ଦୁର୍ନୀତିର ତଦନ୍ତ ହେଲେ ଫସିବେ ବହୁ ନେତା ବୋଲି ଅଭିଯୋଗ କଲା କଂଗ୍ରେସ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ଦିବ୍ୟାଙ୍ଗ ପ୍ରମାଣପତ୍ର ଚୟନରେ କେଳେଙ୍କାରୀ ଦୁର୍ନୀତି ସବୁ ସୀମା ଟପି ସାରିଲାଣି। ସୁସ୍ଥ ସବଳମାନେ ନିଜକୁ ବିଭିନ୍ନ ଶାରୀରିକ ବିକଳାଙ୍ଗ ଯଥା କାନକୁ ଶୁଭୁନି, ଆଖିକୁ ସାମାନ୍ୟ ଦୃଶ୍ୟମାନ ହେଉଥିବା, ସାମାନ୍ୟ ଗୋଡଭଙ୍ଗା ପାଇଁ ହୁଇଲ ଚେୟାରରେ ଚଳପ୍ରଚଳ ଦର୍ଶାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସର୍ବନିମ୍ନ ୬୦ ପ୍ରତିଶତ ଏବଂ ତଦୁର୍ଦ୍ଦ ଦିବ୍ୟାଙ୍ଗ ପ୍ରମାଣପତ୍ର ହାସଲ କରିଛନ୍ତି। ଏହି ଦିବ୍ୟଙ୍ଗ ପ୍ରମାଣପତ୍ର ପାଇ ବିଭିନ୍ନ ସରକାରୀ ନିଯୁକ୍ତି, ମଧୁବାବୁ ଭତ୍ତା, ରାସନ କାର୍ଡ, ଆବାସ ଗୃହ ଏପରିକି ସ୍ୱତନ୍ତ୍ର ଶ୍ରେଣୀ ଠିକାଦାରୀ ଲାଇସେନ୍ସ ହାତେଇ ସରକାରୀ ଅର୍ଥରାଶି ଆତ୍ମସାତ କରୁଛନ୍ତି। ଯେଉଁମାନେ ଏମିତି ଜାଲ ପ୍ରମାଣପତ୍ରନେଇ ସରକାରୀ ଅର୍ଥ ହଡ଼ପ କରିଛନ୍ତି ତଦନ୍ତ କରାଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ…
Read MoreCategory: ରଣପୁର ବ୍ଲକ
କାଜୁଫସଲ ଅଧିକାର ଦାବିରେ ଆଦିବାସୀ ମେଳି, ଏପ୍ରିଲ ୨୭ରେ କଲେକ୍ଟର ଚାଲ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ବାଣ୍ଠପୁର ପଞ୍ଚାୟତ ଶାଳିଆଝରି ଠାରେ ୩୮ଖଣ୍ଡ ଆଦିବାସୀ ପଲ୍ଲାର ଶତାଧିକ ମୁଖିଆ ପ୍ରତିନିଧି ନକୁଳ ପ୍ରଧାନଙ୍କ ସଭାପତିତ୍ୱରେ ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ବ୍ୟାନରରେ ଏକତ୍ରିତ ହୋଇ କାଜୁପଦା ଉପରେ ଅଧିକାର ସାବ୍ୟସ୍ତ ପାଇଁ ସଂକଳ୍ପ ଵଧ ହୋଇଛନ୍ତି। ବୁଢ଼ାବୁଢ଼ୀଆଣୀ ବନ୍ଧର ବିସ୍ଥାପିତ ଆଦିବାସୀମାନଙ୍କର ପାରମ୍ପରିକ ଅଧିକୃତ ପଦା ମାନଙ୍କରେ କାଜୁ କର୍ପୋରେସନ ଓ ବନ ଉନ୍ନୟନ ନିଗମ ମୂଳ ଅଧିବାସୀଙ୍କ ଠାରୁ ବେଦଖଲ କରି ଏଠାରେ କାଜୁ ଚାଷ କରାଇଥିଲେ ଏବଂ ଫଳଭୋଗୀ ହେବାର ପ୍ରଲୋଭନ ଦେଖାଇ ଏମାନଙ୍କ ଦ୍ୱାରା ଫସଲ ଜଗାରଖା କରାଇଥିଲେ।ମାତ୍ର ଚଞ୍ଚକତାପୂର୍ଣ୍ଣ ଭାବେ ଫଳ ଧରିଲା ପରେ ବନ ନିଗମ ଏହାକୁ ଗ୍ରାମବାସୀଙ୍କୁ ଅନ୍ଧାରରେ ରଖି ବାହୁବଳୀ ମାଫିଆ ଦଳକୁ ନିଲାମ ଦେଇଛି। ଏବଂ ବିଡ଼ରମାନେ ଆଦିବାସୀମାନଙ୍କ ଉପରେ ଜୁଲମ ଚଳାଇଛନ୍ତି। ଏହାର ପ୍ରତିବିଧାନ ପାଇଁ…
Read Moreଇସଲାମ ଧର୍ମର ମୁଖ୍ୟପର୍ବ ଇଦୁଲ ଫିତର ନୟାଗଡ଼ରେ ଧୁମଧାମରେ ପାଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଇସଲାମ ଧର୍ମର ମୁଖ୍ୟପର୍ବ ଇଦୁଲ ଫିତର ସ୍ଥାନୀୟ ଇଦଗାହ ଠାରେ ପାଳନ ହୋଇଛି। ଜିଲ୍ଲାସ୍ତରୀୟ ଏହି ଇଦୁଲ ଫିତର ପର୍ବରେ ଧର୍ମଗୁରୁ ଜଲାଲୁଦ୍ଦିନ ଖାଁ ମିଫତାହି ନମାଜ ପାଠ କରାଇଥିବା ବେଳେ ଜିଲ୍ଲାର କୋଣଅନୁକୋଣରୁ ମୁସଲିମ ଅଧିବାସୀ ଏଥିରେ ସାମିଲ ହୋଇଥିଲେ। ଏହି ପର୍ବର ପୂର୍ବରୁ ଏକ ମାସ ଧରି ମୁସଲିମ ଭାଇଭଉଣୀମାନେ ମାସ ବ୍ୟାପୀ ରୋଜା (ଉପବାସ), ନମାଜ, ଦାନଧର୍ମ, ତରାବୀ ନମାଜ ପାଠ ସହିତ କୋରାନ ପାଠ କରି ଶେଷଦିନରେ ଚାନ୍ଦ ଦର୍ଶନକରି ତା ପରଦିନ ଇଦ ପାଳନ କରିଥିଲେ। ଘରେ ଘରେ ସିମେଇ, ଲଚ୍ଛା, ମିଷ୍ଟାନ, ବିରୟାନୀ ଓ ଭୋଜିଭାତର ଆୟୋଜନ ହୋଇଥାଏ । ସଭିଏଁ ପରସ୍ପରକୁ ଆଲିଙ୍ଗନ କରି ଇଦର ଶୁଭେଚ୍ଛା ତଥା ଇଦମୁବାରକ କହି ଅଭିନନ୍ଦନ ଜଣାଇଥାନ୍ତି। ଏହା ଏକ ଭାଇଚାରାର ପର୍ବ ଏଥିରେ ଜାତିଧର୍ମ ନିର୍ବିଶେଷରେ…
Read Moreନୟାଗଡ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ଓଡିଶା ଅମଲା ସଂଘ ମିଳିତ ଅମଲା ମଂଚର ନିଷ୍ପତ୍ତି କ୍ରମେ ନୟାଗଡ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଂଚର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ଓଝା, ଆବାହକ ଶ୍ରୀଧର କୁମାର ସାହୁ ଓ ସଂପାଦକ ପଦୀପ୍ତ କୁମାର ନନ୍ଦଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ଅମଲା ମାନଙ୍କୁ ନେଇ ଦିବା ୧୦ ଘଟିକା ସମୟରେ ଜିଲ୍ଲାପାଳ ନୟାଗଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଅଛି । ଉକ୍ତ ଦାବିପତ୍ରରେ ଦୀର୍ଘ ଦିନ ହେବ ଜିଲ୍ଲାସ୍ତରୀୟ ଅମଲା ମାନଙ୍କର ବେତନରେ ଥିବା ଅସଙ୍ଗତିକୁ ଦୂର କରିବାରେ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପୋଷଣ କରି ଆସୁଛନ୍ତି, ବାରମ୍ବାର ଦାବି ପତ୍ର ଦାଖଲ କରାଯାଉଥିଲେ ମଧ୍ୟ ସରକାର କୌଣସି କର୍ଣ୍ଣପାତ କରୁ ନଥିବାରୁ ଅମଲାମାନଙ୍କ ମଧ୍ୟରେ ଅସନ୍ତୋଷ ବଢି ଚାଲିଛି । ସୂଚନାଯୋଗ୍ୟ, ବିଗତ ଦିନରେ ରାଜ୍ୟ…
Read Moreନୟାଗଡ଼ରେ କଂଗ୍ରେସର ଜୟଭାରତ ସତ୍ୟାଗ୍ରହ ଏବଂ କ୍ୟାଣ୍ଡେଲ ଶୋଭାଯାତ୍ରା
ନୟାଗଡ଼,(ନୟାଗଡ଼ ଦର୍ପଣ): ଜନବିରୋଧୀ ମୋଦି ସରକାରଙ୍କ କବଳରୁ ଗଣତନ୍ତ୍ର, ଗଣତାନ୍ତ୍ରିକ ଅନୁଷ୍ଠାନ ଏବଂ ସମ୍ବିଧାନର ସୁରକ୍ଷା ତଥା ଦେଶ ବଞ୍ଚାଓ ସହ ବେଦାନ୍ତ ଜମି ଦୁର୍ନୀତି ମାମଲାରେ ମାନ୍ୟବର ସର୍ବୋଚ୍ଚ ଅଦାଲତ ରାଜ୍ୟ ସରକାରଙ୍କୁ କଟୁ ଭତ୍ସନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବୀରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅପାରଗ ଦୁର୍ନୀତିଗ୍ରସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ବିରୁଦ୍ଧରେ ଦଳୀୟ କର୍ମୀ ନାରାବାଜି କରିବା ପରେ ସନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରି ସହର ମୁଖ୍ୟରାସ୍ତା ପରିକ୍ରମା କରି ମହିଳା କଲେଜ ଛକ ଠାରୁ ପୁଣି ଟ୍ରାଫିକ ଛକ ପର୍ଯ୍ୟନ୍ତ ଆସିଥିଲା। ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବି ରଣଜିତ ଦାଶ, ବ୍ଲକ କଂଗ୍ରେସ ସଭାପତି ଫକୀର…
Read More“ବିଶ୍ୱ ହାସ୍ୟ ଦିବସ’ ଏବଂ ‘ହସି ହସାଅ” କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ହେବାକୁ ଥିବା ବିଶ୍ୱ ହାସ୍ୟ ଦିବସ-୨୦୨୩ ଏବଂ ହସି ହସାଅ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ମହର୍ଷି ଖେଳ ପଡ଼ିଆରେ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟିରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ମେ ମାସ ୭ତାରିଖ ସନ୍ଧ୍ୟାରେ ନୟାଗଡ଼ ପୁରୁଣା ସହରସ୍ଥିତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିକଟ ଯଦୁମଣି ମଣ୍ଡପରେ ବିଶ୍ୱ ହାସ୍ୟ ଦିବସ ଅନୁଷ୍ଠିତ ହେବ। ଏହି ଅବସରରେ ରାଜ୍ୟର ଲବ୍ଧ ପ୍ରତିଷ୍ଠିତ ବ୍ୟଙ୍ଗ କବିମାନଙ୍କୁ ନେଇ ହସି ହସାଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଆସରରେ ଜ୍ଞାନ ହୋତା, ସତ୍ୟାନାଶ, କୁଳାଙ୍ଗାର, ବୋଲଗଡ଼ ଏକ୍ସପ୍ରେସ, ମନ ମାଷ୍ଟ୍ରେ, ରବିନ୍ଦ୍ର ରାଉତ ସମେତ ୧୨ଜଣ ବ୍ୟଙ୍ଗକାର ଯୋଗ ଦେବେ।ବିଶେଷ ଆକର୍ଷଣ ଭାବେ ଓଟିଭି ନ୍ୟୁଜଫିଉଜର ମନ ମତାଣିଆ ଉଦଘୋଷକ ହଇରେ ନାରଣ(ହୃଷିକେଶ) ଏବଂ ଚଳଚ୍ଚିତ୍ର ଜଗତର ବିଶିଷ୍ଟ…
Read Moreକାଜୁ କର୍ପୋରେସନ ଓ ମାଫିଆମାନଙ୍କ ମଧୁଚନ୍ଦ୍ରିକାକୁ ନେଇ ଅଭିଯୋଗ ଆଣିଲେ ସିପିଆଇଏମ ନେତା ବିଶ୍ଵନାଥ ମହାପାତ୍ର
ନୟାଗଡ଼,(ନୟାଗଡ଼ ଦର୍ପଣ): କାଜୁ ଉନ୍ନୟନ ନିଗମ ମାଫିଆ, ଗୁଣ୍ଡାମାନଙ୍କୁ ହାତବାରିଶି କରି ଓଡ଼ିଶାର ବଣ ଭୂଇଁରେ ଯୁଗ ଯୁଗରୁ ରହି ଆସୁଥିବା ଆଦିବାସୀମାନଙ୍କୁ ପ୍ରତାରିତ କରି ଆସୁଛି। ଏବଂ ପୁରୁଷ ପୁରୁଷ ଧରି ଆଦିବାସୀ ମାନେ ଦଖଲ କରି ଫନ୍ଦା ଫସଲ କରି ଆସୁଥିବା ପାହାଡ଼ି ପଦରରୁ ସେମାନଙ୍କୁ ଉତଖାତ କରି କାଜୁ ବଗିଚା ଆଳରେ ମାଫିଆମାନଙ୍କୁ ତାହାର ଭୋଗ ଅଧିକାର ସମର୍ପଣ କରିଛନ୍ତି ବୋଲି ସିପିଆଇଏମ ନେତା ବିଶ୍ଵନାଥ ମହାପାତ୍ର ଅଭିଯୋଗ କରିଛନ୍ତି। ଆଦିବାସୀମାନଙ୍କ ହାତରୁ ଏହି ପଦା ଛଡାଇ ନେଲା ବେଳେ କାଜୁ ବଗିଚାର ଫଳଭୋଗୀ ଅଧିକାର ଆଦିବାସୀମାନଙ୍କ ହାତରେ ରହିବ ବୋଲି ରଙ୍ଗୀନ ପ୍ରତିଶ୍ରୁତି ଦେଇ ଏମାନଙ୍କ ଦ୍ୱାରା ପାଣିଦିଆ, ବାଡ଼ବନ୍ଦି ଓ ଜଗାରଖା କରାଇ ବର୍ତ୍ତମାନ ଫଳନ୍ତି ଗଛକୁ ଚୋରାବେପାରୀ ଗୁଣ୍ଡା ମାଫିଆମାନଙ୍କୁ ଚୋରା ଲୁଚାରେ ହସ୍ତାନ୍ତର କରାଯାଉଛି। ଏବଂ ଜୋରଯାର…
Read Moreଜରାଜୀର୍ଣ୍ଣ ଅବସ୍ଥାରେ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟ, ଭଗବାନଙ୍କ ଭରଷାରେ ଛାତ୍ରଛାତ୍ରୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ନିକଟରେ ଥିବା ସିନ୍ଦୁରିଆ ଗ୍ରାମ ପଞ୍ଚାୟତରେ ଏକମାତ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ହେଉଛି ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟ। ୧୯୩୦ମସିହାରେ ପ୍ରତିଷ୍ଠିତ ବିଦ୍ୟାଳୟଟି ପ୍ରାଥମିକରୁ ଉନ୍ନୀତହୋଇ ଉଚ୍ଚ ବିଦ୍ୟାଳୟରେ ପରିବର୍ତ୍ତିତ ହୋଇଥିଲେ ମଧ୍ୟ ବିଦ୍ୟାଳୟର ଭିତ୍ତିଭୂମିର କୌଣସି ପରିବର୍ତ୍ତନ ହୋଇନାହିଁ। ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ଶିକ୍ଷାଦାନ ଚାଲିଥିବା ବେଳେ ସୁରକ୍ଷିତ ଶ୍ରେଣୀଗୃହ ମାତ୍ର ପାଞ୍ଚଟି ଅଛି। ଗୋଟିଏ ଶ୍ରେଣୀ ସ୍କୁଲ ବାରଣ୍ଡାରେ ଚାଲୁଥିବା ବେଳେ ଆଉ ଗୋଟିଏ ଶ୍ରେଣୀରେ ସ୍ଥାନର ଅଭାବ ସତ୍ୱେ ଦୁଇଟି ଶ୍ରେଣୀର ପିଲା ଏକାଠି ବସୁଛନ୍ତି। ଆଉ ତିନୋଟି ଶ୍ରେଣୀର ପିଲା ବିପଦ ଶଂକୁଳ ଅବସ୍ଥାରେ ଥିବା ଭଙ୍ଗା ଘରେ ପାଠ ପଢୁଛନ୍ତି। କେତେବେଳେ ସେ ଘର ଭୁଶୁଡି ପଡ଼ିବ ତାହା କହିହେବନି। ସ୍କୁଲ ପରିସରରେ ଅତି ବିପଦପୂର୍ଣ୍ଣ ଭାବରେ ଛଅଟି ଗୃହ ଅଛି। ପ୍ରତିଦିନ କିଛି…
Read Moreଦୁଇ ଲୁଟେରା ଗିରଫ, ମୋବାଇଲ ସହ ବାଇକ ଜବତ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଥାନା ପୋଲିସ ଦୁଇ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି । ଏକୁଟିଆ ଝିଅ ପିଲା ଦେଖି ସେମାନଙ୍କଠାରୁ କଳା ପଲ୍ସରରେ ଆସି ମୋବାଇଲ ଲୁଟ କରୁଥିଲେ ଏହି ଦୁଇ ଲୁଟେରା। ସୂଚନା ଅନୁଯାୟୀ ଦଶପଲ୍ଲା ଥାନା ମହାନ୍ତିସାହିର ମହାବୀର ପ୍ରସାଦ ରାଉଳ ଓରଫ ଗୁଗୁଲ ଓ ଦଶପଲ୍ଲା ଥାନା ଉତ୍ତରକବାଟ ସାହିର ସନ୍ତୋଷ କୁମାର ବେହେରା ଦୁହେଁ ମିଶି ମୋବାଇଲ ଲୁଟ କରୁଥିଲେ । ଆଜି ଦଶପଲ୍ଲା ପୁଲିସ ପଞ୍ଝାରେ ଦୁଇ ଲୁଟେରା ପଡିଯାଇଥିଲେ । ସେମାନଙ୍କ ଠାରୁ ବାଇକ ସହ ମୋବାଇଲ ଜବତ କରାଯାଇଛି। ଦଶପଲ୍ଲା ପୋଲିସ ୧୦୮/୨୦୨୩ ରେ ଏକ ମାମଲା ରୁଜ କରି ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ଥାନା ଅଧିକାରୀ ବସନ୍ତ କୁମାର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
Read Moreଆସନ୍ତାମାସ ୨୧ତାରିଖରେ କବି ସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ଜୟନ୍ତୀ ସମାରୋହ
ନୟାଗଡ଼,(ନୟାଗଡ଼ ଦର୍ପଣ): କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର କ୍ଷେତ୍ର ନୟାଗଡ଼ ଜିଲା ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗତିଶ୍ବର ମହାଦେବଙ୍କ ପୀଠରେ ଆସନ୍ତାମାସ ୨୧ ତାରିଖରେ ଭଞ୍ଜ ଜୟନ୍ତୀ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟିର ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ସମାଜସେବୀ, ନାଟ୍ୟକାର ବିଶ୍ବନାଥ ମହାପାତ୍ର, ପ୍ରଫେସର ଡ଼ଃ. ପ୍ରେମାନନ୍ଦ ମହାପାତ୍ର, ସଂସ୍କୃତି ପ୍ରେମୀ ପ୍ରେମାନନ୍ଦ ପାଟ୍ଟଶାଣୀ, ସମାଜସେବୀ ତ୍ରିନାଥ ସାହୁ, ସୁରେନ୍ଦ୍ର ନାଥ ପ୍ରଧାନ ପ୍ରମୁଖ ଯୋଗଦେଇ ଭଞ୍ଜ ଜୟନ୍ତୀ କିପରି ବର୍ଣ୍ଣାଢ଼୍ୟ ପରିବେଶରେ ପାଳନ କରାଯିବ ତାହା ଉପରେ ଆଲୋଚନା କରାଯାଇ ସୁଦକ୍ଷ ଭଞ୍ଜ ସାହିତ୍ୟ ପ୍ରବକ୍ତା ମାନଙ୍କୁ ଉତ୍ସବକୁ ନିମନ୍ତ୍ରଣ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିସହିତ ଲବ୍ଧ ପ୍ରତିଷ୍ଠ କଳାକାରଙ୍କ ଦ୍ବାରା ଭଞ୍ଜ ସଙ୍ଗୀତ ପରିବେଷଣ ଓ ବିଭିନ୍ନ…
Read More