ରଣପୁର,(ନୟାଗଡ଼ ଦର୍ପଣ ): ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରୁ ପୁଣି ସାମ୍ନାକୁ ଆସିଛି କଙ୍ଗାରୁ କୋର୍ଟର କରୁଣ ପରିଣତି। ପୁଲିସ ଉପସ୍ଥିତିରେ ଆଇନକୁ ହାତମୁଠାକୁ ନେଇଛନ୍ତି ଗ୍ରାମବାସୀ। ଗୋଟିଏ ଘର ଭାଙ୍ଗିବା ସହ ୫ଜଣଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ, ରଣପୁର ଥାନା ରାଜ ସୁନାଖଳା ଫାଣ୍ଡି ଅଞ୍ଚଳରେ ଦେଖିବାକୁ ମିଳିଛି ଏହିପରି ଏକ ଅଭାବନୀୟ ଘଟଣା। ରାଜ ସୁନାଖଳାର ହଡ଼ା ନଈ ଠାରେ ସରକାରୀ ଜାଗାରେ ଭୂମିହୀନ ରମେଶ ବରାଡ଼ ଦୀର୍ଘ ୩ ଦଶନ୍ଧିରୁ ଅଧିକ ସମୟ ଧରି ଘରଟିଏ କରି ସପରିବାର ରହି ଆସୁଥିଲେ। ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ-୫୭ ରୁ ରମାବିଲକୁ ଏକ ପ୍ରସ୍ତାବିତ ନୂତନ ରାସ୍ତା ସଂଯୋଗୀ କରଣ ହେବାପାଇଁ ହେଲେ ରମେଶଙ୍କ ଏଇ ଘରପାଖ ଦେଇ ଅତିକ୍ରମ କରିବ। ଏଥିପାଇଁ ସ୍ଥାନୀୟ ରମାବିଲ ଗ୍ରାମବାସୀ ଆମ…
Read MoreCategory: ରଣପୁର ବ୍ଲକ
ରଣପୁର ଡ୍ରପଆଉଟ୍ ବିଦ୍ୟାର୍ଥୀଙ୍କର ଦଶମ ବୋର୍ଡ ପରୀକ୍ଷାରେ ୮୭% ସଫଳତା
ରଣପୁର, (ନୟାଗଡ଼ ଦର୍ପଣ): ସର୍ବଭାରତୀୟ ସ୍ତରରେ କାର୍ଯ୍ୟରତ ସ୍ଵେଚ୍ଛାସେବୀ ଶିକ୍ଷା ଅନୁଷ୍ଠାନ ପ୍ରଥମ ଓଡ଼ିଶା ସେକେଣ୍ଡ ଚାନ୍ସ ପ୍ରୋଗ୍ରାମ୍ ତରଫରୁ ଶିକ୍ଷା କ୍ଷେତ୍ରରେ ପଛୁଆ ରହିଥିବା ଅଞ୍ଚଳରେ ମାଟ୍ରିକ୍ ପାସରୁ ବଞ୍ଚିତ ହେଉଥିବା ବାଳିକା ଓ ମହିଳାମାନଙ୍କୁ ପତ୍ର ବିନିମୟ ଶିକ୍ଷା ମାଧ୍ୟମରେ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ମାଟ୍ରିକ ପାସ୍ କରିବାର ବ୍ୟବସ୍ଥା କରାଯାଇ ଆସୁଅଛି। ଏହି ସଂଗଠନ ତରଫରୁ ନୟାଗଡ଼ ଜିଲ୍ଳା ରଣପୁର ବ୍ଳକରେ ୨୦୨୩-୨୪ ଶିକ୍ଷା ବର୍ଷରେ ୮୭% ବିଦ୍ୟାର୍ଥୀ ଦଶମ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ରଣପୁର, ଯଦୁପୁର, ତାରିଆ, ରାଜ ଜଙ୍କିଆ, କେରାଣ୍ଡା ଟାଙ୍ଗୀ, କନ୍ଧ ନୟାଗଡ଼, ଅର୍ଜୁନପୁର, ବାରଙ୍ଗଗାଡିଆ, ଚାନ୍ଦପୁର ,ବୋକାଖାଇ ଓ ବୋରବରଝର ଆଦି ଗ୍ରାମରେ କ୍ଲଷ୍ଟର କ୍ଲାସ୍ କାରଯାଇ ୧୬୪ ରୁ ୧୪୩ ବିଦ୍ୟାର୍ଥୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ମାଟ୍ରିକ୍…
Read Moreବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ପ୍ରଥମ ଜାତୀୟ ମହାକାଶ ଦିବସ ପାଳିତ
ରଣପୁର,(ନୟାଗଡ଼ ଦର୍ପଣ): ଆଜି ସାରା ଦେଶ ପାଳିଛି ପ୍ରଥମ ଜାତୀୟ ମହାକାଶ ଦିବସ।ଗତବର୍ଷ ଆଜିର ଦିନରେ ମହାକାଶ ଗବେଷଣା କ୍ଷେତ୍ରରେ ଇତିହାସ ରଚିଥିଲା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ISRO)। ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଥିଲା ଭାରତର ମୁନ୍ ମିଶନ ଚନ୍ଦ୍ରଯାନ-୩ । ପ୍ରତିଟି ଭାରତୀୟଙ୍କ ଛାତି ଖୁସିରେ ଫୁଲି ଉଠିଥିଲା । ଯାହା କୌଣସି ଦେଶ କରିବାରେ ସକ୍ଷମ ହୋଇନଥିଲା ତାହା କରି ଦେଖାଇଥିଲା ଭାରତ । ଦେଶରେ ବିଶ୍ବର ଏକ ନମ୍ବର ଦେଶ ଭାବେ ବିଶ୍ବବିଦିତ ହୋଇଥିଲା ଭାରତ । ଏହି ଦିନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଆଜି ଦେଶ ପାଳିଛି ପ୍ରଥମ ଜାତୀୟ ମହାକାଶ ଦିବସ । ଏହି ଐତିହାସିକ ସଫଳତା ସହ ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ଚନ୍ଦ୍ରରେ ଅବତରଣ କରିବାରେ ବିଶ୍ବର ୪ର୍ଥ ରାଷ୍ଟ୍ର ଭାବେ ସ୍ଥାନ ପାଇଥିଲା।…
Read Moreକୁନି ପ୍ରତିଭା ଶୁଭ୍ରାଂଶୁଙ୍କୁ ପୁରସ୍କୃତ କଲେ ନୟାଗଡ଼ ଜିଲ୍ଲାପାଳ
ରଣପୁର (ନୟାଗଡ଼ ଦର୍ପଣ): ରଣପୁର ବ୍ଳକ୍ ଗୋପାଳପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଦ୍ଵିତୀୟ ଶ୍ରେଣୀର ଛାତ୍ର ଶୁଭ୍ରାଂଶୁ ମହାପାତ୍ରଙ୍କୁ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସରେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ୍ ଅଗ୍ରୱାଲ ପୁରସ୍କୃତ କରିଛନ୍ତି। ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ନୟାଗଡ଼ ପୋଲିସ୍ ଟ୍ରେନିଂ ସ୍କୁଲ (ପିଟିଏସ୍)ପଡିଆରେ ଅଗଷ୍ଟ ୧୫ ରେ ଅନୁଷ୍ଠିତ ଜିଲ୍ଳା ସ୍ତରୀୟ ସ୍ଵାଧୀନତା ଦିବସରେ ପୁରସ୍କୃତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ରଣପୁରର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ଓ ଶିକ୍ଷୟିତ୍ରୀ ସୁଜାତା ନନ୍ଦଙ୍କ ପୁତ୍ର ଶୁଭ୍ରାଂଶୁ ମହାପାତ୍ର ଗୋପାଳପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସେଇ କୁନି ପ୍ରତିଭା କ୍ଳଷ୍ଟର ଲେବଲରୁ…
Read Moreଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସମ୍ମିଳିତ ଉଦ୍ୟମ ଲୋଡା
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାବାସୀଙ୍କ ବହୁଦିନର ପ୍ରତିକ୍ଷିତ ସ୍ଵପ୍ନ ନୟାଗଡ଼ ଜିଲ୍ଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁଆଞ୍ଚଳିକ ସ୍ଵାର୍ଥରୁ ଉର୍ଦ୍ଧ୍ବରେ ରହି ନିରନ୍ତର ସମ୍ମିଳିତ ଉଦ୍ୟମ ଅପରିହାର୍ଯ୍ୟ ବୋଲି ମାନ୍ୟବର ବାଚଷ୍ପତି ସୁରମା ପାଢ଼ୀ ମତବ୍ୟକ୍ତ କରିଛନ୍ତି। ମେଡିକାଲ କଲେଜ ପ୍ରତିଷ୍ଠା ହେଲେ ଉତ୍ତମ ଅତ୍ୟାଧୁନିକ ସ୍ଵାସ୍ଥ୍ୟସେବା ଉପଲବ୍ଧ ସାଙ୍ଗକୁ ଜିଲ୍ଲାର ବିକାଶ ପଥରେ ଆଉଏକ ଅଧ୍ୟାୟ ଯୋଡ଼ି ହୋଇଯିବ ବୋଲି ଶ୍ରୀମତୀ ପାଢୀ ଏକ ସକରାତ୍ମକ ବାର୍ତ୍ତା ଦେଇଛନ୍ତି। ଏହି ମର୍ମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ମାନ୍ୟବର ବାଚଷ୍ପତି ତଥା ରଣପୁରର ବିଧାୟିକା ସୁରମା ପାଢୀଙ୍କୁ କ୍ରିୟାନୁଷ୍ଠାନ କମିଟିର ଆବାହକ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଆଇନ୍ଜୀବୀ ରଣଜିତ୍ ଦାଶ, ଆଇନ୍ଜୀବୀ ଦିଲ୍ଲୀପ କୁମାର ନନ୍ଦ ପ୍ରମୁଖ ପ୍ରଦାନ କରିଛନ୍ତି। ଦାବି ସମ୍ପର୍କରେ ସମର୍ଥନ ଜଣାଇବା ସଙ୍ଗେ ସଙ୍ଗେ ଶ୍ରୀମତୀ ପାଢୀ ଏ ଦିଗରେ…
Read Moreକନ୍ଧ ନୟାଗଡ-ଟାଙ୍ଗି ରାସ୍ତା ପ୍ରଶସ୍ତିକରଣ ପ୍ରକଳ୍ପର ଶିଳାନ୍ୟାସ
ରଣପୁର,(ନୟାଗଡ଼ ଦର୍ପଣ): କନ୍ଧ ନୟାଗଡ଼ – ଟାଙ୍ଗି ୪କି.ମି ରାସ୍ତା ପ୍ରଶସ୍ତିକରଣ ପ୍ରକଳ୍ପର ଶୁଭ ଉଦ୍ଘାଟନ କରାଯାଇଅଛି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ ଯୋଗଦେଇଥିଲେ ଏବଂ ତାଙ୍କ ସହିତ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୁରୀ ସାଂସଦ ସମ୍ବିତ ପାତ୍ର, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଚାନ୍ଦପୁର ମଣ୍ଡଳ ସଭାପତି ସୁବର୍ଣ୍ଣ ସିଂହ, ଗୋପାଳପୁର ମଣ୍ଡଳ ସଭାପତି ନିର୍ମଳ ମତ୍ତ ଗଜସିଂହ, ରଣପୁର ନିର୍ବାଚନ ମଣ୍ଡଳୀ ସଂଯୋଜକ ପରେଶ ମିଶ୍ର, ଚାନ୍ଦପୁର ମଣ୍ଡଳ ଉପ ସଭାପତି ଗଣେଶ୍ୱର ମାନ୍ଧାତା, ଚମ୍ପାଗଡ ପଞ୍ଚାୟତ ସଭାପତି ରବିନ୍ଦ୍ର ସାମନ୍ତ ସହଯୋଗ କରିଥିଲେ। ସୂଚନା ଥାଉ କି, ଏହି ପ୍ରକଳ୍ପରେ ମୋଟ୍ ୪କି.ମି ରାସ୍ତା ପାଇଁ ୧୪ କୋଟି ଟଙ୍କା ମଞ୍ଜୁର କରାଯାଇଥିବା…
Read Moreରଣପୁରରେ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ
ରଣପୁର, (ନୟାଗଡ଼ ଦର୍ପଣ): ରଣପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଇଟାମାଟିର ‘ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ୍ ଫର୍ ପିସ୍ ଆଣ୍ଡ ଡେଭଲପମେଣ୍ଟ୍’ ଓ ମାସିକ ହାସ୍ୟ ବ୍ୟଙ୍ଗ ପତ୍ରିକା ‘ବ୍ୟଙ୍ଗ କଲମ’ର ମିଳିତ ଆନୁକୂଲ୍ୟରେ ଜିଲ୍ଲା ବ୍ୟାପୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଏକାଦଶ ଦିବସରେ ରଣପୁର ବ୍ଲକ୍ ଅନ୍ତର୍ଗତ ଖଇରପଲ୍ଲୀ ଓ ରାଜ ସୁନାଖଳା ଗ୍ରାମ ପଞ୍ଚାୟତରେ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ଖଇରପଲ୍ଲୀ ପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟ ଏବଂ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ତାରିଆ ଠାରେ ବୃକ୍ଷ ରୋପଣ, ବାଲିଆ ଗ୍ରାମ ଏବଂ ରାଜସୁନାଖଳା ଗ୍ରାମ ପଞ୍ଚାୟତର କୋଟଗଡ଼ ଗ୍ରାମରେ ପ୍ରତି ଘରକୁ ଘର ଯାଇ ଦୁଇ ଅନୁଷ୍ଠାନର ସଦସ୍ୟ ଓ ସ୍ଵେଚ୍ଛାସେବୀ ମାନେ ଆମ୍ବ,…
Read Moreନୟାଗଡ଼ ପୋଲିସରେ ବଡ଼ଧରଣର ଅଦଳବଦଳ କଲେ ଏସପି
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପୋଲିସରେ ବଡ଼ଧରଣର ଅଦଳବଦଳ ହୋଇଛି। ନୟାଗଡ଼ ସଦରଥାନା ଅଧିକାରୀ ଅନିତା ସାହୁଙ୍କୁ ବାଣିଗୋଚ୍ଛା ଥାନାକୁ ବଦଳି କରାଯାଇଥିବା ବେଳେ ବାଣିଗୋଚ୍ଛା ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନାଙ୍କୁ ଗଣିଆ, ଗଣିଆ ଥାନା ଅଧିକାରୀ ବିନୟ ରଞ୍ଜନ ପରିଡ଼ାଙ୍କୁ ଚାନ୍ଦପୁର ବଦଳି କରାଯାଇଥିବା ବେଳେ ଚାନ୍ଦପୁର ଥାନା ଅଧିକାରୀ ଜଗଦିଶ କରଙ୍କୁ ଇଟାମାଟି ଥାନା, ଇଟାମାଟି ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ବାଇଁଙ୍କୁ ରଣପୁର, ରଣପୁର ଥାନା ନିହାର ରଞ୍ଜନ ମହାନ୍ତିଙ୍କୁ ଖଣ୍ଡପଡ଼ା, ଖଣ୍ଡପଡ଼ା ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ସ୍ବାଇଁଙ୍କୁ ଶରଣକୁଳ, ଶରଣକୁଳ ଥାନା ଅଧିକାରୀ ପୁଷ୍ପଲତା ବେହେରାଙ୍କୁ ହେଡକ୍ଵାର୍ଟରକୁ କରାଯାଇଥିବା ବେଳେ ରିଜର୍ଭରେ ଥିବା ଇନ୍ସିପେକ୍ଟର ବିଜୟା ସାହୁଙ୍କୁ ସଦରଥାନାଅଧିକାରୀ ଭାବେ ବଦଳି କରାଯାଇଛି । ସେହିଭଳି ଏସଆଇ ଓ ଏଏସଆଇ ସ୍ତରରେ ମଧ୍ୟ ଅଦଳବଦଳ କରାଯାଇଛି। ନୟାଗଡ଼ ଟାଉନଥାନାରେ…
Read Moreସମୁଦ୍ରରେ ବୁଡ଼ି ଦୁଃସାହସିକତାର ପରିଚୟ ଦେଲେ ରଣପୁର ମାଟିର ପୁଅ
➡️ ଭାରତୀୟ ସେନା ତରଫରୁ ଆୟୋଜିତ ଆଡ଼ଭେଞ୍ଚର୍ସ ଟ୍ରେନିଂ କ୍ୟାମ୍ପରେ ରେକର୍ଡ କଲେ ଏବଂ ମା’ ମାଟି, ରାଜ୍ୟ ତଥା ଦେଶ ପାଇଁ ଯଶ ଆଣିଲେ। ➡️’ମୁଁ ମୋ ଦେଶ, ରାଜ୍ୟ, ଜିଲ୍ଲା ,ରଣପୁର ତଥା ମୋ ଜନ୍ମିତ ଗାଁ’ ଝାଡ଼ପଡାର ମର୍ଯ୍ୟାଦା ପାଇଁ କିଛି ବି ଦୁଃସାହସିକ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛି’ ବୋଲି କହିଲେ ଗିରିଜା ରଣପୁର, (ନୟାଗଡ଼ ଦର୍ପଣ): ଜଣେ ଓଡ଼ିଆ ଯବାନ ସାମରିକ ବିଭାଗର ସ୍କୁଭା ଡାଇଭିଂ ତାଲିମ ପ୍ରତିଯୋଗିତାରେ ସାରା ଭାରତରେ ୨ୟ ଓ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରି ଦେଶ, ରାଜ୍ୟ, ଜିଲ୍ଲା ତଥା ନିଜ ଗାଁମାଟି ପାଇଁ ଗୌରବ ଆଣିଛନ୍ତି। ଏଥିପାଇଁ ଜୁଲାଇ ୨୫, ଗୁରୁବାର ଦିନ ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ରେଡକ୍ରସ ତରଫରୁ ତାଙ୍କୁ ସ୍ଵତନ୍ତ୍ର ଭାବରେ ମାନପତ୍ର ଓ ଉପଢ଼ୌକନ ଦେଇ…
Read Moreସମୟ ଚକରେ ରଣପୁର ମହାବିଦ୍ୟାଳୟ
ଆଜି ମନେପଡେ ସେଇ ସୁନେଲୀ ଅତୀତର କଥା। କେଡେବେଗି ସେଇ ଦିନ ଗୁଡ଼ିକ କାଳ ଖଣ୍ଡରେ ଲୀନ ହୋଇଗଲା। ୧୯୭୮ ମସିହା ଜୁଲାଇ ମାସ ୨୭ ତାରିଖ ଦିନ ରଣପୁର ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଆଜି ଜୁଲାଇ ୨୭,୨୦୨୪କୁ ୪୬ବର୍ଷ ପୂର୍ତ୍ତି ହେବାକୁ ଯାଉଛି। ଏମିତିକା ହିସାବ କଲେ ମନ୍ଦାକିନୀ ନଦୀରେ କେତେ କେତେ ଜଳରାଶି ପ୍ରବାହିତ ହୋଇ ସାରିଛି ତାର ପ୍ରମାଣ ନିଜେ ସ୍ଵୟଂ ସେଇ ମନ୍ଦାକିନୀ ନଦୀ ହିଁ ଦେଇ ପାରିବ। ସମ୍ମୁଖ ଭାଗରେ ଦଣ୍ଡାୟମାନ ହୋଇ ରହିଥିବା ମଣିନାଗ ପାହାଡ ତା’ର ସୁଖଦୁଃଖର ମୁକାସାକ୍ଷୀ ପରି ପ୍ରତ୍ୟୟ ହୁଏ। ୯.୫୨ଏକର ପରିମିତ ଜମିର ପରିସୀମା ବା ଚଉହଦୀକୁ ଜାବୁଡି ଧରି ନୀରବ ଓ ନିରବଚ୍ଛିନ୍ନ ଭାବରେ ଶିକ୍ଷାଦାନ କାର୍ଯ୍ୟରେ ଜଡ଼ିତ ରହି ରଣପୁର ଅଞ୍ଚଳର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପ୍ରତିଷ୍ଠିତ ହୋଇ…
Read More