ନୟାଗଡ଼,(ନୟାଗଡ ଦର୍ପଣ): ରାଜ୍ୟ ସ୍ତରୀୟ ସହୀଦ ରଘୁଦିବାକର ସ୍ମୃତି କମିଟି ଓ ମା’ ଫାଉଣ୍ଡେସନର ମିଳିତ ସହଯୋଗରେ ସହୀଦ ଦିବାକର ପରିଡ଼ାଙ୍କ ୧୧୧ ତମ ଜୟନ୍ତୀ ନୟାଗଡ଼ ସହରସ୍ଥିତ କେ.ସି କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ସହିଦ ରଘୁଦିବାକର ସ୍ମୃତି କମିଟି ସଭାପତି ସୌଦାମିନ ପାଇକରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ନୟାଗଡ଼ ଜିଲ୍ଲା ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ କୁମାର ନାୟକ ଯୋଗ ଦେଇଥିବା ବେଳେ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଶରତ ଚନ୍ଦ୍ର ଆଚାର୍ଯ୍ୟ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ସମାଜସେବୀ ଦାମୋଦର ସାହୁ, ସାମ୍ବାଦିକ ପ୍ରଦିପ୍ତ ରଥ, କେ.ସି କ୍ଲବ ସଭାପତି କିଶାନ ଦାଶ, ମା’ ଫାଉଣ୍ଡେସନ ସମ୍ପାଦକ ରଞ୍ଜନରଶ୍ମୀ ଜେନା ପ୍ରମୁଖ ଯୋଗ ଦେଇଥିଲେ ।…
Read MoreCategory: ରଣପୁର ବ୍ଲକ
ନୟାଗଡ଼ ସ୍ୱଂୟ ଶାସିତ ମହାବିଦ୍ୟାଳୟରେ ମାଗଣା ସ୍ୱାସ୍ଥ୍ୟ ଶିବିର
ଉନ୍ନତମାନର ଚିକିତ୍ସା ସୁବିଧା ପାଇଲେ ୨ ହଜାର ରୋଗୀ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ବିଶାଳ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଏବଂ ଇଫକୋ ସହାୟତା କରିଛନ୍ତି । ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିବା ବେଳେ ୨ ହଜାରରୁ ଉର୍ଦ୍ଧ୍ୱ ଲୋକ ବହୁ ଦକ୍ଷ ଚିକିତ୍ସକଙ୍କଠାରୁ ଚିକିତ୍ସା ସୁବିଧା ପାଇ ପାରିଛନ୍ତି । ୧୨ଟି ସ୍ୱାସ୍ଥ୍ୟ ସମ୍ପର୍କିତ ବିଭାଗ ପାଇଁ ୨୧ ଜଣ ଡାକ୍ତର ଶିବିରରେ ଯୋଗ ଦେଇଥିଲେ । ମୁଖ୍ୟତଃ ଆମ୍ରି ହସ୍ପିଟାଲର ୯ ଜଣ ଡାକ୍ତର ଯୋଗ ଦେଇ ଚିକିତ୍ସା ସୁବିଧା ଯୋଗାଇ ଦେଇଥିଲେ…
Read Moreମାଗଣା ସ୍ୱାସ୍ଥ୍ୟ ଶିବିର ପାଇଁ ଚୂଡ଼ାନ୍ତ ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ବିଶାଳ ମାଗଣା ସ୍ୱାସ୍ଥ୍ୟ ଶିବିର ରବିବାର ଅନୁଷ୍ଠିତ ହେବ। ଏଥିପାଇଁ ଆଜି ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସଭାଗୃହରେ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଅରୁଣ ମହାନ୍ତି, ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ମନ୍ତ୍ରୀ ଡ. ସାହୁ ତାଙ୍କ ବକ୍ତବ୍ୟରେ ମାଗଣା ସ୍ୱାସ୍ଥ୍ୟ ଶିବିର ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ସ୍ୱେଚ୍ଛାସେବୀ ମନବୃତ୍ତି ବୃଦ୍ଧି ପାଇଁ କାର୍ଯ୍ୟକ୍ରମର ଆବଶ୍ୟକତା ଥିବା କହିଛନ୍ତି । ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ଶିବିରରେ…
Read Moreଖୋର୍ଦ୍ଧା ଯୁବକ ତାପସ ନୟାଗଡ଼ରେ ନିଖୋଜ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଖୋର୍ଦ୍ଧା ଜିଲ୍ଲା ଜୟମଙ୍ଗଳ ଗ୍ରାମର ତାପସ କୁମାର ନାୟକ ଗତକାଲି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଥିବା ସମ୍ପର୍କୀୟ ଆଇଙ୍କୁ ଭେଟିବା ପାଇଁ ନୟାଗଡ଼ ଆସିଥିଲେ । ନୟାଗଡ଼ ଡାକ୍ତରଖାନାରୁ କିଛି ସମ୍ପର୍କିୟଙ୍କୁ ନେଇ ବାହାଡ଼ଝୋଲା ନିକଟବର୍ତ୍ତୀ ଘଡ଼େଇ ବନ୍ଧ ଗ୍ରାମରେ ଛାଡ଼ିବାକୁ ଯାଇଥିଲେ । ସେଠାରୁ ରାତି ୮.୩୦ରୁ ଖୋର୍ଦ୍ଧା ଅଭିମୁଖେ ବାହାରିଥିବା ବେଳେ ଆଜି ସଂନ୍ଧ୍ୟା ସୁଦ୍ଧା ପହଞ୍ଚିନଥିବା ତାପସଙ୍କ ପତ୍ନୀ ତୁଳସୀ ସାମଲ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏକ ଗ୍ଲାମର ମୋଟର ସାଇକେଲ ଯୋଗେ ସେ ଫେରୁଥିବା ସମୟରେ କିଛି ଅଘଟଣା ଘଟିଥିବା ନେଇ ପରିବାର ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି । ତାପସ ବଲାଙ୍ଗୀର ଜିଲ୍ଲା ସଇଁତଳା ଗୋଳାବାରୁଦ କାରଖାନାରେ କାମ କରୁଥିବା ବେଳେ ସେ ଜୟମଙ୍ଗଳ ଗ୍ରାମ ନିକଟରେ ଏକ…
Read Moreସ୍ୱତନ୍ତ୍ର ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡିଶା ସ୍ପେଶାଲ ଏଜୁକେଟର ଫେଡରେଶନ ଫର ଦିବ୍ୟାଙ୍ଗ(OSEFD)ସଙ୍ଘ ତରଫରୁ ନୟାଗଡ଼ ଜିଲ୍ଲାର କର୍ମକର୍ତ୍ତା ମାନେ ଆଜି ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। RPWD ଆକ୍ଟ ୨୦୧୬ ଅନୁସାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ସ୍ତରରେ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇବେ। ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ୬ମାସ ମଧ୍ୟରେ ବିଦ୍ୟାଳୟ ସ୍ତରରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି କରିବାକୁ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ କଡ଼ାକଡ଼ି ଭାବେ ନିର୍ଦେଶ ଦେଇଛନ୍ତି। କିନ୍ତୁ ରାଜ୍ୟ ସରକାର ଏଦିଗରେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉ ନାହାନ୍ତି। ଯାହା ଫଳରେ ରାଜ୍ୟର ହଜାର ହଜାର ସ୍ୱତନ୍ତ୍ର ଶିକ୍ଷକ ଉପଯୁକ୍ତ ତାଲିମ ନେଇ ବେକାର ହୋଇ ଘରେ ବସିଛନ୍ତି। ରାଜ୍ୟର ବିଭିନ୍ନ ଗାଁ ଗହଳିରେ ଥିବା…
Read Moreଏନ.ସି.ଏସ.ସି ପ୍ରତିଯୋଗିତାରେ ନୟାଗଡ଼ ଏନ.ଏ.ସି ହାଇସ୍କୁଲର ଛାତ୍ର ଜିଲ୍ଲାରେ ପ୍ରଥମ
ନୟାଗଡ଼,(ନୟାଗଡ଼ ଦର୍ପଣ): ୨୯ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ-୨୦୨୧ ପରିପ୍ରେକ୍ଷୀରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ନୟାଗଡ଼ ଏନଏସି ହାଇସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ଜିତ୍ ଜୟପ୍ରକାଶ ବେହେରା ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବା ପାଇଁ ଜିଲ୍ଲାରୁ ମନୋନୀତ ହୋଇଛନ୍ତି । ଗତ ୨୨ ତାରିଖରେ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସୋଲପଟା ହାଇସ୍କୁଲ ଠାରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଜିଲ୍ଲାର ୮ଟି ବ୍ଲକ ଏବଂ ୪ଟି ଏନଏସି ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ୫୧ ଜଣ ପ୍ରତିଯୋଗୀ ସେମାନଙ୍କ ବିଜ୍ଞାନ ପ୍ରକଳ୍ପ ସହିତ ଅଂଶ ଗ୍ରହଣ କରିଥିଲେ । ତେବେ ଏନଏସି ହାଇସ୍କୁଲର ଛାତ୍ରଙ୍କ ପ୍ରକଳ୍ପ ବେଶ ଉଚ୍ଚ ପ୍ରଶଂସିତ ହୋଇଥିବା ବେଳେ ବିଚାରକ ମଣ୍ଡଳୀ ଦ୍ୱାରା ପ୍ରଥମ ସ୍ଥାନ ହାସଲ କରି ରାଜ୍ୟ ସ୍ତରରେ ଅଂଶ ଗ୍ରହଣ ପାଇଁ ମନୋନୀତ…
Read Moreଆଇଆରଏଡି ଆପ୍କୁ ଉନ୍ମୋଚନ କଲେ ନୟାଗଡ଼ ଏସ୍ପି ସିଦ୍ଧାର୍ଥ କଟାରିଆ
ନୟାଗଡ଼,(ନୟାଗଡ ଦର୍ପଣ): ରାଜ୍ୟ ପରିବହନ ବିଭାଗ କର୍ତ୍ତୁପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଇଣ୍ଟିଗ୍ରେଟେଡ ରୋଡ ଆକ୍ସିଡେଣ୍ଟ ଡାଟାବେସ ପ୍ରସ୍ତୁତ କରାଯାଇ ଓଡିଶାର ୧୦ଟି ଜିଲ୍ଲାର ଆରକ୍ଷୀ ଅଧୀକ୍ଷକମାନଙ୍କୁ ନେଇ ଏହି ଆପକୁ ଉନ୍ମୋଚନ କରାଯାଇଛି । ଏହି କ୍ରମରେ ଆଜି ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ ଏହି ଆପକୁ ଉନ୍ମୋଚନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଆଡିସନାଲ ଏସପି ଉମାକାନ୍ତ ମଲ୍ଲିକ, ଡିଏସପି କିରଣ ହେମ୍ବ୍ରମ, ନୟାଗଡ଼ ଥାନା ଆଇଆଇସି ପ୍ରଜ୍ଞାପରମିତା ଜେନା, ଡିଆରଏମ ଦୀପକ ସୁତାର, ଏନଆଇସିର ମଞ୍ଜୁଶ୍ରୀ ମିଶ୍ର, ସବ- ଇନିସପେକ୍ଟର ସନ୍ତୋଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଆପ୍ ଜରିଆରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ । ପୁଲିସ, ପରିବହନ କର୍ତ୍ତୃପକ୍ଷ, ସ୍ୱାସ୍ଥ୍ୟ, ଜାତୀୟ ରାଜପଥ ଓ ଏନଆଇସି ପ୍ରମୁଖଙ୍କ ଉପସ୍ଥିତିରେ ଦୁର୍ଘଟଣାର କାରଣ ଖୋଜାଯିବ । ଦୁର୍ଘଟଣାର ପ୍ରକୃତ…
Read Moreଗୋତିସାହିରେ ବିଜେଡିର ମିଶ୍ରଣ ପର୍ବ ଓ ଉଦଘାଟନୀ ଉତ୍ସବ
ଡିମିସର, ବ୍ରଜରାଜପୁର, ହରିହରପୁର ଏବଂ ଗମ୍ଭାରଡ଼ିହିର ବହୁ ବିରୋଧୀ ନେତା ବିଜେଡିର ସାମିଲ ଶରଣକୁଳ/ନୟାଗଡ଼,(ନୟାଗଡ଼ ଦର୍ପଣ): ରଣପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶରଣକୂଳ ଏବଂ ଗୋଡିପଡା ଜୋନରେ ବିଜେଡିର ମିଶ୍ରଣ ପର୍ବ ସହିତ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରାଯାଇଅଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ତଥା ରାଜ୍ୟ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଡ଼ଃ. ଅରୁଣ କୁମାର ସାହୁ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ପୁରୀ ସାଂସଦ ପିନାକୀ ମିଶ୍ର, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଯୋଗଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ଜନତାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶରଣକୁଳ ବଜାର ମଧ୍ୟରେ ଏକ ପାନୀୟ ଜଳ ପ୍ରକଳ୍ପ, ସୋଲପଟାରେ ମିଶନ ଶକ୍ତି ଗୃହ, ଶରଣକୁଳ ଏବଂ ଗୋତିସାହିଠାରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ,…
Read More‘ସମର୍ପଣ’ରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ମାନବ ସେବା ହେଉଛି ମାଧବ ସେବା। ଅସହାୟ ବୃଦ୍ଧବୃଦ୍ଧା ମାନଙ୍କର ସେବା କରି ସ୍ବର୍ଗୀୟ ଆନନ୍ଦ ମିଳୁଛି ବୋଲି କହିଛନ୍ତି ଭୂମିକା ଚକ୍ଷୁ ହସ୍ପିଟାଲର କର୍ମକର୍ତ୍ତା ମାନେ। ଆଜି ଅପରାହ୍ନ ୦୧ ଘଣ୍ଟା ସମୟରେ ଭୂମିକା ଚକ୍ଷୁ ହସ୍ପିଟାଲ ତରଫରୁ ଡିଆରଡିଏ ରୋଡ଼ ସ୍ଥିତ ସମର୍ପଣ (ବୃଦ୍ଧାଶ୍ରମ)ରେ ସମସ୍ତ ଅନ୍ତେବାସୀ ମାନଙ୍କର ଚକ୍ଷୁ ପରୀକ୍ଷା ଓ ଚିକିତ୍ସା କରାଯାଇଛି। ୫ଜଣ ଅନ୍ତେବାସୀଙ୍କର ମୋତିଆବିନ୍ଦୁ ଅପରେସନ୍ କରାଯିବା ପାଇଁ ହସ୍ପିଟାଲ ତରଫରୁ ବ୍ଯବସ୍ଥା କରାଯାଇଛି। ଅନୁଷ୍ଠିତ ଏହି ଚକ୍ଷୁ ଚିକିତ୍ସା ଶିବିରକୁ ଭୂମିକା ଚକ୍ଷୁ ହସ୍ପିଟାଲର ମୁଖ୍ୟ ଡା. ସମିମା ଖାତୁନ୍, ରଶ୍ମିତା ବଳ, ଧରିତ୍ରୀ ପ୍ରଧାନ, ହିମାଂଶୁ କୁମାର ବିଧାର, ଦୁର୍ଗାମାଧବ ସ୍ବାଇଁ ପରିଚାଳନା କରିଥିବା ବେଳେ ସମର୍ପଣ ପରିଚାଳନା କମିଟିର ସଂପାଦକ ଅରୁଣ କୁମାର ମହାନ୍ତି ଓ ସଦସ୍ଯ ପ୍ରସନ୍ନ କୁମାର ବସନ୍ତିଆ…
Read Moreନୟାଗଡ଼ରେ ବିଶ୍ୱ ମତ୍ସ୍ୟ ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଡିଆରଡିଏରେ ଥିବା ସୃଜନ ସମ୍ମିଳନୀ କକ୍ଷରେ ବିଶ୍ୱ ମତ୍ସ୍ୟ ଦିବସ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡ଼ ପୋମା ଟୁଡୁ ଯୋଗ ଦେଇଥିଲେ। ଜିଲ୍ଲାପାଳ ପ୍ରଦୀପ ପ୍ରଜ୍ବଳନ କରି ବିଶ୍ବ ମତ୍ସ୍ୟ ଦିବସ ଉତ୍ସବକୁ ଉଦଘାଟନ କରିବା ସହ ବାୟୋଫ୍ଲକ୍ ମତ୍ସ୍ୟ ଚାଷ ଉପରେ ଗୁରୁତ୍ୱ ଦେବା ସହ ମହିଳା ସ୍ୱୟଂ ସହାୟିକା ମାନେ କିଭଳି ମାଛ ଚାଷ କରୁଛନ୍ତି ତାହା ଉପରେ ବକ୍ତବ୍ୟ ରଖିଥିଲେ। ସାରା ରାଜ୍ୟରେ ମତ୍ସ୍ୟ ଚାଷ କ୍ଷେତ୍ରରେ ଓଡ଼ିଶା ଏବେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ମତ୍ସ୍ୟ ଚାଷ ଦ୍ୱାରା ବହୁ ଲୋକ ସ୍ୱାବଲମ୍ବୀ ହୋଇଛନ୍ତି । ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ ଉପସ୍ଥିତ…
Read More