ଶିଙ୍ଗ ବାଦ୍ୟରେ ଦୁଲୁକିଲା ମଞ୍ଚ ସମ୍ବଲପୁରୀ ଢାପ ନୃତ୍ୟରେ ଝୁମିଲେ ଦର୍ଶକ ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶାର ପ୍ରାଚୁର୍ଯ୍ୟମୟ ପାରମ୍ପରିକ ଲୋକକଳା ଓ ସଂସ୍କୃତି ଆମର ପରିଚୟ। କେବଳ ମନୋରଞ୍ଜନର ମାଧ୍ୟମ ହିସାବରେ ନୁହେଁ ବରଂ ଲୋକକଳା ଆମ ସାମାଜିକ ଜୀବନ ସହ ଅଙ୍ଗାଙ୍ଗୀ ଭାବେ କାହିଁ କୋଉ ଅମଳରୁ ଜଡ଼ିତ। ଆମର ଅନନ୍ୟ ପର୍ବପର୍ବାଣୀ ସହ କୃଷି ଓ କୃଷକଙ୍କ ମହତ୍ତ୍ୱକୁ ମଧ୍ୟ ଅନେକ ଲୋକକଳା ନିଜ ଭିତରେ ଧାରଣ କରିଛନ୍ତି। ଲୋକକଳାକୁ ଆହୁରି ଅଧିକ ରୁଦ୍ଧିମନ୍ତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୧, ଏପ୍ରିଲ ୨୦୧୧ରେ ରାଜ୍ୟ ଲୋକକଳା ସଂଘର ଶୁଭାରମ୍ଭ ହୋଇଥିଲା। ଦୀର୍ଘ ଏକ ଦଶନ୍ଧି ଧରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଏହି ସଂଘ ଲୋକକଳାର ପ୍ରଚାର ପ୍ରସାର ସହ ଏଥିସହ…
Read MoreCategory: ମନୋରଞ୍ଜନ
ଆଞ୍ଚଳିକ ସ୍ତରୀୟ ‘ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମ ଉଦଘାଟିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡର ଆରାଧ୍ୟ ଦେବୀ ମା ଦକ୍ଷିଣକାଳୀଙ୍କ ପଡ଼ିଆରେ ଆଞ୍ଚଳିକ ସ୍ତରୀୟ ‘ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ଼ ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଯୋଗଦେଇ ଏହାକୁ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ଡା. ପୋମା ଟୁଡୁ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଂଜନ କୁମାର ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରକଳ୍ପ ସଂଯୋଜକ ବାସୁଦେବ ବିଶୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଟଙ୍କଧର ଭୋଇ, ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ଶରତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
Read Moreନୟାଗଡ ପୁରୁଣା ସହରରେ ୧୭ ଲକ୍ଷ ଟଙ୍କା ବ୍ୟୟରେ ବ୍ୟାୟାମଶାଳାକୁ ସମର୍ପିତ କଲେ ମନ୍ତ୍ରୀ
ନୟାଗଡ଼,(ନୟାଗଡ ଦର୍ପଣ): ନୟାଗଡ଼ ପୁରୁଣା ସହର ଦକ୍ଷିଣ କାଳି ମନ୍ଦିର ନିକଟରେ ଅତ୍ୟାଧୁନିକ ବ୍ୟାୟାମଶାଳା ଉଦଘାଟିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଯୋଜନା, ସମନ୍ୱୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଏହାର ଶୁଭ ଉଦଘାଟନ କରିଛନ୍ତି । ଏହି ବ୍ୟାୟାଶାଳାରେ ମୋଟ ୧୭ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଅତ୍ୟାଧୁନିକ ବୈଦ୍ୟୁତିକ ସରଞ୍ଜାମ ପ୍ରୟୋଗ କରାଯାଇଥିବା ଜଣାପଡିଛି। ଉକ୍ତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଡ.ପୋମା ଟୁଡୁ ଯୋଗ ଦେଇଥିବା ବେଳେ, ପୌର ପରିଷଦର ନିର୍ବାହି ଅଧିକାରୀ ସନ୍ତୋଷ କୁମାର ଯେନା ଉପସ୍ଥିତ ରହିଥିଲେ । ନୟାଗଡ଼ ପୁରୁଣା ସହରର ଟାଇଗର କ୍ଲବର ସମସ୍ତ…
Read Moreମଞ୍ଚାୟନ ତରଫରୁ ନୟାଗଡ଼ରେ ଆସନ୍ତା ୨୪ରୁ ୨୬ ରାଜ୍ୟସ୍ତରୀୟ ନାଟ୍ୟମହୋତ୍ସବ
ନୟାଗଡ଼,(ନୟାଗଡ ଦର୍ପଣ): ନୟାଗଡ଼ର ପ୍ରମୁଖ ନାଟ୍ୟ ସଂସ୍ଥାମାନଙ୍କ ମିଳିତ ସହଯୋଗରେ ଗଠିତ ନାଟ୍ୟାନୁଷ୍ଠାନ ମଞ୍ଚାୟନ ତରଫରୁ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଡିସେମ୍ବର ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ମଞ୍ଚାୟନର ସଭାପତି ଯାମିନୀକାନ୍ତ ମିଶ୍ର ସୂଚନା ପ୍ରଦାନ କରିଛନ୍ତି । ଏହି ନାଟ୍ୟ ମହୋତ୍ସବକୁ ନୟାଗଡ଼ର ଜିଲ୍ଲାପାଳ ଡା. ପୋମା ଟୁଡୁ ଉଦଘାଟନ କରୁଥିବା ବେଳେ ଉଦଘାଟନୀ ସଂଧ୍ୟାରେ ଶତାବ୍ଦୀର କଳାକାର ଭୁବନେଶ୍ୱର ତରଫରୁ ଦର୍ପନାରାୟଣ ସେଠୀଙ୍କ ନିର୍ଦ୍ଦେଶିତ ତଥା ସର୍ବଭାରତୀୟ ସ୍ତରରେ ପ୍ରଶଂସିତ ନାଟକ ‘ବାଞ୍ଛାର ବଗିଚା’ ଅଭିନୀତ ହେବ । ଦ୍ୱିତୀୟ ସଂଧ୍ୟାରେ ନୟାଗଡ଼ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଧାନ ଚନ୍ଦ୍ର ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏହି ସଂଧ୍ୟାରେ ଜୀବନରେଖା ଭୁବନେଶ୍ୱରର ବହୁ…
Read Moreଭର୍ଚୁଆଲ ମୋଡ଼ରେ ଆନ୍ତର୍ଜାତୀୟ ଟାଇକୋଣ୍ଡ ପ୍ରତିଯୋଗିତା
ନୟାଗଡ଼,(ନୟାଗଡ ଦର୍ପଣ): ଓଡ଼ିଶା ଟାଇକୋଣ୍ଡ ସଂଘ, ପୁରୀ, ଭାରଡ ଓ ଥାଇଲାଣ୍ଡ ସ୍ଥିତ ହିରୋଜ୍ ଟାଇକୋଣ୍ଡ ସଂଗଠନ, ଯୁଗ୍ମ ଭାବେ ପ୍ରଥମ ବିଶ୍ବସ୍ତରୀୟ ଟାଇକୋଣ୍ଡ ଭର୍ଚୁଆଲ ଆନ୍ତର୍ଜାତିୟ ପ୍ରତିଯୋଗିତା ୨୦୨୧ ଅନୁଷ୍ଠିତ କରୁଛନ୍ତି । ଏହା ତା ୨୨ ଡିସେମ୍ବର ୨୦୨୧ ଠାରୁ ତା ୨୭ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଚାଲିବ, ଏଥିରେ ଦୁଇ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ପ୍ରଥମ ଟି ହେଲା ପୁମସେଇ (ପ୍ରୟୋଗ) ଓ ଅନ୍ଯଟି ଦୃତ ଗୋଡ ଦ୍ବାରା ପ୍ରହାର ପ୍ରତିଯୋଗିତା । ଏହାକୁ ଆନ୍ତର୍ଜାତୀୟ ସ୍ତରରେ ପରିଚାଳନା କରିବା ପାଇଁ ଥାଇଲାଣ୍ଡ ସ୍ଥିତ ଜି.ଏମ.ଏ.ସି. ସିଷ୍ଟମର ସହାୟତା ନିଆଯାଇଛି । ଏଥିରେ ବିଶ୍ୱର ୧୪ ଟି ଦେଶର ପ୍ରାୟ ୯୯୬ ଜଣ ପ୍ରତିଯୋଗୀ ଉଭୟ ପୁମସେଇ ଓ ଦୃତ ଗୋଡ ଦ୍ବାରା ପ୍ରହାର ରେ ଭାଗ ନେଇଛନ୍ତି ।…
Read Moreପାଳିତ ହେଲା ମହୋତ୍ସବ କମିଟିର ପ୍ରତିଷ୍ଠା ଦିବସ
ମଶାଲ ଶୋଭାଯାତ୍ରାରେ ସାମିଲ ହେଲେ ବହୁ ଯୁବକ ଯୁବତୀ, ନଗର ପରିକ୍ରମା କଲା ମା କାଉଁରୀଙ୍କ ଆଜ୍ଞାମାଳ ରାଜସୁନାଖଳା,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରାଜସୁନାଖଳା ମହୋତ୍ସବ କମିଟିର ଆଜି ପାଳିତ ହୋଇଯାଇଛି ପ୍ରତିଷ୍ଠା ଦିବସ। ଏହିକ୍ରମରେ ଆଜି ସକାଳେ ପ୍ରଥମେ ରାଜସୁନାଖଳାର ଅଧିଷ୍ଠାତ୍ରୀ ଦେବୀ ମା କାଉଁରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ମାଆଙ୍କର ଆଜ୍ଞାମାଳ ପ୍ରାପ୍ତ ହେବାପରେ ଏକ ବିଶାଳ ଶୋଭାଯାତ୍ରାରେ ଏହାକୁ ନେଇ ନଗର ପରିକ୍ରମା କରାଯାଇଥିଲା। ଏଥିସହିତ ଏକ ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା।ଯେଉଁଥିରେ ଅଞ୍ଚଳର ବହୁ ଶିକ୍ଷିତ ଗୋଷ୍ଠୀ ଏବଂ ବୁଦ୍ଧିଜୀବୀ ସାମିଲ ହୋଇଥିଲେ। ରାଜସୁନାଖଳାର ସମସ୍ତ ଅଞ୍ଚଳ ପରିକ୍ରମା ହୋଇସାରିବା ପରେ ମହୋତ୍ସବ ପଡ଼ିଆ ଠାରେ ଭୂମିପୂଜନ ଏବଂ ହୋମ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମହୋତ୍ସବ କମିଟି ଉପାଧ୍ୟକ୍ଷ ପ୍ରସନ୍ନ କୁମାର ପ୍ରଧାନ ମୁଖ୍ୟ ପୁରୋଧା ସାଜିଥିଲେ। ଅନ୍ୟପକ୍ଷରେ ମହୋତ୍ସବ କମିଟିର…
Read Moreବଲିଉଡ ଅଭିନେତ୍ରୀ ଅମିଶା ପଟେଲଙ୍କ ବିରୋଧରେ ୱାରେଣ୍ଟ
ଭୋପାଳ: ବଲିଉଡ ଅଭିନେତ୍ରୀ ଅମିଶା ପଟେଲଙ୍କ ବିରୋଧରେ ଭୋପାଳରେ ୱାରେଣ୍ଟ ଜାରି କରାଯାଇଛି। ସେ ‘କହୋ ନା ପ୍ୟାର ହେ!’ ଭଳି ସୁପରହିଟ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ। ବାସ୍ତବରେ ଚେକ ବାଉନ୍ସ ମାମଲାରେ ତାଙ୍କ ବିରୋଧରେ ଏହି ଜାମିନ ପ୍ରଦାନ ୱାରେଣ୍ଟ ଜାରି କରାଯାଇଛି। ଏଥିସହିତ କୋର୍ଟ ତାଙ୍କୁ ଡିସେମ୍ବର ୪ ତାରିଖ ପୂର୍ବରୁ ହାଜର ହେବାକୁ କହିଛନ୍ତି। ଅଭିନେତ୍ରୀଙ୍କ ବିରୋଧରେ ୩୨ ଲକ୍ଷରୁ ଅଧିକ ଚେକ ବାଉନ୍ସ ମାମଲା ରୁଜୁ ହୋଇଛି। ଏହି ଅଭିଯୋଗରେ ୟୁଟିଏଫ ଟେଲିଫିଲ୍ସ ପ୍ରାଇଭେଟ ଲିମିଟେଡ ଅମିଶା ପଟେଲଙ୍କ ବିରୋଧରେ ମାମଲା ଦାୟର କରିଥିଲା। କମ୍ପାନୀ ଅଭିଯୋଗ କରିଛି ଯେ, ଫିଲ୍ମ ନିର୍ମାଣ ନାମରେ ଅମିଶା ଏବଂ ତାଙ୍କ କମ୍ପାନୀ ଏମ/ ସ ଅମିଶା ପଟେଲ ପ୍ରଡକ୍ସନ୍ ୩୨ ଲକ୍ଷ ୨୫ହଜାର ଟଙ୍କା ଋଣ ନେଇଥିଲା। ଏହି ଚୁକ୍ତିନାମା ଅନୁଯାୟୀ, କମ୍ପାନୀକୁ…
Read Moreସମ୍ଭାବ୍ୟ ବାତ୍ୟା କାରଣରୁ ମଞ୍ଚାୟନ ନାଟକ ମହୋତ୍ସବ ସ୍ଥଗିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ନାଟ୍ୟଶାଳା ମଞ୍ଚାୟନ ତରଫରୁ ଡିସେମ୍ବର ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ପଠାଣି ସାମନ୍ତ ସଂସ୍କୃତି ଭବନ, ନୟାଗଡ଼ ଠାରେ ଅନୁଷ୍ଠିତ ହେବାକୁଥିବା ନାଟକ ମହୋତ୍ସବକୁ ସ୍ଥଗିତ ରଖାଯାଇଛି। ଏହି ନାଟକ ମହୋତ୍ସବ ପରବର୍ତ୍ତୀ ସମୟରେ ତା.୨୪-୧୨-୨୦୨୧ ରୁ ୨୬-୧୨-୨୦୨୧ ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହେବ ବୋଲି ମଞ୍ଚାୟନର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସୂଚନା ପ୍ରଦାନ କରିଛନ୍ତି। ୨୪-୧୨-୨୦୨୧ରେ ଶତାବ୍ଦୀର କଳାକାର ଭୁବନେଶ୍ୱର ସଂସ୍ଥାର ନାଟକ ‘ବାଞ୍ଛାର ବଗିଚା’, ୨୫ ତାରିଖରେ ଜୀବନରେଖା ଭୁବନେଶ୍ୱରର ନାଟକ ‘ଆଧେ ଅଧୁରେ ” ଏବଂ ୨୬ ଡିସେମ୍ବରରେ ରାଗେଶ୍ରୀ ନିଳୟମ୍ ନୟାଗଡ଼ର ନାଟକ “ରିଲେରେସ” ପରିବେଷଣ କରାଯିବ।
Read Moreଶିଶୁ ସାହିତ୍ୟିକା ପ୍ରଭାସିନୀ ବରାଡଙ୍କ କବିତା ସଂକଳନ ‘ସେନେହର କଳିକା’ ଓ ‘ପିଲେ ତୁମରି ପାଇଁ’ ଉନ୍ମୋଚିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସ୍ଥାନୀୟ ରୋଟାରୀ ଭବନଠାରେ ଆୟୋଜିତ ‘ପୁସ୍ତକ ଉନ୍ମୋଚନ ଉତ୍ସବ’ ରେ ଲେଖିକା ପ୍ରଭାସିନୀ ବରାଡଙ୍କ ଶିଶୁ ଓ କିଶୋର କବିତା ସଂକଳନ ‘ସେନେହର କଳିକା’ ଓ ପିଲେ ତୁମରି ପାଇଁ ଉନ୍ମୋଚିତ ହୋଇଯାଇଛି। ବରିଷ୍ଠ ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଡ. ବିଜୟ କୁମାର ଚୌଧୁରୀ, ସମ୍ମାନୀତ ଅତିଥି ଭାବେ ଓଡିଶାର ଅଗ୍ରଣୀ ପ୍ରକାଶନୀ ସଂସ୍ଥା ପକ୍ଷୀଘର ର ସମ୍ପାଦକ ବନୋଜ ତ୍ରିପାଠୀ, ବରିଷ୍ଠ କଥାକାର ଡ. ଅଜୟ କୁମାର ସ୍ବାଇଁ, ଗାଳ୍ପିକ ଶ୍ରୀ ତପନ କୁମାର ମହାପାତ୍ର ଓ ସମୀକ୍ଷକ ଭାବେ ଅଧ୍ଯାପକ ଡ. ଆଶୁତୋଷ ମିଶ୍ର ଓ ବରିଷ୍ଠ କବି ତଥା ଆଇନଜୀବୀ ଚନ୍ଦ୍ର ବିଜୟୀ ମିଶ୍ର ଯୋଗଦେଇଥିଲେ। ସନ୍ତୋଷ କୁମାର ବରାଡଙ୍କ ଆବାହକତ୍ବରେ ଆୟୋଜିତ ଏହି…
Read Moreପୁଣି ବିବାଦରେ ଶିଳ୍ପା-ରାଜ କୁନ୍ଦ୍ରା, ଉଭୟଙ୍କ ବିରୋଧରେ ମାମଲା ରୁଜୁ
ନୂଆଦିଲ୍ଲୀ,(ନୟାଗଡ଼ ଦର୍ପଣ): ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସମସ୍ୟା ଥମିବାର ନାଁ ଧରୁନି କ୍ରମାଗତ ଭାବେ ବଢିବାରେ ଲାଗିଛି। ଏହି ଦମ୍ପତିଙ୍କ ବିରୋଧରେ ଏବେ ଆଉ ଏକ ମାମଲା ରୁଜୁ ହୋଇଛି। ବାସ୍ତବରେ ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହୋଇଛି। ସୂଚନାନୁସାରେ, ନିତିନ ବାରାଇ ନାମକ ଜଣେ ବ୍ୟକ୍ତି ବାନ୍ଦ୍ରା ପୋଲିସକୁ କହିଛନ୍ତି ଯେ ଶିଳ୍ପା ଏବଂ ରାଜ ତାଙ୍କ ସହ ୨୦୧୪ ମସିହାରୁ ଏକ ଫାର୍ମ ମାଧ୍ୟମରେ ପ୍ରତାରଣା କରୁଛନ୍ତି। ବାରାଇଙ୍କ ଅଭିଯୋଗ ପରେ ବାନ୍ଦ୍ରା ପୋଲିସ ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ବିଭାଗ ଅନୁଯାୟୀ ଶିଳ୍ପା ଶେଟ୍ଟୀ, ରାଜ କୁନ୍ଦ୍ରାଙ୍କ ସମେତ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକରଣ କରିଛି। ଏଥିମଧ୍ୟରେ ୪୨୦…
Read More