ପଞ୍ଚାୟତ ଗ୍ରାମସଭାକୁ ନେଇ ଅସନ୍ତୋଷ

ଚିହିଙ୍କି ଉଠିଲା ଗୋପାଳପୁର ଜୋନ୍ ବିଜୁ ଛାତ୍ର ଜନତା ଦଳ ରଣପୁର (ନୟାଗଡ଼ ଦର୍ପଣ): ରଣପୁର ବ୍ଳକର ସର୍ବବୃହତ ଗୋପାଳପୁର ପଞ୍ଚାୟତର ପଞ୍ଚାୟତ ଗ୍ରାମ ସଭାରେ  ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ନେଇ ବିଡ଼ିଓଙ୍କୁ ଫେରାଦ୍ ହୋଇଛି ଛାତ୍ର ବିଜୁ ଜନତା ଦଳ। ୧୯୬୮ ମସିହା ପଞ୍ଚାୟତ ରାଜ୍ ଆଇନ୍ ର ନିୟମ ଖୁଲମ୍ ଖୋଲା ଉଲଂଘନ ହୋଇଥିବା ଏକ ଲିଖିତ ଅଭିଯୋଗ ସହ ଗୋପାଳପୁର ଜୋନର ଛାତ୍ର ବିଜୁ ଜନତା ଦଳର ସଭାପତି ରୁଦ୍ର ପ୍ରସାଦ ମହାପାତ୍ର ରଣପୁର ପଞ୍ଚାୟତ ସମିତିର ବିଡ଼ିଓଙ୍କୁ ସାକ୍ଷାତ କରି ବିଧିବଦ୍ଧ ତଦନ୍ତ କରିବା ପାଇଁ ଦାବି କରିଛନ୍ତି। ଅଭିଯୋଗ ମୁତାବକ ଗତ ଅକ୍ଟୋବର ୨ ତାରିଖରେ ଗୋପାଳପୁର ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ କିଛି ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କୁ ନେଇ ଗ୍ରାମ ସଭା ଅନୁଷ୍ଠିତ କରାଇବା ସହ ସେମାନଙ୍କ ମନ…

Read More

ଓଏଏସ୍ ପାଇଲେ ରଣପୁର ମାଟିର ସୁପୁତ୍ର ହର ପ୍ରସାଦ

ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ନିଜର ଐତିହ୍ୟ ପାଇଁ କେବଳ ଜିଲ୍ଲା, ରାଜ୍ୟ, କି’ ଦେଶ ନୁହେଁ, ସମଗ୍ର ବିଶ୍ଵ ଇତିହାସ ଆଇନାରେ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି। ଏଥିରେ ଆଉ ଗୋଟିଏ ଫର୍ଦ୍ଦ ଯୋଡ଼ି ରଣପୁର ତଥା ସମଗ୍ର ନୟାଗଡ଼ ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି ରଣପୁର ମାଟିର ପୁଅ ୨୬ବର୍ଷିୟ ହର ପ୍ରସାଦ। ଅକ୍ଟୋବର ୧୯, ଶନିବାର ଦିନ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ୨୦୨୨ ମସିହାର ରାଜ୍ୟ ପ୍ରଶାସନିକ ସେବାର ଚୂଡାନ୍ତ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ସମୁଦାୟ ୬୩୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୩୪୬ ରାଙ୍କରେ ହର ପ୍ରସାଦ ଉତ୍ତୀର୍ଣ୍ଣ ହୋଇ ବାଜିମାତ୍ କରିଛନ୍ତି। ରଣପୁର ବ୍ଲକ୍ ବୃନ୍ଦାବନ ପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ବିରଞ୍ଚିନାରାୟଣ ରଣା ଓ…

Read More

ତାଲୁକ ଲିଗାଲ ସର୍ଭିସ କମିଟି ଦ୍ୱାରା ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ତାଲୁକ ଲିଗାଲ ସର୍ଭିସ କମିଟି ତରଫରୁ ଗୁରୁବାର ଦହିଖାଇ ଯୁବକ ସଂଘ ଠାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ରଣପୁର କୋର୍ଟ ବିଚାରପତି ତଥା ତାଲୁକ ଲିଗାଲ ସର୍ଭିସ କମିଟିର ଅଧ୍ୟକ୍ଷ ଶ୍ରୀ ଗୌରୀ ଶଙ୍କର ପଣ୍ଡା ଅଧ୍ୟକ୍ଷତା କରିଥିଲେ । ରଣପୁର ବାର ଆସୋସିଏସନର ସଭାପତି ସୁବାଷ ଚନ୍ଦ୍ର ଜେନା, ଆଇନୀଜୀବୀ ଶ୍ରୀକାନ୍ତ କୁମାର ସାହୁ, ଆଇନୀଜୀବୀ କୃପାସିନ୍ଧୁ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏଥିରେ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଯୋଗ ଦେଇଥିଲେ। ମାନିସିକ ସ୍ୱାସ୍ଥ୍ୟ ସମ୍ପର୍କରେ ଆଇନ, ମାନସିକ ଅସୁସ୍ଥତା ଏବଂ ମାନସିକ ଅନଗ୍ରସରଙ୍କ ପାଇଁ ଥିବା ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ତାଲୁକ…

Read More

ରାଜ୍ୟ ସ୍ତରୀୟ ଯୁବ ପ୍ରତିଭା ସମ୍ମାନ ସମାରୋହ

ରଣପୁର,(ନୟାଗଡ଼ ଦର୍ପଣ): ବିଶ୍ୱ ମହାମାରୀ କରୋନା ସମୟରେ ଯୋଦ୍ଧା ଓ ସାମାଜିକ କର୍ମୀମାନଙ୍କୁ ଦେଶର ବିଭିନ୍ନ ଅଞ୍ଚଳରେ ସମ୍ବର୍ଦ୍ଧିତ କରି ଖ୍ୟାତି ଅର୍ଜନ କରିଥିବା ଉତ୍କଳୀୟମ ଫାଉଣ୍ଡେସନ ଦ୍ୱାରା ଆଜି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ରାଜସୁନାଖଳା କୁମ୍ଭାରୀ ଛକସ୍ଥିତ କଲ୍ୟାଣ ମଣ୍ଡପରେ ରାଜ୍ୟ ସ୍ତରୀୟ ଯୁବ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ବଡ଼ କୁମାରୀ ସରପଞ୍ଚ ପ୍ରଫୁଲ କୁମାର ପ୍ରଧାନ, ସମାଜସେବୀ କିଶୋର ଚନ୍ଦ୍ର ରାଉତରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ଚିତ୍ରକର ତଥା ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅଜୟ କୁମାର ଦାଶ, ବେହେଲା ବାଦକ ସୁବାଷ ଚନ୍ଦ୍ର ବେହେରା, ମୁଣ୍ଡ ପୋତା ଆଦିବାସୀ ସମ୍ପ୍ରଦାୟ ବେଶରେ ସଜ୍ଜିତ ହୋଇ ଉପସ୍ଥିତ ଲୋକମାନଙ୍କୁ ସାପ କାମୁଡାର ପ୍ରତିକାର…

Read More

ରାଜସୁନାଖଳା ଠାରେ ସିପିଆଇ (ଏମ)ର ଶାଖା ସମ୍ମିଳନୀ ଅନୁଷ୍ଠିତ

ରାଜସୁନାଖଳା,(ନୟାଗଡ଼ ଦର୍ପଣ): ସିପିଆଇ (ଏମ)ର ରାଜସୁନାଖଳା ଶାଖା ସମ୍ମିଳନୀ ଗୋପି ମୁଦୁଲି କମୁନିଟ ହଲ ଠାରେ ସାଥୀ ନିରଞ୍ଜନ ସୁବୁଦ୍ଧିଙ୍କ ସଭାପତିତ୍ବ ଅନୁଷ୍ଠିତ ହୋଇ ଯାଇଛି। ପାର୍ଟିର ଲାଲ ଝଣ୍ଡାକୁ ପାର୍ଟିର ବରିଷ୍ଠ ସଦସ୍ଯ ସାଥୀ ମଦନ ସାହୁ ଆନୁଷ୍ଠାନିକ ଭାବେ ଉତ୍ତୋଳନ କରିଥିଲା ବେଳେ  ପାର୍ଟିର ମହାସଚିବ ସୀତାରାମ ୟେଚୁରୀ ଓ ସହିଦ୍ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ। ପାର୍ଟିର ଜିଲ୍ଲା ନେତା ସାଥୀ ହରିଶ୍ଚନ୍ଦ୍ର ମିଶ୍ର ସମ୍ମିଳନୀ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଦେଶର ସାମ୍ପ୍ରତିକ ରାଜନୈତିକ ଓ ଆର୍ଥିକ ପରିସ୍ଥିତିର ପରିବର୍ତ୍ତନ ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ଶାଖା ସମ୍ପାଦକ ସବ୍ୟସାଚୀ ସେନାପତି ଙ୍କ “ସାଙ୍ଗଠନିକ ଓ ରାଜନୈତିକ” ରିପୋର୍ଟ ଉପରେ ସାଥୀ ମାନେ ଆଲୋଚନା କରିଥିଲେ। ରଣପୁର ଆଞ୍ଚଳିକ କମିଟିର ସମ୍ପାଦକ ସୁରେଶ  ସ୍ଵାଇଁ ଚାଷି…

Read More

ବିଶିଷ୍ଟ ଶିକ୍ଷାବିତ୍ ‘ବରିଷ୍ଠ ନାଗରିକ ସମ୍ମାନ’ରେ ସମ୍ମାନିତ

ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ଭାସ୍କର ଚନ୍ଦ୍ର ପ୍ରଧାନ ‘ବରିଷ୍ଠ ନାଗରିକ ସମ୍ମାନ -୨୦୨୪’ ସମ୍ମାନିତ ହୋଇଛନ୍ତି। ଆଜି ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଳକ୍ ର ଅଗ୍ରଣୀ ଅନୁଷ୍ଠାନ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଏପରି ସମ୍ମାନ ଜନକ ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି। ପ୍ରକାଶ ଥାଉ କି’ ଶ୍ରୀଯୁକ୍ତ ପ୍ରଧାନ ଜଣେ ଉତ୍ତମ ଓ ଆଦର୍ଶ ଶିକ୍ଷକ ଭାବରେ ଅବସର ଗ୍ରହଣ କରିଥିଲେ ମଧ୍ୟ ଅଞ୍ଚଳର ପ୍ରାକ୍ତନ ଛାତ୍ରମାନଙ୍କୁ ସଙ୍ଗଠିତ କରି ଗରିବ, ନିଷ୍ପେସିତ ଲୋକଙ୍କୁ ଦୁର୍ଦ୍ଦିନରେ ସହାୟତାର ହାତ ବଢେଇବା ଏବଂ ଶିଶୁମାନଙ୍କ ଅନ୍ତର୍ନିହିତ ଶକ୍ତିର ବିକଶିତ କରିବା କ୍ଷେତ୍ରରେ ଜଣେ ଜଣାଶୁଣା/ ପରିଚିତ ଚେହରା। ଏପରିକି ନିଜ ଜନ୍ମମାଟି ଝାଡ଼ପଡା ସମେତ ପାଖଆଖ ୮/୯ ପଡୋଶୀ ଗ୍ରାମର ଶତାଧିକ ବରିଷ୍ଠ…

Read More

ଉତ୍କଳ ସାମ୍ବାଦିକ ସଂଘ ରଣପୁର ଶାଖା ବୈଠକ

ଭାଇଚାରା ବୃଦ୍ଧିରେ ସଂଘ ସହାୟକ ହେବ, ୧୦ ସାମ୍ବାଦିକ ସଂଘରେ ସାମିଲ ନୟାଗଡ଼,(ନୟାଗଡ଼ ଦର୍ପଣ): ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଜିଲ୍ଲା ଶାଖା ଅଧିନସ୍ଥ ରଣପୁର ଶାଖା ବୈଠକ ରଣପୁର କ୍ଷୁଦ୍ର ଜଳସେଚନ ବଙ୍ଗଳାଠାରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଶାଖା ସମ୍ପାଦକ ବୈଦ୍ୟ ଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଂଗଠନିକ କାର୍ଯ୍ୟଧାରା ଉପରେ ଆଲୋଚନା ହୋଇଥିଲା। ରଣପୁର ଶାଖାକୁ ସକ୍ରିୟ କରିବା, ସାମ୍ବାଦିକଙ୍କ ସୁରକ୍ଷା ଓ ବିଭିନ୍ନ ସାମାଜିକ କାର୍ଯ୍ୟ ହାତକୁ ନିଆଯିବା ଉପରେ ଆଲୋଚନା ହୋଇଥିଲା। ସାମ୍ବାଦିକ ଅନୀଲ କୁମାର ପଣ୍ଡା ସଂଘର ନୀତି ଓ ନିୟମ ସମ୍ପର୍କରେ ଆଲୋକପାତ କରିଥିଲେ। ସାମ୍ବାଦିକଙ୍କ ପାଇଁ ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ଉଦ୍ୟମ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ରଣପୁର ବ୍ଲକରେ କାର୍ଯ୍ୟରତ ପ୍ରଫୁଲ୍ଲ କୁମାର ସାହୁ, କ୍ରିଷ୍ଣାଚନ୍ଦ୍ର ଘଡ଼େଇ, ରିନା…

Read More

ମଣ୍ଡଳ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ

ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ରଣପୁରରେ ମଣ୍ଡଳ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ବାଚସ୍ପତି ସୁରମା ପାଢ଼ୀ, ସମ୍ମାନିତ ଅତିଥି ଭାବେ  ଗୋପାଳପୁର ଜିଲ୍ଲା ପରିଷଦ ଲକ୍ଷ୍ମୀପ୍ରିୟା ତରେଇ, ନୟାଗଡ ଜିଲ୍ଲା ଶିକ୍ଷକ ପ୍ରଶିକ୍ଷକ ପ୍ରତିଷ୍ଠାନର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ ପ୍ରଧାନ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତିଲତା ଦେଇ, ଗୋପାଳପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଙ୍ଗଦ କୁମାର ବଳିଆରସିଂ ପ୍ରମୁଖ ଯୋଗ ଦେଇଥିଲେ। ବ୍ଲକ ଶିକ୍ଷା ଅଧିକାରୀ ବନଲତା ବେହେରାଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ବରିଷ୍ଟ ଶିକ୍ଷକ ଜ୍ୟୋତି ରଞ୍ଜନ ଦାଶ ଅତିଥିମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରିଥିବା ବେଳେ…

Read More

କେ୍ୱାସୀ ପାଇଁ ମହିଳାଙ୍କ ଜୀବନ ଗଲା

ରଣପୁର,(ନୟାଗଡ଼ ଦର୍ପଣ): ଖାଉଟି ସାମଗ୍ରୀରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ଏବେ ସମସ୍ତ ଉପଭୋକ୍ତାଙ୍କୁ କଣ୍ଟ୍ରୋଲ ଦୋକାନ ଓ ପଞ୍ଚାୟତରେ ପରିବାରର ସମସ୍ତେ ଇ-କେ୍ୱାସୀ କରିବାକୁ ବାଧ୍ୟ କରାଯାଇଛି। ଏହି ଇ-କେ୍ୱାସୀ କରିବାକୁ ଯାଇ ଜଣେ ମହିଳାଙ୍କର ଆଜି ଜୀବନ ଚାଲି ଯାଇଥିବା ଜଣାଯାଇଛି। ଖବର ସଂଗ୍ରହ କରିବାରେ ଜଣା ଯାଏ ଯେ, ରଣପୁର ବ୍ଲକ ହଂସରା ପଂଚାୟତ ଆନ୍ତରଗତ ଆନନ୍ଦପୁର ଗ୍ରାମର ପବିତ୍ର କୁମାର ବେହେରା ତାଙ୍କ ଧର୍ମପତ୍ନୀ କୁମାରୀ ବେହେରାଙ୍କୁ ଏକ ବାଇକରେ ବସାଇ ଆଜି ଇ-କେ୍ୱାସୀ କରିବା ପାଇଁ  ନିକଟସ୍ଥ ନରସିଂହପୁର ପଂଚାୟତ କାର୍ଯ୍ୟାଳୟକୁ ଯାଉଥିଲେ। କିଛି ବାଟ ଗଲା ପରେ ଏକ ମାଙ୍କଡ଼ ବାଇକ ଉପରକୁ ହଠାତ ଡେଇଁ ପଡିଥିଲା। ଡେଇଁ ପଡିଲା ପରେ ଭାରସାମ୍ୟ ହରାଇ ବାଇକରୁ ଉଭୟେ ଖସି ପଡ଼ିଥିଲେ। ଉଭୟ ଆହତ ହୋଇଥିଲା ବେଳେ ମହିଳାଙ୍କ ମୁଣ୍ଡରୁ…

Read More

ଉଦଘାଟିତ ହେଲା ସୁଭଦ୍ରା ଯୋଜନା ଓ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ରଣପୁର,(ନୟାଗଡ଼ ଦର୍ପଣ): ଜନ୍ମ ଦିନରେ ଓଡିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସବୁ ଅପେକ୍ଷାର ଅନ୍ତ ଘଟିଛି। ସୁଭଦ୍ରା ଯୋଜନା ଉଦଘାଟିତ ହୋଇ ମହିଳାମାନଙ୍କ ଆକାଉଣ୍ଟକୁ ଯାଇଛି ପ୍ରଥମ କିସ୍ତି ଟଙ୍କା। ରାଜ୍ୟ ସରକାର ରାଜ୍ୟର ସମସ୍ତ ବ୍ଲକରେ ସୁଭଦ୍ରା ଯୋଜନା ଶୁଭାରମ୍ଭ କରିଛନ୍ତି। ଏଲଇଡ଼ି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସିଧା ସଳଖ କାର୍ଯ୍ୟକ୍ରମକୁ ସୁଭଦ୍ରା ହିତାଧିକାରୀମାନେ ସାମିଲ ହୋଇଛନ୍ତି। ନୟାଗଡ ଜିଲ୍ଲା ରଣପୁର ବ୍ଲକ ବିଡ଼ିଓ ସୁଧୀର କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା, ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ଉପାଧ୍ୟକ୍ଷ ବିଶ୍ୱରଂଜନ ପଟ୍ଟନାୟକ, ଗୋପାଳପୁର ଜୋନ ଜିଲ୍ଲା ପରିଷଦ ଲକ୍ଷ୍ମୀପ୍ରିୟା ତରେଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ମହିଳାମାନେ କିପରି ଉଦ୍ୟୋଗି ହୋଇପାରିବେ…

Read More