ରଣପୁର,(ନୟାଗଡ଼ ଦର୍ପଣ): ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀମାନଙ୍କର ଶିକ୍ଷଣ ଉପଲବ୍ଧି ସ୍ତରକୁ ଆକଳନ କରିବା ଓ ଶିକ୍ଷାର ଗୁଣାତ୍ମକ ପ୍ରଗତିକୁ ମାପିବା ପାଇଁ ୨୦୦୦ ମସିହା ପର ଠାରୁ ପ୍ରତି ୩ ବର୍ଷରେ ଥରେ ସମଗ୍ର ଭାରତ ବର୍ଷରେ ଏହି ଜାତୀୟ ଉପଲବ୍ଧି ସର୍ବେକ୍ଷଣ ଅନୁଷ୍ଠିତ ହୋଇଆସୁଅଛି । ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସଫଳତାର ସହ ଏହି ଜାତୀୟ ଉପଲବ୍ଧି ସର୍ବେକ୍ଷଣ-୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏହା ତୃତୀୟ, ଷଷ୍ଠ ଓ ନବମ ଶ୍ରେଣୀର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ପ୍ରଶ୍ନପତ୍ର ମାଧ୍ୟମରେ ଆକଳନ କରାଯାଇଥିଲା । ନୟାଗଡ ଜିଲ୍ଲାର ୮ଟି ବ୍ଲକର ତୃତୀୟ ଶ୍ରେଣୀରେ ୨୮ଟି ବିଦ୍ୟାଳୟ, ଷଷ୍ଠ ଶ୍ରେଣୀର ୪୮ଟି ବିଦ୍ୟାଳୟ ଓ ନବମ ଶ୍ରେଣୀରେ ୪୬ଟି ବିଦ୍ୟାଳୟରେ ଏହି ପରଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…
Read MoreCategory: ରଣପୁର ବ୍ଲକ
ରଣପୁର ଜଗନ୍ନାଥ ସେନାର ଭିନ୍ନ ପ୍ରୟାସ,
ବେଦପାଠ ସହ ଦେବ ଦୀପାବଳୀରେ ଦ୍ଵୀପ ଦାନ
ରଣପୁର,(ନୟାଗଡ଼ ଦର୍ପଣ):ପବିତ୍ର ମାର୍ଗଶିର ମାସ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ଠାରୁ ଦୀର୍ଘ ୩ ଦିନ ଧରି ଶ୍ରୀଜଗନ୍ନାଥ ସେନା ତରଫରୁ ଆୟୋଜନ କରାଯାଇଥିବା ଦେବ ଦୀପାବଳିର ଅନ୍ତିମ ଦିବସ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ନନ୍ଦ-ଯଶୋଦା, ଦେବକୀ, ବସୁଦେବ,ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚାଙ୍କୁ ଶ୍ରାଦ୍ଧ ଦେବା ବିଧିରେ ରଣପୁର ଶ୍ରୀଜଗନ୍ନାଥ ମନ୍ଦିର ସିଂହଦ୍ୱାର ଆଗରେ ଶ୍ରୀଜଗନ୍ନାଥ ସେନା ତରଫରୁ ଦ୍ବୀପ ଦାନ କରାଯାଇଥିଲା। ରଣପୁର ଜଗନ୍ନାଥ ସେନା ଆବାହକ ଶ୍ରୀ ବିରଜା ମିଶ୍ରଙ୍କ ତତ୍ତ୍ୱାବଧାନରେ ଦୀର୍ଘ ତିନିଦିନ ଦ୍ବୀପ ଦାନ କରାଯାଇଥିଲା। ଅନେକ ଭକ୍ତ, ଶ୍ରଦ୍ଧାଳୁ ପୂଜା ପଣ୍ଡା, ସେବାୟତ ଓ ଜଗନ୍ନାଥ ସେନାର କର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ। ପୂଜା ପଣ୍ଡା ପ୍ରଦୀପ ପ୍ରଜ୍ବଳନ କରିବା ସହ କୃଷ୍ଣ ଦ୍ବିପୟନ ବେଦ ପାଠଶାଳାର ଛାତ୍ରମାନେ ବେଦ ଉଚ୍ଚାରଣ କରିଥିଲେ। ପରେ ପରେ ଗୀତ ଗୋବିନ୍ଦ ଗାନ କରାଯାଇ ଦାନ…
Read Moreସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗିତା, ୮ରେ ରଣପୁର ବ୍ଲକ ଅଡିସନ
ରଣପୁର,(ନୟାଗଡ଼ ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୨ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ରଣପୁର ବ୍ଲକ ଅଡିସନ ଆସନ୍ତା ୮ ତାରିଖ ରବିବାର ଦିନ କଳିଙ୍ଗ ଲୋଟସ ସେଣ୍ଟ୍ରାଲ ଏକାଡେମୀ, ରଣପୁର ପରିସରରେ ଅନୁଷ୍ଠିତ ହେବ। ଏନେଇ ଏକ ପ୍ରସ୍ତୁତି ବୈଠକ ଏକାଡେମୀ ପରିସରରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ସଙ୍ଗୀତଧାରାର ମୁଖ୍ୟ ପୃଷ୍ଠପୋଷକ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଅଧ୍ୟକ୍ଷତା କରି ପ୍ରତିଯୋଗିତାର ଆଭିମୁଖ୍ୟ ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ପ୍ରସ୍ତୁତି ବୈଠକରେ ସଙ୍ଗୀତଧାରା ସଭାପତି ଡ. ବିଜୟ କୁମାର ଚୌଧୁରୀ, ସହ ସମ୍ପାଦକ ପ୍ରଶାନ୍ତ ପଟ୍ଟନାୟକ, ସଂଯୋଜକ ଲକ୍ଷ୍ମୀଧର ସାହୁଙ୍କ ସମେତ ବରିଷ୍ଠ ଶିକ୍ଷାବିତ୍ ତଥା ଗୀତିକାର ବିରଞ୍ଚି ନାରାୟଣ ତ୍ରିପାଠୀ,…
Read Moreଓଟିରୁ ଗାଏବ ହୋଇଗଲା ଶିଶୁପୁତ୍ର, ମୁଣ୍ଡ ପିଟି କାନ୍ଦୁଛି ମା’
ନୟାଗଡ଼, (ନୟାଗଡ଼ ଦର୍ପଣ): ଜନ୍ମ ହେଉ ହେଉ ଓଟିରୁ ଗାଏବ ହୋଇଗଲା ଶିଶୁ । ୯ ମାସ ଗର୍ଭରେ ରଖିଥିବା ମା’ ନିଜ ଛୁଆକୁ ଥରେ ମାତ୍ର ଦେଖିଥିବା ବେଳେ ଆଉ ପାଉ ନାହିଁ। ଫଳରେ ମୁଣ୍ଡ ପିଟି କାନ୍ଦୁଥିବା ମା’ ନିଜ ଛୁଆକୁ ଫେରାଇ ଦେବାକୁ ଗୁହାରୀ କରୁଛି।ଆଜି ସକାଳେ ନୟାଗଡ଼ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳାରେ ଘଟିଛି ଏଭଳି ଘଟଣା। ବୋଲଗଡ଼ ଗୋଡ଼ଭଙ୍ଗା ଗାଁର ବିଜୟ କୁମାର ପରିଡ଼ାଙ୍କ ପତ୍ନୀ ସୁଧିସ୍ମିତା ପରିଡ଼ା ପ୍ରସବଜନିତ ଯନ୍ତ୍ରଣା ଭୋଗିବାରୁ ଗତକାଲି ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଆଜି ସକାଳେ ତାଙ୍କୁ ଓଟିକୁ ନିଆଯାଇଥିଲା। ସେଠାରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଉକ୍ତ ସମୟରେ ସୁଧିସ୍ମିତାଙ୍କ ନିକଟରେ ପରିବାର ଲୋକେ କେହି ନ ଥିଲେ। କିଛି ସମୟ ପରେ ପରିବାର ଲୋକେ…
Read Moreସୋହମ ଓ ନେହେରୁ ଯୁବା କେନ୍ଦ୍ର ତରଫରୁ ସମ୍ବିଧାନ ଦିବସ ପାଳନ
ରାଜସୁନାଖଳା, (ନୟାଗଡ଼ ଦର୍ପଣ): ନୟାଗଡର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ “ସୋହମ” ପକ୍ଷରୁ ଭାରତ ସରକାରଙ୍କ ଯୁବ ଓ କ୍ରିଡା ବ୍ୟାପାର ବିଭାଗର ସହଯୋଗରେ ମୋ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ “ସମ୍ବିଧାନ ଦିବସ ” ରାଜସୁନଖଳା ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ପାଳନ କରାଯାଇଅଛି। ଏହାକୁ ପ୍ରତିଷ୍ଠାନର ପ୍ରଶିକ୍ଷକ ମନୋରଞ୍ଜନ ଦାଶ, ଦୀପକ କୁମାର ପ୍ରଧାନ, ସୋହମ ସଙ୍ଗଠନର ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ, ବରିଷ୍ଠ ସଦସ୍ୟ ବିଦ୍ଯାଧର ଆଚାର୍ଯ୍ୟ ଭଗବାନଙ୍କ ନିକଟରେ ପ୍ରଦୀପ ପ୍ରଜ୍ଵଳନ କରି ମହାବିଦ୍ୟାଳୟର ଶତାଧିକ ଛାତ୍ର/ଛାତ୍ରୀଙ୍କ ଗହଣରେ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ଏଥିରେ ସମସ୍ତ ବରେଣ୍ୟ ଅତିଥି ବୃନ୍ଦ ସମ୍ବିଧାନ ଗଠନର ପୃଷ୍ଠଭୂମି, ଉପଦେୟତା, ନାଗରିକମାନଙ୍କର ମୌଳିକ ଅଧିକାର ଓ ଦାୟିତ୍ଵ ଉପରେ ବିଶେଷ ଭାବେ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରତିଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ “ଆମେ…
Read Moreରାଜସୁନାଖଳା ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ
ଡିସେମ୍ବର ୮ରୁ ୧୨ରାଜସୁନାଖଳା ମହୋତ୍ସବ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ପଞ୍ଚାୟତ ଠାରେ ରାଜସୁନାଖଳା ମହୋତ୍ସବ କାଉଁରୀ 2024 ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ରାଜସୁନାଖଳା ମହୋତ୍ସବ କମିଟି ସଭାପତି ତଥା ରାଜସୁନାଖଳା ଗ୍ରାମ ପଞ୍ଚାୟତର ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ଏବଂ ସମ୍ପାଦକ ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରା ସାମ୍ବାଦିକ ସମ୍ମିଳନୀ ପରିଚାଳନା କରିଥିଲେ l ରାଜ୍ୟର ଏକ ପ୍ରମୁଖ ମହୋତ୍ସବ ଭାବେ ରାଜସୁନାଖଳା ମହୋତ୍ସବ ଦୀର୍ଘ ୫ ବର୍ଷ ଧରି ସଫଳତାର ସହ ଅନୁଷ୍ଠିତ ହେଇଆସୁଛି l ଚଳିତ ବର୍ଷ ଷଷ୍ଠ ବର୍ଷରେ ପଦାର୍ପଣ ପୁର୍ବରୁ ରାଜସୁନାଖଳା ମହୋତ୍ସବ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି l ଚଳିତ ବର୍ଷର ମହୋତ୍ସବ କିଭଳି ଅଧିକ ଆକର୍ଷଣୀୟ ହୋଇପାରିବ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି l ବିଶେଷ…
Read Moreମାଙ୍କଡ଼ା ପଥର ଖଣି ଉପରେ ଚଢ଼ାଉ
ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ଥିବା ବହୁ ଚର୍ଚ୍ଚିତ ମୟୁରଝାଲିଆ ମାଙ୍କଡ଼ା ପଥର ଖଣି NGTଙ୍କ ନିର୍ଦ୍ଦେଶ ପରେ ବନ୍ଦ ରହିଥିଲା ଏବଂ ଏହି ମାମଲାରେ ୩ଜଣ ତହସିଲଦାର ଓ ୬ଜଣ ରାଜସ୍ବ କର୍ମଚାରୀ ନିଲମ୍ବିତ ହୋଇଥିଲେ। ଉକ୍ତ ଖଣିରୁ ଖଣି ମାଫିଆମାନେ ଆଜି ଅପରାହ୍ନରେ ଖଣି ଖନନ କରୁଥିବା ସମୟରେ ଚାନ୍ଦପୁର ଥାନାର ଆଇଆଇସି ଦିଲ୍ଲୀପ କୁମାର ସ୍ବାଇଁଙ୍କ ତତ୍ଵାବଧାନରେ ଏକ ଟିମ୍ ଖଣି ଉପରେ ଚଢ଼ାଉ କରି ଦୁଇଟି ପାୱାର ଟ୍ରିଲର ଜବତ କରିଛନ୍ତି । ଏହି ଚଢ଼ାଉ ପରେ ଖଣି ମାଫିଆମାନେ ଭୟଭୀତ ହୋଇ ପଡିଥିବା ଜଣାପଡ଼ିଛି ।
Read Moreଷଷ୍ଠ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ
ବିଲଡିଂ ଆପ ବ୍ୟବହାର, ଜାତୀୟ ଉପଲବ୍ଧି ପରୀକ୍ଷଣ ପାଇଁ ପ୍ରସ୍ତୁତି, ପାଠ ଯୋଜନା, ଟ୍ରାକର, ବିଦ୍ୟାଳୟ ନିରାପତ୍ତା ଉପରେ ଗୁରୁତ୍ୱ ରଣପୁର,(ନୟାଗଡ଼ ଦର୍ପଣ): ଗଣ ଶିକ୍ଷା ବିଭାଗର ଚିଠି ନମ୍ବର ୧୧୦୯୯ ଅନୁଯାୟୀ ରାଜ୍ୟର ସମସ୍ତ ବିଦ୍ୟାଳୟଗୁଡିକୁ ନେଇ ଆଜି ଷଷ୍ଠ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟରରେ ସି.ଆର.ସି.ସି. ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ଓ ପାମ୍ପଡା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ମହାନ୍ତିଙ୍କ ସହଯୋଗରେ ଏହି ବୈଠକ ସଫଳତାର ସହ ସମାପ୍ତ ହୋଇଛି। ଏଥିରେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ପାମ୍ପଡା ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ୟାମସୁନ୍ଦର ନାୟକ, ମୋ ସ୍କୁଲ ସଭାପତି ଦୟାନିଧି ରୟଗୁରୁ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ଏହି…
Read Moreବରିଷ୍ଠ କଂଗ୍ରେସ ନେତା,ଦୃଢ ସଙ୍ଗଠକଙ୍କ ପରଲୋକ
ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ନିର୍ବାଚନ ମଣ୍ଡଳୀର ଚାନ୍ଦପୁର ଜୋନ୍ (୨୪ନଂ)ର ମୟୁରଝାଲିଆ ପଞ୍ଚାୟତର ତୃଣମୂଳ ସ୍ତରର ଜଣେ ଜଣାଶୁଣା ବିଶିଷ୍ଟ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତି,ରଣପୁର ତଥା ନୟାଗଡ଼ ଜିଲ୍ଲା କଂଗ୍ରେସର ଜଣେ ଦୃଢ ସଙ୍ଗଠକ ତଥା ଅଞ୍ଚଳର ବିଶିଷ୍ଟ ସମାଜସେବୀ ସୁରେନ୍ଦ୍ର ନାଥ କଳସଙ୍କ ଶୁକ୍ରବାର (ରାସ ପୂର୍ଣ୍ଣିମା)ସକାଳ ୬ ଘଟିକା ସମୟରେ ନିଜ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ଖବରରେ ନିଜ ଗାଁ’ ସମେତ ପାଖଆଖ ୯/୧୦ ଗୋଟି ପଞ୍ଚାୟତ ତଥା ରଣପୁର,ଚାନ୍ଦପୁର ଓ ଗୋପାଳପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ୬୨ବର୍ଷ ବୟସରେ ମୃତ୍ୟୁ ବରଣ କରିଥିବା ଶ୍ରୀଯୁକ୍ତ କଳସ ଦୀର୍ଘଦିନ ଧରି କଂଗ୍ରେସର ଜଣେ ଦୃଢ଼ ସଙ୍ଗଠକ ଓ ଛାମୁଆ ନେତା ଭାବେ ପରିଚିତ ଥିବା ସହ ଅଧୁନା ନୟାଗଡ଼ ଜିଲ୍ଲା କଂଗ୍ରେସର ଉପ ସଭାପତି ଥିଲେ। ତାଙ୍କ ବିଚକ୍ଷଣ ଗୋଟି ଚାଳନାରେ…
Read Moreବସ ଓ ବାଇକ ଧକ୍କା, ୨ ମୃତ
ରଣପୁର,(ନୟାଗଡ଼ ଦର୍ପଣ): ବସ ଓ ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ସଂଗ୍ରହରୁ ଜଣାପଡିଛି ଯେ ନୟାଗଡ ଜିଲ୍ଲା ରଣପୁର ନିକଟସ୍ଥ ଲୋଧାଚୁଆ ଛକ ଠାରେ ଏହି ଦୁର୍ଘଟଣା ଘଟିଛି। ଚୌଧୁରୀ ନାମକ ଏକ ଯାତ୍ରୀବାହୀ ଘରୋଇ ବସ କଟକ ନର୍ସିଙ୍ଗପୁର ଅଭୁମୁଖେ ଯାଉଥିବା ବେଳେ ଲୋଧାଛୁଆ ଛକ ଠାରେ ଏକ ବାଇକକୁ ଧକ୍କା ଦେଇଥିବା ଜଣାପଡିଛି। ବାଇକ ରେ ଥିବା ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ଅନ୍ୟ ଜଣେ ଗୁରୁତର ହୋଇଥିବାରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ପରିଚୟ ମିଳି ନଥିବା ବେଳେ ରଣପୁର ଅଂଚଳ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ରଣପୁର ପୋଲିସ ପହଂଚି ତଦନ୍ତ କରୁଥିବା ଜଣାପଡିଛି।
Read More