ପଞ୍ଚୁପାଣ୍ଡବ ମହୋତ୍ସବ ଓ ଦାସିଆ ଅଜା ପଲ୍ଲିଶ୍ରୀ ମେଳା-୨୦୨୩ ଉଦଘାଟିତ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ଦାସିଆ ଅଜା ପଲ୍ଲିଶ୍ରୀ ମେଳା-୨୦୨୩ ଉଦଘାଟିତ ହୋଇଯାଇଛି। ଏକ ମଶାଲ ଶୋଭାଯାତ୍ରାରେ ପଞ୍ଚୁପାଣ୍ଡବଙ୍କ ବେଶରେ ସୁସଜିତ ହୋଇ କଳାକାରମାନେ ନାମ ସଙ୍କୀର୍ତ୍ତନ, ଦୁଲୁଦୁଲି ବାଦ୍ୟରେ ପଞ୍ଚୁପାଣ୍ଡବ ପୀଠରୁ ବାହାରି ନୂଆଗାଁ ବିରୁପାଖେସ୍ୱର ମନ୍ଦିର ଏବଂ ଶହୀଦ କଷ୍ଟି ଡାକୁଆ ସ୍ମୃତି ମଣ୍ଡପ, ନୂଆଗାଁ ବଜାର ଦେଇ ମହୋତ୍ସବ ପଡ଼ିଆ ଠାରେ ପହଞ୍ଚିଥିଲେ ।ଦଶପଲ୍ଲା ବିଧାୟକ ତଥା ପଞ୍ଚୁପାଣ୍ଡବ ମହୋତ୍ସବ କମିଟିର ସଭାପତି ରମେଶ ଚନ୍ଦ୍ର ବେହେରା ପତାକା ଉତୋଳନ କରି ମହୋତ୍ସବକୁ ଉଦଘାଟନ କରିଥିଲେ। ନୂଆଗାଁ କଲେଜର ପୂର୍ବତନ ଅଧ୍ୟକ୍ଷ ଭିକାରୀ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକର ଜନ ପ୍ରତିନିଧିଙ୍କୁ ନେଇ ସଭା କାର୍ଯ୍ୟ ଅନୁଷ୍ଠିତ ହେବା ସହ ଜନ ପ୍ରତିନିଧି, ଶିକ୍ଷାବିତମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।…

Read More

ଉଦଯାପିତ ହେଲା ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉଦଯାପନ ଦିବସରେ କାର୍ଯ୍ୟକ୍ରମର ଆଜି ଶେଷ ଦିନ ଥିଲା । ଶେଷ ଦିନକୁ ଆଲୁମିନ ଦିବସ ଭାବେ ପାଳନ କରାଯାଉଥିଲା । ଆଲୁମିନି ଆସୋସିଏସନ ସଭାପତି ତଥା ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଡ଼ ଦେବେନ୍ଦ୍ର ନାଥ ମାନସିଂ, ଛାତ୍ର ସଂସଦ ପୂର୍ବତନ ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର, ଆଲୁମିନ କମିଟି ସଂଯୋଜକ ବିଶ୍ୱନାଥ ମହାପାତ୍ର, ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ ଉପସ୍ଥିତ ରହିଥିଲେ । ବିଧାୟକ ଡ଼ ସାହୁ ତାଙ୍କ ବକ୍ତବ୍ୟରେ ପ୍ରତ୍ୟେକ ଅନୁଷ୍ଠାନରେ ଉତ୍ସବ ପାଳିତ ହେବା…

Read More

୮ତାରିଖରୁ ନୟାଗଡ଼ରେ ସର୍ବଭାରତୀୟ ଫୁଟୁବଲ ଟୁର୍ଣ୍ଣାମେଣ୍ଟ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଖେଳ ପଡିଆଠାରେ ଆସନ୍ତା ୮ତାରିଖରୁ ସର୍ବଭାରତୀୟ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ନୟାଗଡ଼ କ୍ଲବ ଏବଂ ୭୮୬ୟୁଥ କ୍ଲବ ସିନ୍ଦୁରିଆ ଆନୁକୁଲ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ୮ ତାରିଖରେ ଓଡିଶା ଇଲେଭେନ ବନାମ ଜଗା ୟୁନାଇଟେଡ କ୍ଲବ ଭୁବନେଶ୍ବର ମଧ୍ୟରେ ଅନୁଷ୍ଠିତ ହେବ । ୯ତାରିଖରେ ସୁଦେଭା ସ୍ପୋର୍ଟସ ପ୍ରାଇଭେଟ ଲିମିଟେଡ ଦିଲ୍ଲୀ ବନାମ ୟୁନାଇଟେଡ କ୍ଲବ ବରଗଡ଼ ମଧ୍ୟରେ ଅନୁଷ୍ଠିତ ହେବ । ୧୦ତାରିଖରେ ସାଇହାଲ ସୁନାବେଢ଼ା ବନାମ ଇଣ୍ଟରନ୍ୟାସନାଲ ଏଫସି ପଞ୍ଜାବ ମଧ୍ୟରେ ଅନୁଷ୍ଠିତ ହେବ । ସେହିପରି ୧୧ ତାରିଖରେ ଖଜୁରା ଏଫସି ନେପାଳ ବନାମ କେଏଫଟିସି କ୍ଲବ କେରଳ ମଧ୍ୟରେ ଅନୁଷ୍ଠିତ ହେବ । ୧୨ ତାରିଖରେ ପ୍ରଥମ ସେମିଫାଇନାଲ ଓ ୧୩ ତାରିଖରେ ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।…

Read More

ସିନେଷ୍ଟାର ପ୍ରଶାନ୍ତ ନନ୍ଦଙ୍କ ଦ୍ୱାରା ଲୋକାର୍ପିତ ହେଲା ଭଜନ ସଙ୍ଗୀତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୂଆବର୍ଷ ଉପଲକ୍ଷେ ବରିଷ୍ଠ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ, ସଙ୍ଗୀତ ନିର୍ଦ୍ଦେଶକ ତଥା ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଦ୍ୱାରା ଭିଡିଓ ସଙ୍ଗୀତ ‘ପାପଭାର ମୋର ବଳିଗଲା ବୋଲି ତୋ ସିଂହ ଦୁଆର କରିଲୁ ମନା’ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସ ଭବନରେ ଲୋକାର୍ପିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାର ଯୁବପ୍ରତିଭା ତଥା ଦୂରଦର୍ଶନ ଏବଂ ଆକାଶବାଣୀ କେନ୍ଦ୍ରର ସ୍ୱୀକୃତୀପ୍ରାପ୍ତ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ ଏହି ଭଜନରେ କଣ୍ଠଦାନ କରିଥିବା ବେଳେ ଗୀତିକାର ସୁବାସ ନାୟକ ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଇଣ୍ଡିଆନ ମ୍ୟୁଜିକ କ୍ରିଏସନ ଦ୍ୱାରା ପ୍ରଯୋଜିତ ଏହି ଭିଡିଓ ସଙ୍ଗୀତର ପରିଚାଳନା ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଅଞ୍ଜନ କୁମାର କରିଛନ୍ତି । ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ଦାଶଙ୍କ ସମେତ ଲକ୍ଷ୍ମୀଧର ସାହୁ, ପ୍ରଶାନ୍ତ ପଟ୍ଟନାୟକ, ଦୀନବନ୍ଧୁ…

Read More

ସତ୍ୟମର ୨୧ତମ ଜନ୍ମବାର୍ଷିକୀ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ୨୦୦୨ ଜାନୁଆରୀ ମାସ ୧ ତାରିଖରେ ପ୍ରତିଷ୍ଠା ଲାଭ କରିଥିବା ନୟାଗଡ଼ ସ୍ଥିତ ସତ୍ୟମ ଅନୁଷ୍ଠାନ ତାର ୨୧ତମ ଜନ୍ମବାର୍ଷିକୀ ସ୍ଥାନୀୟ ରୋଟାରୀ ଭବନରେ ପାଳନ କରିଛି। ସତ୍ୟମ ନିର୍ଦ୍ଦେଶକ ଧିରେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହେଇଥିବା ଏହି କାର୍ଯ୍ୟକ୍ରମରେ ନୟାଗଡ଼ ପୈ।ରପରିଷଦର ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ମୂଖ୍ୟ ଅତିଥି ଏବଂ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ରସାୟନ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ପ୍ରଶନ୍ନ କୁମାର ବସନ୍ତିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସତ୍ୟମ ପରି ଉତ୍ତମ ଅନୁଷ୍ଠାନ ମାନେ ସମାଜରେ ଉତ୍ତମ ନାଗରିକ ସୃଷ୍ଟି କରିବାରେ ସହାୟକ ହୁଅନ୍ତି ବୋଲି ଅତିଥି ମାନେ ମତବ୍ୟକ୍ତ କରିବା ସହିତ ଅନୁଷ୍ଠାନର ଉନ୍ନତି କାମନା କରିଥିଲେ । ଅନୁଷ୍ଠାନ ର ଅଧ୍ୟକ୍ଷ ଇଂ ମନୋଜ ମହାପାତ୍ର ସ୍ବାଗତ ଭାଷଣ ଦେଇଥିବାବେଳେ ଅନୁଷ୍ଠାନର…

Read More

ଶ୍ରୀ ସୃଜନର ସଙ୍ଗୀତ ଭିଡିଓ ଉନ୍ମୋଚିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ନୟାଗଡର ଅନ୍ୟତମ ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ “ଶ୍ରୀ ସୃଜନ”, ନୟାଗଡ(କଳା-ସାହିତ୍ୟ-ସଂସ୍କୃତିର ଭାବମୟ ଉତ୍ତରଣ) ପକ୍ଷରୁ ନୟାଗଡ ପୁରୁଣା ସହରସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଏକ ସଙ୍ଗୀତ ଭିଡିଓ “ଶ୍ରୀ ସୃଜନ”ର ସଭାପତି ଡ. ବିଜୟ କୁମାର ଚୌଧୁରୀ, ଉପ ସଭାପତି ନିରୁପମା ପଟ୍ଟନାୟକ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ପୂର୍ଣଚନ୍ଦ୍ର ଶତପଥୀ, ଶେଖ୍ ଅବଦୁଲ ଖାଲିକ୍, ପ୍ରଦୀପ ସାହୁ, ସରୋଜ ମିଶ୍ର, ଲକ୍ଷ୍ମୀଧର ମହାପାତ୍ର, କମ୍ରେଡ୍ ବିଶ୍ବନାଥ ମହାପାତ୍ରଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଯାଇଛି। ଗୀତଟିକୁ ରଚନା ଓ ସ୍ଵର ସଂଯୋଜନା କରିବା ସହ କଣ୍ଠ ଦାନ କରିଛନ୍ତି ଶ୍ରୀ ସୃଜନର ସଂପାଦିକା ତଥା କଣ୍ଠଶିଳ୍ପୀ ଅଧ୍ୟାପିକା ଜୟଶ୍ରୀ ଦେବୀ । ଶ୍ରୀ ସୃଜନ ନୟାଗଡ଼ ୟୁଟ୍ୟୁବ୍ ଚ୍ୟାନେଲରେ ଗୀତଟି ଶୁଣି ପାରିବେ। https://youtu.be/ELAst_K5x54

Read More

ସଜେଇ ହେଉଛି ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସାତକୋଶିଆ ସ୍ୟାଣ୍ଡରିସର୍ଟ

ଗଣିଆ,(ନୟାଗଡ଼ ଦର୍ପଣ): ସଜେଇ ହେଉଛି ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ବଡ଼ମୂଳ ମଙ୍ଗାନାସୀସ୍ଥିତ ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସାତକୋଶିଆ ସ୍ୟାଣ୍ଡରିସର୍ଟ। ଶୀତ ତଥା ପର୍ଯ୍ୟଟନ ଋତୁ ପ୍ରବେଶ କରୁଥିବା ବେଳେ ପ୍ରତିବର୍ଷ ଭଳି ଚଳିତବର୍ଷ ପର୍ଯ୍ୟଟକଙ୍କ ପାଇଁ ସ୍ୟାଣ୍ଡରିସର୍ଟ ସାଜସଜ୍ଜା ଚାଲିଥିବା ଦେଖିବାକୁ ମିଳିଛି। ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମହାନଦୀର ବାଲୁକା ଶଯ୍ୟାରେ ଲାଗୁଥିବା କଟେଜ୍‌ ଗୁଡ଼ିକର ନିମାର୍ଣ କାର୍ଯ୍ୟରେ ବିଳମ୍ବ ହୋଇଥିଲା। ଆସନ୍ତା ୧୫ତାରିଖରେ ଏହାର ଶୁଭ ଉଦ୍‌ଘାଟନ କରାଯିବ । ଏ ନେଇ ମୁଦୁଲୀଗାଡ଼ିଆ, ମା’ ସାତଭଉଣୀ ପର୍ଯ୍ୟଟନ ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି। ଚଳିତବର୍ଷ ୧୬ଟି ଅଣଶୀତତାପ ନିତମ୍ବିତ ଅସ୍ଥାୟୀ ଟେଣ୍ଟ୍ ନିର୍ମାଣ କରାଯିବାକୁ ନିଷ୍ପତ୍ତିନିଆଯାଇଥିବା ବେଳେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଲେ ଆବଶ୍ୟକସ୍ଥଳେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶ କ୍ରମେ ଟେଣ୍ଟ ସଂଖ୍ୟାକୁ ବୃଦ୍ଧି କରାଯିବ। ସାତକୋଶିଆ…

Read More

ଆରମ୍ଭ ହେଲା ଭଏସ୍ ଅଫ ନୟାଗଡ଼ ସିଜିନ୍ ୩

ନୟାଗଡ଼,(ନୟାଗଡ଼ ଦର୍ପଣ): ସଂଗୀତ କ୍ଷେତ୍ରରେ ପ୍ରଶିଦ୍ଧି ଲାଭକରିଥିବା ନୟାଗଡରେ ଯୁବ କଣ୍ଠଶିଳ୍ପୀମାନଙ୍କ ପ୍ରତିଭାର ବିକାଶ ପାଇଁ ନୟାଗଡ଼ କ୍ଳବ ଦ୍ଵାରା ଆୟୋଜିତ ସଂଗୀତ ଭିତ୍ତିକ ପ୍ରତିଯୋଗିତା ଭଏସ୍ ଅଫ୍ ନୟାଗଡ଼,ସିଜିନ୍ ୩ ଆଜି ଠାରୁ ଆରମ୍ଭ ହୋଇଛି। ନୟାଗଡ଼ କ୍ଳବର ସଭାପତି ରବୀନ୍ଦ୍ର କୁମାର ସାହୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଭଏସ୍ ଅଫ୍ ନୟାଗଡ଼ର ସଂଯୋଜକ ଧୀରେନ୍ଦ୍ର କୁମାର ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରି କହିଥିଲେ ଯେ,ଆଜି ପ୍ରଥମ ପର୍ଯ୍ୟାୟରେ ନୟାଗଡ଼ ବ୍ଳକର ୧୪ ରୁ ୨୧ ବର୍ଷ ପର୍ଯ୍ୟନ୍ତ ପ୍ରତିଯୋଗୀଙ୍କୁ ନେଇ ପ୍ରତିଯୋଗିତା ହେଉଥିବା ବେଳେ ପର୍ଯ୍ୟାୟୟକ୍ରମେ ନୟାଗଡର ଅନ୍ୟ ୭ ଟି ବ୍ଳକରେ ପ୍ରତିଯୋଗିତା କରାଯାଇ କ୍ୱ।ଟର ପଫାଇନାଲ୍, ସେମିଫାଇନାଲ ଓ ଫାଇନାଲ୍ ଏହିପରି ଭାବେ ଭଏସ୍ ଅଫ୍ ନୟାଗଡ଼ ଭାବେ…

Read More

ଭଏସ ଅଫ ନୟାଗଡ଼ ଅକ୍ଟୋବର ୩୦ରୁ ଆରମ୍ଭ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଭଏସ ଅଫ ନୟାଗଡ଼ର ପ୍ରଥମ ଅଡିସନ ଅକ୍ଟୋବର ୩୦ (ରବିବାର) ସକାଳ ୮ ଟା ସମୟରେ ସ୍ଥାନୀୟ ରୋଟାରୀ କ୍ଲବ, ନୟାଗଡ଼ ପରିସରରେ ଆୟୋଜନ କରାଯିବ ବୋଲି ଏହି କାର୍ଯ୍ୟକ୍ରମର କୋଅର୍ଡିନେଟର ଧିରେନ୍ଦ୍ର ପଟ୍ଟନାୟକ ସୁଚନା ପ୍ରଦାନ କରିଛନ୍ତି। ପ୍ରତିଯୋଗୀ ମାନଙ୍କ ବୟସ ୧୪ ବର୍ଷରୁ ୨୧ ବର୍ଷ ଭିତରେ ହେଇଥିବା ଦରକାର ଏବଂ ଏହି କାର୍ଯ୍ୟକ୍ରମରେ କେବଳ ଓଡ଼ିଆ ସଙ୍ଗୀତ ଗାନ କରିବାକୁ ପଡିବ । ପର୍ଯ୍ୟାୟ କ୍ରମେ ନୟାଗଡ଼ର ଅନ୍ୟ ବ୍ଲକ ମାନଙ୍କରେ ମଧ୍ୟ ଅଡିସନ କରି ପ୍ରତିଯୋଗୀ ଚୟନ କରାଯିବ ବୋଲି ସୁଚନା ମିଳିଛି । ଏହି ପ୍ରତିଯୋଗିତାର ଅନ୍ତିମ ଚରଣ ବିଜେତାଙ୍କୁ ଟ୍ରଫି ସହିତ ୧୦ହଜାର ଟଙ୍କା ପ୍ରଦାନ କରାଯିବ ଏବଂ ତା’ ସହିତ ଓଡ଼ିଶାର ପ୍ରତିଷ୍ଠିତ ମ୍ୟୁଜିକ କମ୍ପାନୀ ତାଲ…

Read More

ଭିଡିଓ ସଙ୍ଗୀତ ‘ଏଇ ଅନନ୍ତ ଆକାଶରେ’ ଲୋକାର୍ପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଯୁବପ୍ରତିଭା ତଥା କଟକ ଆକାଶବାଣୀ କେନ୍ଦ୍ରର ସ୍ୱୀକୃତୀପ୍ରାପ୍ତ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶଙ୍କ କଣ୍ଠଦାନ ଏବଂ ଶିଶୁ ସାହିତ୍ୟିକା ବସିରନ ବିବିଙ୍କ ରଚିତ ଭିଡିଓ ସଙ୍ଗୀତ ‘ଏଇ ଅନନ୍ତ ଆକାଶରେ’ ନୟାଗଡ ନାରାୟଣ ପାର୍କ ଠାରେ ଆଜି ଲୋକାର୍ପିତ ହୋଇଯାଇଛି । ଇଣ୍ଡିଆନ ମ୍ୟୁଜିକ କ୍ରିଏସନ ଦ୍ୱାରା ପ୍ରଯୋଜିତ ଏହି ଭିଡିଓ ସଙ୍ଗୀତ ପରିଚାଳନା ଅଶୋକ କୁମାର ସାହୁ କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନାରେ ନିଜେ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ରହିଛନ୍ତି । ଏହି ଲୋକାର୍ପଣ ଉତ୍ସବରେ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ଦାଶ ଏବଂ ଗୀତିକାର ବସିରନ ବିବିଙ୍କ ସହିତ ନିର୍ମଳ ଶୂରଦେଓ,ଲକ୍ଷ୍ମୀଧର ସାହୁ,ପ୍ରଦୀପ ସାହୁ,ପ୍ରଶାନ୍ତ ପଟ୍ଟନାୟକ,ଅଶୋକ ମଲ୍ଲ, ଶେଖ ଅବଦୁଲ ଖାଲିକ,ନିଳିମା ନନ୍ଦ,ଦେବେନ୍ଦ୍ର ପରମଗୁରୁ,ସୌଦାମିନୀ ସ୍ୱାଇଁ,ରାଜେନ୍ଦ୍ର ପାଣିଗ୍ରାହୀ,ରବିନ୍ଦ୍ର ତ୍ରିପାଠୀ,ସୁବାସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକୃତି ଈଶ୍ୱରଙ୍କ ଅବଦାନ…

Read More