ଚାଷୀମାନଙ୍କ ଦୁଃଖ ଦୁରକଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ଏବଂ ବିଧାୟକଙ୍କୁ କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଢ଼ାଝୋଲା ଗ୍ରାମପଞ୍ଚାୟତ ଅଧୀନରେ ଥିବା କାଳିଆମ୍ବା ଠାରେ ବହୁ ପ୍ରତିକ୍ଷୀତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ୨କୋଟି ୨୯ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଚାଷୀମାନଙ୍କ ଦୁଃଖ ଦୂର ହେବାକୁ ଯାଉଛି ବୋଲି କହିଥିଲେ। ଏହି ପ୍ରକଳ୍ପ ଦ୍ବାରା ଶହ ଶହ ହେକ୍ଟର ଚାଷ ଜମି ଜଳ ସେଚିତ ହୋଇ ପାରିବ ବୋଲି କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ ବିଧାୟକ ଶ୍ରୀଯୁକ୍ତ ବେହେରା। ସମ୍ମାନୀତ ଅତିଥିଭାବେ ନୂଆଗାଁ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ଵାଇଁ, ୧୬ନଂ ଜୋନ ଜିଲ୍ଲା ପରିଷଦସଭ୍ୟା ଜସ୍ମିନ ଦାସ, ୧୭ ଜୋନ ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଦିଲୀପ ଦଳବେହେରା, ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ, ସଫଳ ଚାଷୀ ସୂର୍ଯ୍ୟନାରାୟଣ ସାହୁ, କ୍ଷୁଦ୍ର ଜଳ ସେଚନ ଅଧିକ୍ଷଣ ଯନ୍ତ୍ରୀ ନାମଯୋନ ପଟ୍ଟନାୟକ, ବାହାଡଝୋଲା ସରପଞ୍ଚ ଆରତୀ ସେଠୀ, ବାହାଡ଼ାଝୋଲା ପଞ୍ଚାୟତ ସମିତି ସଭ୍ୟା ମିତା ଅଧିକାରୀପ୍ରମୁଖ ଉପସ୍ଥିତ ରହିଥିଲେ । ତତ୍ ସହିତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ଯ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟପାଇଁ ଅଞ୍ଚଳବାସୀ, କୃଷକ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ଦଶପଲ୍ଲା ବିଧାୟକଙ୍କ ପ୍ରଚେଷ୍ଟା ଯୋଗୁଁ ଚାଷୀ ମାନଙ୍କ ଦୁଃଖ ଦୂର ହେବାକୁ ଯାଉଥିବାରୁ ଅଞ୍ଚଳ ବାସୀ ଦଶପଲ୍ଲା ବିଧାୟକଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି।

Related posts