ମୋଟରସାଇକେଲ ନିରାପତ୍ତା ଟିପ୍ସବାଇକ୍ ଚଳାଇବା ସମୟରେ ଯେ କୌଣସି ସ୍ଥାନରେ ଏବଂ ଯେ କୌଣସି ସମୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଥାଏ । ଏପରି କ୍ଷେତ୍ରରେ ଆପଣ ନିଜ ସୁରକ୍ଷା ପାଇଁ କିଛି ଟିପ୍ସ ଆପଣାନ୍ତୁ ଏହା ଆପଣକୁ ସାହାର୍ଯ୍ୟ କରିବ ।୧- ସର୍ବଦା ସାଟିଫାଏଡ୍ ହେଲ୍ମେଟ୍ ପିନ୍ଧନ୍ତୁ । ହେଲ୍ମେଟ୍ କିଣିଲା ବେଳେ ଏହା ମନେ ରଖନ୍ତୁ ଯେ ଏହା ଭଲ ମ୍ୟାଟେରିଆଲରେ ତିଆରି ହୋଇଥିବ ଏବଂ ମୁଣ୍ଡକୁ ଫିଟ୍ ହେଉଥିବା ନିହାତି ଜରୁରୀ ।୨- ଦୁଇଟି ଯାକ ବ୍ରେକ୍ ର ବ୍ୟବହାର ଶିଖନ୍ତୁ । ଯେପରି ଆପଣ ଠିକ୍ ଭାବେ ଉଭୟ ବ୍ରେକ୍ ବ୍ୟବହାର କରି ଗାଡିକୁ ଅଟକାଇପାରିବେ ।୩-ଗାଡିର ବେଗ ଉପରେ ଧ୍ୟାନ ଦିଅନ୍ତୁ । ସଡକର ନିୟମକୁ ଦୃଷ୍ଟିରେ ରଖି ଗାଡିର ବେଗକୁ ସେହି ଅନୁସାରେ ସୀମିତ ରଖନ୍ତୁ ।୪-ସଡକରେ ବାଇକ…
Read MoreCategory: ସ୍ୱାସ୍ଥ୍ୟ
ଭୟରୁ ମୁକ୍ତିିର ପଞ୍ଚସୂତ୍ର
ଭୟରୁ ମୁକ୍ତିିର ପଞ୍ଚସୂତ୍ର୧- ବିବେକପୂର୍ଣ୍ଣ, ବୁଦ୍ଧି ସଂପନ୍ନ, ସଚେତନ ଓ ତର୍କ ପ୍ରବୀଣ ହୁଅ । ଭୟ ସୃଷ୍ଟିକାରୀ ଶକ୍ତିକୁ ଜାଣ । ପ୍ରବାଦ କିଂବା ଜନଶୃତିକୁ ଗୁରୁତ୍ୱ ଦିଅନାହିଁ । ସର୍ବଦା ସତ୍ୟର ଅନୁସନ୍ଧାନକର ।୨- ବ୍ୟସ୍ତ କିଂବା ବ୍ୟଗ୍ର ହୁଅନାହିଁ । ମନରେ ଭୀତି ସଞ୍ଚାରକାରୀ ତଥା ଆତଙ୍କପୂର୍ଣ୍ଣ ଖବର ପ୍ରତି ଦୃୃଷ୍ଟି ଦିଅନାହିଁ । ଟେଲିଭିଜନ୍ରେ ପ୍ରସାରିତ ହିଂସାକାଣ୍ଡ, ବିସ୍ଫୋରଣ, ହତ୍ୟା, ଅପହରଣ ଦୃଶ୍ୟଠାରୁ ନିଜକୁ ଓ ପରିବାରର ସଦସ୍ୟମାନଙ୍କୁ ଦୂରେଇରଖ ।୩- ତୁମ କଥା ଶୁଣିବାକୁ ଯିଏ ଆଗ୍ରହୀ, କେବଳ ସେହି ବ୍ୟକ୍ତିଠାରେ ନିଜର ମନ କଥା କୁହ । ଯେଉଁ କାର୍ଯ୍ୟ କିଂବା କେଉଁ କାରଣରୁ ତୁମ ମନରେ ଭୟ ଜାତ ହେଉଛି, ତାହା ପ୍ରକାଶ କର । ମନ ହାଲୁକା ହେବ, ଭୟ ହଟିଯିବ ।୪- ଭୟ ସୃଷ୍ଟିକାରୀ…
Read Moreସ୍ୱାସ୍ଥ୍ୟ ପାଇଁ ତରଭୁଜ
ସ୍ୱାସ୍ଥ୍ୟ ପାଇଁ ତରଭୁଜତରଭୁଜ କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ, ତ୍ୱଚା ପାଇଁ ମଧ୍ୟ ଉପକାରୀ । ତରଭୁଜରେ ଥିବା ‘ଭିଟାମିନ୍ ଏ’ ଏବଂ ‘ଭିଟାମିନ୍ ସି’ ତ୍ୱଚା ପାଇଁ ଲାଭଦାୟକ ହେବା ସହ ରୋଗପ୍ରତିରୋଧକ ଶକ୍ତି ବି ବଢ଼ାଇଥାଏ । ବ୍ରଣ ଓ ମୁହଁରେ ଉଜ୍ଜ୍ୱଳତା ବୃଦ୍ଧି କରିବା ପାଇଁ ତରଭୁଜ ରସ ସହିତ ଗୋଟିଏ ପାଚିଲା କଦଳୀକୁ ଚକଟି ପେଷ୍ଟ କରି ମୁହଁରେ ଲଗାଇଲେ ମଧ୍ୟ ଏହା ମୁହଁକୁ ଉଜ୍ଜ୍ୱଳ ରଖବା ସହିତ ବ୍ରଣଭଲ କରିବାରେ ସାହାଯ୍ୟ କରିଥାଏ । ଘରେ କଦଳୀ ନଥିଲେ ତରଭୁଜ ରସ ସହିତ ଅଧା ଚାମଚ ମହୁ ମିଶାଇ ମୁହଁରେ ଲଗାଇ ପରେ ଉଷୁମ ପାଣିରେ ଧୋଇ ଦେଲେ ମଧ୍ୟ ତ୍ୱଚା ନରମ ରହିବା ସହିତ ଉଜ୍ଜ୍ୱଳ ଦେଖାଯିବ ।
Read Moreରୋଗୀଙ୍କୁ ଫେରାଇ ପାରିବନି କୋଭିଡ ହସ୍ପିଟାଲ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୋଭିଡ୍ ହସପିଟାଲରେ କୋଭିଡ୍ ରୋଗୀଙ୍କ ଭର୍ତ୍ତି ସମ୍ପର୍କିତ ଜାତୀୟ ନୀତିକୁ ପରିବର୍ତ୍ତନ କରିଛନ୍ତି । ଏଣିକି ଜଣେ ରୋଗୀ କୋଭିଡ୍ ହସପିଟାଲରେ ଭର୍ତ୍ତି ହେବାବେଳେ କୋଭିଡ୍ ପଜିଟିଭି ପ୍ରମାଣପତ୍ର ଥିବା ଜରୁରୀ ନୁହେଁ । ସେହିପରି ଜଣେ ସଂଦିଗ୍ଧ କୋଭିଡ୍ ରୋଗୀ କୌଣସି କୋଭିଡ୍ କେୟାର ସେଣ୍ଟର (ସିସିସି), ଡେଡିକେଟେଡ କୋଭିଡ କେୟାର ସେଣ୍ଟର (ଡିସିସିସି) ଆଦିରେ ଭର୍ତ୍ତି କରାଯ଼ାଇପାରିବ । ତେବେ ସେମାନଙ୍କୁ ଉକ୍ତ ହସପିଟାଲର ସଂଦିଗ୍ଧ ଓ୍ବାର୍ଡରେ ରଖାଯ଼ିବ ।ସେହିପରି କୌଣସି ରୋଗୀଙ୍କୁ ହସପିଟାଲରେ ଫେରାଯ଼ିବ ନାହିଁ । ଅକ୍ସିଜେନ ଅଭାବ, ଔଷଧ ଅଭାବ କିମ୍ବା ରୋଗୀ ଅନ୍ୟ ସହରର ବୋଲି ଦର୍ଶାଇ ରୋଗୀଙ୍କୁ ଫେରାଇ ଦିଆଯିବ ନାହିଁ । ପୁଣି ଜଣେ ରୋଗୀଙ୍କ ପାଖରେ କୌଣସି ବୈଧ ପରିଚୟପତ୍ର ନଥିବା ଦର୍ଶାଇ ତାଙ୍କୁ ହସପିଟାଲରୁ ଫେରାଇଦିଆଯ଼ିବ ନାହିଁ…
Read Moreସୁସ୍ଥତାର ସୂତ୍ର: ଆକ୍ବାଯୋଗ
ହଜାର ହଜାର ବର୍ଷ ତଳେ ମୁନିଋଷିମାନେ ନିୟମିତ ଯୋଗାଭ୍ୟାସ କରି ହିଁ ଦୀର୍ଘାୟୁ ହୋଇପାରୁଥିଲେ ବୋଲି ବିଶେଷଜ୍ଞମାନେ ବିଭିନ୍ନ ପରୀକ୍ଷା କରି ପ୍ରମାଣିତ କରିଛନ୍ତି । ଏବର ସମସୟରେ କିନ୍ତୁ ଲୋକେ ଏଇ ସରଳ ପ୍ରଣାଳୀକୁ ନ ଆପଣେଇ ଭିନ୍ନ ଉପାୟରେ ସୁସ୍ଥତା ଓ ଦୀର୍ଘାୟୁର ସୂତ୍ର ଖୋଜୁଛନ୍ତି । ସେସମୟରେ ଲୋକେ ପଣିରେ ମଧ୍ୟ ଯୋଗ କରୁଥିଲେ, ଯାହା ବର୍ତ୍ତମାନ ସମୟରେ ‘ ନାମରେ ‘ଆକ୍ୱା ଯୋଗ’ ନାମରେ ଜଣାଯାଉଛି । ଆମେରିକୀୟ ବିଶେଷଜ୍ଞଙ୍କ ମତରେ ହଜାରହଜାର ବର୍ଷ ତଳେ ଭାରତୀୟ ତପସ୍ୱୀମାନେ ନିଜ ଶକ୍ତି ବଳରେ ପୁଷ୍କରିଣୀ ଅବା ନଦୀ ପାଣିରେ ଅଧା ବୁଡ଼ି ଏଇ ଆକ୍ୱା ଯୋଗ କରୁଥିବାର ଦେଖାଯାଉଛି । ବିଶେଷଜ୍ଞଙ୍କ ପରାମର୍ଶରେ ହିଁ ଏଇ ଯୋଗ କରିବା ସ୍ୱାସ୍ଥ୍ୟ ପାଇଁ ହିତକାରୀ । ଦକ୍ଷ ପ୍ରଶିକ୍ଷକଙ୍କ ଦୃଷ୍ଟିରେ ଗତ କିଛି…
Read Moreଏହି ଉପାୟରେ ବଢ଼ାନ୍ତୁ ନିଜର ରୋଗ ପ୍ରତିରୋଧକ ଶକ୍ତି: ଆୟୁଷ ମନ୍ତ୍ରଣାଳୟର ଉପାୟ
କରୋନା ଭୂତାଣୁ ଠାରୁ ନିଜକୁ ରକ୍ଷା କରିବାକୁ ବିଶେଷଜ୍ଞ ବିଭିନ୍ନ ପରାମର୍ଶ ଦେଉଛନ୍ତି। ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅନେକ ନିୟମାବଳୀ ପାଳନ କରାଯାଉଛି। ଏହାବ୍ୟତୀତ ସଂକ୍ରମଣକୁ ଏଡାଇବାକୁ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଅନେକ ଉପାୟ ଜଣାଇଛନ୍ତି। ଏଭଳି ସମୟରେ ଆୟୁଷ ମନ୍ତ୍ରାଳୟ ଦ୍ୱାରା ବିଭିନ୍ନ ଉପାୟ ଜାରି କରାଯାଇଛି।– ନିୟମିତ ଉଷୁମ ପାଣି ପିଅନ୍ତୁ। ଏହାସହ ଉଷୁମ ପାଣିରେ ଅଳ୍ପ ଲୁଣ ଓ ହଳଦୀଗୁଣ୍ଡ ପକାଇ ଗାରଗେଲ କରନ୍ତୁ।– ଘରେ ପ୍ରସ୍ତୁତ ସତେଜ ଖାଦ୍ୟ ଖାଆନ୍ତୁ। ଯେଉଁ ଖାଦ୍ୟ ସହଜରେ ହଜମ ହୋଇପାରୁ ଥିବ। ଏହାସହ ଖାଦ୍ୟରେ ହଳଦୀ, ଜିରା, ଅଦା, ଧନିଆରେ ପ୍ରୟୋଗ କରିବା ସହ ଅଁଳାର ନିୟମିତ ସେବନ କରନ୍ତୁ।ପ୍ରତିଦିନ ୩୦ ମିନିଟ ଯାଏଁ ଯୋଗ , ପ୍ରାଣାୟାମ, ଧ୍ୟାନ କରିବା ସହ ୭ ରୁ ୮ ଘଣ୍ଟା ନିଶ୍ଚୟ ଶୁଅନ୍ତୁ।–…
Read Moreକୋଭିଡ୍ ପରୀକ୍ଷା ପାଇଁ ନୂଆ ନିୟମ ଜାରି କଲେ କେନ୍ଦ୍ର ସରକାର
କରୋନାଭାଇରସ୍ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବୃଦ୍ଧିପାଉଥିବା ବେଳେ ‘ଡାଇଗ୍ନୋଷ୍ଟିକ୍ ଲ୍ୟାବ୍’ ଗୁଡ଼ିକ ଉପରୁ ଚାପ ହ୍ରାସ ଲାଗି କେନ୍ଦ୍ର ସରକାର ମଙ୍ଗଳବାର ଦିନ ଦେଶରେ ‘କରୋନାଭାଇସ୍-ଟେଷ୍ଟିଙ୍ଗ୍ ନିୟମ’ ସଂଶୋଧନ କରିଛନ୍ତି। ସୁସ୍ଥ ଥିବା ଆନ୍ତରାଜ୍ୟ ଭ୍ରମଣକାରୀ ଏବଂ ଡାକ୍ତରଖାନାରୁ ବିଦାୟ ନେଇ ଆସୁଥିବା କୋଭିଡ୍ ରୋଗୀମାନଙ୍କର ନମୁନା ପରୀକ୍ଷା କରାଯିବ ନାହିଁ ବୋଲି ଏଥିରେ ଉଲ୍ଲେଖ ଅଛି। ଦ୍ରୁତ ବେଗରେ ସଂକ୍ରମଣ ତେଜୁଥିବା କାରଣରୁ ଦେଶବ୍ୟାପୀ ଥିବା ୨,୫୦୦ରୁ ଊର୍ଦ୍ଧ୍ବ ଲ୍ୟାବ୍ ପ୍ରବଳ ଚାପରେ କାମ କରୁଛନ୍ତି। ରାଜ୍ୟମାନଙ୍କ ପ୍ରତି ଜାରି ଏକ ସର୍କ୍ୟୁଲାର୍ରେ କେନ୍ଦ୍ର ସରକାର କହିଛନ୍ତି ଯେ, ଲ୍ୟାବ୍ମାନଙ୍କ ଉପରୁ ଚାପ ହ୍ରାସ କରିବା ନିମନ୍ତେ ଆନ୍ତରାଜ୍ୟ ଘରୋଇ ଯାତ୍ରାରେ ଗମନାଗମନ କରୁଥିବା ସୁସ୍ଥ ବ୍ୟକ୍ତି ବିଶେଷଙ୍କ ପାଇଁ ଥିବା ‘ଆର୍ଟି-ପିସିଆର୍’ ବ୍ୟବସ୍ଥା ସମ୍ପୂର୍ଣ୍ଣରୂପେ ଉଠାଇ ଦିଆଯାଉ। ସେହିଭଳି, ସୁସ୍ଥ ହେବା ପରେ…
Read Moreଆପଣଙ୍କ ଶରୀରରେ ଠିକ ଭାବେ କାମ କରୁଛି କି ନାଇଁ କରୋନା ଟିକା: ଲକ୍ଷଣରୁ ଜାଣନ୍ତୁ
କରୋନା ଭାଇରସ ସଂକ୍ରମଣରୁ ମୁକ୍ତି ପାଇବାର ସବୁଠୁ ପ୍ରଭାବଶାଳୀ ଉପାୟ ହେଉଛି ଟିକା। ମାତ୍ର କିଛି ଲୋକ ଏହାର ସାଇଡ୍ ଇଫେକ୍ଟ ଯୋଗୁ ଭୟ କରୁଛନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ଭ୍ୟାକ୍ସିନର ସାଇଡ୍ ଇଫେକ୍ଟକୁ ଡରିବାର ଆବଶ୍ୟକତା ନାହିଁ। ଏହି ସବୁ ସାଇଡ୍ ଇଫେକ୍ଟ ହିଁ ସୂଚନା ଦିଏ ଯେ ଟିକା ଆପଣଙ୍କ ଶରୀରରେ କାମ ଦେଉଛି। କିଛି ଲୋକଙ୍କ ଶରୀରରେ ଟିକା ନେବା ପରେ ଜ୍ୱର, ଥଣ୍ଡା, ମୁଣ୍ଡ ବିନ୍ଧା ଆଦି ଲକ୍ଷଣ ପ୍ରକାଶ ପାଉଛି। ଏହାର ଅର୍ଥ ହେଉଛି ଆପଣଙ୍କ ଇମ୍ୟୁନିଟି ସିଷ୍ଟମ ଖୁବ୍ ଦ୍ରୁତ ଗତିରେ କାମ କରୁଛି। ଯାହା କି ଏକ ଭଲ ଲକ୍ଷଣ ବୋଲି ଆମେରିକାର ମହାମାରୀ ଏକ୍ସପର୍ଟ କହିଛନ୍ତି। କିଛି ଲୋକଙ୍କ ଶରୀରରେ ପ୍ରଥମ ଡୋଜ୍ ପରେ ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ଆଉ କିଛିଙ୍କ ଠାରେ ଦ୍ଵିତୀୟ…
Read Moreଘିକୁଆଁରୀର ଉପକାରିତା, ନିଶ୍ଚୟ ପଢନ୍ତୁ
ଆମ ଦେଶରେ ଘିକୁଆଁରୀର ବିଭିନ୍ନ ନାମ: ହିନ୍ଦୀ- କୁଜା, ସେବତୀ, ବଙ୍ଗଳା- ଗୋଲାପ, ସଂସ୍କୃତ – ଚାରୁକେଶର, ବୃତ୍ତ, ପୁଷ୍ପ, ତେଲୁଗୁ- ମେଣ୍ଡିଚେଟ୍ଟୁ ।ପ୍ରକୃତି ଆମକୁ ସମସ୍ତ ପ୍ରକାର ରୋଗର ନିରାକରଣ ନିମନ୍ତେ ଯୋଉ ବୃକ୍ଷଲତାଗୁଡିକ ଦେଇଛି ସେଥିମଧ୍ୟରୁ ଘିକୁଆଁରୀ ଅନ୍ୟତମ । ଏହି ଗଛ ଭାରତର ପ୍ରାୟତଃ ସବୁଠାରେ ଦେଖିବାକୁ ମିଳିଥାଏ । ଏହା ଏକ ମାଂସଳ ପତ୍ରବିଶିଷ୍ଟ ଗୁଳ୍ମ । ପତ୍ରଗୁଡିକ ଲମ୍ବ ଏବଂ ପତ୍ରଟି ମାଂସଳ ହୋଇଥରବାରୁ ତା’ଭିତରେ ଲାଲୁଆ ରସ ରହିଥାଏ । ଏହି ରସ ରୋଗ ନିରାକରଣରେ ସାହାର୍ଯ୍ୟ କରେ ଏହି ଗଛକୁ ଉଭିଦ ବିଜ୍ଞାନୀମାନେ “ଆଲୋଛୟୁରା” କହିଥାନ୍ତି । ସଂସ୍କୃତରେ ଘିକୁଆଁରୀକୁ ଘୃତକୁମାରୀ, ତରୁଣୀ, ସହା, ଗୃହକନ୍ୟା ବୋଲି କହନ୍ତି । ଏହା ପ୍ରଧାନତଃ ଆଫ୍ରିକା, ଭାରତ ଓ ଆରବରେ ଦେଖାଯାଇଥାଏ ।ଘିକୁଆଁରୀ ରସ ମଧୁର, ତିକ୍ତ ମଦଗନ୍ଧ…
Read Moreସାପ କାମୁଡ଼ିବାର ପ୍ରଥମ ଦୁଇଘଣ୍ଟା ମୂଲ୍ୟବାନ
ସାପ କାମୁଡ଼ିବାର ପ୍ରଥମ ଦୁଇଘଣ୍ଟା ଆମ ପାଇଁ ସୁବର୍ଣ୍ଣ ସମୟ । ସର୍ପାଘାତର ଦୁଇ ଘଣ୍ଟାପରେ ବିଷ ଶରୀର ନର୍ଭ ଟିସୁ ଓ ମସଲ ଟିସୁରେ ମିଶି ଯାଇଥାଏ । ବିଷ ନର୍ଭ ଟିସୁ ଓ ମସଲ ଟିସୁରେ ମିଶିଯିବା ପରେ ସାପ ବିଷକୁ ନଷ୍ଟ କରିବାକୁ ଉଦ୍ଦିଷ୍ଟ ମେଡିସିନ୍ ଆଉ କାମ କରିନଥାଏ । ତେଣୁ ସାପ କାମୁଡ଼ିବାର ଦୁଇ ଘଣ୍ଟା ଭିତରେ ଡାକ୍ତରଖାନାକୁ ଆଣିପାରିଲେ ରୋଗୀ ବଞ୍ଚିବା ସମ୍ଭବ । ମାତ୍ର ଲୋକ ଝଡ଼ାଫୁଙ୍କାକୁ ବିଶ୍ୱାସ କରି ସୁବର୍ଣ୍ଣ ସମୟକୁ ଗୁଣିଆ ପାଖରେ ନଷ୍ଟ କରିଦେଉଛନ୍ତି । ଯେତେବେଳେ ଗୁଣିଆ ହାତଟେକି ଦେଉଛି, ସେତେବେଳେ ଡାକ୍ତରଖାନାକୁ ଆଣୁଛନ୍ତି । ସେତେବେଳେ ରୋଗୀକୁ ବଞ୍ଚାଇବାର ସମସ୍ତ ରାସ୍ତା ବନ୍ଦ ହୋଇଯାଇଥାଏ । ତେଣୁ ସାପ କାମୁଡ଼ିବା କ୍ଷଣି ଡାକ୍ତରଖାନାରେ ରୋଗୀକୁ ଭର୍ତ୍ତି କରିବା ଜରୁରୀ ।…
Read More