ବିଦ୍ୟାଳୟରେ ଦାସିଆ ଅଜାଙ୍କ ଶ୍ରାଦ୍ଧ ଦିବସ ପାଳିତ

ରଣପୁର,(ନୟାଗଡ଼ ଦର୍ପଣ): ଓଡ଼ିଶାର ପାଠାଗାର ଆନ୍ଦୋଳନ କଥା ଉଠିଲେ ଯେଉଁ କେତେଜଣ ମହାନ ପୁରୋଧାଙ୍କ କଥା ଉଠେ, ସେଥି ମଧ୍ୟରୁ ଦାସିଆ ଅଜା ଖୁବ ପରିଚିତ। ଏକାଧାରରେ ସେ ଥିଲେ ଜଣେ ଖ୍ୟାତନାମା ସଂଗ୍ରାହକ, ନିଷ୍ଠାପର ସଂଗଠକ, ସମାଜ ସଂସ୍କାରକ, ତଥା ସାହିତ୍ୟ ପ୍ରଂଶସକ। ଦାସିଆ ଅଜାଙ୍କ ଉଦ୍ୟମରେ ନୟାଗଡ ଜିଲ୍ଲାର ଉଦୟପୁର ଗ୍ରାମରେ ପ୍ରତିଷ୍ଠିତ ବାଞ୍ଛାନିଧି ପାଠାଗାର, ଶ୍ରୀ ଅରବିନ୍ଦ ସଂଗ୍ରାହଳୟ ଏବଂ ଯଦୁମଣି ସାହିତ୍ୟ ସଂସଦ ଜାତୀୟ ସ୍ତରରେ ସାହିତ୍ୟକ ଓ ଗବେଷକଙ୍କ ପାଇଁ ପ୍ରେରଣାର ଆଲୋକବର୍ତ୍ତୀକା ହୋଇଛି। ସେହି ଦାସିଆ ଅଜାଙ୍କଙ୍କ ଜନ୍ମ ଜୟନ୍ତୀ ନୟାଗଡ ଜିଲ୍ଲା ରଣପୁର ବ୍ଲକ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟ, ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାମନ୍ତରାୟପୁର ପ୍ରାଥମିକ ବିଦ୍ୟାଳୟ, ପାମ୍ପଡା ପ୍ରାଥମିକ ବିଦ୍ୟାଳୟ, ବ୍ରଜବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟ, ମଙ୍ଗରାଜପୁର ପ୍ରାଥମିକ ବିଦ୍ୟାଳୟ ସମେତ ନରସିଂହପୁର କ୍ଲଷ୍ଟରର ସମସ୍ତ…

Read More

ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା ଓ ପରିଚୟ ପତ୍ର ପ୍ରଦାନ ଉତ୍ସବ

ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଚାନ୍ଦପୁର ଥାନା ଅନ୍ତର୍ଗତ ଝାଡପଡା ପଞ୍ଚାୟତର ଦୁର୍ଗାମଣ୍ଡପ ଠାରେ ପବିତ୍ର ଗୁରୁ ଦିବସ ଅବସରରେ ବରିଷ୍ଠ ନାଗରିକ କଲ୍ୟାଣ ପରିଷଦ, ଝାଡପଡାର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି। ଏହି ପବିତ୍ର ଦିବସରେ ୧୫୦ଜଣ ବୟୋ ବୃଦ୍ଧବୃଦ୍ଧାଙ୍କୁ ପୁଷ୍ପ ଚନ୍ଦନ ସହ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି। ପରିଷଦର ସଭାପତି ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ପରିଚାଳନା କରା ଯାଇଥିଲା। ସମ୍ପାଦକ ଶ୍ରୀଯୁକ୍ତ ମାଧବ ରାଉତ ସମ୍ପାଦକୀୟ ବିବରଣୀ ପାଠ କରିଥିଲା ବେଳେ ରାଜ୍ୟ ବରିଷ୍ଠ ନାଗରିକ ମହାସଂଘର ସାଧାରଣ ସଂପାଦକ ଶ୍ରୀଯୁକ୍ତ ରାଜକିଶୋର ସାମନ୍ତରାୟ, ଯୁଗ୍ମ ସଂପାଦକ ଶ୍ରୀଯୁକ୍ତ ବସନ୍ତ କୁମାର ବାରିକ, ନୟାଗଡ଼ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ପଣ୍ଡା, ଚାନ୍ଦପୁର ଆରକ୍ଷୀ ଅଧିକାରୀ ବିନୟ…

Read More

ଆଜି ପବିତ୍ର ଗୁରୁ ଦିବସରେ ବିଭିନ୍ନ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

ରଣପୁର,(ନୟାଗଡ଼ ଦର୍ପଣ): ଆଜି ପବିତ୍ର ଗୁରୁ ଦିବସ। ଗୁରୁ-ଶିଷ୍ୟ ପରମ୍ପରା  ବହୁପ୍ରାଚୀନ। ବିଦ୍ୟାର୍ଥୀର ଉଚିତ୍‌ ମାର୍ଗଦର୍ଶକ ହେଉଛନ୍ତି  ଗୁରୁ। ଗୁରୁଙ୍କ ଅବଦାନକୁ ସମ୍ମାନ ଓ ସ୍ମରଣ କରିବା ଲାଗି ପ୍ରତି ବର୍ଷ ସେପ୍ଟେମ୍ବର ୫ତାରିଖରେ ପାଳନ କରାଯାଏ ଗୁରୁ ଦିବସ। ଗୁରୁ ଦିବସ ମଧ୍ୟ ଆମ ଦେଶରେ ଏକ ବଡ ପର୍ବ ଭାବେ ପାଳନ କରାଯାଏ। ଏହି ଦିନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ। ୧୮୮୮ ସେପ୍ଟେମ୍ବର ୫ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ। ୧୯୬୨ ପରଠାରୁ ତାଙ୍କ ଜନ୍ମଦିନ ଗୁରୁ ଦିବସ ଭାବରେ ପାଳନ କରାଯାଇଆସୁଛି। ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଏକ ପ୍ରସିଦ୍ଧ ବିଚାରରେ କହିଥିଲେ ଯେ, ଯଦି ମୋର ଜନ୍ମଦିନ ପାଳନ କରିବା ପରିବର୍ତ୍ତେ ସେପ୍ଟେମ୍ବର ୫ରେ ଗୁରୁ ଦିବସ ଭାବେ ପାଳନ କରାଯାଏ, ତେବେ ଏହା ମୋ ପାଇଁ ଗର୍ବର ବିଷୟ ହେବ।…

Read More

ସୁଭଦ୍ରା ଯୋଜନା ଫର୍ମ ବଣ୍ଟାକୁ ନେଇ ହଟ୍ଟଗୋଳ, ଅଙ୍ଗନବାଡି ଦିଦିଙ୍କୁ ଆକ୍ରମଣ କଲେ ଯୁବକ

ରଣପୁର, (ନୟାଗଡ଼ ଦର୍ପଣ): ଓଡିଶା ସରକାରଙ୍କ ସୁଭଦ୍ରା ଯୋଜନା ଫର୍ମ ବଣ୍ଟନକୁ ନେଇ ଅଙ୍ଗନବାଡି ଦିଦିଙ୍କୁ ପିଟିଲେ ଜନୈକ ଯୁବକ। ଏପରି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ମହତପଲ୍ଲା ପଞ୍ଚାୟତର ଡ଼ିମିରିଆ ଗ୍ରାମରେ। ଉକ୍ତ ଗ୍ରାମର ଅଙ୍ଗନବାଡି ଦିଦି ମିନାକ୍ଷୀବାଳା ପରିଡା ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ସୁଭଦ୍ରା ଯୋଜନାର ଫର୍ମ ନିଜ ଗ୍ରାମରେ ବଣ୍ଟନ କରୁଥିବା ବେଳେ ଫର୍ମ ବଣ୍ଟନକୁ ନେଇ ଉକ୍ତ ଗ୍ରାମର ସରୋଜ ମହାପାତ୍ର ତାଙ୍କୁ ବିରୋଧ କରିଥିଲେ। ତାଙ୍କ ସହ ତାଙ୍କର ବଚସା ମଧ୍ୟ ହୋଇଥିଲା। ପରେ ଅଙ୍ଗନବାଡି ଦିଦିଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ସାନଝିଅ ସାଇ ଶ୍ରଦ୍ଧାଞ୍ଜଳି ନାୟକ ଓ ପୁଅ ସାଇ ସୌମ୍ୟଜିତ୍ ନାୟକଙ୍କୁ ଆକ୍ରମଣ କରିଥିବା ରଣପୁର ଥାନାରେ ଅଙ୍ଗନବାଡି କର୍ମୀ ମିନାକ୍ଷୀ ପରିଡା ଏକ ଲିଖିତ ଅଭିଯୋଗ କରିଥିବା…

Read More

ନୟାଗଡ଼ ଜିଲ୍ଲାରେ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମର ସୁପରିଚାଳନା

ନୟାଗଡ଼,(ନୟାଗଡ଼ ଦର୍ପଣ): ଜନ କଲ୍ୟାଣକାରୀ ସୁଭଦ୍ରା ଯୋଜନାର ସଫଳ ରୂପାୟନ ନିମନ୍ତେ ନୟାଗଡ଼ ଜିଲ୍ଲାରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ,ଭା.ପ୍ର.ସେ.ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଖୁବ ସୁନ୍ଦର ଭାବରେ ଯୋଜନାର ସୁପରିଚାଳନା କରାଯାଉଛି । ସମସ୍ତ ହିତାଧିକାରୀମାନଙ୍କ ପାଖରେ ଏହି ଯୋଜନାର ଫର୍ମ ପ୍ରାୟତଃ ପହଁଚିସାରିଲାଣି । ଏହି ଜିଲ୍ଲାର ୮ଟି ବ୍ଲକ ଯଥା-ଭାପୁରକୁ ୪୬୭୭୫, ନୟାଗଡ଼କୁ ୭୪୩୦୨, ରଣପୁରକୁ ୭୪୩୨୭, ଓଡ଼ଗାଁକୁ ୮୧୬୨୩, ନୂଆଗାଁକୁ ୪୪୬୨୦, ଦଶପଲ୍ଲାକୁ ୪୫୬୧୦, ଗଣିଆକୁ ୧୭୪୨୮ ଏବଂ ଖଣ୍ଡପଡ଼ାକୁ ୫୧୩୧୫ ସର୍ବମୋଟ ୪୩୬୦୦୦ଫର୍ମ ଯୋଗାଇ ଦିଆଯାଇଛି । ଏହି ଫର୍ମ ମଧ୍ୟରୁ ୮ ବ୍ଲକର ୮ ସିଡିପିଓଙ୍କୁ ୩୧୫୧୫୭,ଜିଲ୍ଲାର ୪୬୩ଟି ସହଜ ଜନସେବା କେନ୍ଦ୍ରକୁ ୮୯୯୦, ଜିଲ୍ଲାର ୩୪୬ଟି ମୋ ସେବା କେନ୍ଦ୍ରକୁ ୭୪୭୦, ବିଡିଓମାନଙ୍କ ପାଖରେ ୩୩୫୦,ଏନଏସି ଓ ପୌର ପରିଷଦର ନିର୍ବାହୀ ଅଧିକାରୀମାନଙ୍କୁ ୩୬୦୦,ପଂଚାୟତିରାଜର ନିର୍ବାଚିତ ପ୍ରତିନିଧିମାନଙ୍କୁ ୮୫୦…

Read More

ମନ୍ଦାକିନୀ ସେତୁ ନିର୍ମାଣରେ ଅହେତୁକ ବିଳମ୍ବ,କଣ୍ଟ ସରିଲାଣି ସରୁନି କାମ!

ରଣପୁର,(ନୟାଗଡ଼ ଦର୍ପଣ):ନୟାଗଡ ଜିଲ୍ଲା ରଣପୁର ପାଇଁ ମଲାଗୁଣି(ମନ୍ଦାକିନୀ)ସେତୁ ହେଉଛି ଲାଇଫ୍ ଲାଇନ୍। ଏହି ସେତୁ ନିର୍ମାଣରେ ଅଧିକ ବିଳମ୍ବ ହେଉଥିବା ହେତୁ ଅପର ପକ୍ଷେ ରଣପୁର ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମିତ ଅସ୍ଥାୟୀ ପୋଲ ଉପରେ ଯାତାୟତ କରିବା ଏ ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ, ବ୍ୟବସାୟୀ, ଆମ୍ବୁଲାନ୍ସ ଯାତାୟାତ କରିବା, ଏପରିକି ରୋଗୀସେବା ଆଦି ସମସ୍ତ ପ୍ରକାର କାର୍ଯ୍ୟ ବିପଦପୂର୍ଣ୍ଣ ହୋଇପଡିଛି। ଚଳିତ ବର୍ଷ ନିର୍ବାଚନକୁ ଆଖି ଆଗରେ ରଖି ନାଁ’ ନେବା ପାଇଁ ସେତୁ ନିର୍ମାଣ କାମ ଆରମ୍ଭ ହୋଇଥିଲେ ମଧ୍ୟ ବର୍ଷା ଋତୁ ଆସି ଯାଇଥିଲା। ଅଦ୍ୟାବଧି  କାମ ବନ୍ଦ ହୋଇ ପଡିଛି। ଏପଟେ    ଅବଧି(କଣ୍ଟ)ସରିଲାଣି;ସରୁନି ନିର୍ମାଣ କାମ। ବର୍ଷ ବର୍ଷ ଧରି ଅଧାପନ୍ତରିଆ ଭାବେ ପଡ଼ିରହିଛି ବ୍ରିଜ। ମିଲିଭଗତରେ ଚାଲିଛି ହରିଲୁଟ।ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ…

Read More

ତିନି ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସହ ପେନସନ ପ୍ରଦାନ

ରଣପୁର,(ନୟାଗଡ଼ ଦର୍ପଣ): ଜନ୍ମ-ମୃତ୍ୟ ଯେପରି ସତ୍ୟ, ସେହିପରି ଚାକିରୀରେ ଯୋଗ ଦେବା ଓ ଚାକିରୀରୁ ଅବସର ନେବା ସେହିପରି ସତ୍ୟ। ସରକାରୀ ନିୟମ ଅନୁଯାୟୀ ସମସ୍ତଙ୍କୁ ନିୟମ ଅନୁଯାୟୀ ଚାକିରୀରୁ ଅବସର ନେବାକୁ ପଡିଥାଏ। ନୟାଗଡ ଜିଲ୍ଲା ରଣପୁର ବ୍ଲକ ରଜସୁନାଖଳା ସ୍ଥିତ ଗୋପୀନାଥପୁର ସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସରୋଜିନୀ ମିଶ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା, ମୁଖ୍ୟବକ୍ତା ଭାବେ ରାଜ୍ୟ ଶିକ୍ଷକ ସଙ୍ଘର ମହାସଚିବ ଜ୍ୟୋତି ରଞ୍ଜନ ଦାଶ, ସମ୍ମାନିତ ଅତିଥି ଭାବେ ରଣପୁର ବ୍ଲକ ମିଳିତ ଶିକ୍ଷକ ସଙ୍ଘ ସଭାପତି ପ୍ରଫୁଲ ବିଶ୍ୱାଳ, ଉପଦେଷ୍ଟା ଜଗନ୍ନାଥ ଦାଶ, ସମ୍ପାଦକ ଜ୍ୟୋତି ରଞ୍ଜନ କର, ମିଡ଼ିଆ କୋର୍ଡିନେଟର ତଥା ନରସିଂହପୁର କ୍ଲଷ୍ଟର ସି.ଆର.ସି.ସି. ସୁଶୀଲ…

Read More

ମାଟିର ମହକ ନିଆରା ବେହଲା ବାଦକ ସୁବାସ

ରଣପୁର, (ନୟାଗଡ଼ ଦର୍ପଣ): ସ୍ୱଳ୍ପ ପାଠପଢ଼ା ଓ ଅଦମ୍ୟ ଇଚ୍ଛା ଶକ୍ତି। କିଛି ନୂଆ କରିବାର ନିଶା; ସେ ପୁଣି ସଙ୍ଗୀତ କଳା କ୍ଷେତ୍ରରେ। ପିତାମାତାଙ୍କ ସହିତ ପିଲାବେଳୁ ଆର୍ଥିକ ଅନାଟନରେ ସମୟ ଅତିବାହିତ କରୁଥିବା ଯୋଗୁଁ ଇଚ୍ଛା ଶକ୍ତି ଆଗରେ ହାର ମାନି ନଥିଲା ପରିସ୍ଥିତି। ପାଠ ପଢ଼ିବା ପାଇଁ ସ୍ୱତନ୍ତ୍ର ଆଗ୍ରହ। ସେଥିପାଇଁ ପିଲାବେଳୁ କଅଁଳ ହାତର ସ୍ପର୍ଶରେ ମାଟି ପିଣ୍ଡୁଳାରେ ନୂଆନୂଆ ସୃଷ୍ଟି କରି ଚାଲନ୍ତି। ମାଟିରେ ମୂର୍ତ୍ତି ତିଆରି କରି ସେଥିରୁ ଦି’ ପଇସା ରୋଜଗାର କରି ପାଠପଢ଼ାରେ ଆଗକୁ ବଢ଼ିବାର ନିଶା କେତେବେଳେ ଯେ ପାଠପଢ଼ାରେ ଡୋରୀ ବନ୍ଧା ହେବ ଏବଂ ପରବର୍ତ୍ତୀ ସମୟରେ ମୂର୍ତ୍ତି କଳା କାରିଗରୁ ଓଡ଼ିଶା ସଙ୍ଗୀତ ଜଗତର ଜଣାଶୁଣା ବେହଲା ବାଦକ ଓ ତା’ର ସହିତ ବେହେଲା ନିର୍ମାତା କାରୀ ବନିଯିବେ ସେ ସବୁ…

Read More

ମହିଳା ସଶକ୍ତି କରଣ ନିମନ୍ତେ ସୁଭଦ୍ରା ଯୋଜନା ଆରମ୍ଭର କାର୍ଯ୍ୟ ଖସଡ଼ା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ ଜିଲ୍ଲାରେ ମହିଳାମାନଙ୍କୁ ସଶକ୍ତି କରଣ ନିମନ୍ତେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ଉଦ୍ଦେଶ୍ୟରେ ଜିଲ୍ଲା ଓଶ୍ୱାନ୍ ସଭା କକ୍ଷରୁ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ବ୍ଲକ ଓଶ୍ୱାନ୍ ସଭା କକ୍ଷକୁ ସଂଯୋଗ କରି ସମସ୍ତ ବିଭାଗର ଭୂମିକା ଓ ଦାୟିତ୍ୱ ସମ୍ବନ୍ଧରେ ବୁଝାଇଥିଲେ । ଏହି ଯୋଜନାରେ ମହିଳାମାନଙ୍କୁ ଆଗାମୀ ୫ବର୍ଷରେ ଟ.୫୦,୦୦୦/- ଦେଇ ଆତ୍ମ ନିର୍ଭରଶୀଳ କରିବାର କାର୍ଯ୍ୟକ୍ରମ ରହିଅଛି । ଦୁଇଟି କିସ୍ତିରେ(ରାକ୍ଷୀ ପୂର୍ଣ୍ଣିମା ଓ ବିଶ୍ୱ ମହିଳା ଦିବସ) ଟ.୫,୦୦୦/-ଲେଖାଏଁ ମୋଟ ଟ.୧୦,୦୦୦/- ବାର୍ଷିକ ୫ବର୍ଷରେ ଟ.୫୦,୦୦୦/- ପ୍ରଦାନ କରାଯିବ । ୨୧ ରୁ ୬୦ବର୍ଷ ବୟସର ମହିଳାମାନେ ଏଥିପାଇଁ ଆବେଦନ କରିପାରିବେ । ଯେଉଁ ମହିଳାମାନେ ମାସିକ ୧୫୦୦ଟଙ୍କା ଭତ୍ତା ପାଉଥିବେ,ସାଂସଦ କିମ୍ବା ବିଧାୟକ ପରିବାରର ମହିଳା ହୋଇଥିବେ,ନିର୍ବାଚିତ ପ୍ରତିନିଧି ହୋଇଥିବେ,…

Read More

ଶେଷ ହେଲା ପ୍ରୟୋଗ ତାଲିମ

ରଣପୁର,(ନୟାଗଡ଼ ଦର୍ପଣ): ଛାତ୍ରଛାତ୍ରୀମାନଙ୍କ ଶିକ୍ଷାର ଉନ୍ନତି ତଥା ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷା ବିଭାଗ ସବୁବେଳେ ପ୍ରୟାସ କରି ଚାଲିଛି। ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ରଣପୁର ବ୍ଲକରେ ‘ପ୍ରୟୋଗ’ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ପିଲାମାନଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ଦକ୍ଷତା ବୃଦ୍ଧି କରିବା ଏହି ତାଲିମ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଓ ଲକ୍ଷ୍ୟ। ଏଥିରେ ବିଭିନ୍ନ ଶିକ୍ଷଣ ଫଳାଫଳ, ଶିକ୍ଷାର ଲକ୍ଷ୍ୟ, ଗଣିତ ଶିକ୍ଷାଦାନର ବିଭିନ୍ନ ଉପକରଣ ବ୍ୟବହାର ଆଦି ସମ୍ବନ୍ଧରେ ତାଲିମ ପ୍ରଦାନ କରାଯାଇଥିଲା। ମଝିଆଖଣ୍ଡ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ତାଲିମ ଶିବିରକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ମାନସ କୁମାର ପଟ୍ଟନାୟକ, ଅଶୋକ ସାମନ୍ତରାୟ, ସୁଶୀଲ କୁମାର ରଣା, ବିଶ୍ୱଭୂଷଣ ବେହେରା, ଦିନବନ୍ଧୁ ଜେନା ପ୍ରମୁଖ ତାଲିମ ପ୍ରଦାନ…

Read More