ରଣପୁର,(ନୟାଗଡ଼ ଦର୍ପଣ): ଖାଉଟି ସାମଗ୍ରୀରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ଏବେ ସମସ୍ତ ଉପଭୋକ୍ତାଙ୍କୁ କଣ୍ଟ୍ରୋଲ ଦୋକାନ ଓ ପଞ୍ଚାୟତରେ ପରିବାରର ସମସ୍ତେ ଇ-କେ୍ୱାସୀ କରିବାକୁ ବାଧ୍ୟ କରାଯାଇଛି। ଏହି ଇ-କେ୍ୱାସୀ କରିବାକୁ ଯାଇ ଜଣେ ମହିଳାଙ୍କର ଆଜି ଜୀବନ ଚାଲି ଯାଇଥିବା ଜଣାଯାଇଛି। ଖବର ସଂଗ୍ରହ କରିବାରେ ଜଣା ଯାଏ ଯେ, ରଣପୁର ବ୍ଲକ ହଂସରା ପଂଚାୟତ ଆନ୍ତରଗତ ଆନନ୍ଦପୁର ଗ୍ରାମର ପବିତ୍ର କୁମାର ବେହେରା ତାଙ୍କ ଧର୍ମପତ୍ନୀ କୁମାରୀ ବେହେରାଙ୍କୁ ଏକ ବାଇକରେ ବସାଇ ଆଜି ଇ-କେ୍ୱାସୀ କରିବା ପାଇଁ ନିକଟସ୍ଥ ନରସିଂହପୁର ପଂଚାୟତ କାର୍ଯ୍ୟାଳୟକୁ ଯାଉଥିଲେ। କିଛି ବାଟ ଗଲା ପରେ ଏକ ମାଙ୍କଡ଼ ବାଇକ ଉପରକୁ ହଠାତ ଡେଇଁ ପଡିଥିଲା। ଡେଇଁ ପଡିଲା ପରେ ଭାରସାମ୍ୟ ହରାଇ ବାଇକରୁ ଉଭୟେ ଖସି ପଡ଼ିଥିଲେ। ଉଭୟ ଆହତ ହୋଇଥିଲା ବେଳେ ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ତେଣୁ ପ୍ରଥମେ ରଣପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଭୁବନେଶ୍ୱର ନେବା ବାଟରେ ମହିଳାଙ୍କ ମୃତ୍ୟୁ ହୋଇ ଯାଇଥିବା ଜଣାପଡିଛି। ଏଥିରେ ତାଙ୍କ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।
Related posts
-
ରାଜସୁନାଖଳା ଠାରେ ସିପିଆଇ (ଏମ)ର ଶାଖା ସମ୍ମିଳନୀ ଅନୁଷ୍ଠିତ
ରାଜସୁନାଖଳା,(ନୟାଗଡ଼ ଦର୍ପଣ): ସିପିଆଇ (ଏମ)ର ରାଜସୁନାଖଳା ଶାଖା ସମ୍ମିଳନୀ ଗୋପି ମୁଦୁଲି କମୁନିଟ ହଲ ଠାରେ ସାଥୀ ନିରଞ୍ଜନ ସୁବୁଦ୍ଧିଙ୍କ ସଭାପତିତ୍ବ... -
ବିଶିଷ୍ଟ ଶିକ୍ଷାବିତ୍ ‘ବରିଷ୍ଠ ନାଗରିକ ସମ୍ମାନ’ରେ ସମ୍ମାନିତ
ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ଭାସ୍କର ଚନ୍ଦ୍ର ପ୍ରଧାନ ‘ବରିଷ୍ଠ ନାଗରିକ ସମ୍ମାନ -୨୦୨୪’ ସମ୍ମାନିତ... -
ଉତ୍କଳ ସାମ୍ବାଦିକ ସଂଘ ରଣପୁର ଶାଖା ବୈଠକ
ଭାଇଚାରା ବୃଦ୍ଧିରେ ସଂଘ ସହାୟକ ହେବ, ୧୦ ସାମ୍ବାଦିକ ସଂଘରେ ସାମିଲ ନୟାଗଡ଼,(ନୟାଗଡ଼ ଦର୍ପଣ): ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଜିଲ୍ଲା...