ରଥଯାତ୍ରା ଅବସରରେ ପହଣ୍ଡି ପଣା କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ରଥଯାତ୍ରା ଅବସରରେ ନୟାଗଡ଼ ନାଗରିକ ମଞ୍ଚ ଏବଂ ଜିଳ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ପହଣ୍ଡି ପଣା କାର୍ଯ୍ୟକ୍ରମ ନୟାଗଡ଼ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ନେହଲତା ଆଚାର୍ଯ୍ୟ ଯୋଗଦାନ କରି ପହଣ୍ଡି ପଣା ସ୍ୱରୁପ ଟାଟାଗ୍ଲୁକୋଜ ବଣ୍ଟନର ଶୁଭାରମ୍ଭ କରିଥିଲେ । ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଥିବା ରଥ ନିର୍ମାଣକାରି କାରିଗର, ସଫେଇ କର୍ମଚାରୀ, ପୋଲିସ କର୍ମଚାରୀ, ଦେବୋତ୍ତର ଏବଂ ମନ୍ଦିର କର୍ମଚାରୀ ତଥା ପହଣ୍ଡି ଦେଖିବାକୁ ଆସିଥିବା ଶ୍ରଦ୍ଧାଳୁମାନଙ୍କୁ ପଣା ବଣ୍ଟନ କରାଯାଇଥିଲା । ରୋଟାରୀ କ୍ଲବ ସଭାପତି ଶ୍ରୀକାନ୍ତ ଖଟେଇ, ନାଗରିକ ମଞ୍ଚ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଲକ୍ଷ୍ମୀଧର…

Read More

ଦଶପଲ୍ଲାରେ “ଡ୍ୟାନ୍ସ ନୟାଗଡ ଡ୍ୟାନ୍ସ” ଅଡିସନ୍ ଅନୁଷ୍ଠିତ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନୟାଗଡର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପରିଷଦ ସୃଜନିକା ପକ୍ଷରୁ ଆଜି ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଦଶପଲ୍ଲା ସ୍ଥିତ ସୀତାରାମ ୟୁଥ୍ କ୍ଳବରେ “ନୟାଗଡ ଡ୍ୟାନ୍ସ ନୟାଗଡ”ର ଅଡିସନ୍ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଦଶପଲ୍ଲା ବ୍ଲକର ଅଧ୍ୟକ୍ଷା ସୁନନ୍ଦା ସାହୁ ଉଦଘାଟନ କରିଥିବା ବେଳେ ଏନ ଏ ସି ଅଧ୍ୟକ୍ଷା ଇଂ. ପୁନମ୍ ପ୍ରିୟଦର୍ଶିନୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ କ୍ଲବର ସଭାପତି ସୁଜିତ୍ କୁମାର ପ୍ରଧାନ ଓ ସମାଜସେବୀ ଦାମୋଦର ସାହୁ ଶିକ୍ଷକ ବିଘ୍ନେଶ୍ୱର ବେହେରା ଓ ରଘୁନାଥ ସାହୁ ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ ପିଲାମାନଙ୍କର ପ୍ରତିଭାର ବିକାଶ ନିମିତ୍ତ କିପରି ଏହିପରି କିଛି ଅନୁଷ୍ଠାନ କାର୍ଯ୍ୟ କରୁଛନ୍ତି ସେ ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ମୋଟ ୨୩ଜଣ…

Read More

ପ୍ରବାସୀ ଓଡ଼ିଆ ପାଳିଲେ ଉତ୍କଳ ଦିବସ ଓ ୧୫ ତମ ବାର୍ଷିକ ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ସାଉଦି ଆରବରେ ଜୁବେଲ ସହରସ୍ଥିତ ପ୍ରବାସୀ ଓଡ଼ିଆ ମାନଙ୍କ ସଂଗଠନ “ଉତ୍କଳିକା” ତରଫରୁ, ୮୯ତମ ଉତ୍କଳ ଦିବସ ଏବଂ ନିଜର ୧୫ ତମ ବାର୍ଷିକ ଉତ୍ସବ ଧୁମ୍ ଧାମ ରେ ପାଳନ କରିଛନ୍ତି। ଏହି ଅବସରରେ କାର୍ଯ୍ୟକ୍ରମ ର ମୁଖ୍ୟ ଆକର୍ଷଣ ଭାବେ ଓଲିଉଡ ର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ସ୍ଵୟଂ ପ୍ରଭାସ ପାଢ଼ୀ ଓ ଅନ୍ତର୍ଜାତୀୟ କଣ୍ଠ ଶିଳ୍ପୀ ଅନିନ୍ଦିତା ଦାସ ଯୋଗ ଦେଇଥିଲେ। ଏଥି ସହିତ ଓଡ଼ିଶାର ଦୁଇ ଜଣ କିମ୍ବଦନ୍ତୀ ଓଡ଼ିଆଙ୍କୁ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତି ଙ୍କୁ ଉତ୍କଳିକା ତରଫରୁ ସାଉଦି ଆରବରେ “ଉତ୍କଳ ରତ୍ନ” ସମ୍ମାନ ରେ ସମ୍ମାନିତ କରାଯାଇଥିଲା ।ଯାହାକି ସାଉଦି ଆରବରେ ଥିବା ପ୍ରତେକ ଓଡିଆଙ୍କ ପାଇଁ ଗର୍ବର ବିଷୟ। ଏଥିସହିତ ଉତ୍ସବରେ କାଯ୍ୟକ୍ରମ ରେ…

Read More

ନିର୍ବାଚନ ପ୍ରଚାରର ଶେଷ ଦିନ, ଅରୁଣଙ୍କ ନିଆରା ପ୍ରୟାସ ‘ପ୍ରତିବଦ୍ଧତା’

ଏକ ଲକ୍ଷ ଲୋକଙ୍କୁ ଭେଟିଲି, ଶାନ୍ତି ପ୍ରତିଷ୍ଠା ହୋଇଛି, ଗ୍ରୀନ୍ କ୍ୟାମ୍ପେନ ସଫଳ ହୋଇଛି : ଅରୁଣ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଆସନ୍ତା ୨୫ ତାରିଖରେ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବ ନିର୍ବାଚନ । ଆଜି ପ୍ରଚାର କାର୍ଯ୍ୟ ସରିଛି । ଏହା ମଧ୍ୟରେ ଏକ ରୋଚକ ସ୍ଥିତି ଦେଖିବାକୁ ମିଳିଛି । ନୟାଗଡ଼ ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଥିବା ଡ. ଅରୁଣ କୁମାର ସାହୁଙ୍କ ନିଆରା ପ୍ରୟାସ ଦେଖିବାକୁ ମିଳିଛି । ଯୁବ, ଛାତ୍ର, ମହିଳା, ବରିଷ୍ଠ ନାଗରିକ, ବୁଦ୍ଧିଜିବୀ ଓ ଆଇନଜିବୀ ମାନଙ୍କୁ ନେଇ ଏକ ପ୍ରତିବଦ୍ଧତା ସମ୍ପର୍କରେ ଅଭିଭାଷଣ ରଖିଥିଲେ । ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅରୁଣ ନିଜ ଜୀବନର ପ୍ରତିଶୃତି, ପ୍ରତିବଦ୍ଧତା, ନୟାଗଡ଼ରେ ଶାନ୍ତି ପ୍ରତିଷ୍ଠା, ଗ୍ରୀନ୍ କ୍ୟାମ୍ପେନ୍ ଓ ଭଲ ମଣିଷ…

Read More

ସୁସ୍ଥ ଓ ସକାରାତ୍ମକ ସମାଜ ଗଠନରେ ନାଟକର ଭୂମିକା ଗୁରୁତ୍ୱପୂର୍ଣ୍ଣ: ଡ. ଅରୁଣ କୁମାର ସାହୁ

ନୟାଗଡ଼ରେ ବିଶ୍ଵ ନାଟ୍ୟ ଦିବସ ପାଳିତ ନୟାଗଡ଼, (ନୟାଗଡ଼ ଦର୍ପଣ): ସମଗ୍ର ବିଶ୍ୱରେ ନାଟକର ମହତ୍ତ୍ଵକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ଏଥିପ୍ରତି ଆଗ୍ରହ ସୃଷ୍ଟିକରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ପାଳିତ ହେଉଛି ବିଶ୍ୱ ନାଟ୍ୟ ଦିବସ। ନୟାଗଡର ପ୍ରମୁଖ ନାଟ୍ୟ ଅନୁଷ୍ଠାନ ମଂଚାୟନ ତରଫରୁ ନ୍ୟୁ ଜନତା କଂପ୍ଳେକ୍ସ ପରିସରରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଡ. ଅରୁଣ କୁମାର ସାହୁ ଯୋଗଦେଇ ନାଟକ କେବଳ ମନୋରଂଜନ ପାଇଁ ନୁହେଁ ବଂର ସମାଜର ବାର୍ତ୍ତା ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇବାର ଏକ ପ୍ରମୁଖ ମାଧ୍ୟମ ବିଶେଷକରି ସୁସ୍ଥ ତଥା ସକାରାତ୍ମକ ସମାଜ ଗଠନରେ ନାଟକର ଭୂମିକା ଗୁରୁତ୍ୱପୂର୍ଣ୍ଣ। କମ୍ ସଂଖ୍ୟକ କଳାକାର, ନାଟ୍ୟକର୍ମୀ ଓ ଦର୍ଶକ ବହୁସଂଖ୍ୟକଙ୍କୁ ପ୍ରଭାବିତ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ। ମଂଚାୟନର ଉପ ସଭାପତି ସୁରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ…

Read More

ସୁରଗନ୍ଧର୍ବ ନବ କିଶୋର ମିଶ୍ରଙ୍କ ସଂଗୀତ ସନ୍ଧ୍ୟା

ନୟାଗଡ଼, (ନୟାଗଡ଼ ଦର୍ପଣ): ‘ଘାରିଛି କାଳିଆ ନିଶା ‘ସଂଗୀତ ଅନୁଷ୍ଠାନ ଆନୁକୂଲ୍ୟରେ ପୁରୁଣା ସହରସ୍ଥିତ ମା ଦକ୍ଷିଣକାଳୀଙ୍କ ପୀଠରେ ସଂକ୍ରାନ୍ତି ଉପଲକ୍ଷେ ସୁରଗନ୍ଧର୍ବ ନବ କିଶୋର ମିଶ୍ରଙ୍କ ସଂଗୀତ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଏହି ସଂଗୀତ କାର୍ଯ୍ୟକ୍ରମକୁ ସନ୍ଧ୍ୟାରେ ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ ପ୍ରଦୀପ ପ୍ରଜ୍ବଳନ କରି ମଞ୍ଚକୁ ଉଦଘାଟନ କରିଥିଲେ। ଅନୁଷ୍ଠାନର ସମ୍ପାଦକ ଲକ୍ଷ୍ମଣ ଖଟେଇ ମଞ୍ଚ ପରିଚାଳନା କରିଥିବା ବେଳେ ସ୍ବନାମଧନ୍ୟ କଣ୍ଠଶିଳ୍ପୀ ଜଗଦୀଶ ପ୍ରସାଦ ରଥ, ପ୍ରାଣକୃଷ୍ଣ ମହାରଣା, ପୀତବାସ କଳସ, ମାଧବ ଡାକୁଆ, ଗୁରୁ ପ୍ରଭାତ କୁମାର ଦାସ, ବିଷ୍ଣୁ ପ୍ରିୟା ବେହେରା, ଆଶୁତୋଷ ମିଶ୍ର, ଦାମ ମିଶ୍ର, ଗୌର କିଶୋର ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ। ସୁରଗନ୍ଧର୍ବ ନବକିଶୋର ମିଶ୍ରଙ୍କୁ ସମସ୍ତ ଗୀତିକାରମାନେ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

Read More

ବଲାଙ୍ଗୀ ପାର୍କରେ କୃତ୍ରିମ ଜଳପ୍ରପାତ ଲୋକାର୍ପଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହରରେ ନିର୍ମାଣଧିନ ବଲାଙ୍ଗୀପାର୍କରେ ଆଜି ପୈାର ପରିଷଦ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ନିର୍ମାଣ କରାଯାଇଥିବା କୃତ୍ରିମ ଜଳପ୍ରପାଦ ଏବଂ ଜଳ ଫୁତକାରକୁ ଲୋକାର୍ପିତ କରିଛନ୍ତି । ନିକଟରେ ରହିଥିବା ୨୪୦ ଫୁଟ ଉଚ୍ଚା ପାହାଡ଼ ଉପରୁ ଜଳପ୍ରପାତ ନିର୍ମାଣ କରାଯାଇଛି । ଏହା ବଲାଙ୍ଗୀ ପାର୍କର ସୈାନ୍ଦର୍ଯ୍ୟ ବୃଦ୍ଧି କରୁଛି । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଂଣ୍ଠଶିଳ୍ପୀ ଅର୍ପିତା ଚୈାଧୁରୀଙ୍କ ସ୍ୱରରେ ଝୁମିଲେ ଦର୍ଶକ । ବିଧାୟକଙ୍କ ସହ ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ସମସ୍ତ କାଉନସିଲର ଯୋଗ ଦେଇଥିଲେ । ନୟାଗଡ଼ ସହର ଏବଂ ଆଖପାଖ ଗ୍ରାମାଞ୍ଚଳରୁ ୫ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ…

Read More

ରାଜ୍ୟସ୍ତରୀୟ ନାଟ୍ୟମେଳାର ଅନ୍ତିମ ସନ୍ଧ୍ୟାରେ ଜନାର୍ଦ୍ଦନ ମିଶ୍ର ନାଟ୍ୟସମ୍ମାନ ପ୍ରଦାନ ସହ ମଞ୍ଚସ୍ଥ ହେଲା ନାଟକ ‘ଶୁଖିଲା ସମୁଦ୍ର’

ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ସାତଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ନାଟ୍ୟମେଳାର ଅନ୍ତିମ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ସାମାଜିକ ଓ ପାରିବାରିକ ସମସ୍ୟା ଭିତ୍ତିକ ନାଟକ ‘ଶୁଖିଲା ସମୁଦ୍ର’ । ଅଳ୍ପ ଦରମା ପାଉଥିବା ଏକ ନିମ୍ନ ମଧ୍ୟବିତ୍ତ ପରିବାରର ମଣିଷଟିଏ ପରିବାର ଭରଣ ପୋଷଣ ପାଇଁ ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛି । ପରିବାରର ପୁଅଝିଅ ବଡ଼ ହୋଇ ଉଚ୍ଚ ଶିକ୍ଷିତ ହେଲା ପରେ ବେକାର ରହିବା ସ୍ଥିତିକୁ ଆହୁରି ଭୟାନକ କରିଛି । ସେଇ ପୁଅଝିଅ ନିଜର ଗରୀବିକୁ ଉପହାସ କରି ତା’ ବିରୁଦ୍ଧରେ ପାରିବାରିକ ବିଦ୍ରୋହ ଆରମ୍ଭ କରିଛନ୍ତି । ଏପରି ପରିସ୍ଥିତିରେ ପରିବାର ମୁଖ୍ୟର ଅବସ୍ଥା କିପରି ସଙ୍ଗୀନ ହୋଇଛି ତାହାର ଏକ ବାସ୍ତବ ଚିତ୍ର ଉପସ୍ଥାପନ କରାଯାଇଥିଲା ଏହି ନାଟକ ମାଧ୍ୟମରେ ଯାହାକି ଦର୍ଶକ ମାନଙ୍କୁ କିଛି ସମୟ ପାଇଁ ଭାବ…

Read More

ରାଜ୍ୟସ୍ତରୀୟ ନାଟ୍ୟମେଳାର ୬ଷ୍ଠ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ ’ମହାପାପ’

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଆଜି ଷଷ୍ଠ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ଏକ ବାସ୍ତବଧର୍ମୀ ନାଟକ ‘ମହାପାପ’ । ରାଣୀ ଲକ୍ଷ୍ମୀବାଈ,ମଦର ଟେରେସା,ଇନ୍ଦିରା ଗାନ୍ଧୀ ପୁଣି ଆଜିର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,ସମସ୍ତେ ନିଜ ନିଜ କ୍ଷେତ୍ରରେ ଖୁବ ପ୍ରତିଷ୍ଠିତ । ଏମାନେ ସମସ୍ତେ ଜନ୍ମ ହେବା ବେଳେ କନ୍ୟାଟିଏ ହୋଇ ଜନ୍ମ ହୋଇଥିଲେ । ଆଜି ସମୟରେ ବୋହୂଟିଏ ଗର୍ଭବତୀ ହେଲେ ପରିବାର ଲୋକେ ଠାକୁରଙ୍କ ପାଖରେ ପୁଅ ମନାସୀ ଘିଅ ଦୀପ ଜାଳୁଛନ୍ତି । ସ୍ୱାମୀ ସ୍ତ୍ରୀ ଲୁଚି ଲୁଚି ଯାଇ ନର୍ସିଂହୋମରେ ପରୀକ୍ଷା କରି କନ୍ୟା ଭୃଣ ଜାଣିଲା ପରେ ଭୃଣଟିକୁ ମା’ପେଟରୁ ନଷ୍ଟ କରି ଦେଉଛନ୍ତି ।ଫଳରେ ଝିଅ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ସର୍ବଶ୍ରେଷ୍ଠ ବୋଲାଉଥିବା ମାନବ ଜାତି ଆଜି ଅସନ୍ତୁଳିତ ଅବସ୍ଥାରେ । କନ୍ୟା…

Read More

ରାଜ୍ୟସ୍ତରୀୟ ନାଟ୍ୟ ମେଳାର ପଞ୍ଚମ ସନ୍ଧ୍ୟା

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଆଜି ପଞ୍ଚମ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ବହୁ ପ୍ରତିକ୍ଷିତ ନାଟକ ‘ପତିିତପାବନ ବାନା ଆଉ କେତେ ବେଳକୁ’ । ଐତିହାସିକ ପୃଷ୍ଠଭୂମି ଆଧାରରେ ଭକ୍ତ-ଭଗବାନଙ୍କ ମଧ୍ୟରେ ଥିବା ଅନନ୍ୟ ସମ୍ପର୍କର ରୂପାୟନ ଘଟିଛି ଶ୍ରୀଜଗନ୍ନାଥ ସଂସ୍କୃତି କୈନ୍ଦ୍ରିକ ଏହି ନାଟକ ମଧ୍ୟରେ। ଅବିଶ୍ୱାସ, ସନ୍ଦେହ ଭିତରେ ପାରିବାରିକ ସମ୍ପର୍କ ରୁଗ୍‌ଣ-କ୍ଷତାକ୍ତ। ସେ ସାଧାରଣ ବ୍ୟକ୍ତି ହୁଅନ୍ତୁ କିମ୍ବା ଗଜପତି ଦିବ୍ୟସିଂହ ଦେବ ହୁଅନ୍ତୁ-କିଛି ବି ପାର୍ଥକ୍ୟ ନାହିଁ । ଏକ ସାମାନ୍ୟ ଗୋଟିଏ ଫୁଲ ହାର କିପରି ଗଜପତି ମହାରାଜଙ୍କ ମନରେ ସନ୍ଦେହର ବିଷବୃକ୍ଷ ସୃଷ୍ଟି କରେ,ତାହାର ପ୍ରାମାଣିକ ରୂପ ନାଟକରେ ପ୍ରତିଫଳିତ ହୋଇଥିଲା । ନିଜ ସାନଭାଈ ସାନଦେଉଙ୍କ ସହିତ ମାତୃସମ ମହାରାଣୀଙ୍କ ପବିତ୍ର ସମ୍ପର୍କକୁ ସନ୍ଦେହ କରି ସନ୍ଦେହର ଡହଡହ ତାତିଲା ଝାଞ୍ଜିରେ ଛଟପଟ ଗଜପତିଙ୍କ ନିଷ୍ଠୁର…

Read More