ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ଅନୁବାଦ ସାହିତ୍ୟ ସଂଗଠନ ଆନୁକୁଲ୍ୟରେ ଅନ୍ ଲାଇନ୍ ମାଧ୍ୟମରେ ଜାତୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦେଶର ବିଭିନ୍ନ ପ୍ରାନ୍ତରୁ କବିମାନେ ଏଥିରେ ଅଂଶଗ୍ରହଣ କରି ହିନ୍ଦୀ, ସଂସ୍କୃତ, ଓଡ଼ିଆ, ଇଂରାଜୀ ତଥା ବଙ୍ଗଳା ଭାଷାରେ ଅନ୍ୟାନ୍ୟ ଭାରତୀୟ ଭାଷାର ଅନୂଦିତ କବିତା ସହ ମୈ।ଳିକ କବିତା ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଅନୁବାଦକ ବିଜୟ କୁମାର ପ୍ରଧାନ ଅଧ୍ୟକ୍ଷତା କରି ଅନୁବାଦ ଏକ ସର୍ଜନାତ୍ମକ କାର୍ଯ୍ୟ ଏହାକୁ ଅନୁବାଦକ ନିଜର ବିଶିଷ୍ଟ ଜ୍ଞାନ, ଅନୁଭବ, ସାମର୍ଥ୍ୟ ଏବଂ କଳାତ୍ମକ କୌଶଳ ଦ୍ୱାରା ଲାଳିତ୍ୟପୁର୍ଣ୍ଣ ତଥା ପ୍ରଭାବଶାଳୀ କରିପରିଥାଏ, ବିଶେଷଭାବେ ବହୁଭାଷୀ ଦେଶ ପାଇଁ ଅନୁବାଦର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ଭାରତୀୟ ଅନୁବାଦ ସାହିତ୍ୟ ସମଗ୍ର ଭାରତବର୍ଷର ଅନୁବାଦକଙ୍କୁ ଯୋଡିବା…
Read MoreCategory: ସାହିତ୍ୟ
ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରତିଷ୍ଠା ଦିବସ ଅବସରରେ ସମ୍ବର୍ଦ୍ଧନା ଉତ୍ସବ
ନୟାଗଡ଼,(ନୟାଗଡ ଦର୍ପଣ): ଓଡିଶା ସାହିତ୍ୟ ଏକାଡେମୀର ପ୍ରତିଷ୍ଠା ଦିବସ ଅବ୍ୟବହିତ ପୂର୍ବରୁ ଉଭୟ ଓଡିଶା ସାହିତ୍ୟ ଏକାଡେମୀ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଚାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଜିଲ୍ଲାସ୍ତରୀୟ ବକ୍ତୃତା, ଦେଶାତ୍ମବୋଧକ କବିତା ଆବୃତି ଏବଂ ସାହିତ୍ୟ ସଂପର୍କ ସାଧାରଣ ଜ୍ଞାନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ଅଠର ଜଣ ଛାତ୍ର ଏବଂ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ସଫଳ ହୋଇଥିବା ତିନି ଜଣ ଛାତ୍ରଛାତ୍ରୀ ତଥା ବିଚାରକ ମାନଙ୍କୁ ଯଥାକ୍ରମେ ପୁରସ୍କାର ଏବଂ ସମ୍ବର୍ଦ୍ଧିତ କରାଯାଇଛି। ଏନେଇ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ଟଙ୍କଧର ଭୋଇଙ୍କ ସଂଯୋଜନାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ଡ.ପୋମା ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ଛାତ୍ର ଛାତ୍ରୀ ମାନେ ଏ ଜାତିର ସଂପଦ’ ସେମାନଙ୍କର ଯତ୍ନ ନେଲେ…
Read Moreଭାରତୀୟ ଅନୁବାଦ ସାହିତ୍ୟ ଆନୁକୂଲ୍ୟରେ ‘ଅନୂଦିତ କବିତା ପାଠ’ ଆୟୋଜିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଅନୁବାଦ ସାହିତ୍ୟକୁ ଅଧିକ ସମୃଦ୍ଧ କରିବା ତଥା ବିଭିନ୍ନ ଭାଷାର ଅନୁବାଦକମାନଙ୍କ ମଧ୍ୟରେ ସଂପର୍କ ଦୃତିଭୂତ ନିମନ୍ତେ ଗଠିତ ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଅନ୍ ଲାଇନ୍ ମାଧ୍ୟମରେ ଅନୂଦିତ କବିତା ପାଠ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଅନୁବାଦକ ତଥା ସ୍ତମ୍ଭକାର ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱରେ ଆୟୋଜିତ ଏହି ଜାତୀୟସ୍ତରର ସାରସ୍ଵତ କାର୍ଯ୍ୟକ୍ରମରେ ଖ୍ୟାତନାମା ଅନୁବାଦକ ଏବଂ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ହିନ୍ଦୀ ବିଭାଗୀୟ ମୁଖ୍ୟ ଡ.ସଞ୍ଜୟ କୁମାର ସିଂ ଅଧ୍ୟକ୍ଷତା କରିଥିବାବେଳେ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ସଂସ୍କୃତ, ହିନ୍ଦୀ, ଇଂରାଜୀ, ଓଡ଼ିଆ ଭାଷାର ବିଦ୍ୱାନ ଡ.ହରେକୃଷ୍ଣ ମେହେର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଅନୁବାଦ ସାହିତ୍ୟ ହିଁ ସମଗ୍ର ବିଶ୍ୱର ସାହିତ୍ୟିକ, ପାଠକମାନଙ୍କୁ ଯୋଡିବାର ଏକ ସଶକ୍ତ ମାଧ୍ୟମ, ଅନୁବାଦ ଦ୍ୱାରା ବିଭିନ୍ନ ଦେଶ ବା ରାଜ୍ୟର ସାମାଜିକ, ରାଜନୈତିକ, ଅର୍ଥନୈତିକ ସର୍ବୋପରି ବିଭିନ୍ନ…
Read Moreଧର୍ମର ଅଜଣା ସଂଜ୍ଞା
ଅଣୁଗଳ୍ପ – ଧର୍ମର ଅଜଣା ସଂଜ୍ଞା “ଜଲଦି ଆସ କେତେ ସମୟ ସଜେଇ ହେଉଛ”, – ବାହାରୁ ଡାକ ପକାଇଲେ ରଶ୍ମି ବାବୁ।“ହଁ ଯାଉଛି, ଯାଉଛି” କହି ତରବରରେ ଧାଇଁ ଆସିଲେ ସ୍ମିତା ଦେବୀ।ଉଭୟ କାରରେ ବସି ଚାଲିଗଲେ। ଆଜି ସଂକ୍ରାନ୍ତି ତେଣୁ ଦମ୍ପତି ମନ୍ଦିର ଆଡେ ମୁହାଁଇଛନ୍ତି। ଘରଠୁ ଅଳ୍ପ ବାଟ ଗଲେ ପଡ଼େ ନାରାୟଣୀ ମନ୍ଦିର, ଅଳ୍ପ କହିଲେ ସେମିତି ଅଢେଇ ତିନି କିଲୋ ମିଟର। ପ୍ରାୟତଃ ସବୁ ସଂକ୍ରାନ୍ତିରେ ସକାଳୁ ସ୍ନାନ ସାରି ମନ୍ଦିର ଯାଆନ୍ତି ଦମ୍ପତି। ମାସରେ କେବଳ ସେହି ଦିନ ବୋଧେ ଶାଢ଼ୀ ପିନ୍ଧନ୍ତି ସ୍ମିତା ଦେବୀ। ଆଭିଜାତ୍ୟର ସଂକେତ ରୂପେ ଡ୍ରେସ ପିନ୍ଧିବା ତାଙ୍କର ଏକ ଅଭ୍ୟାସ। ମନ୍ଦିର ଯିବା ବାଟରେ ପଡ଼େ କଲେଜ୍, ଏବେ ଲକ୍ ଡାଉନ୍ ପରେ କଲେଜ ଖୋଲିଗଲାଣି ତେଣୁ ରାସ୍ତା ଟିକେ ଗହଳି…
Read Moreଶିଶୁ ସାହିତ୍ୟିକା ପ୍ରଭାସିନୀ ବରାଡଙ୍କ କବିତା ସଂକଳନ ‘ସେନେହର କଳିକା’ ଓ ‘ପିଲେ ତୁମରି ପାଇଁ’ ଉନ୍ମୋଚିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସ୍ଥାନୀୟ ରୋଟାରୀ ଭବନଠାରେ ଆୟୋଜିତ ‘ପୁସ୍ତକ ଉନ୍ମୋଚନ ଉତ୍ସବ’ ରେ ଲେଖିକା ପ୍ରଭାସିନୀ ବରାଡଙ୍କ ଶିଶୁ ଓ କିଶୋର କବିତା ସଂକଳନ ‘ସେନେହର କଳିକା’ ଓ ପିଲେ ତୁମରି ପାଇଁ ଉନ୍ମୋଚିତ ହୋଇଯାଇଛି। ବରିଷ୍ଠ ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଡ. ବିଜୟ କୁମାର ଚୌଧୁରୀ, ସମ୍ମାନୀତ ଅତିଥି ଭାବେ ଓଡିଶାର ଅଗ୍ରଣୀ ପ୍ରକାଶନୀ ସଂସ୍ଥା ପକ୍ଷୀଘର ର ସମ୍ପାଦକ ବନୋଜ ତ୍ରିପାଠୀ, ବରିଷ୍ଠ କଥାକାର ଡ. ଅଜୟ କୁମାର ସ୍ବାଇଁ, ଗାଳ୍ପିକ ଶ୍ରୀ ତପନ କୁମାର ମହାପାତ୍ର ଓ ସମୀକ୍ଷକ ଭାବେ ଅଧ୍ଯାପକ ଡ. ଆଶୁତୋଷ ମିଶ୍ର ଓ ବରିଷ୍ଠ କବି ତଥା ଆଇନଜୀବୀ ଚନ୍ଦ୍ର ବିଜୟୀ ମିଶ୍ର ଯୋଗଦେଇଥିଲେ। ସନ୍ତୋଷ କୁମାର ବରାଡଙ୍କ ଆବାହକତ୍ବରେ ଆୟୋଜିତ ଏହି…
Read Moreପବିତ୍ର ରାସପୂର୍ଣ୍ଣିମାରେ “ଜ୍ଞାନଘର” ଲୋକାର୍ପିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ରାସପୂର୍ଣ୍ଣିମା ଅବସରରେ ନୟାଗଡ଼ ସହର ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିଶିଷ୍ଟ ଅତିଥିଙ୍କ ଦ୍ଵାରା ପୁସ୍ତକ “ଜ୍ଞାନଘର” ଲୋକାର୍ପିତ ହୋଇଯାଇଛି। ଓଡ଼ଗାଁ ବ୍ଳକ ରୋହିବାଙ୍କ ଗ୍ରାମର ଶିକ୍ଷକ ଦମ୍ପତି ରାଧାଗୋବିନ୍ଦ ନାୟକ ଓ ଦମୟନ୍ତୀ ପାତ୍ରଙ୍କ ଦ୍ୱାରା ମହାପୁରୁଷଙ୍କ ମହତବାଣୀ ଉପରେ ଆଧାରିତ ୧୪୫ପୃଷ୍ଠା ସମ୍ବଳିତ ଜ୍ଞାନ ଗର୍ଭକ ପୁସ୍ତକ “ଜ୍ଞାନଘର”ଟି ଛାତ୍ରଛାତ୍ରୀ, ଅଭିଭାବକଙ୍କ ମହଲରେ ନିଶ୍ଚୟ ଆଦୃତି ଲାଭ କରିବ। ଏହି ସାରସ୍ୱତ କାର୍ଯ୍ୟକ୍ରମରେ “ଦର୍ପଣ ପବ୍ଲିକେଶନ” ତଥା “ନୟାଗଡ଼ ଦର୍ପଣ”ର ମୁଖ୍ୟ ଗୀତିକଳ୍ପ ହରିଶ ପ୍ରଧାନ ସ୍ୱାଗତ ଅଭିଭାଷଣ ରଖିଥିବାବେଳେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିଲେ। ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଦାମୋଦର ସାହୁ, ନାଟ୍ୟକାର ବିଶ୍ଵନାଥ ମହାପାତ୍ର, ସିଆରସିସି ଲଳିତ ମୋହନ ମିଶ୍ର, କବି ଗୋଦାବରୀଶ ମିଶ୍ର, ଉମେଶ…
Read Moreଶବ୍ଦ ନୁହେଁ, ଅନୁବାଦ ପାଇଁ ଭାବର ଗୁରୁତ୍ୱ ବେଶୀ
ଅନଲାଇନରେ ଉଦଘାଟିତ ହେଲା ଭାରତୀୟ ଅନୁବାଦ ସାହିତ୍ୟ ନୟାଗଡ଼,(ନୟାଗଡ଼ ଦର୍ପଣ): ଭାଷାଗତ ଦୂରତାକୁ ଦୂର କରିବା ଦିଗରେ ଅନୁବାଦକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅନୁବାଦ ଏକମାତ୍ର ମାଧ୍ୟମ ଯାହାଦ୍ୱ।ରା ପୃଥିବୀର ବିଭିନ୍ନ ଭାଷା, ସାହିତ୍ୟକୁ ଜାଣିହୁଏ, ବୁଝିହୁଏ । ଏହା କେବଳ ଅନୁବାଦକଙ୍କ ଯୋଗୁଁ ହିଁ ସମ୍ଭବ ହୋଇଥାଏ।କେବଳ ଶବ୍ଦ ଜ୍ଞାନ ଥିଲେ ଜଣେ ଯଥାର୍ଥ ଅନୁବାଦକ ହୋଇପାରିବ ନାହିଁ,ଅନୁବାଦ ପାଇଁ ଶବ୍ଦ ସହ ଭାବର ସମନ୍ୱୟ ରହିବା ଅତ୍ୟନ୍ତ ଅପରିହାର୍ଯ୍ୟ ବୋଲି ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଆୟୋଜିତ ଜାତୀୟସ୍ତରୀୟ ଅନୁବାଦ ସାହିତ୍ୟ ଆଲୋଚନାଚକ୍ରରେ ବିଶିଷ୍ଟ ଅନୁବାଦକମାନେ ମତବ୍ୟକ୍ତ କରିଥିଲେ। ଖ୍ୟାତିପ୍ରାପ୍ତ ଅନୁବାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱରେ ବିଭିନ୍ନ ଭାରତୀୟ ଭାଷାର ପ୍ରାୟ ୭୦ ଜଣ ଅନୁବାଦକଙ୍କୁ ନେଇ ଗଠିତ ଭାରତୀୟ ଅନୁବାଦ ସାହିତ୍ୟ ସଂଗଠନ ଅନଲାଇନ୍ ମାଧ୍ୟମରେ ଉଦଘାଟିତ ହୋଇଥିଲା।ଉଦଘାଟନ ସମାରୋହ…
Read Moreସ୍ବର୍ଣ୍ଣଭୂମି
ବିଶ୍ଵବନ୍ଦିତା ଅଭିନିନ୍ଦିତା,ଅପରୂପ ମନଲୋଭା ।ରତ୍ନ ଗରଭା ପୂର୍ଣ୍ଣ ପ୍ରତିଭା,ଅନିନ୍ଦ୍ୟ କନକପ୍ରଭା ।। ବିତ୍ତ ବିଭବ ଗାଥା ଗୌରବ,ଶାନ୍ତି, ମୈତ୍ରୀ, ପ୍ରୀତି ଭରା ।ବୀର ପ୍ରସବା ଶୋଭା ସୌରଭା,ସତତ ଅମୀୟ ଧାରା ।। ତୋ ମହୋଦଧୀ ଆଣେ ପ୍ରସିଦ୍ଧି,ତୀରେ ତା ବିଶ୍ୱନିୟନ୍ତା ।ପ୍ରତିଟି ତନ୍ତ୍ରେ ଏକତା ମନ୍ତ୍ରେ,ଗୁଞ୍ଜରେ ଶାନ୍ତି ବାରତା ।। କଳା ସଂସ୍କୃତି କାରୁ ସ୍ଥପତି,ଅନନ୍ୟ ଏ ଧରାବୁକେ ।ଜ୍ଞାନ ବିଜ୍ଞାନ ସତ୍ୟ ସମ୍ମାନ,ବିଶ୍ୱରେ ସଦା ମହକେ ।। ତୁ ପୂଣ୍ୟଭୂମି ତୁ ସ୍ଵର୍ଣଭୂମି,ସର୍ବ ଶୋଭାର ପସରା ।ନାହିଁ ତୁଳନା ଅବା କଳ୍ପନା,ହୃଦୟ ତୋ ମଧୁଝରା ।।★■★ ସୁରେଶ ଚନ୍ଦ୍ର ମହାରଣାସହକାରୀ ଶିକ୍ଷକ,ଚକ୍ରଧରପ୍ରସାଦ ଉଚ୍ଚ ବିଦ୍ୟାଳୟଭାପୁର, ନୟାଗଡ଼
Read Moreତୋ ଆଖି (କବିତା)
ତୋ ଆଖି…ତୋର ସେଇ ନିରୀହ ଅଖିରେ ସାଇତିଛି, ମୋର ସବୁ ସପନ…ଡର ଲାଗେ…କାଳେ ଲାଗିଯିବ କାହା ନଜର..ସେଇଥିପାଇଁ ତ ଭରିଦିଏ ସେଇ ଆଖି ଦୁଇଟିରେ କଜଳର ଗାର…ସ୍ବପ୍ନ ସେତ ଏକ ଉଡନ୍ତା ରାଜହଂସୀ..ଯାର ଭ୍ରମଣର ଆଦି ଅନ୍ତ ନାହିଁ…କେବେ ସେ ମୟୁରୀର ଛନ୍ଦ ବାନ୍ଧି ଛମ୍ ଛମ ନାଚେ..କେବେ ପୁଣି ସେ ବୀଣାର ଝଙ୍କାର ତୋଳି, ଜୀବନ ରେ ସାତ ସୁର ଭରେ…ଏକାନ୍ତ ନିଜର ସ୍ବପ୍ନ ମାନଙ୍କ ଛାତିରେ ନୀତି ମୁଁ ଆଉଜି ହେଉଥାଏ….ନାଲି, ନେଳି, ସବୁଜ… ରଙ୍ଗୀନ ସ୍ବପ୍ନ ମାନଙ୍କ ବଳୟ ଭିତରେ ଅନୁଭବ କରୁଥାଏ, ସ୍ପନ୍ଦିତ ହେଉଥିବା, ହୃଦୟର ଆହ୍ଵାନ….ଯାହା ପ୍ରେରଣା ଦିଏ, ତୋ ଆଖିରେ ମୋ ସ୍ବପ୍ନକୁ ବାସ୍ତବତାର ରୂପ ଦେବା ପାଇଁ… ଦେବସ୍ମିତା ପାଣିଛାୟାପଥ ଲେନ୍, ନୟାଗଡ଼, ମୋ-୮୦୯୩୯୩୬୮୨୭
Read Moreଏଇତ ଜୀବନ (କବିତା)
ବିଭୁ ଉପହାର ଏ ଦିବ୍ୟ ଜୀବନସମସ୍ତଙ୍କ ହିତ ପାଇଁ,ଅମୃତ ସନ୍ତାନ ଆମେରେ ମହାନହସିହସାଇବା ପାଇଁ।୧। ଯଦି କା ଜୀବନେ ଫୁଲଟିଏ ହୋଇବିତରି ପାରେନା ବାସ୍ନା,କା ପାଇଁ କାହିଁକି କଣ୍ଟକିତ ପଥକରିବି ମନେ ଭାବନା।୨। କାହା ଜୀବନରେ ଦୀପଟିଏ ହୋଇଜଳି ଯେବେ ପାରେନାହିଁ,କା ପାଇଁ କାହିଁକି ଅନ୍ଧାର ର ପଥଦେଖାଇବି ଅବା ମୁହିଁ।୩। କାହା ଜୀବନରେ ସତ୍ୟର ପଥକୁଦେଖାଇ ନ ପାରେ ଯେବେ,କା ପାଇଁ କାହିଁକି ଅନ୍ୟାୟ ଅସତ୍ୟପଥ ଦେଖାଇବି କେବେ।୪। କାହା ଜୀବନରେ ଆଶା,ଭରସା ରସୂତ୍ର ଯେବେ ହେଲି ନାହିଁ,କା ପାଇଁ କାହିଁକି ଦୁଃଖ ଓ ଯନ୍ତ୍ରଣାସାଇତିଵି ମନେ ମୁହିଁ ।୫। କାହା ପାଇଁ ଯଦି ସୁଖର ସଉଧଗଢି ନପାରେ ମୁଁ କେବେ,କା ପାଇଁ କାହିଁକି ଦୁଃଖର ପାହାଡ଼ତିଆରି କରିବି ତେବେ।୬। ଶେଫାଳି କୁସୁମ କରିଦିଅ ବିଭୁକିଛି କ୍ଷଣ ମହକିବି,ଯେତିକି ସମୟ ରହିଥିବି ଭବେକା’ରେ ଦୁଃଖ ମୁଁ…
Read More