ନୟାଗଡ଼ ବିକାଶର ଆଉ ଏକ ମାଇଲଖୁଣ୍ଟ, ମୁଖ୍ୟମନ୍ତ୍ରୀ ଏବଂ ନୟାଗଡ଼ ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କଲେ ନୟାଗଡ଼ ସହରବାସୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ବିକାଶରେ ପୁଣି ଯୋଡ଼ି ହେଲା ଆଉ ଏକ ଫର୍ଦ୍ଦ। ଦୀର୍ଘ ଦିନର ପ୍ରତୀକ୍ଷାର ହେଲା ଅବସାନ। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ପାଇଁ ପ୍ରାୟ ୧୩ କି.ମି ପର୍ଯ୍ୟନ୍ତ ନୟାଗଡ଼ ସହରର ଦୁଇଟି ରାସ୍ତା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇପାରିଛି । ଏ ସବୁ ରାସ୍ତା ସହରାଞ୍ଚଳ ବିକାଶ ବିଭାଗ ବା ପୋୖରାଞ୍ଚଳ ଅଧିନରେ ଆସୁଥିଲା । ପୋୖରାଞ୍ଚଳ ଅଧିନରେ ଆସୁଥିବାରୁ ଏହି ରାସ୍ତା ନିର୍ମାଣ କରିବା ପାଇଁ ପୌର ପରିଷଦ ପାଖରେ ଯଥେଷ୍ଟ ଅର୍ଥ ନଥିଲା । ତେଣୁକରି ଏହି ରାସ୍ତାକୁ କଙ୍କ୍ରିଟ୍ କରିବାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିବା ପାଇଁ ନିଷ୍ପତ୍ତି ନିଆଗଲା। ସେଥିପାଇଁ ଯାହା ସବୁ ପକ୍ରିୟା ରହିଛି ସେସବୁ ଗ୍ରହଣ କରାଗଲା। ସେହି ପ୍ରଣାଳୀ ମଧ୍ୟରେ ପ୍ରଥମେ କ୍ଷମତା ପ୍ରାପ୍ତ କମିଟି ତା’ର ପ୍ରକ୍ରିୟା ଆରମ୍ଭ କରିଥିଲେ। ତାପରେ ସହରାଞ୍ଚଳ ବିକାଶ ବିଭାଗ କ୍ଲିୟରାନ୍ସ ଦେଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏହି ରାସ୍ତା ସବୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଗଲା। ପୌର ନିର୍ବାଚନ ବେଳେ ରାସ୍ତାଗୁଡ଼ିକ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରି କାମ କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା। ତା’କୁ ଆଜି ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ସେଥିପାଇଁ ସହରବାସୀ କୃତଜ୍ଞତା ଜଣାଇଛନ୍ତି। ଏହା ପରେ ପୂର୍ତ୍ତ ବିଭାଗ ଏହାର ଅଟକଳ ପରିମାଣ ପ୍ରସ୍ତୁତ କରି ଟଙ୍କା ମଞ୍ଜୁର ହେଲା ପରେ ଠିକାଦାରଙ୍କୁ ହସ୍ତାନ୍ତର କରାଯାଇ କାର୍ଯ୍ୟାରମ୍ଭ ହେବ । ବଡ଼କଥା ହେଉଛି ପ୍ରଥମ ପର୍ଯ୍ୟାୟରେ ସବୁଠାରୁ କଷ୍ଟସାଧ୍ୟ ଥିଲା ପୌର ପରିଷଦରୁ ପୂର୍ତ୍ତ ବିଭାଗକୁ ରାସ୍ତା ହସ୍ତାନ୍ତରୀକରଣ ପ୍ରକିୟା । ଏହିକାମ ଏବେ ହୋଇଥିବାରୁ ସହରବାସୀ ଆନନ୍ଦିତ ହେବା ସଙ୍ଗେ ସଙ୍ଗେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
ସେହି ରାସ୍ତାଗୁଡ଼ିକ ହେଲା ତାରିଣୀ ନଗର, ସୂର୍ଯ୍ୟ ନଗର, ମାର୍ଥା କଲୋନୀ ଏବଂ ସରସ୍ୱତୀ ବିହାର, ୱାର୍ଡ଼ ନଂ ୦୯ ଓ ୧୦ ଭାୟା – ଏସ୍ପି ରେସିଡେନ୍ସି ଲେନ୍ରୁ ରାଧାନାଥ କଲୋନୀ ଏବଂ ପୁରୁଣା ରାଜବାଟୀ ରୋଡ଼ ୱାର୍ଡ଼ ନଂ- ୦୭ ଓ ୦୮ ର ୫କିମି ୪୦୦ ମିଟର ରାସ୍ତା।
ଏସଏଚ୍- ୨୧ରୁ ଶ୍ରୀବିହାର ଲେନ୍ ସହିତ ମଧୁସୂଦନ ନଗର, ଗଣପତି ନଗର, ଅରବିନ୍ଦ ନଗର, ନାରାୟଣ ବିହାର, ନିଳକଣ୍ଠ ବିହାର, ଶାସ୍ତ୍ରୀ ନଗରରୁ ସୌଭାଗ୍ୟ ମଞ୍ଜରି ରୋଡ଼, ୱାର୍ଡ଼ ନଂ – ୧୦, ୧୧, ୧୨ର ୭କିଲୋମିଟର ୯୦୦ ମିଟର ରାସ୍ତା ।
