ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ବରିଷ୍ଟ ନାଗରିକ ମଞ୍ଚ ପ୍ରାୟୋଜିତ କାଳିଆଦର୍ଶନ ଯାତ୍ରାରେ ୧୦୮ଜଣ ବରିଷ୍ଠ ନାଗରିକ ଆଜି ସକାଳୁ ରେଳରେ ପୁରୀ ଯାତ୍ରା କରିଛନ୍ତି। ପୁରୀରେ ପହଂଚି ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ସହ ଅବଢ଼ା ସେବନ ଏବଂ ସମୁଦ୍ରକୂଳରେ ଏକ ସ୍ୱତନ୍ତ୍ର ବୈଠକରେ ଯୋଗଦେବେ। ରାଜ୍ୟ ମହାସଂଘ ସାଧାରଣ ସମ୍ପାଦକ ଏବଂ ପୁରୀ ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତା ଉକ୍ତ ବୈଠକରେ ଯୋଗଦେବେ। ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରିଷ୍ଟ ନାଗରିକମାନଂକୁ କାଳିଆ ଦର୍ଶନ ପାଇଁ ସମସ୍ତ ପୁଲିସି ସହାୟତା ଯୋଗାଇଦେବାଥିବାରୁ ସଂଘର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏବଂ ସମ୍ପାଦକ ଦୁର୍ଯ୍ୟାଧନ ସାହୁ ପୁରୀ ଆରକ୍ଷୀ ଅଧିକ୍ଷକଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆଜିର ଏହି ତୀର୍ଥ ଯାତ୍ରାରେ ନୟାଗଡ, ବାଉଁଶିଆପଡା, ପଣ୍ଡୁସର, ବେଗୁନିଆପଟଣା, ଇଟାମାଟି, ଭାପୁର, ଶରଣକୁଳ ଏବଂ ଖଣ୍ଡପଡାର…
Read MoreCategory: ପର୍ଯ୍ୟଟନ
କୁଆଁରିଆ ଜଳଭଣ୍ଡାରରେ ହେବ ବୋଟିଂ ବ୍ୟବସ୍ଥା
ଦଶପଲ୍ଲା,(ନୟାଗଡ଼ ଦର୍ପଣ): କୁଆଁରିଆ ଡ଼୍ୟାମରେ ବୋଟିଂର ମଜାନେବେ ପର୍ଯ୍ୟଟକ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟର ବିଭିନ୍ନ ଡ୍ୟାମ୍ ତଥା ଜଳଭଣ୍ଡାରର ପାରିପାର୍ଶ୍ବକ ଉନ୍ନତି କ୍ଷେତ୍ରରେ ଜଳସମ୍ପଦ ବିଭାଗ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୪ଟି ଜଳଭଣ୍ଡାରକୁ ଚିହ୍ନଟ କରାଯାଇଛି। ଏସବୁର ଉନ୍ନତି ପାଇଁ ୪୫କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରାକଳନ କରାଯାଇଛି । ଏହା ମଧ୍ୟରେ ନୟାଗଡ଼ ଜିଲ୍ଲାର କୁଆଁରିଆ ଜଳଭଣ୍ଡାର ପାଇଁ ୨ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଜଳଭଣ୍ଡାରରେ ପାର୍କ ଏବଂ ସଂଗ୍ରହାଳୟ ନିର୍ମାଣ ସହ ପର୍ଯ୍ୟଟକଙ୍କ ପାଇଁ ବୋଟିଂ ବ୍ୟବସ୍ଥା ହେବାକୁ ଲକ୍ଷ୍ୟ ରଖାଯାଇଛି । ଏହାର ବିକାଶ ପ୍ରତି ବିଧାୟକ ରମେଶ ଚନ୍ଦ୍ର ବେହେରା ଗୁରୁତ୍ଵ ଦେଇଥିବା ବେଳେ ଆଜି ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ବିଭିନ୍ନ କାର୍ଯ୍ୟର…
Read Moreସଜେଇ ହେଉଛି ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସାତକୋଶିଆ ସ୍ୟାଣ୍ଡରିସର୍ଟ
ଗଣିଆ,(ନୟାଗଡ଼ ଦର୍ପଣ): ସଜେଇ ହେଉଛି ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ବଡ଼ମୂଳ ମଙ୍ଗାନାସୀସ୍ଥିତ ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସାତକୋଶିଆ ସ୍ୟାଣ୍ଡରିସର୍ଟ। ଶୀତ ତଥା ପର୍ଯ୍ୟଟନ ଋତୁ ପ୍ରବେଶ କରୁଥିବା ବେଳେ ପ୍ରତିବର୍ଷ ଭଳି ଚଳିତବର୍ଷ ପର୍ଯ୍ୟଟକଙ୍କ ପାଇଁ ସ୍ୟାଣ୍ଡରିସର୍ଟ ସାଜସଜ୍ଜା ଚାଲିଥିବା ଦେଖିବାକୁ ମିଳିଛି। ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମହାନଦୀର ବାଲୁକା ଶଯ୍ୟାରେ ଲାଗୁଥିବା କଟେଜ୍ ଗୁଡ଼ିକର ନିମାର୍ଣ କାର୍ଯ୍ୟରେ ବିଳମ୍ବ ହୋଇଥିଲା। ଆସନ୍ତା ୧୫ତାରିଖରେ ଏହାର ଶୁଭ ଉଦ୍ଘାଟନ କରାଯିବ । ଏ ନେଇ ମୁଦୁଲୀଗାଡ଼ିଆ, ମା’ ସାତଭଉଣୀ ପର୍ଯ୍ୟଟନ ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି। ଚଳିତବର୍ଷ ୧୬ଟି ଅଣଶୀତତାପ ନିତମ୍ବିତ ଅସ୍ଥାୟୀ ଟେଣ୍ଟ୍ ନିର୍ମାଣ କରାଯିବାକୁ ନିଷ୍ପତ୍ତିନିଆଯାଇଥିବା ବେଳେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଲେ ଆବଶ୍ୟକସ୍ଥଳେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶ କ୍ରମେ ଟେଣ୍ଟ ସଂଖ୍ୟାକୁ ବୃଦ୍ଧି କରାଯିବ। ସାତକୋଶିଆ…
Read Moreକ୍ରିୟାନୁଷ୍ଠାନ କମିଟିର ସର୍ବଦଳୀୟ ବୈଠକରେ ତାଳଚେର-ଗୋପାଳପୁର ରେଳପଥ ନିର୍ମାଣ ଦାବି
ନୟାଗଡ଼,(ନୟାଗଡ଼ ଦର୍ପଣ): ତାଳଚେର ଗୋପାଳପୁର ରେଳପଥ ନିର୍ମାଣ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ସର୍ବଦଳୀୟ ବୈଠକ ସ୍ଥାନୀୟ ହୋଟେଲ ତ୍ରିନାଥଠାରେ ଅନୁଷ୍ଠିତ ହୋଇଯାଇଛି । କ୍ରିୟାନୁଷ୍ଠାନ କମିଟି ଆବାହକ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେ ଅନ୍ୟତମ ଆବାହକ ତଥା ସିପିଆଇ ନେତା ସମାଜସେବୀ ବିଶ୍ୱନାଥ ମହାପାତ୍ର,ପୂର୍ବତନ ନଗରପାଳ ଭବାନୀ ଶଙ୍କର ଦାଶ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ନସୀର ଅହମ୍ମଦ,ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ,ବିଜେଡି ନେତା ପ୍ରତାପ ନନ୍ଦ,ବିଜେପି ନେତା ସନ୍ତୋଷ ପ୍ରଧାନ,ଆଇନଜୀବୀ ଚନ୍ଦ୍ରବିଜୟୀ ମିଶ୍ର,ଅମୀୟ ପଟ୍ଟନାୟକ,ବରିଷ୍ଠ ସାମ୍ବାଦିକ ଗୋକୁଳ ଷଡ଼ଙ୍ଗୀ, ସୁରେନ୍ଦ୍ରନାଥ ମହାପାତ୍ର ପ୍ରମୁଖ ଯୋଗଦାନ କରି ତୁରନ୍ତ ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରିଥିଲେ । ଅନ୍ୟପକ୍ଷରେ ଏହି ମେଗା ପ୍ରକଳ୍ପ ଅନୁଗୁଳ,ଢେଙ୍କାନାଳ,କଟକ,ନୟାଗଡ଼ ଏବଂ ଗଞ୍ଜାମ ଜିଲ୍ଲା ମଧ୍ୟ ଦେଇ ଯାଉଥିବା ବେଳେ ଏହି ଜିଲ୍ଲାର ନେତୃବୃନ୍ଦଙ୍କୁ…
Read Moreତାଳଚେର-ଗୋପାଳପୁର ନୂତନ ରେଳପଥର ବାଟ ଫିଟିଲା, ୫ ଜିଲ୍ଲା ଦେଇ ଯିବ ରେଳଲାଇନ୍
ନୟାଗଡ଼,(ନୟାଗଡ଼ ଦର୍ପଣ): ବହୁ ପ୍ରତୀକ୍ଷିତ ତାଳଚେର-ଗୋପାଳପୁର ନୂତନ ରେଳପଥ ପ୍ରକଳ୍ପ କାର୍ଯ୍ୟକାରୀ ହେବା ନେଇ ବାଟ ଫିଟାଇଛି ରେଲୱେ ବୋର୍ଡ଼। ଗୋପାଳପୁର-ତାଳଚେର ରେଳପଥ ପାଇଁ ଫାଇନାଲ୍ ଲୋକେସନ୍ ସର୍ଭେ କରିବାକୁ ରେଲୱେ ବୋର୍ଡ଼ ଅନୁମୋଦନ ପ୍ରଦାନ କରିଛନ୍ତି। ଫାଇନାଲ୍ ଲୋକେସନ୍ ସର୍ଭେ ସମାପ୍ତ କରି ଡିଟେଲ୍ ପ୍ରୋଜେକ୍ଟ୍ ରିପୋର୍ଟ (ଡିପିଆର୍) ପ୍ରସ୍ତୁତ କରିବାକୁ ଜୋନାଲ୍ ରେଲୱେ(ଇଷ୍ଟକୋଷ୍ଟ୍) କାର୍ଯ୍ୟାଳୟକୁ ପରାମର୍ଶ ଦିଆଯାଇଛି। ଏଣୁ ଖୁବ୍ଶୀଘ୍ର ଏହି ନୂତନ ରେଳପଥ ପାଇଁ କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏହି ନୂତନ ରେଳପଥ ୫ଟି ଜିଲ୍ଲା ଦେଇ ଯିବ। ଏହାଦ୍ବାରା ଅନେକ ପର୍ଯ୍ୟଟନ ସ୍ଥଳୀକୁ ରେଳପଥରେ ସଂଯୋଗ କରାଯାଇ ପାରିବ। ମାଲ୍ ପରିବହନରେ ସୁବିଧା ସହିତ ପର୍ଯ୍ୟଟନ ସ୍ଥଳୀକୁ ଯୋଡ଼ିବା ପାଇଁ ଏହି ରେଳପଥ ନିର୍ମାଣ ଆରମ୍ଭ କରିବାକୁ ବିଭିନ୍ନ ସଂଗଠନ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର…
Read Moreଶରଣକୁଳ ଲଡୁବାବା ପୀଠରେ କାଉଡ଼ିଆଙ୍କ ଭିଡ଼
ନୟାଗଡ଼,(ନୟାଗଡ଼ ଦର୍ପଣ): ଦୁଇ ବର୍ଷ କାଳ କରୋନା ପାଇଁ ଶ୍ରାବଣ ମାସରେ କାଉଡିଆ ମାନେ ପାଣିଭାର ଆଣିବା ଉପରେ ରୋକ ଲାଗିଥିବା ବେଳେ ଏଇ ବର୍ଷ କଟକଣା ନ ଥିବାରୁ ନୟାଗଡ଼ ଜିଲ୍ଲାର ଶରଣକୁଳ ଠାରେ ବିଜେ ପ୍ରତକ୍ଷ୍ୟ ଓ ପାତାଳ ଗର୍ଭୁତ। ଛତ୍ରାକାର ଲିଙ୍ଗ ପ୍ରଭୁ ଲଡୁବାବଙ୍କ ପୀଠରେ ଏଇ ବର୍ଷ ଶ୍ରାବଣମାସ ପ୍ରଥମ ସୋମବାର ଦିନ ପ୍ରାୟ ୪୦୦୦ରୁ ଉର୍ଦ୍ଧ୍ବ ବୋଲବମ ଭକ୍ତ ଆସି ନିଜର ମନସ୍କାମନା ପୂରଣ ନିମନ୍ତେ ପ୍ରଭୁ ଲଡୁବାବଙ୍କ ମସ୍ତକରେ ପାଣି ଢାଳି ଥିଲେ । ଜିଲ୍ଲା ତଥା ଜିଲ୍ଲା ବାହାରୁ ମାନସିକ କରିଥିବା କାଉଡ଼ିଆମାନେ କଣ୍ଟିଲୋ ନୀଳମାଧଵ ପୀଠ ମହାନଦୀରୁ ପାଣି ଉଠାଇ ସେଠାରେ ହୋମଯଜ୍ଞ ପରେ ପାଣି ଭାର ଧରି ପ୍ରାୟ ୬୦ କିଲୋମିଟର ରାସ୍ତା ପାଦରେ ଚାଲି ଚାଲି ଆସିଥିଲେ । ଶରଣକୁଳ ମନ୍ଦିର ପ୍ରଶାସନ…
Read Moreରଥଯାତ୍ରା ପାଇଁ ରଥ କାଠ ଅନୁକୂଳ, ଆଜ୍ଞାମାଳ ପହଞ୍ଚିଲା ପରେ ବଡ଼ରାଉଳ ପୀଠରେ ପୂଜାର୍ଚ୍ଚନା
ଗଣିଆ,(ନୟାଗଡ ଦର୍ପଣ): ଜଗତର ନାଥ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଛି। ଗଣିଆ ବ୍ଲକ ବଡ଼ମୁଳ ନିକଟସ୍ଥ ଖଳଖଳା ସେତୁ ନିକଟ ବଡ ରାଉଳ ପୀଠରେ ମଙ୍ଗଳବାର ପୂର୍ବାହ୍ନରେ ପାରମ୍ପରିକ ରୀତିରେ ମହାପ୍ରଭୁ ଜଗନ୍ନାଥଙ୍କ ରଥକାଠ ଅନୁକୂଳ ପାଇଁ ପୂଜାର୍ଚ୍ଚନା ହୋଇଛି । ରଥ ନିର୍ମାଣ ପାଇଁ ଆବଶ୍ୟକ ରଥକାଠ କଟା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର ଏକ ୪ ଜଣିଆ ସ୍ବତନ୍ତ୍ର ପ୍ରତିନିଧି ଦଳ ଆଜ୍ଞାମାଳ, ମହାପ୍ରସାଦ, ମାହାର୍ଦ୍ଦ ସହ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ନେଇ ନୟାଗଡ଼ ଅଭିମୁଖେ ପହଞ୍ଚିଥିଲେ। ନୟାଗଡ ବନବିଭାଗ ଜରିଆରେ ସେହି ପ୍ରତିନିଧିଦଳ ମା” ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ପୂଜାର୍ଚ୍ଚନା କରିଥିଲେ । ଶ୍ରୀମନ୍ଦିର ନୀତି ବିଭାଗର ଭାରପ୍ରାପ୍ତ ଅଧିକାରୀ ରବୀନ୍ଦ୍ର ନାଥ ଦାଶ, ବରିଷ୍ଠ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପ, ରଥ କାଠ ଅମିନ ଲକ୍ଷ୍ମଣ ମହାପାତ୍ର ଓ…
Read Moreଦଶପଇସିଆ ଅଜା
(ଦାଶିଆ ଅଜାଙ୍କ ୨୪ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ)ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ ଏବଂ ପ୍ରସିଦ୍ଧ ସାରସ୍ବତ ସାଧକ ତଥା ପିତା ବାଞ୍ଛାନିଧି ପଟ୍ଟନାୟକ ଓ ମାତା ପାର୍ବତୀ ଦେବୀଙ୍କ କୁଳନନ୍ଦନ ଥିଲେ ଦାଶରଥି ପଟ୍ଟନାୟକ (୧୯୦୭–୧୯୯୭)। ଦଶ ପଇସାର ଖୁଣ୍ଟାତଡ଼ା ରାଜା ଦାଶିଆ ଅଜା ନାମରେ ସମଗ୍ର ଓଡ଼ିଶାର ଜନମାନସରେ ସେ ଥିଲେ ସମସ୍ତଙ୍କର ଅତି ଆପଣାର ।ରାଜ୍ୟ ଓ ଦେଶବାସୀଙ୍କ ପାଇଁ ଥିଲେ ଏକ ବିସ୍ମୟ ପ୍ରତିଭା ତଥା ସମଗ୍ର ଓଡ଼ିଆ ଜାତି ପାଇଁ ଗର୍ବ। ଦାଶିଆ ଅଜା ଅତି ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ୪ର୍ଥ ଶ୍ରେଣୀ ଥିଲା ତାଙ୍କର ଶିକ୍ଷାଗତ ଯୋଗ୍ୟତା। ବିଶ୍ରାମ ସମୟରେ ବହି ପଢିବା ଥିଲା ତାଙ୍କର ଏକ ନିଶା। ଏହି ବହି ପଢିବା ନିଶାରୁ ଆରମ୍ଭ କଲେ ଅନନ୍ୟ ଯାତ୍ରା। ଗାଁ ଗଣ୍ତା ସହର…
Read Moreଦାଶରଥି ପଟ୍ଟନାୟକ (ଦାସିଆ ଅଜା)
ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ ଓ ସାରସ୍ୱତ ସାଧକ ଦାଶରଥି ପଟ୍ଟନାୟକ। ଏହି ପ୍ରବାଦ ପୁରୁଷ ଏକ ମଫସଲ ଗାଁ ନୟାଗଡ଼ର ଉଦୟପୁର ଠାରେ ପ୍ରତିଷ୍ଠା କରିପାରିଥିଲେ ଏକ ଜାତୀୟ ସ୍ତରୀୟ ପାଠାଗାର ସଂଗ୍ରହାଳୟ । ସମଗ୍ର ବିଶ୍ଵରେ ‘ଦଶ ପଇସାର ରଜା ଦାସିଆ ଅଜା” ନାମରେ ସୁପରିଚିତ ସେ । ଅତି ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ଓ ମାତ୍ର ୪ର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ । ପଢ଼ିବା ଥିଲା ତାଙ୍କ ନିଶା । ପଢ଼ା ନିଶାରୁ ଆରମ୍ଭ ହୋଇଥିଲା ତାଙ୍କର ଓଡ଼ିଶା ଯାତ୍ରା । ଗାଁ-ଗଣ୍ଡା, ସହର-ବଜାର ଦ୍ବାର-ଦ୍ଵାର ବୁଲିବୁଲି ପାଲଟିଥିଲେ ଜ୍ଞାନର ଭିକ୍ଷୁକ । ଅଧା ଲଙ୍ଗଳା ବେଶ ; ହାତରେ ଠେଙ୍ଗା, କାନ୍ଧରେ ଝୁଲାମୁଣି ମୁଠାଏ ମୁଢ଼ି ଓ କପେ ନାଲି ଚାହାରେ ଚଳି ଯାଉଥିଲେ ।…
Read Moreନିର୍ମାଣ ଚାଲିଛି ନୟାଗଡ଼ରେ ଦ୍ୱିତୀୟ ଅଯୋଧ୍ୟା
ନୟାଗଡ଼ରେ ଦ୍ୱିତୀୟ ଅଯୋଧ୍ୟା ! ପାହାଡ଼ ଉପରେ ଚାଲିଛି ଭବ୍ୟ ରାମ ମନ୍ଦିର ନିର୍ମାଣ l ଭାପୁର ବ୍ଲକ ଫତେଗଡ଼ ପାହାଡ଼ ଶିଖରରେ ନିର୍ମାଣ ହେଉଛି ଏକ ସୁନ୍ଦର ଏବଂ ଆକର୍ଷଣୀୟ ମନ୍ଦିର l
Read More