ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରାଳୟ, ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ ଅଧିନସ୍ଥ କେନ୍ଦ୍ରୀୟ ଭୂମିଜଳ ପରିଷଦ, ଦକ୍ଷିଣ-ପୂର୍ବ କ୍ଷେତ୍ର, ଭୁବନେଶ୍ଵର ଆନୁକୂଲ୍ୟରେ ଏକ ଦିବସୀୟ ଭୂତଳ ଜଳ ପରିଚାଳନା ଏବଂ ବର୍ଷାଜଳ ସଂରକ୍ଷଣ ସମ୍ପର୍କରେ ଜନ ବାର୍ତ୍ତାଳାପ କାର୍ଯ୍ୟକ୍ରମ ରୋଟାରୀ କ୍ଲବ, ନୟାଗଡରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଭାରତର ୭୫ ତମ ସ୍ବାଧିନତାର ଅମୃତ ମହୋତ୍ସବ ପାଳନ ଅବସରରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବୈଜ୍ଞାନିକ ଶ୍ରୀମତୀ ମୌସୁମୀ ସାହୁ, ସୁଶ୍ରୀ ପୂର୍ବା ବେରା, ଶ୍ରୀ ସତ୍ୟମ ଶୁକ୍ଳା, ଶ୍ରୀ ସଚିଦାନନ୍ଦ ପୃଷ୍ଟି, ପ୍ରାଧ୍ୟାପକ ହରପ୍ରସାଦ ମହାପାତ୍ର ଏବଂ ରୋଟାରୀ କ୍ଲବର ସଭାପତି ଧିରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଭୂତଳ ଜଳ ସ୍ଥିତି, ଗୁଣବତ୍ତା ଏବଂ ପରିଚାଳନା ଆଦି ବିଷୟରେ ଆଲୋଚନା କରିଥିଲେ ।…
Read MoreCategory: ରଣପୁର ବ୍ଲକ
ଶିକ୍ଷକ ମହାସଂଘ ପକ୍ଷରୁ ସହିଦ ଦିବସ ପାଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶିକ୍ଷକ ମହାସଂଘ ପକ୍ଷରୁ ସହିଦ ଦିବସ ବୁଧବାର ପୂର୍ବାହ୍ନରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସ୍ମୃତି ସଭାରେ ବିଶିଷ୍ଟ ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଅନାଦି ଚରଣ ମହାନ୍ତି, ଅଧ୍ୟାପକ ଡ.ଦିଲିପ ମିଶ୍ର, ଡ.ଆଶୁତୋଷ ମିଶ୍ର, ଶିକ୍ଷକ ଲକ୍ଷ୍ମୀଧର ସାହୁ, ପ୍ରଶାନ୍ତ ପଟ୍ଟନାୟକ, ଅଶୋକ ମଲ୍ଲ, ମାଣିକେଶ୍ୱର ସ୍ୱାଇଁ ପ୍ରମୁଖ ଯୋଗଦାନ କରି ସ୍ମୃତିଚାରଣ କରିବା ସହ କଲେଜ ପରିସରରେ ଥିବା ସ୍ୱର୍ଗତ କାହ୍ନୁ ଚରଣ ପଟ୍ଟନାୟକଙ୍କ ସ୍ମୃତିସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ଯେ, ୧୯୭୮ ମସିହା ମାର୍ଚ୍ଚ ୯ତାରିଖରେ ଭୁବନେଶ୍ୱରଠାରେ ଶିକ୍ଷକମାନଙ୍କ ବିଭିନ୍ନ ଦାବି ନେଇ ଶିକ୍ଷକ ମହାସଂଘର ଆନ୍ଦୋଳନ…
Read Moreନୟାଗଡ଼ ଟାଉନ ପୋଲିସ ଦ୍ୱାରା ଦୁଇ ଗୋ-ଚାଲାଣକାରୀ ଗିରଫ
୬ ଗୋମାତା ଉଦ୍ଧାର, ୨ଖଣ୍ଡା ଜବତ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନ ଥାନା ଅଧିକାରିଣୀ ପ୍ରଜ୍ଞା ପାରମିତା ଜେନାଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଦୁଇ ଗୋ-ଚାଲାଣକାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ମାଣିକାଗୋଡ଼ା ଗ୍ରାମର ସେକ ମନସୁର ଏବଂ ମାନସ ପରମାଣିକ। ସେମାନେ ଏକ ଡାଲା ପିକ୍ଅପ୍ ଭ୍ୟାନ ଯୋଗେ ଦଶପଲ୍ଲାରୁ ମାଣିକାଗୋଡ଼ା ଗୋ-ଚାଲାଣ କରୁଥିବା ବେଳେ ନୟାଗଡ଼ ନୂଆ ବସଷ୍ଟାଣ୍ଡ ନିକଟରେ ପୁଲିସ ହାବୁଡ଼ରେ ପଡିଥିଲେ। ପୋଲିସ ସେଠାରୁ ୬ଟି ଗୋରୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ପିକଅପ ଭ୍ୟାନ ଏବଂ ସେମାନଙ୍କ ନିକଟରୁ ଦୁଇଟି ଖଣ୍ଡାକୁ ଜବତ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଟାଉନ ଥାନା ଅଧିକାରିଣୀ ସୂଚନା ଦେଇଛନ୍ତି ।
Read Moreରୋଟାରୀ କ୍ଲବ ଏବଂ ୟୁନିଟେକ କଲେଜ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ ଏବଂ ୟୁନିଟେକ କଲେଜ, ନୟାଗଡର ମିଳିତ ଆନୁକୂଲ୍ୟରେ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୂଖ୍ୟ ଅତିଥି ସହକାରୀ କୃଷି ଅଧିକାରୀ ଶ୍ରୀମତୀ ମୁକ୍ତିଲିନା ମୋନିକା, ନୟାଗଡ଼ ରୋଟାରୀ କ୍ଲବର ସଭାପତି ରୋଟାରିଆନ ଧିରେନ୍ଦ୍ର ପଟ୍ଟନାୟକ ଏବଂ ଇନରହୁଇଲ କ୍ଲବର ସଭାପତି ସ୍ମିତା ସ୍ବାଇଁ, ଆୟୋଜିତ ସଭାରେ ଉଦବୋଧନ ଦେଇ ନାରୀ ସଶକ୍ତିକରଣ ଉପରେ ଗୁରୁତ୍ବ ଦବା ସହ ଉପସ୍ଥିତ ଛାତ୍ରୀ ମାନଙ୍କର ଉଜ୍ଜ୍ବଳ ଭବିଷ୍ୟତର କାମନା କରିଥିଲେ । ଏହି ସଭାକୁ ପରିଚାଳନା କରିଥିଲେ ୟୁନିଟେକ କଲେଜର ନିର୍ଦ୍ଧେଶକ ରୋଟାରିଆନ ପ୍ରବୀର ପୃଷ୍ଟି । ଆଜିର ଏହି କାର୍ଯ୍ୟକ୍ରମ ଅବସରରେ ଛାତ୍ରୀ ମାନଙ୍କୁ ନେଇ ଏକ ତର୍କ ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରିବା ପାଇଁ ପ୍ରେରଣାଦାୟୀ…
Read Moreନୟାଗଡ଼ରେ ବିଶ୍ୱ ମହିଳା ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟ/ସଦସ୍ୟାମାନଙ୍କ ସର୍ବପ୍ରଥମେ ସ୍ୱାଗତ ଜଣାଇବା ସଙ୍ଗେ ସଙ୍ଗେ ଆଜିର ଦିବସର ତାତ୍ପର୍ଯ୍ୟ ଉପରେ ବୁଝାଇବାକୁ ଯାଇ କହିଲେ ଯେ, ସମାଜରେ ଲିଙ୍ଗଗତ ସମାନତା ନିତାନ୍ତ ଜରୁରୀ । ଏହା ନ ରହିଲେ ଭବିଷ୍ୟତରେ ଆମ ସମାଜରେ ଶୃଙ୍ଖଳା ରହିବ ନାହିଁ । PNDT Actକୁ କଡ଼ାକଡ଼ି ଭାବରେ ପାଳନ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ନାରୀ ବିନା ସମାଜରେ ସୃଷ୍ଟି ଅସମ୍ଭବ। ତେଣୁ ନାରୀମାନଙ୍କୁ ନଗଣ୍ୟ ମନେକରିବା ଅନୁଚିତ୍ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ଶଙ୍କର ଜେନା ସର୍ବପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହାକୁ ଜିଲ୍ଲା ସଂଯୋଜିକା(ବାଲ୍ୟବିବାହ) ଇପସିତା…
Read Moreନୟାଗଡ଼ରେ ଗ୍ରୀଷ୍ମପ୍ରବାହ ଓ ଏହାର ପ୍ରତିକାର ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମପ୍ରବାହ ଓ ଏହାର ପ୍ରତିକାର ସଂପର୍କରେ ଏକ ବୈଠକ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ ଜଣାଇ ଗ୍ରୀଷ୍ମପ୍ରବାହ ଓ ପ୍ରତିକାର ସଂପର୍କରେ ଆଲୋଚନା କରି ସମସ୍ତ ବିଭାଗର ଅଧିକାରୀମାନଙ୍କୁ ଗ୍ରୀଷ୍ମପ୍ରବାହ ସମୟରେ ନିଜ ନିଜ ସ୍ତରରେ ଆବଶ୍ୟକୀୟ ପଦକ୍ଷେପମାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି ଜନସମାଗମ ସ୍ଥାନମାନଙ୍କରେ ପାନୀୟଜଳ ବ୍ୟବସ୍ଥା କରାଇବା ପାଇଁ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ନିର୍ବାହୀ ଅଧିକାରୀମାନେ ଯତ୍ନବାନ ହେବା ପାଇଁ କହିଥିଲେ । ସେହିପରି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ସମସ୍ତ ନଳକୁଅଗୁଡ଼ିକୁ ସଚଳ ଅବସ୍ଥାରେ ରଖିବା ପାଇଁ ପରାମର୍ଶ ଦେଇଥିଲେ। ଖରାପ ହୋଇଯାଇଥିବା ନଳକୁଅଗୁଡ଼ିକ ତୁରନ୍ତ ମରାମତି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।…
Read Moreପୌର ନିର୍ବାଚନ ନିମନ୍ତେ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ଧନଞୟ ସ୍ୱାଇଁ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ନୟାଗଡ଼ ଜିଲ୍ଲାରେ ପୌର ନିର୍ବାଚନ ନିମନ୍ତେ ନିଯୁକ୍ତ ହୋଇଛନ୍ତି । ସେ ଆଜି ପୂର୍ବାହ୍ନରେ ନୟାଗଡ଼ରେ ପହଁଚି ଜିଲ୍ଲାପାଳଙ୍କ ମିନି ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟଙ୍କ ସହିତ ନିର୍ବାଚନ ସମ୍ବନ୍ଧୀୟ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବସ ଚନ୍ଦ୍ର ରାୟ, ଉପ ଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ, ଡେପୁଟୀ କଲେକ୍ଟର(ନିର୍ବାଚନ) ଆୟୁଷୀ ମହାପାତ୍ର, ଦଶପଲ୍ଲା ଏବଂ ରଣପୁରର ନିର୍ବାଚନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାର୍ଥୀମାନେ ଯେଭଳି କୋଭିଡ୍ କଟକଣା ଓ ନିର୍ବାଚନ ଆଚରଣ ବିଧି ଠିକ୍ ଭାବରେ ପାଳନ କରିବା ସହ ଶାନ୍ତି ଶୃଙ୍ଖଳା ସହିତ ସେମାନଙ୍କ ପ୍ରଚାର କାର୍ଯ୍ୟକ୍ରମ…
Read Moreନାଟକ ସମାରୋହର ଅନ୍ତିମ ସଂଧ୍ୟାରେ ମଞ୍ଚସ୍ଥ ହେଲା ନାଟକ ‘ନିଧିବାବୁ ଘରେ ଅଛ?’
ନୟାଗଡ଼,(ନୟାଗଡ଼ ଦର୍ପଣ): ନାଟ୍ୟଧାରା ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଦୀର୍ଘ ୮ଦିନ ଧରି ଚାଲିଥିବା ତୃତୀୟ ରାଜ୍ୟସ୍ତରୀୟ ନାଟକ ସମାରୋହର ଅଷ୍ଟମ ତଥା ଅନ୍ତିମ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ଲୋକପ୍ରିୟ ସାମାଜିକ ନାଟକ ‘ନିଧିବାବୁ ଘରେ ଅଛ?’ । ସ୍ଥାନୀୟ ନାଟ୍ୟାନୁଷ୍ଠାନ ଚମତ୍କାର,ନୟାଗଡ଼ ପକ୍ଷରୁ ପରିବେଷିତ ଏହି ସାମାଜିକ ନାଟକଟି ଓଡ଼ିଶାର ବିଶିଷ୍ଟ ନାଟ୍ୟକାର ଡ.ବିଜୟ କୁମାର ମିଶ୍ର ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ନାଟ୍ୟ ନିର୍ଦ୍ଦେଶକ ଡ. ବିଜୟ କୁମାର ଚୌଧୁରୀ । ଏଥିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ରିଙ୍କୁ, ବିରୁ, ବାପି, ବାପୁ, ଲକି, ପ୍ରଦୀପ, ସିଂବାବୁ, ଖଟୁଆ, ନିଶିକାନ୍ତ, ଟୁନା, ବଣ୍ଟି, ମୀରା, ଟିକିଲି ଏବଂ ଶିଶୁ କଳାକାର ଦେବାଂଶୀ । ନାଟ୍ୟ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ବିଶିଷ୍ଟ ଅତିଥିଭାବେ ରାଜା ରାମେଶ୍ୱର ପ୍ରସାଦ ସିଂ ମାନଧାତା…
Read Moreନୟାଗଡ଼ ପୌର ପରିଷଦ ନିମନ୍ତେ ପ୍ରାର୍ଥପତ୍ର ଦାଖଲ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୌର ପରିଷଦ ନିର୍ବାଚନ ପାଇଁ ଆଜି ଶେଷ ଦିନରେ ସମସ୍ତ ଓାର୍ଡ଼ର ପ୍ରାର୍ଥୀପତ୍ର ଦାଖଲ ହୋଇଯାଇଛି । ବିଜେଡି ପକ୍ଷରୁ ଅଧ୍ୟକ୍ଷା ପଦ ପାଇଁ ନିରୁପମା ଖଟେଇ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜେପି ପକ୍ଷରୁ ତନୁଶ୍ରୀ ସାମଲ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ସ୍ୱାଗତିକା ନାୟକ ଏବଂ ସ୍ୱାଧୀନ ପ୍ରାର୍ଥିନୀ ଭାବେ ସସ୍ମିତା ଷଡ଼ଙ୍ଗୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନୟାଗଡ଼ ପୌର ପରିଷଦରେ ସମୁଦାୟ ୪୫ଜଣ କାଉନସିଲର ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେଥି ମଧ୍ୟରୁ ବିଜେଡିର ୧୬, ବିଜେପିର ୧୫ , ଭାରତୀୟ ଜାତୀୟ କଂଗ୍ରେସର ୯ଜଣ ଏବଂ ସ୍ୱାଧୀନ ପ୍ରାର୍ଥୀଭାବେ ୫ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୫ନମ୍ବର ଓାର୍ଡ଼ରୁ ବିଜେଡିର ଶ୍ରୀ ସନ୍ତୋଷ କୁମାର ମାହାର ପ୍ରାର୍ଥୀପତ୍ର ଦାଖଲ…
Read Moreନାଟକ ମହୋତ୍ସବର ୭ମ ସନ୍ଧ୍ୟାର ନାଟକ ‘ଶବବାହକ ମାନେ’ ମଞ୍ଚସ୍ଥ
ନୟାଗଡ଼,(ନୟାଗଡ଼ ଦର୍ପଣ): ତୃତୀୟ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ସପ୍ତମ ସନ୍ଧ୍ୟାରେ ଦର୍ଶକ ମାନଙ୍କୁ ଭାବପ୍ରବଣ କରିଦେଇଥିଲା ରଙ୍ଗଶାଳାର ପ୍ରସିଦ୍ଧ ନାଟକ ‘ଶବବାହକ ମାନେ’ । ନାଟ୍ୟଧାରା ନାଟ୍ୟସଂସ୍ଥା ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଚାଲିଥିବା ନାଟକ ମହୋତ୍ସବର ସୋମବାର ସଧ୍ୟାରେ ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ଓଡ଼ିଶାର ବିଶିଷ୍ଟ ନାଟ୍ୟକାର ଡ.ବିଜୟ କୁମାର ମିଶ୍ରଙ୍କ ରଚିତ, ବିକ୍ରମ କୁମାର ସାହୁଙ୍କ ନିର୍ଦ୍ଦେଶିତ ଏବଂ କୈଳାସ ଚନ୍ଦ୍ର ସେନାପତିଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ମଞ୍ଚସ୍ଥ ହୋଇଥିବା ଏହି ସଚେତନଧର୍ମି ମଞ୍ଚ ନାଟକଟି ବେଶ ଲୋକାଦୃତି ଲାଭ କରିଥିଲେ । ରଙ୍ଗଶାଳା, ପୁରୀ ନାଟ୍ୟାନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ପରିବେଷିତ ଏହି ନାଟକରେ ଆଜି ଅତିଥିଭାବେ ନାଟ୍ୟ ବ୍ୟକ୍ତିତ୍ୱ ବିକ୍ରମ କୁମାର ସାହୁ ଯୋଗଦାନ କରିଥିଲେ । ବର୍ତ୍ତମାନ ସମୟ ଏତେ ବଦଳି ଯାଇଛି ଯେ ସାମାଜିକ…
Read More