ରଣପୁର (ନୟାଗଡ଼ ଦର୍ପଣ): ରଣପୁର ବ୍ଳକ୍ ଗୋପାଳପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଦ୍ଵିତୀୟ ଶ୍ରେଣୀର ଛାତ୍ର ଶୁଭ୍ରାଂଶୁ ମହାପାତ୍ରଙ୍କୁ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସରେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ୍ ଅଗ୍ରୱାଲ ପୁରସ୍କୃତ କରିଛନ୍ତି। ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ନୟାଗଡ଼ ପୋଲିସ୍ ଟ୍ରେନିଂ ସ୍କୁଲ (ପିଟିଏସ୍)ପଡିଆରେ ଅଗଷ୍ଟ ୧୫ ରେ ଅନୁଷ୍ଠିତ ଜିଲ୍ଳା ସ୍ତରୀୟ ସ୍ଵାଧୀନତା ଦିବସରେ ପୁରସ୍କୃତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ରଣପୁରର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ଓ ଶିକ୍ଷୟିତ୍ରୀ ସୁଜାତା ନନ୍ଦଙ୍କ ପୁତ୍ର ଶୁଭ୍ରାଂଶୁ ମହାପାତ୍ର ଗୋପାଳପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସେଇ କୁନି ପ୍ରତିଭା କ୍ଳଷ୍ଟର ଲେବଲରୁ ବ୍ଳକ୍ ଓ ବ୍ଳକ୍ ଲେବଲରୁ ଜିଲ୍ଲା ଲେବଲକୁ ଉତ୍ତୀର୍ଣ୍ଣ ହୋଇ ଜିଲ୍ଲାର ସମସ୍ତ କନିଷ୍ଠ ପ୍ରତିଯୋଗୀଙ୍କୁ ପଛରେ ପକେଇ ଜିଲ୍ଲା ଚାମ୍ପିଆନ୍ ତଥା ଉକ୍ତ ପ୍ରତିଯୋଗିତାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେଥିପାଇଁ ତାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସ୍ଵତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯିବା ସହ ନୟାଗଡ଼ ଜିଲ୍ଲାପାଳ ପୁରସ୍କୃତ କରିଥିଲେ। ଏହି ଖବରରେ ସାରା ରଣପୁର ଅଞ୍ଚଳରୁ କୁନି ପ୍ରତିଭା ଶୁଭ୍ରାଂଶୁଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟୁଛି। ସୂଚନା ଥାଉ କି, ଶୁଭ୍ରାଂଶୁ ରଣପୁରର ପ୍ରଖ୍ୟାତ ସଙ୍ଗୀତଜ୍ଞ ସ୍ଵର୍ଗତ ତ୍ରିନାଥ ମହାପାତ୍ରଙ୍କ ନାତି ଅଟନ୍ତି।
Related posts
-
ରଣପୁରରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା, ସେମି ଫାଇନାଲକୁ ଗଲେ ୫ଜଣ
December 8, 2024 Jajati Comments Off on ରଣପୁରରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା, ସେମି ଫାଇନାଲକୁ ଗଲେ ୫ଜଣରଣପୁର, (ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ରଣପୁର ବ୍ଲକ ଅଡିସନ କଳିଙ୍ଗ... -
ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ
ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରାଜସୁନାଖଳା ଠାରେ ୨୦୨୩-୨୫ ବର୍ଷର ଗୁରୁ ଛାତ୍ରଛାତ୍ରୀମାନଙ୍କ ସାମଗ୍ରୀକ ବିକାଶ... -
ବିଦ୍ୟାଳୟ, ଅଙ୍ଗନବାଡି, ପଚାୟତ କାର୍ଯ୍ୟାଳୟ ସହ ଛତୁଆ କେନ୍ଦ୍ର ବୁଲି ଦେଖିଲେ ରାଜ୍ୟ ଫୁୁଡ କମିଶନ ବିଭାଗର ଅଧିକାରୀ
December 7, 2024 Jajati Comments Off on ବିଦ୍ୟାଳୟ, ଅଙ୍ଗନବାଡି, ପଚାୟତ କାର୍ଯ୍ୟାଳୟ ସହ ଛତୁଆ କେନ୍ଦ୍ର ବୁଲି ଦେଖିଲେ ରାଜ୍ୟ ଫୁୁଡ କମିଶନ ବିଭାଗର ଅଧିକାରୀରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ରଣପୁର ବ୍ଲକର ବିଭିନ୍ନ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ପଚାୟତ କାର୍ଯ୍ୟାଳୟ ତଥା ଛତୁଆ ପ୍ରସ୍ତୁତି କେନ୍ଦ୍ରକୁ...