହୁଅ ?କେବେ ହୁଅ ବଡ ?ଉତ୍ତର ନ ପାଇ କିଛି ମନେ ମନେ ଭାବେସତ ରେ କଣ ଜୀବନ ଟାଖରା ଛାଇ ଖେଳ ? ପିଜି, ଉଦ୍ଭିଦ ବିଜ୍ଞାନ ଛାତ୍ରରାୟଗଡ଼ା ସ୍ବଂୟଶାସିତ ମହାବିଦ୍ୟାଳୟ, ରାୟଗଡାଫୋନ୍ :୬୩୭୨୭୭୧୭୨୭

Read More

ସମ୍ପର୍କ ‘ଆଜି’ ଓ ‘କାଲି’ର

ଶରତ ଚନ୍ଦ୍ର ଷଡଙ୍ଗୀ (ଶିକ୍ଷକ) ସାତ ଜନମର ତପସ୍ୟା କରି ମୁଁପାଇଛି ତୁମକୁ ଆଜିତୁମ ସ୍ନେହ ମୋର ଅଭୁଲା ଅତୀତକରିଛି ମୋତେ ସେ ପାଜି ତୁମେ ମୋ ସପନ ତୁମେ ମୋର ମନତୁମେ ମୋର ପ୍ରାଣ ଧନତୁମ ସାଥେ ରହି ବିତି ଯାଉ ମୋରବାକି ଥିବା ଏ ଜୀବନ ଆଜି ଯା ଦେଖୁଛି ତୁମ ସାଥେ ରହିକାଲି କି ହୋଇବ ବାସିସଞ୍ଜ ସକାଳରେ ତୁମକୁ ଖୋଜିବିତୁମେ ଚାଲି ଗଲେ ରୁଷି ଗାଧୁଆ ତୋଠରେ ନିଇତି ଢାଳିବିଆଞ୍ଜୁଳା ରେ ଧରି ନୀରତୁମେ ମୋ ଦେବତା ତୁମେ ମୋ କରତା କରିବନି କେବେ ପର ସଞ୍ଜ ଚଉରା ରେ ନିଇତି ଜାଳିବିତୁମ ନାମେ ସଞ୍ଜ ଦୀପତୁମେ ଜାଳିଦେବ ମୋ ମନ ରାଇଜୁଯଦି ଜନ୍ମ ନିଏ ପାପ ଓଡଗାଁ, ନୟାଗଡ଼ଫୋନ୍: ୮୭୬୩୨୧୦୯୦୪

Read More

ଫଟୋ ଶୁଟ୍

ଲିପ୍ସା ପଣ୍ଡାଙ୍କ- ଫଟୋ ଶୁଟ୍ ବାହାଘର ଅଧାରେ ପଡ଼ି ରହିଚି।ପୁରୋହିତ ଲଗ୍ନ ଗଡ଼ି ଯାଉଚି ବୋଲି ଡକା ପଡୁଚି।ବରଯାତ୍ରୀ ନାଚି ନାଚି ହାଲିଆ ହେଇ ସାରିଲେଣି। ସହର ମୁଣ୍ଡରେ ପ୍ରଶେସନ୍ ପାଇଁ ମିଳିଥିବା ବୋତଲ ପ୍ରଭାବରେ ଢେର୍ ନାଚ ତାମସା କରି ସାରିଛନ୍ତି। ମୁଣ୍ଡରୁ ନିଶା ଉତୁରି ଆସିବା ସଙ୍ଗେ ସଙ୍ଗେ ପେଟରେ ଭୋକର ମାତ୍ରା ବଢ଼ି ଚାଲିଛି।ଭୋଜି ଖାଇଦେଲେ ଘରକୁ ଫେରିବେ ବୋଲି ବ୍ୟସ୍ତ ହେଇ ପଡ଼ିଲେଣି।ଉଭୟ ପକ୍ଷର ବୁଢ଼ା ବୁଢ଼ୀଏ ବର କନ୍ୟା କୁଆଡ଼େ ଗଲେ ବୋଲି ପଚାରି ଚାଲିଛନ୍ତି।ଉତ୍ତର ମିଳୁଚି: ଫଟୋ ଶୁଟ୍ ଚାଲିଚି ।ବୁଝି ପାରୁ ନାହାଁନ୍ତି ସେମାନେ, ଏଇଟା ବାହାଘରର କୋଉ ରୀତି!ଏମିତିଆ କିଛି ସେମାନେ କାଇଁ କେବେ ଶୁଣି ନଥିଲେ ତ! ଘରକୁ ଆସିଥିବା କୁଣିଆ ବୃଦ୍ଧ ଜଣେ ଜିଦ୍ କଲେ ସେଇ ନୂଆ ରୀତିଟି କଣ ସେ…

Read More

ଦୀନବନ୍ଧୁ ହେ, କୃପାସିନ୍ଧୁ ହେ

ଉମେଶ ଚନ୍ଦ୍ର ମହାପାତ୍ରଦୀନବନ୍ଧୁ ହେ, କୃପାସିନ୍ଧୁ ହେଏମିତିକା ବେଶ କାହିଁ ହୋଇଛପାଦନାହିଁ ତବ ଚାଲୁଛ କିପରିହାତ ନାହିଁ ତୁମ ଖାଉଛ କିପରିକାନ ନାହିଁ ତବ ଶୁଣୁଛ କିପରିଚକା ନୟନରେ ଖାଲି ଦେଖୁଛବନ୍ଦ ପାଟିରେ କେମିତି କହୁଛ.. ।।ସୁନା ମୁକୁଟକୁ ଲଗାଇଣ ପ୍ରଭୁରଜା ବେଶ ବୋଲି ତାକୁ କହୁଛସୁନାର ଖଡ଼ୁକୁ ହାତରେ ଲଗାଇହାତ ବୋଲି ତୁମେ ତାକୁ କହୁଛ ।।ତୁଳସୀ ପତରେ ମାଳ କରି ପ୍ରଭୁଭକତ ଜନଙ୍କୁ ଟାଣି ନେଉଛପିନ୍ଧି କରି ରାଧା ମନ ମୋହୁଛ ।।ଗୋଡ଼ବୋଲି ଯୋଡ଼େ କହୁଛପାଖେ ରଖି ତାକୁ ଗୋଡ଼ କହୁଛନିର୍ମାଲ୍ୟ କୈବଲ୍ୟ ପାଶେ ରଖି ପ୍ରଭୁଭକତ ଜନଙ୍କୁ ଟାଣି ନେଉଛ।। ଏମିତିକା ବେଶ ଅତି ମନଲୋଭାକାହିଁକି ଏପରି ତୁମେ ହେଉଛକହେ ଉମାଈଶ ପ୍ରଭୁ ତୁମ ଦାସମର୍ତ୍ତ୍ୟ ମଣ୍ଡଳକୁ ଟାଣି ନେଉଛ ।। ନୟାଗଡ଼, ମୋ – 9437106737

Read More

ଅନୁଚିନ୍ତା

ବ୍ରଜ କିଶୋର ମହାପାତ୍ର ଦୁଃଖ ଯେତେ ଦେବ ଦିଅ ମହାବାହୁ ସହିବାକୁ ଦିଅ ଶକ୍ତି,ପାପ, ତାପ, କ୍ଳେଶ ଭୋଗୁଛି ଅବଶ୍ୟ ହୃଦେ ଭରିଦିଅ ଭକ୍ତି ॥ଜଞ୍ଜାଳ କାମନା ବିଷୟ ବାସନା ଦେହେ ରଖିଛି ସାଇତି,ତୁମ୍ଭେ ଦୟାକଲେ ହେ! ଦୟାସାଗର ବିଷୟାରୁ ହେବି ମୁକ୍ତି ॥ତୁମ୍ଭ ଇସାରାରେ ଏ ସଂସାର ଚାଲେ ପ୍ରଭୁ ତ ଜଗତ ପତି,ଯାହା ଭାଗ୍ୟେ ଯାହା ଅଛି ଚଉବାହା ଭୋଗେ ସିଏ ଦିବାରାତି ॥ସତ୍ୟପଥ ଧରି ଚାଲେ ଅନୁସରି ତୁମ୍ଭେ ଅଛ ମୋର କତି,ମୋହର ବିଶ୍ୱାସ ପ୍ରଭୁ ପ୍ରଭୁ ହୃଶିକେଶ ଦର୍ଶନେ ମିଲଇ ଶାନ୍ତି ॥ନିଖିଳ ନିୟନ୍ତା ବିଶ୍ୱ ପିତାମାତା ଦୟାକର ହେ! ଶ୍ରୀ ପତି,ମାୟା ସଂସାରରେ ସୁଖ ଦୁଃଖ ଭୋଗୀ ମନ ପକ୍ଷୀ ଚାହେଁ ମୁକ୍ତି ॥ଭବ ବୋଇତରେ ନାଉରୀ ତୁମ୍ଭେ ତ ଦିଅନ୍ତୁ ପରମ ଗତି,ଦୀନ ହୀନ ଜଣେ ତୁମ୍ଭଶ୍ରୀ ଚରଣେ…

Read More

ପକ୍ଷୀ ଜନ୍ମରୁ ପାରିକର

ବିଶ୍ୱନାଥ ମହାପାତ୍ର ପିଲା ମୋର ନବ-ଉଦୟରେ ପଢ଼ୁଛି!ବାପା ମନ ମୋର ମହା-ଆକାଶରେ ଉଡ଼ୁଛି!ଖୁଆଡ଼-ଖୁଆଡ଼- ସାତପରସ୍ତ,ବାଡ଼- ତାରଘେରା ଜବରଦସ୍ତ,ଲୁହା ପଞ୍ଜୁରୀରେ ପୋଷା ଶୁଆପରିଦିନକରେ ମଞ୍ଜେ ବଢ଼ୁଛି!ବାପାମନ ମୋର ମହାଆକାଶରେ ଉଡ଼ୁଛି!ଶନି ରବିବାର ସାକ୍ଷାତ ଦିନଭେଟଭାଟ ପାଇଁ ଅଥୟ ମନମାଆ ତାହାର- ମନ କୋହରସିରାଗୁଡ଼ ଦଳି ଏଡ଼େ ପାହାରଫାଲୁଆ ଆରିଷା କରିଚି!ବାଡ଼ି ନଡ଼ିଆର କୋରୁଆଁ ପୁରପେଟେ ପେଟେ ସେତ ଭରିଚି ।ପିଠା କଲାବେଳେ ପିଲାକଥା ଭାବିତା’ ଆଖିରୁ କେତେ ଝରିଚି ।ଚାରିପଟେ ତାରବାଡ଼ ପାଚେରୀନବ-ଉଦୟଙ୍କୁ ରହିଚି ଘେରି ।ପାଚେରୀ ଫାଟକେ ଦାନ୍ତି କବାଟପବନକୁ ଫାଶ, ଜଗିଚି ବାଟ ।ଭିତରୁ ବାହାର – ବାହାରୁ ଭିତରଯିବା- ଆସିବାକୁ ପୂରା ଆକଟ ।ଗେଏଟେ ପାଖରେ ବାପା ମା’ ଦଳକା’ ହାତେ ବିସ୍କୁଟ୍ କା’ହାତେ ଫଳ,ଆ’ ଚୁ-ଚୁ ଡାକରେମାପିଚୁପି ପାଦ ପକେଇ ପକେଇପିଲା ଚାହୁଁଛନ୍ତି ଲୁହା ରେଲିଙ୍ଗର ଫାଙ୍କରେ ।ପିଲାର ଆଖିରେ ଲୁହ ଟଳମଳବାପା…

Read More

ଫେରିଛି ଅତୀତ

ସୌଦାମିନି ମିଶ୍ରହଜିଲା ଅତୀତ ଆସିଛି ଗୋ ସଖି ସ୍ମୃତିର ପସରା ଧରି,ଅପେକ୍ଷାରେ ଆଶା ଅନ୍ତ ଘଟିଛି ମୋ ଏତେ ନିକଟେ କିପରି!ଅବାକ୍ ଲାଗଇ ଫେରିବା ସ୍ମୃତିକୁ ନିରାଶ ଜୀବନେ ପାଇ,ସୁନେଲି ସପନ ପରେ ବାସ୍ତବତା ସତଲାଗେ ମୋହ ପାଇଁ ।ହୃଦୟ ମୋହର ହୋଇଛି ବିଦିର୍ଣ୍ଣ ଚରମ ବିଶ୍ୱାସଘାତେ,ଅଶ୍ରୁଳ ନୟନେ ଅନୁତାପ କଣ୍ଠେ କ୍ଷମା ଆଚରଣ ପାତେ ।ଅତୀତକୁ ପୁଣି ସାଉଁଟି ଆଣିଲି ହୃଦୟେ କ୍ଷମା ଆପେକ୍ଷୀ,ସରଳ ହୃଦୟ ନିଷ୍କପଟ ତା’ର ଅନୁରୋଧ ରକ୍ଷା ରଖି ।ବୃଥା ଅହଙ୍କାରେ ସନ୍ଦେହ ଆଧାରେ ନିଜଠୁ ନିଜେ ଦୂରେଇ,ସମୟ ସାପକ୍ଷେ ହଜିଲା ଅତୀତ ଫେରିଆସେ ପୁଣି ପଛେଇ । ନୀଳାଦ୍ରି ବିହାର, ନୟାଗଡ, ମୋ- ୯୯୩୭୫୮୮୦୩୫

Read More